୧ ଥେସଲନୀକୀୟ 2:4 - ପବିତ୍ର ବାଇବଲ4 ପରମେଶ୍ୱର ଆମ୍ଭକୁ ପରୀକ୍ଷା କରି ଓ ବିଶ୍ୱାସ କରି ସୁସମାଗ୍ଭର କହିବା ଦାୟିତ୍ୱ ଦେଇଥିବାରୁ ଆମ୍ଭେ ସୁସମାଗ୍ଭର ପ୍ରଗ୍ଭର କରୁଛୁ। ଅତଏବ ଯେତେବେଳେ ଆମ୍ଭେ କିଛି କହୁ ମନୁଷ୍ୟକୁ ସନ୍ତୁଷ୍ଟ କଲାପରି ନୁହେଁ, ପରମେଶ୍ୱରଙ୍କୁ ଖୁସୀ କରିବା ଆମ୍ଭର ଉଦ୍ଦେଶ୍ୟ ଅଟେ। ପରମେଶ୍ୱର ଆମ୍ଭର ହୃଦୟ ଗୁଡ଼ିକୁ ପରୀକ୍ଷା କରନ୍ତି। Faic an caibideilପବିତ୍ର ବାଇବଲ (Re-edited) - (BSI)4 କିନ୍ତୁ ଆମ୍ଭମାନଙ୍କ ହସ୍ତରେ ସୁସମାଚାର ପ୍ରଚାରର ଭାର ସମର୍ପିତ ହେବା ନିମନ୍ତେ ଆମ୍ଭେମାନେ ଯେରୂପେ ଈଶ୍ଵରଙ୍କ କର୍ତ୍ତୃକ ଯୋଗ୍ୟ ଗଣିତ ହୋଇଅଛୁ, ସେହିରୂପେ ଆମ୍ଭେମାନେ ପ୍ରଚାର କରୁ; ମନୁଷ୍ୟମାନଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ତାହା କରୁ ନାହୁଁ, ବରଂ ଆମ୍ଭମାନଙ୍କ ହୃଦୟର ପରୀକ୍ଷକ ଯେ ଈଶ୍ଵର , ତାହାଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ତାହା କରୁ। Faic an caibideilଓଡିଆ ବାଇବେଲ4 କିନ୍ତୁ ଆମ୍ଭମାନଙ୍କ ହସ୍ତରେ ସୁସମାଚାର ପ୍ରଚାରର ଭାର ସମର୍ପିତ ହେବା ନିମନ୍ତେ ଆମ୍ଭେମାନେ ଯେରୂପେ ଈଶ୍ୱରଙ୍କ ଦ୍ୱାରା ଯୋଗ୍ୟ ଗଣିତ ହୋଇଅଛୁ, ସେହିରୂପେ ଆମ୍ଭେମାନେ ପ୍ରଚାର କରୁଅଛୁ; ଅତଏବ ଆମ୍ଭମାନଙ୍କ ହୃଦୟର ପରୀକ୍ଷକ ଯେ ଈଶ୍ୱର, ବରଂ ଆମ୍ଭେମାନେ ମନୁଷ୍ୟକୁ ସନ୍ତୁଷ୍ଟ ନ କରି ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ତାହା କରୁଅଛୁ । Faic an caibideilପବିତ୍ର ବାଇବଲ (CL) NT (BSI)4 କେବଳ ଈଶ୍ୱରଙ୍କ ଇଚ୍ଛାନୁରୂପ କଥା ଆମେ ସବୁବେଳେ କହିଥାଉ; କାରଣ ସେ ଆମକୁ ଯୋଗ୍ୟ ମନେ କରି ଆମ ଉପରେ ସୁସମାଚାର ପ୍ରଚାରର ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ମନୁଷ୍ୟମାନଙ୍କୁ ସନ୍ତୁଷ୍ଟ କରିବା ଆମର ଉଦ୍ଦେଶ୍ୟ ନୁହେଁ। ଯେଉଁ ଈଶ୍ୱର ଆମ ମନର ଅଭିପ୍ରାୟ ପରୀକ୍ଷା କରି ଦେଖନ୍ତି, କେବଳ ତାଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ଆମେ ଚେଷ୍ଟା କରିଥାଉ। Faic an caibideilଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT4 କିନ୍ତୁ ଆମ୍ଭମାନଙ୍କ ହସ୍ତରେ ସୁସମାଚାର ପ୍ରଚାରର ଭାର ସମର୍ପିତ ହେବା ନିମନ୍ତେ ଆମ୍ଭେମାନେ ଯେରୂପେ ଈଶ୍ବରଙ୍କ ଦ୍ୱାରା ଯୋଗ୍ୟ ଗଣିତ ହୋଇଅଛୁ, ସେହିରୂପେ ଆମ୍ଭେମାନେ ପ୍ରଚାର କରୁଅଛୁ; ଅତଏବ ଆମ୍ଭମାନଙ୍କ ହୃଦୟର ପରୀକ୍ଷକ ଯେ ଈଶ୍ବର, ବରଂ ଆମ୍ଭେମାନେ ମନୁଷ୍ୟକୁ ସନ୍ତୁଷ୍ଟ ନ କରି ଈଶ୍ବରଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ତାହା କରୁଅଛୁ। Faic an caibideil |
ହେ ମୋର ପରମେଶ୍ୱର, ମୁଁ ଜାଣେ ଯେ ତୁମ୍ଭେ ଲୋକମାନଙ୍କର ପରୀକ୍ଷା ନିଅ, ଆଉ, ଲୋକମାନେ ଉତ୍ତମ କର୍ମ କଲେ ତୁମ୍ଭେ ଆନନ୍ଦିତ ହୁଅ। ମୁଁ ଏକ ଶୁଦ୍ଧ, ବିଶ୍ୱସ୍ତ ହୃଦୟରେ, ଆନନ୍ଦିତ ମନରେ ତୁମ୍ଭକୁ ଏହି ସମସ୍ତ ବସ୍ତୁ ଦେଉଅଛି। ମୁଁ ତୁମ୍ଭର ଲୋକମାନଙ୍କୁ ଏଠାରେ ଏକତ୍ରିତ ହେବାର ଦେଖୁଅଛି। ଆଉ ସେମାନେ ତୁମ୍ଭ ଉଦ୍ଦେଶ୍ୟରେ ଆନନ୍ଦିତ ମନରେ ଏହି ବସ୍ତୁଗୁଡ଼ିକ ଦାନ କରୁଥିବାର ମୁଁ ଦେଖୁଅଛି।
ଆମ୍ଭେ ଲଜ୍ଜାପୂର୍ଣ୍ଣ ଓ ଗୁପ୍ତ କାର୍ଯ୍ୟଗୁଡ଼ିକୁ ଛାଡ଼ି ଦେଇଛୁ। ଆମ୍ଭେ କପଟ କରୁ ନାହୁଁ, ପରମେଶ୍ୱରଙ୍କ ବାକ୍ୟରେ ପରିବର୍ତ୍ତନ କରୁ ନାହୁଁ, ବରଂ ଆମ୍ଭେ ସତ୍ୟକୁ ସରଳ ଭାବରେ ପ୍ରକାଶ କରୁଛୁ। ଏହା ଦ୍ୱାରା ଲୋକମାନଙ୍କଠାରେ ଆମ୍ଭେ ନିଜର ବ୍ୟକ୍ତିତ୍ୱ ପ୍ରତିପାଦନ କରୁଛୁ, ଯାହାଦ୍ୱାରା ସମସ୍ତେ ନିଜ ହୃଦୟରେ ଜାଣି ପାରିବେ ଯେ, ପରମେଶ୍ୱରଙ୍କ ସମ୍ମୁଖରେ ଆମ୍ଭେମାନେ ସତ୍ୟ ବାକ୍ୟ ପ୍ରଗ୍ଭର କରୁଅଛୁ।
ମାଲିକ ଉପସ୍ଥିତ ଥିଲାବେଳେ ତୁମ୍ଭେ ସେମାନଙ୍କୁ ଖୁସୀ କରିବା ପାଇଁ କେବଳ ଆଜ୍ଞା ପାଳନ କଲେ ହେବ ନାହିଁ, ମାତ୍ର ତାହାଠାରୁ ଆହୁରି ଅଧିକ କାର୍ଯ୍ୟ ବିଶ୍ୱସ୍ତ ଭାବରେ ସବୁ ସମୟରେ କରିବାକୁ ହେବ। ତୁମ୍ଭେ ଯେପରି ଖ୍ରୀଷ୍ଟଙ୍କର ବାଧ୍ୟ ହୋଇଛ, ଠିକ୍ ସେହିପରି ନିଜ ମାଲିକମାନଙ୍କର ମଧ୍ୟ ବାଧ୍ୟ ହେବ। ସମ୍ପୂର୍ଣ୍ଣ ହୃଦୟର ସହିତ ଯାହା ପରମେଶ୍ୱର ଗ୍ଭହାନ୍ତି, ତୁମ୍ଭେ ତାହା କରିବ।