Biblia Todo Logo
Bìoball air-loidhne

- Sanasan -




୧ ଥେସଲନୀକୀୟ 1:9 - ପବିତ୍ର ବାଇବଲ

9 ଆମ୍ଭେ ତୁମ୍ଭମାନଙ୍କ ସହିତ ଥିଲାବେଳେ, ଯେପରି ଭଲ ଭାବରେ ତୁମ୍ଭେମାନେ ଆମ୍ଭମାନଙ୍କୁ ଗ୍ରହଣ କରିଥିଲ, ସେ ବିଷୟରେ ସର୍ବତ୍ର ଲୋକମାନେ କଥାବାର୍ତ୍ତା ହେଉଛନ୍ତି। ତୁମ୍ଭେମାନେ କିପରି ମୂର୍ତ୍ତିପୂଜା ବନ୍ଦ କରି, ଜୀବିତ ଓ ପ୍ରକୃତ ପରମେଶ୍ୱରଙ୍କ ସେବା କରିବା ପାଇଁ ପରିବର୍ତ୍ତିତ ହେଲ, ସେ ବିଷୟରେ ସେମାନେ କହନ୍ତି।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

9 ଯେଣୁ ଲୋକେ ନିଜେ ନିଜେ ଆମ୍ଭମାନଙ୍କ ସମ୍ଵନ୍ଧରେ କହିଥାଆନ୍ତି ଯେ, ତୁମ୍ଭମାନଙ୍କ ମଧ୍ୟକୁ ଆମ୍ଭମାନଙ୍କ ଆଗମନ ସମୟରେ କଅଣ ଘଟିଥିଲା, ଆଉ କିପରି ତୁମ୍ଭେମାନେ ପ୍ରତିମାସବୁ ପରିତ୍ୟାଗ କରି ଜୀବିତ ଓ ସତ୍ୟ ଈଶ୍ଵରଙ୍କ ସେବା କରିବା ନିମନ୍ତେ,

Faic an caibideil Dèan lethbhreac

ଓଡିଆ ବାଇବେଲ

9 ଯେଣୁ ଲୋକମାନେ ନିଜେ ନିଜେ ଆମ୍ଭମାନଙ୍କ ସମ୍ବନ୍ଧରେ କହିଥାଆନ୍ତି ଯେ, ତୁମ୍ଭମାନଙ୍କ ମଧ୍ୟକୁ ଆମ୍ଭମାନଙ୍କ ଆଗମନ ସମୟରେ କ'ଣ ଘଟିଥିଲା ଆଉ କିପରି ତୁମ୍ଭେମାନେ ପ୍ରତିମାସବୁ ପରିତ୍ୟାଗ କରି ଜୀବିତ ଓ ସତ୍ୟ ଈଶ୍ୱରଙ୍କର ସେବା କରିବା ନିମନ୍ତେ,

Faic an caibideil Dèan lethbhreac

ପବିତ୍ର ବାଇବଲ (CL) NT (BSI)

9 ଆମେ ତୁମ ନିକଟକୁ ଯିବାବେଳେ ତୁମ୍ଭେମାନେ କିପରି ଆମକୁ ସାଦରେ ଗ୍ରହଣ କରିଥିଲ ଓ ପ୍ରତିମା ପୂଜା ପରିତ୍ୟାଗ କରି ସତ୍ୟ ଓ ଜୀବନ୍ତ ଈଶ୍ୱରଙ୍କ ଉପାସନା କରିବାକୁ ଆଗେଇ ଆସିଥିଲ;

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ଯେଣୁ ଲୋକମାନେ ନିଜେ ନିଜେ ଆମ୍ଭମାନଙ୍କ ସମ୍ବନ୍ଧରେ କହିଥାଆନ୍ତି ଯେ, ତୁମ୍ଭମାନଙ୍କ ମଧ୍ୟକୁ ଆମ୍ଭମାନଙ୍କ ଆଗମନ ସମୟରେ କଅଣ ଘଟିଥିଲା ଆଉ କିପରି ତୁମ୍ଭେମାନେ ପ୍ରତିମାସବୁ ପରିତ୍ୟାଗ କରି ଜୀବିତ ଓ ସତ୍ୟ ଈଶ୍ବରଙ୍କର ସେବା କରିବା ନିମନ୍ତେ,

Faic an caibideil Dèan lethbhreac




୧ ଥେସଲନୀକୀୟ 1:9
30 Iomraidhean Croise  

ମୋର ପ୍ରାଣ ଜୀବନ୍ତ ପରମେଶ୍ୱରଙ୍କ ନିମନ୍ତେ ତୃଷିତ। ମୁଁ କେବେ ପ୍ରଭୁଙ୍କ ଦର୍ଶନ ପାଇବି?


ହେ ସଦାପ୍ରଭୁ, ମୁଁ ଅନ୍ୟ କିଛି ଅପେକ୍ଷା, ତୁମ୍ଭ ମନ୍ଦିରର ଅଗଣାରେ ପ୍ରବେଶ କରିବାକୁ ଅଧିକ ଗ୍ଭହେଁ। ମୋର ହୃଦୟ ଓ ଶରୀର ଆନନ୍ଦର ସହିତ ଜୀବନ୍ତ ପରମେଶ୍ୱରଙ୍କ ଦର୍ଶନ ନିମନ୍ତେ ବ୍ୟାକୁଳ।


ହେ ସଦାପ୍ରଭୁ, ଦୟାକରି କର୍ଣ୍ଣ ଦେଇ ଶୁଣ, ହେ ସଦାପ୍ରଭୁ, ଚକ୍ଷୁ ଖୋଲି ଦେଖ। ପୁଣି ଜୀବନ୍ତ ପରମେଶ୍ୱରଙ୍କୁ ଧି‌କ୍‌କାର କରିବା ପାଇଁ ସ‌‌‌ନ୍‌‌‌ହେରୀବ ଯାହାକିଛି ପଠାଇଛି, ତାହାର ସେହିସବୁ କଥା ଶୁଣ।


ହୋଇପାରେ ଜୀବନ୍ତ ପରମେଶ୍ୱରଙ୍କୁ ଧି‌କ୍‌କାର କରିବା ପାଇଁ ଆପଣା ପ୍ରଭୁ ଅଶୂରୀୟ ରାଜା ଦ୍ୱାରା ପ୍ରେରିତ ରବ୍‌ଶାକିର ସମସ୍ତ କଥା ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ କଥା ଶୁଣି ଅଛନ୍ତି, ତାହାପାଇଁ ଅନୁଯୋଗ କରିବେ। ଏଣୁ ଯେଉଁ ଅବଶିଷ୍ଟାଂଶ ଅଛନ୍ତି, ସେମାନଙ୍କ ପାଇଁ ତୁମ୍ଭେ ପ୍ରାର୍ଥନା କର।”


ମାତ୍ର ସଦାପ୍ରଭୁ ସତ୍ୟ ପରମେଶ୍ୱର ଅଟନ୍ତି। ସେ ଜୀବନ୍ତ ପରମେଶ୍ୱର ଓ ଅନନ୍ତକାଳସ୍ଥାୟୀ ରାଜା। ଯେତେବେଳେ ସେ କୋପ କରନ୍ତି ପୃଥିବୀ କମ୍ପିତ ହୁଏ। ବିଦେଶୀ ରାଷ୍ଟ୍ର ତାଙ୍କ କ୍ରୋଧ ସହ୍ୟ କରି ପାରିବେ ନାହିଁ।


ହେ ସଦାପ୍ରଭୁ, ତୁମ୍ଭେ ମୋର ଶକ୍ତି, ଦୃଢ଼ ଦୁର୍ଗ ଓ ବିପଦରେ ମୋର ଆଶ୍ରୟ ସ୍ୱରୂପ। ପୃଥିବୀର ସମସ୍ତ ପ୍ରାନ୍ତରରୁ ନାନା ଦେଶୀୟମାନେ ତୁମ୍ଭ ନିକଟକୁ ଆସି କହିବେ, “ଆମ୍ଭମାନଙ୍କର ପୂର୍ବପୁରୁଷମାନେ କେବଳ ମିଥ୍ୟା ଅର୍ଥାତ୍ ଅସାର ଓ ନିଷ୍ଫଳ ବସ୍ତୁ ଅଧିକାର କରିଅଛନ୍ତି।


“ମୁଁ ଆଦେଶ ଦେଲି ଯେ, ମୋର ରାଜ୍ୟସ୍ଥ ସମୁଦାୟ ପ୍ରଦେଶର ସମସ୍ତ ଲୋକମାନେ ଦାନିୟେଲଙ୍କ ପରମେଶ୍ୱରଙ୍କୁ ଭୟ ଓ ଭକ୍ତି କରିବା ଉଚିତ୍। ସେ ଜୀବିତ ପରମେଶ୍ୱର ଓ ନିତ୍ୟସ୍ଥାୟୀ ଅଟନ୍ତି। ତାଙ୍କର ରାଜ୍ୟ ଅବିନାଶୀ ଓ ତାଙ୍କର ପ୍ରଭୁତ୍ୱର ଅନ୍ତ ନାହିଁ।


“ସମୁଦ୍ରର ବାଲୁକା ସଦୃଶ ଇସ୍ରାଏଲ ସନ୍ତାନଗଣର ସଂଖ୍ୟା ଭବିଷ୍ୟତରେ ବୃଦ୍ଧି ପାଇବ। ତୁମ୍ଭେ ସମୁଦ୍ରର ବାଲିକୁ ମାପି ପାରିବ ନାହିଁ କି ଗଣି ପାରିବ ନାହିଁ। ଯେଉଁ ସ୍ଥାନରେ ସେମାନଙ୍କୁ କୁହାଯାଇଥିଲା, ସେହି ସ୍ଥାନରେ ଏହା ଘଟିବ। ସେମାନଙ୍କୁ ମଧ୍ୟ କୁହାଯିବ, ‘ତୁମ୍ଭେମାନେ ମୋ’ ଲୋକ ନୁହଁ। ତୁମ୍ଭେ ଜୀବନ୍ତ ପରମେଶ୍ୱରଙ୍କର ସନ୍ତାନ ଅଟ।’


ସେହି ଲୋକମାନେ ସଦାପ୍ରଭୁଙ୍କୁ ଭୟ କରିବେ, କାରଣ ସଦାପ୍ରଭୁ ଧ୍ୱଂସ କରିବେ। ତା'ପରେ ସବୁ ଦେଶରେ ଲୋକମାନେ ସଦାପ୍ରଭୁଙ୍କୁ ଉପାସନା କରିବେ।


“ସମସ୍ତ ଦେଶର ଲୋକମାନେ ଆପଣା ନାମର ମହତ୍ତ୍ୱ ଗାନ କରୁଛନ୍ତି। ଲୋକମାନେ ସମସ୍ତ ସ୍ଥାନରେ ପବିତ୍ର ନୈବେଦ୍ୟ ଓ ଧୂପ ଉତ୍ସର୍ଗ କରୁଛନ୍ତି, କାରଣ ଆମ୍ଭର ନାମ ସମଗ୍ର ଦେଶରେ ମହାନ ଅଟେ।” ସର୍ବଶକ୍ତିମାନ ସଦାପ୍ରଭୁ ଏସବୁ କହିଥିଲେ।


ଶିମୋନ ପିତର ଉତ୍ତର ଦେଲେ, “ଆପଣ ହେଉଛନ୍ତି ଖ୍ରୀଷ୍ଟ, ଜୀବନ୍ତ ପରମେଶ୍ୱରଙ୍କ ପୁତ୍ର।”


“ହେ ଲୋକମାନେ ତୁମ୍ଭେମାନେ ଏପରି କାହିଁକି କରୁଛ? ଆମ୍ଭେ ତୁମ୍ଭମାନଙ୍କ ପରି କେବଳ ମଣିଷ। ଆମ୍ଭେ ତୁମ୍ଭମାନଙ୍କୁ ସୁସମାଗ୍ଭର କହିବା ପାଇଁ ଆସିଛୁ। ତୁମ୍ଭମାନଙ୍କୁ ଏହି ମୂଲ୍ୟହୀନ ବିଷୟ ଗୁଡ଼ିକଠାରୁ ଦୂରେଇ ରହି ଜୀବନ୍ତ ପରମେଶ୍ୱରଙ୍କ ଆଡ଼କୁ ଫେରାଇବା ପାଇଁ ଆମ୍ଭେ ଆସିଛୁ। ସେହି ପରମେଶ୍ୱର ଆକାଶ, ପୃଥିବୀ, ସମୁଦ୍ର ଓ ତନ୍ମଧ୍ୟସ୍ଥ ସମସ୍ତ ବିଷୟ ସୃଷ୍ଟି କରିଛନ୍ତି।


ଏବଂ “ଯେଉଁ ସ୍ଥାନରେ ପରମେଶ୍ୱର କହିଥିଲେ, ‘ତୁମ୍ଭେମାନେ ଆମ୍ଭ ଲୋକ ନୁହଁ’- ସେହି ସ୍ଥାନରେ ସେମାନେ ଜୀବିତ ପରମେଶ୍ୱରଙ୍କ ସନ୍ତାନ ବୋଲାଇବେ।”


ତୁମ୍ଭେମାନେ ମନେପକାଅ ଯେ ବିଶ୍ୱାସୀ ହେବା ପୂର୍ବରୁ ତୁମ୍ଭେମାନେ କିପରି ବିପଥଗାମୀ ହୋଇ ମୂର୍ତ୍ତିପୂଜା କରିବାକୁ ଯାଉଥିଲା।


ଅଗ୍ନି ମଧ୍ୟରୁ ଜୀବନ୍ତ ପରମେଶ୍ୱର କହିବାର କେହି ଶୁଣି ନାହାନ୍ତି। ଯେପରି ଆମ୍ଭେମାନେ ଶୁଣିଛୁ ଓ ବଞ୍ଚିଛୁ।


ଭାଇ ଓ ଭଉଣୀମାନେ! ତୁମ୍ଭେମାନେ ଜାଣିଛ ଯେ, ଆମ୍ଭମାନଙ୍କର ତୁମ୍ଭମାନଙ୍କ ପାଖକୁ ଯିବା ବୃଥା ନ ଥିଲା।


ତୁମ୍ଭେମାନେ ଆମ୍ଭମାନଙ୍କଠାରୁ ଶୁଣିଥିବା ଶିକ୍ଷାଗୁଡ଼ିକୁ ମଣିଷମାନଙ୍କର ନୁହେଁ ବରଂ ପରମେଶ୍ୱରଙ୍କ ବାକ୍ୟ ବୋଲି ଭାବି ଗ୍ରହଣ କରିଥିବାରୁ, ଆମ୍ଭେ ପରମେଶ୍ୱରଙ୍କୁ ଅନବରତ ଧନ୍ୟବାଦ ଜଣାଉଛୁ। ଏହା ପ୍ରକୃତରେ ପରମେଶ୍ୱରଙ୍କ ଶିକ୍ଷା। ଏହି ଶିକ୍ଷାର ପ୍ରଭାବ, ବିଶ୍ୱାସୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ଉପରେ ପଡ଼ିଛି।


ଏଥିପାଇଁ ଆମ୍ଭେ କାମ ଓ ସଂଘର୍ଷ କରୁଛୁ; ଆମ୍ଭେ ଜୀବିତ ପରମେଶ୍ୱରଙ୍କଠାରେ ଭରସା ରଖିଥାଉ। ସେ ସମସ୍ତ ଲୋକଙ୍କର ଏବଂ ବିଶେଷ ଭାବରେ, ଯେଉଁ ଲୋକମାନେ ତାହାଙ୍କୁ ବିଶ୍ୱାସ କରନ୍ତି ସେମାନଙ୍କର ତ୍ରାଣକର୍ତ୍ତା।


କିନ୍ତୁ ତୁମ୍ଭେମାନେ ସେହିପରି ଜାଗାକୁ ଆସିନାହଁ। ତୁମ୍ଭେମାନେ ଯେଉଁ ନୂତନ ଜାଗାକୁ ଆସିଛ, ତାହାର ନାମ ସିୟୋନ ପର୍ବତ। ତୁମ୍ଭେମାନେ ଜୀବନ୍ତ ପରମେଶ୍ୱରଙ୍କ ନଗରୀକୁ ଆସିଛ, ସ୍ୱର୍ଗୀୟ ଯିରୁଶାଲମକୁ ଆସିଛ। ତୁମ୍ଭେମାନେ ଏକତ୍ରିତ ହୋଇଥିବା ଓ ଆନନ୍ଦରେ ପରିପୂର୍ଣ୍ଣ ହଜାର ହଜାର ସ୍ୱର୍ଗଦୂତଙ୍କ ପାଖରେ ଆସି ପହଞ୍ଚିଛ।


ଜୀବିତ ପରମେଶ୍ୱର ଯେ ତୁମ୍ଭମାନଙ୍କ ସହିତ ଅଛନ୍ତି ଏହା ଦ୍ୱାରା ତୁମ୍ଭେମାନେ ଜାଣି ପାରିବ। ସେ କିଣାନୀୟ, ହିତ୍ତୀୟ, ହିବ୍ବୀୟ, ପିରିଷୀୟ, ଗିର୍ଗାଶୀୟ, ଇମୋରୀୟ ଓ ଯିବୂଷୀୟ ଲୋକମାନଙ୍କୁ ତୁମ୍ଭମାନଙ୍କ ସମ୍ମୁଖରୁ, ସେହି ଭୂମିରୁ ନିଶ୍ଚିତ ତଡ଼ି ଦେବେ।


ତେଣୁ ପ୍ରିୟ ପିଲାମାନେ, ତୁମ୍ଭେମାନେ ସବୁ ନିଜ ନିଜକୁ ଭଣ୍ଡ ଦେବତାମାନଙ୍କଠାରୁ ଦୂରରେ ରଖ।


ପୃଥିବୀର ରାଜାମାନେ ତା'ସହିତ ଯୌନପାପ (ବ୍ୟଭିଗ୍ଭର) କରିଛନ୍ତି। ପୃଥିବୀର ଲୋକମାନେ ତା'ର ବ୍ୟଭିଗ୍ଭର ରୂପ ସୁରାରେ ମାତାଲ୍ ହୋଇଛନ୍ତି।”


ଦାଉଦ ସେଠାରେ ଠିଆ ହୋଇଥିବା ଲୋକମାନଙ୍କୁ ପଗ୍ଭରିଲେ, “ସେ କ’ଣ କହିଲା? ଯେଉଁ ଲୋକ ଏହି ପଲେଷ୍ଟୀୟକୁ ବଧ କରି ଏବଂ ଇସ୍ରାଏଲର ଏହି ଅପମାନ ଦୂର କରିବ, ତାହା ପ୍ରତି କ’ଣ କରାଯିବ? କିଏ ଏହି ଅସୁନ୍ନତ ପଲେଷ୍ଟୀୟ ଯିଏ ଜୀବିତ ପରମେଶ୍ୱରଙ୍କ ସୈନ୍ୟ ଛାଉଣିକି ଅବମାନନା କରିବାକୁ ସାହସ କରେ।”


ମୁଁ ସିଂହ ଓ ଭାଲୁ ଉଭୟଙ୍କୁ ବଧ କରିଛି ଏବଂ ମୁଁ ମଧ୍ୟ ଗଲିୟାତକୁ ସେହିପରି ବଧ କରିବି। ଗଲିୟାତ ମରିବ କାରଣ ସେ ଜୀବିତ ପରମେଶ୍ୱରଙ୍କର ସୈନ୍ୟକୁ ତୁଚ୍ଛ କରିଅଛି।


Lean sinn:

Sanasan


Sanasan