Biblia Todo Logo
Bìoball air-loidhne

- Sanasan -




1 ଶାମୁୟେଲ 4:2 - ପବିତ୍ର ବାଇବଲ

2 ଏହା ପରେ ପଲେଷ୍ଟୀୟମାନେ ଇସ୍ରାଏଲ ବିରୁଦ୍ଧରେ ନିଜକୁ ପ୍ରସ୍ତୁତ କଲେ। ଯୁଦ୍ଧ ସମୟରେ ଇସ୍ରାଏଲୀୟଗଣ ପଲେଷ୍ଟୀୟମାନଙ୍କ ଦ୍ୱାରା ପରାଜିତ ହେଲେ; ଓ 4,000 ସୈନ୍ୟ ଯୁଦ୍ଧ କ୍ଷେତ୍ରରେ ମୃତ୍ୟୁବରଣ କଲେ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

2 ତହୁଁ ପଲେଷ୍ଟୀୟମାନେ ଇସ୍ରାଏଲ ବିରୁଦ୍ଧରେ ଆପଣା-ମାନଙ୍କୁ ସଜାଇଲେ; ପୁଣି ସେମାନେ ଯୁଦ୍ଧରେ ଲାଗନ୍ତେ, ଇସ୍ରାଏଲ ପଲେଷ୍ଟୀୟମାନଙ୍କ ସମ୍ମୁଖରେ ପରାଜିତ ହେଲେ ଓ ସେମାନେ ସେହି ଯୁଦ୍ଧକ୍ଷେତ୍ରସ୍ଥ ସୈନ୍ୟ ମଧ୍ୟରୁ ଊଣାଧିକ ଚାରି ସହସ୍ର ଲୋକ ବଧ କଲେ।

Faic an caibideil Dèan lethbhreac

ଓଡିଆ ବାଇବେଲ

2 ତହୁଁ ପଲେଷ୍ଟୀୟମାନେ ଇସ୍ରାଏଲ ବିରୁଦ୍ଧରେ ଆପଣାମାନଙ୍କୁ ସଜାଇଲେ; ପୁଣି, ସେମାନେ ଯୁଦ୍ଧରେ ଲାଗନ୍ତେ, ଇସ୍ରାଏଲ ପଲେଷ୍ଟୀୟମାନଙ୍କ ସମ୍ମୁଖରେ ପରାଜିତ ହେଲେ ଓ ସେମାନେ ସେହି ଯୁଦ୍ଧକ୍ଷେତ୍ରସ୍ଥ ସୈନ୍ୟ ମଧ୍ୟରୁ ଊଣାଧିକ ଚାରି ସହସ୍ର ଲୋକ ବଧ କଲେ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ତହୁଁ ପଲେଷ୍ଟୀୟମାନେ ଇସ୍ରାଏଲ ବିରୁଦ୍ଧରେ ଆପଣାମାନଙ୍କୁ ସଜାଇଲେ; ପୁଣି, ସେମାନେ ଯୁଦ୍ଧରେ ଲାଗନ୍ତେ, ଇସ୍ରାଏଲ ପଲେଷ୍ଟୀୟମାନଙ୍କ ସମ୍ମୁଖରେ ପରାଜିତ ହେଲେ ଓ ସେମାନେ ସେହି ଯୁଦ୍ଧକ୍ଷେତ୍ରସ୍ଥ ସୈନ୍ୟ ମଧ୍ୟରୁ ଊଣାଧିକ ଚାରି ସହସ୍ର ଲୋକ ବଧ କଲେ।

Faic an caibideil Dèan lethbhreac




1 ଶାମୁୟେଲ 4:2
13 Iomraidhean Croise  

ଆମ୍ଭେମାନେ ନିଜ ନିଜ ପଥ ଅନୁସନ୍ଧାନ ଓ ପରୀକ୍ଷା କରିବା ଓ ସଦାପ୍ରଭୁଙ୍କ ନିକଟକୁ ଫେରିବା।


ପୁଣି କେହି ନ ଗୋଡ଼ାଇଲେ ହେଁ ‌‌ଖ‌ଡ଼୍‌ଗ ସମ୍ମୁଖରେ, ସେପରି ଏକ ଅନ୍ୟ ଉପରେ ଝୁଣ୍ଟି ପଡ଼ିବେ। “ଆଉ ଶତ୍ରୁଗଣର ସମ୍ମୁଖରେ ଛିଡ଼ା ହେବାକୁ ତୁମ୍ଭମାନଙ୍କର ବଳ ପାଇବ ନହିଁ।


ସେତେବେଳେ ସେହି ପର୍ବତବାସୀ ଅମାଲେକୀୟ ଓ କିଣାନୀୟ ଲୋକମାନେ ଓହ୍ଲାଇ ଆସି ସେମାନଙ୍କୁ ଆକ୍ରମଣ କଲେ ଓ ସେମାନଙ୍କୁ ପରାସ୍ତକରି ହର୍ମା ପର୍ଯ୍ୟନ୍ତ ତଡ଼ି ଦେଲେ।


ସେହି କାରଣରୁ ଇସ୍ରାଏଲୀୟମାନେ ପରାସ୍ତ ହୋଇ ଫେରି ଆସିଛନ୍ତି। ସେମାନେ ଅପରାଧ କରିଥିବାରୁ ଓ ଧ୍ୱଂସ କାର୍ଯ୍ୟକୁ ନିନ୍ଦା କରିଥିବାରୁ ସେମାନେ ପରାସ୍ତ ହେଲେ। ତୁମ୍ଭେମାନେ ତୁମ୍ଭମାନଙ୍କ ପାଖରେ ଥିବା ସେହି ଲୁଟ୍ ବସ୍ତୁକୁ ଧ୍ୱଂସ ନ କଲା ପର୍ଯ୍ୟନ୍ତ ମୁଁ ତୁମ୍ଭ ସଙ୍ଗରେ ରହି ପାରିବି ନାହିଁ, ଯେଉଁଗୁଡ଼ିକ ଧ୍ୱଂସ କରିବା ପାଇଁ ମୁଁ ନିର୍ଦ୍ଦେଶ ଦେଇଥିଲି।


ଇସ୍ରାଏଲୀୟମାନେ ଓ ପଲେଷ୍ଟୀୟମାନେ ଯୁଦ୍ଧ ସଜାଇଲେ ଓ ସୈନ୍ୟଶ୍ରେଣୀ ପରସ୍ପର ମୁହାଁ ମୁହିଁ ହେଲେ।


ପ୍ରତ୍ୟେକ ଦିନ ଗଲିୟାତ ବାହାରେ ଛିଡ଼ା ହୋଇ ଇସ୍ରାଏଲର ସୈନ୍ୟ ଶ୍ରେଣୀଙ୍କୁ ଚିତ୍କାର କରି କହୁଥିଲା, “ତୁମ୍ଭେମାନେ କାହିଁକି ଯୁଦ୍ଧ ସାଜିବା ପାଇଁ ବାହାର ହୋଇ ଆସିଛ? ମୁଁ କି ଜଣେ ପଲେଷ୍ଟୀୟ ଲୋକ ନୁହେଁ? ତୁମ୍ଭେମାନେ ଶାଉଲର ଦାସ, ତୁମ୍ଭେମାନେ ଆପଣାମାନଙ୍କ ପାଇଁ ଜଣେ ଲୋକ ମନୋନୀତ କର ଓ ସେ ମୋ’ ପାଖକୁ ଓହ୍ଲାଇ ଆସୁ।


ଆଉ ଶାମୁୟେଲର କଥା ସମସ୍ତ ଇସ୍ରାଏଲ ମଧ୍ୟରେ ପ୍ରଚଳିତ ହେଲା। ଏଲି ବୃଦ୍ଧ ହେଲେ, ତାଙ୍କର ପୁତ୍ରମାନେ ପରମେଶ୍ୱରଙ୍କ ବିରୁଦ୍ଧରେ କୁକାର୍ଯ୍ୟ କରି ଗ୍ଭଲିଲେ। ଏହା ପରେ ଇସ୍ରାଏଲୀୟମାନେ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଗଲେ। ସେମାନେ ଏବନ୍-ଏଜର ନିକଟରେ ଛାଉଣି ସ୍ଥାପନ କଲେ ଓ ପଲେଷ୍ଟୀୟମାନେ ଅଫ୍ରେକରେ ଛାଉଣି ସ୍ଥାପନ କଲେ।


ତହିଁରେ ପଲେଷ୍ଟୀୟମାନେ ଯୁଦ୍ଧ କଲେ ଓ ଇସ୍ରାଏଲୀୟମାନେ ପରାସ୍ତ ହୋଇ ପ୍ରତ୍ୟେକ ଆପଣା ଆପଣା ତମ୍ବୁକୁ ଫେରିଗଲେ, ସେତେବେଳେ ଅତି ମହାସଂହାର ହେଲା, କାରଣ ସେଥିରେ ଇସ୍ରାଏଲର 30,000 ପଦାତିକ ସୈନ୍ୟ ମରି ପଡ଼ିଲେ।


ତା'ପରେ ଇସ୍ରାଏଲୀୟ ସୈନ୍ୟଗଣ ଛାଉଣି ନିକଟକୁ ଫେରି ଆସିଲେ। ତା'ପରେ ପ୍ରାଚୀନଗଣ ପଗ୍ଭରିଲେ, “ସଦାପ୍ରଭୁ କାହିଁକି ଇସ୍ରାଏଲୀୟମାନଙ୍କୁ ପଲେଷ୍ଟୀୟମାନଙ୍କ ଦ୍ୱାରା ପରାସ୍ତ କଲେ? ଆସ, ଆମ୍ଭେମାନେ ଶିଲୋଠାରୁ ସଦାପ୍ରଭୁଙ୍କର ନିୟମ-ସିନ୍ଦୁକକୁ ଆଣିବା। ଏହିପରି ଭାବରେ, ସେ ଆମ୍ଭମାନଙ୍କ ସହିତ ଆସିବେ ଓ ଆମ୍ଭମାନଙ୍କୁ ଶତ୍ରୁମାନଙ୍କଠାରୁ ରକ୍ଷା କରିବେ।”


Lean sinn:

Sanasan


Sanasan