Biblia Todo Logo
Bìoball air-loidhne

- Sanasan -




1 ଶାମୁୟେଲ 2:11 - ପବିତ୍ର ବାଇବଲ

11 ଏହା ପରେ ଇ‌ଲ୍‌କାନା ରାମାସ୍ଥିତ ଆପଣା ଘରକୁ ଗଲା। କିନ୍ତୁ ବାଳକ ଶାମୁୟେଲ ଯାଜକ ଏଲି ଅଧୀନରେ ଥାଇ ସଦାପ୍ରଭୁଙ୍କର ସେବା କଲା।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

11 ଏଉତ୍ତାରେ ଇଲ୍‍କାନା ରାମାସ୍ଥିତ ଆପଣା ଗୃହକୁ ଗଲା। ପୁଣି ବାଳକ ଏଲି ଯାଜକଙ୍କ ସମ୍ମୁଖରେ ଥାଇ ସଦାପ୍ରଭୁଙ୍କର ପରିଚର୍ଯ୍ୟା କଲା।

Faic an caibideil Dèan lethbhreac

ଓଡିଆ ବାଇବେଲ

11 ଏଉତ୍ତାରେ ଇଲ୍‍କାନା ରାମାସ୍ଥିତ ଆପଣା ଗୃହକୁ ଗଲା। ପୁଣି, ବାଳକ ଏଲି ଯାଜକଙ୍କ ସମ୍ମୁଖରେ ଥାଇ ସଦାପ୍ରଭୁଙ୍କର ପରିଚର୍ଯ୍ୟା କଲା।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ଏଉତ୍ତାରେ ଇଲ୍‍କାନା ରାମାସ୍ଥିତ ଆପଣା ଗୃହକୁ ଗଲା। ପୁଣି, ବାଳକ ଏଲି ଯାଜକଙ୍କ ସମ୍ମୁଖରେ ଥାଇ ସଦାପ୍ରଭୁଙ୍କର ପରିଚର୍ଯ୍ୟା କଲା।

Faic an caibideil Dèan lethbhreac




1 ଶାମୁୟେଲ 2:11
7 Iomraidhean Croise  

ଇଫ୍ରୟିମର ପର୍ବତମୟ ଦେଶର ରାମାଠାରେ ଜଣେ ଲୋକ ବାସ କରୁଥିଲେ, ଯାହାର ନାମ ଥିଲା ଇ‌ଲ୍‌କାନା। ଇ‌ଲ୍‌କାନା ସୂଫ ପରିବାରବର୍ଗର ଥିଲେ। ଇ‌ଲ୍‌କାନା ଯିରୋହମର ପୁତ୍ର ଥିଲା, ଯିଏ ଇଲୀହର ପୁତ୍ର ଥିଲା, ଯିଏ ତୋହର ପୁତ୍ର ଥିଲା, ଯିଏ ସୂଫର ପୁତ୍ର ଥିଲା ଓ ଏମାନେ ଇଫ୍ରୟିମ ପରିବାରବର୍ଗର ଥିଲେ।


ତା’ ପରଦିନ ପ୍ରଭାତରେ ଇ‌ଲ୍‌କାନା ଉଠି, ଆପଣା ପରିବାର ସହ ସଦାପ୍ରଭୁଙ୍କ ଉପାସନା କରି ଆପଣା ଗୃହ ରାମାକୁ ଫେରିଗଲେ। ତା'ପରେ ଇ‌ଲ୍‌କାନା ଆପଣା ସ୍ତ୍ରୀ ହାନ୍ନା ସହିତ ସହବାସ କଲା ଏବଂ ସଦାପ୍ରଭୁ ହାନ୍ନାକୁ ସ୍ମରଣ କଲେ।


ସେଥିପାଇଁ ବର୍ତ୍ତମାନ ମୁଁ ତାକୁ ସଦାପ୍ରଭୁଙ୍କ ସେବା କରିବା ପାଇଁ ଉତ୍ସର୍ଗ କରୁଛି। ସେ ଯାବଜ୍ଜୀବନ ସଦାପ୍ରଭୁଙ୍କ ଉପାସନା କରିବ।” ଏହା ପରେ ସେମାନେ ସେଠାରେ ସଦାପ୍ରଭୁଙ୍କ ଆଗରେ ପ୍ରଣାମ କଲେ।


ସେ ସମୟରେ ବାଳକ ଶାମୁୟେଲ ଶୁକ୍ଳ ଏଫୋଦ ପିନ୍ଧି ସଦାପ୍ରଭୁଙ୍କ ସମ୍ମୁଖରେ ପରିଚର୍ଯ୍ୟା କଲେ।


ବାଳକ ଶାମୁୟେଲ ଏଲିଙ୍କ ଅଧୀନରେ ସଦାପ୍ରଭୁଙ୍କର ସେବା କଲେ। ସେହି ସମୟରେ ସଦାପ୍ରଭୁଙ୍କ ବାକ୍ୟ ଓ ଦର୍ଶନ ଦୁର୍ଲଭ ଥିଲା।


ତହୁଁ ଶାମୁୟେଲ ଶୋଇବାକୁ ଗଲେ। ସଦାପ୍ରଭୁଙ୍କ ମନ୍ଦିରଦ୍ୱାର ଫିଟାଇବାକୁ ଶୀଘ୍ର ଉଠିଲେ। ଏଲିଙ୍କୁ ସେହି ଦର୍ଶନ ବିଷୟ ଜଣାଇବାକୁ ଶାମୁୟେଲ ଭୟକଲେ।


ଶାମୁୟେଲଙ୍କ ଘର ରାମାରେ, ତେଣୁ ସେ ସେଠାକୁ ଫେରି ଆସୁଥିଲେ। ସେ ରାମାଠାରୁ ଲୋକଙ୍କୁ ଅନୁଧ୍ୟାନ କରୁଥିଲେ ଓ ସେଠାରୁ ଶାସନ କରୁଥିଲେ। ତେଣୁ ଶାମୁୟେଲ ସଦାପ୍ରଭୁଙ୍କ ପାଇଁ ରାମାରେ ଯଜ୍ଞବେଦି ନିର୍ମାଣ କରିଥିଲେ।


Lean sinn:

Sanasan


Sanasan