Biblia Todo Logo
Bìoball air-loidhne

- Sanasan -




1 ଶାମୁୟେଲ 15:1 - ପବିତ୍ର ବାଇବଲ

1 ଥରେ ଶାମୁୟେଲ ଶାଉଲଙ୍କୁ କହିଲେ, “ସଦାପ୍ରଭୁ ମୋତେ ରାଜପଦରେ ତୁମ୍ଭକୁ ଅଭିଷେକ କରିବା ପାଇଁ ପଠାଇଥିଲେ। ବର୍ତ୍ତମାନ ସଦାପ୍ରଭୁଙ୍କ ବାର୍ତ୍ତା ଶୁଣ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

1 ଅନନ୍ତର ଶାମୁୟେଲ ଶାଉଲଙ୍କୁ କହିଲେ, ସଦାପ୍ରଭୁ ଆପଣା ଲୋକ ଇସ୍ରାଏଲ ଉପରେ ତୁମ୍ଭକୁ ରାଜପଦରେ ଅଭିଷେକ କରିବା ପାଇଁ ମୋତେ ପଠାଇଥିଲେ; ଏଣୁ ଏବେ ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟର ରବ ଶୁଣ।

Faic an caibideil Dèan lethbhreac

ଓଡିଆ ବାଇବେଲ

1 ଏଥିଉତ୍ତାରେ ଶାମୁୟେଲ ଶାଉଲଙ୍କୁ କହିଲେ, ସଦାପ୍ରଭୁ ଆପଣା ଲୋକ ଇସ୍ରାଏଲ ଉପରେ ତୁମ୍ଭକୁ ରାଜପଦରେ ଅଭିଷେକ କରିବା ପାଇଁ ମୋତେ ପଠାଇଥିଲେ; ଏଣୁ ଏବେ ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟର ରବ ଶୁଣ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଏଥିଉତ୍ତାରେ ଶାମୁୟେଲ ଶାଉଲଙ୍କୁ କହିଲେ, “ସଦାପ୍ରଭୁ ଆପଣା ଲୋକ ଇସ୍ରାଏଲ ଉପରେ ତୁମ୍ଭକୁ ରାଜପଦରେ ଅଭିଷେକ କରିବା ପାଇଁ ମୋତେ ପଠାଇଥିଲେ; ଏଣୁ ଏବେ ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟର ରବ ଶୁଣ।

Faic an caibideil Dèan lethbhreac




1 ଶାମୁୟେଲ 15:1
10 Iomraidhean Croise  

ଇଲୀଶାୟ କହିଲେ, “ତୁମ୍ଭେମାନେ ସଦାପ୍ରଭୁଙ୍କ ବାକ୍ୟ ଶୁଣ, ସଦାପ୍ରଭୁ ଏହି କଥା କହନ୍ତି, ‘କାଲି ପ୍ରାୟ ଏହି ସମୟକୁ ପ୍ରଚୁର ଖାଦ୍ୟ ଆସିବ ଏବଂ ଏହା ପୁଣି ଅତି ଶସ୍ତା ହେବ। ଜଣେ ବ୍ୟକ୍ତି ଶମରିୟାର ନଗର ଦ୍ୱାରରେ ଏକ ଶେକଲରେ ଏକ ଝୁଡ଼ିର ସୁନ୍ଦର ମଇଦା ଓ ସେହି ମୂଲ୍ୟରେ ଦୁଇ ଝୁଡ଼ି ଯବ କିଣିବ।’”


ଶାମୁୟେଲ ଏକ ସ୍ୱତନ୍ତ୍ର ତୈଳପାତ୍ର ନେଇ ଶାଉଲଙ୍କ ମସ୍ତକରେ ତାହା ଢାଳିଲେ ଓ ତାଙ୍କୁ ଚୁମ୍ବନ କରି କହିଲେ, “ସଦାପ୍ରଭୁ ତାଙ୍କ ଲୋକମାନଙ୍କର ନେତା ହେବା ପାଇଁ ତୁମ୍ଭକୁ ଅଭିଷିକ୍ତ କରିଛନ୍ତି। ତୁମ୍ଭେ ତାଙ୍କର ଲୋକମାନଙ୍କୁ ନିମନ୍ତ୍ରଣ କରିବ। ତୁମ୍ଭେ ସେମାନଙ୍କର ଚତୁର୍ଦ୍ଦିଗର ଶତ୍ରୁମାନଙ୍କଠାରୁ ରକ୍ଷା କରିବ। ସଦାପ୍ରଭୁ ତୁମ୍ଭକୁ ନେତା ହେବା ପାଇଁ ଅଭିଷିକ୍ତ କରିଛନ୍ତି। ଏ ଚିହ୍ନ ଏହାର ସତ୍ୟତା ପ୍ରତିପାଦନ କରିବ।


ବର୍ତ୍ତମାନ ଯଦି ତୁମ୍ଭେମାନେ ସଦାପ୍ରଭୁଙ୍କୁ ଭୟ କର ଓ ତାଙ୍କୁ ସେବା କର, ଯେବେ ତୁମ୍ଭେମାନେ ତାଙ୍କର ବାକ୍ୟ ଶୁଣ, ତାଙ୍କର ଆଜ୍ଞା ପାଳନ କର ଏବଂ ତାଙ୍କ ବିରୁଦ୍ଧରେ ନ ଯାଅ, ପୁଣି ତୁମ୍ଭେମାନେ ଓ ତୁମ୍ଭମାନଙ୍କର ଶାସକ ରାଜା, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ଦ୍ୱାରା ରକ୍ଷା ପାଇବ।


ଶାମୁୟେଲ କହିଲେ, “ତୁମ୍ଭେ ନିର୍ବୋଧ କାର୍ଯ୍ୟ କରିଛ। ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ମାନିଲ ନାହିଁ। ଯଦି ତୁମ୍ଭେ ପରମେଶ୍ୱରଙ୍କ ଆଦେଶ ମାନି କାର୍ଯ୍ୟ କରିଥା’ନ୍ତ ତେବେ ପରମେଶ୍ୱର ତୁମ୍ଭ ବଂଶକୁ ଅନନ୍ତକାଳ ପାଇଁ ଇସ୍ରାଏଲର ଶାସନଭାର ସମ୍ପାଦନ କରିବାକୁ ଦେଇଥା’ନ୍ତେ।


ଶାଉଲ ଆସିବାର ଦିନକପୂର୍ବରୁ ସଦାପ୍ରଭୁ ଶାମୁୟେଲଙ୍କୁ ଏହି କଥା କହିଥିଲେ,


“ଆସନ୍ତା କାଲି ଠିକ୍ ଏହି ସମୟରେ ମୁଁ ତୁମ୍ଭ ପାଖକୁ ଜଣେ ଲୋକ ପଠାଇବି। ସେ ବିନ୍ୟାମୀନୀୟ ବଂଶଧର। ତୁମ୍ଭେ ତାଙ୍କୁ ଇସ୍ରାଏଲୀୟମାନଙ୍କ ନେତା ରୂପେ ଅଭିଷିକ୍ତ କରିବ। ଏହି ଲୋକ ଇସ୍ରାଏଲୀୟମାନଙ୍କୁ ପଲେଷ୍ଟୀୟଙ୍କ କବଳରୁ ରକ୍ଷା କରିବ। କାରଣ ମୁଁ ମୋର ଲୋକମାନଙ୍କର ଯନ୍ତ୍ରଣା ଦେଖିଛି। ମୁଁ ସେମାନଙ୍କର କ୍ରନ୍ଦନ ଶୁଣିଅଛି।”


Lean sinn:

Sanasan


Sanasan