୧ ପିତର 1:7 - ପବିତ୍ର ବାଇବଲ7 ଏହି ସମସ୍ୟାଗୁଡ଼ିକ କାହିଁକି ହୁଏ? କେବଳ ତୁମ୍ଭର ବିଶ୍ୱାସର ସତ୍ୟତା ପ୍ରମାଣିତ କରିବା ଲାଗି ଏପରି ଘଟେ। ଏହି ବିଶ୍ୱାସର ପ୍ରମାଣ ସୁନାଠାରୁ ଅଧିକ ମୂଲ୍ୟବାନ। ସୁନାର ବିଶୁଦ୍ଧତା ଅଗ୍ନି ଦ୍ୱାରା ପରୀକ୍ଷିତ ହୁଏ, କିନ୍ତୁ ତାହା ନଷ୍ଟଶୀଳ। ଯୀଶୁ ପୁନଃ ଆସିବା ବେଳେ, ତୁମ୍ଭ ବିଶ୍ୱାସର ପବିତ୍ରତା ହେତୁ ତୁମ୍ଭେ ପ୍ରଶଂସା, ମହିମା ଓ ସମ୍ମାନ ପାଇବ। Faic an caibideilପବିତ୍ର ବାଇବଲ (Re-edited) - (BSI)7 ଯେପରି ଅଗ୍ନି ଦ୍ଵାରା ପରୀକ୍ଷିତ କ୍ଷୟଣୀୟ ସୁବର୍ଣ୍ଣ ଅପେକ୍ଷା ଅଧିକ ବହୁମୂଲ୍ୟ ଯେ ତୁମ୍ଭମାନଙ୍କର ପରୀକ୍ଷାସିଦ୍ଧ ବିଶ୍ଵାସ, ତାହା ଯୀଶୁ ଖ୍ରୀଷ୍ଟଙ୍କ ପ୍ରକାଶିତ ହେବା ସମୟରେ ପ୍ରଶଂସା, ଗୌରବ ଓ ସମ୍ଭ୍ରମର କାରଣ ହେବ। Faic an caibideilଓଡିଆ ବାଇବେଲ7 ଯେପରି ଅଗ୍ନି ଦ୍ୱାରା ପରୀକ୍ଷିତ କ୍ଷୟଣୀୟ ସୁବର୍ଣ୍ଣ ଅପେକ୍ଷା ଅଧିକ ବହୁମୂଲ୍ୟ ଯେ ତୁମ୍ଭମାନଙ୍କର ପରୀକ୍ଷାସିଦ୍ଧ ବିଶ୍ୱାସ, ତାହା ଯୀଶୁଖ୍ରୀଷ୍ଟଙ୍କ ପ୍ରକାଶିତ ହେବା ସମୟରେ ପ୍ରଶଂସା, ଗୌରବ ଓ ସମ୍ଭ୍ରମର କାରଣ ହେବ । Faic an caibideilପବିତ୍ର ବାଇବଲ (CL) NT (BSI)7 ତୁମ୍ଭମାନଙ୍କ ବିଶ୍ୱାସର ବିଶୁଦ୍ଧତା ପରିକ୍ଷା କରିବା କରିବା ଏହି ସବୁର ଉଦ୍ଦେଶ୍ୟ। କ୍ଷୟଶୀଳ ସୁବର୍ଣ୍ଣକୁ ଅଗ୍ନିରେ ପରୀକ୍ଷା କରାଯାଏ। ତୁମ୍ଭମାନଙ୍କର ବିଶ୍ୱାସ ସୁବର୍ଣ୍ଣ ଅପେକ୍ଷା ଅଧିକ ମୂଲ୍ୟବାନ ହୋଇଥିବାରୁ ପରୀକ୍ଷା ଦ୍ୱାରା ତାହାକୁ ସିଦ୍ଧ କରିବା ନିତାନ୍ତ ଆବଶ୍ୟକ। ତା’ ହୋଇପାରିଲେ, ଯୀଶୁ ଖ୍ରୀଷ୍ଟ ପ୍ରକାଶିତ ହେବା ସମୟରେ, ତୁମ୍ଭେମାନେ ପ୍ରଶଂସା, ଗୌରବ ଓ ସମ୍ମାନ ଲାଭକରିବ। Faic an caibideilଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT7 ଯେପରି ଅଗ୍ନି ଦ୍ୱାରା ପରୀକ୍ଷିତ କ୍ଷୟଣୀୟ ସୁବର୍ଣ୍ଣ ଅପେକ୍ଷା ଅଧିକ ବହୁମୂଲ୍ୟ ଯେ ତୁମ୍ଭମାନଙ୍କର ପରୀକ୍ଷାସିଦ୍ଧ ବିଶ୍ୱାସ, ତାହା ଯୀଶୁ ଖ୍ରୀଷ୍ଟଙ୍କ ପ୍ରକାଶିତ ହେବା ସମୟରେ ପ୍ରଶଂସା, ଗୌରବ ଓ ସମ୍ଭ୍ରମର କାରଣ ହେବ। Faic an caibideil |
ତା'ପରେ ଆମ୍ଭେ ସେହି ଏକ ତୃତୀୟାଂଶ ଲୋକଙ୍କୁ ଅଗ୍ନିରେ ପରୀକ୍ଷା କରିବା। ଆମ୍ଭେ ସେମାନଙ୍କୁ ରୂପା ଯେପରି ନିର୍ମଳ ହୁଏ ସେହିପରି ବିଶୁଦ୍ଧ କରିବା। ସୁବର୍ଣ୍ଣକୁ ପରୀକ୍ଷା କଲାପରି ଆମ୍ଭେ ସେହି ଲୋକଙ୍କୁ ପରୀକ୍ଷା କରିବା। ଆମ୍ଭ ନାମ ଧରି ଆମ୍ଭକୁ ସେମାନେ ଡାକିବେ ଏବଂ ଆମ୍ଭେ ସେମାନଙ୍କୁ ଉତ୍ତର ଦେବା, ‘ଏମାନେ ଆମ୍ଭର ଲୋକ’, ଆଉ ସେମାନେ କହିବେ, ‘ସଦାପ୍ରଭୁ ଆମ୍ଭର ପରମେଶ୍ୱର ଅଟନ୍ତି।’”
ତେଣୁ ତୁମ୍ଭେମାନେ ନିଜର ସମସ୍ତ ସମ୍ପତ୍ତି ବିକି ଦେଇ ସେହି ଟଙ୍କା ଗରିବ ଲୋକଙ୍କ ମଧ୍ୟ ବାଣ୍ଟିଦିଅ। ଏ ସଂସାରର ଧନସମ୍ପତ୍ତି ସବୁଦିନ ପାଇଁ ରହିବ ନାହିଁ। ତେଣୁ ସବୁଦିନ ରହି ପାରୁଥିବା ଧନସମ୍ପତ୍ତି ସଂଗ୍ରହ କରା ନିଜ ପାଇଁ ସ୍ୱର୍ଗରେ ଧନସମ୍ପତ୍ତି ସଂଗ୍ରହ କର। ଏହା ଚିରକାଳ ରହିବ। ସ୍ୱର୍ଗରେ ତୁମ୍ଭମାନଙ୍କ ସମ୍ପତ୍ତିକୁ କେହି ଗ୍ଭେରେଇ ନେଇ ପାରିବ ନାହିଁ କି ତାକୁ କୀଟ ନଷ୍ଟ କରି ପାରିବ ନାହିଁ।
ତୁମ୍ଭ ପାଇଁ ଯେଉଁସବୁ ଦୁଃଖ ଆସୁଛି, ସେଥିପାଇଁ ଭୟ କର ନାହିଁ। ମୁଁ ଜାଣେ, ତୁମ୍ଭମାନଙ୍କ ଭିତରୁ କେତେ ଜଣଙ୍କୁ ଶୟତାନ କାରାଗାରରେ ରଖିବ। ସେ ତୁମ୍ଭମାନଙ୍କୁ ପରୀକ୍ଷା କରିବା ପାଇଁ ଏପରି କରିବ। ତୁମ୍ଭେମାନେ ଦଶ ଦିନ ପର୍ଯ୍ୟନ୍ତ ଦୁଃଖ କଷ୍ଟ ସହିବ। କିନ୍ତୁ ବିଶ୍ୱସ୍ତ ରୁହ, କାରଣ ତୁମ୍ଭକୁ ହୁଏତ ମୃତ୍ୟୁବରଣ କରିବାକୁ ପଡ଼ିପାରେ। ତୁମ୍ଭେ ଯଦି ବିଶ୍ୱସ୍ତ ରହିବ, ତେବେ ମୁଁ ତୁମ୍ଭକୁ ଜୀବନରୂପକ ମୁକୁଟ ଦେବି।
ସେଥିପାଇଁ ମୁଁ ତୁମ୍ଭକୁ ପରାମର୍ଶ ଦେଉଛି ଯେ, ତୁମ୍ଭେ ମୋ'ଠାରୁ ଅଗ୍ନିରେ ଖାଣ୍ଟି ହୋଇଥିବା ସୁନା କିଣ। ତା'ପରେ ତୁମ୍ଭେ ପ୍ରକୃତରେ ଧନୀ ହୋଇଯିବ। ମୁଁ ତୁମ୍ଭକୁ ଏହା କହୁଛି: ଧଳା ବସ୍ତ୍ର କିଣ। ତେବେ ତୁମ୍ଭେ ନିଜର ଲଜ୍ଜାପୂର୍ଣ୍ଣ ଉଲଗ୍ନତାକୁ ଘୋଡ଼େଇ ରଖିପାରିବ। ମୁଁ ତୁମ୍ଭକୁ ଔଷଧ କିଣି ଆଖିରେ ଲଗାଇବା ପାଇଁ ମଧ୍ୟ କହୁଛି। ତାହାହେଲେ ତୁମ୍ଭେ ପ୍ରକୃତରେ ଦେଖି ପାରିବ।
“ଏଣୁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ତୁମ୍ଭ ଗୃହରୁ ଓ ତୁମ୍ଭ ପିତୃଗୃହରୁ ଚିରଦିନ ପାଇଁ ମୋର ଯାଜକ ହେବ ବୋଲି ମୁଁ ପ୍ରତିଜ୍ଞା କଲି। କିନ୍ତୁ ଏବେ ସଦାପ୍ରଭୁ କହନ୍ତି, ‘ତାହା ଆଉ କେବେ ଘଟିବ ନାହିଁ। କାରଣ ଯେଉଁମାନେ ମୋତେ ସମ୍ମାନ କରନ୍ତି, ମୁଁ ସେମାନଙ୍କୁ ସମ୍ମାନ କରିବି। କିନ୍ତୁ ଯେଉଁମାନେ ମୋତେ ତୁଚ୍ଛଜ୍ଞାନ କରନ୍ତି, ସେମାନଙ୍କୁ ଅସମ୍ମାନ କରାଯିବ।