୧ ପିତର 1:3 - ପବିତ୍ର ବାଇବଲ3 ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା ଓ ପରମେଶ୍ୱର ଧନ୍ୟ ହେଉନ୍ତୁ। ପରମେଶ୍ୱରଙ୍କ କରୁଣା ଅପାର, ଓ ଏହି କରୁଣା (କୃପା) ଦ୍ୱାରା ସେ ଆମ୍ଭକୁ ଗୋଟିଏ ନୂତନ ଜୀବନ ଦେଇଛନ୍ତି। ଯୀଶୁ ଖ୍ରୀଷ୍ଟ ମୃତ୍ୟୁରୁ ପୁନର୍ଜୀବିତ ହେବା ଦ୍ୱାରା ଏହି ନୂତନ ଜୀବନ ଆମ୍ଭକୁ ଗୋଟିଏ ଜୀବନ୍ତ ଭରସା ଦେଇଛି। Faic an caibideilପବିତ୍ର ବାଇବଲ (Re-edited) - (BSI)3 ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ଵର ଓ ପିତା ଧନ୍ୟ; ସେ ମୃତମାନଙ୍କ ମଧ୍ୟରୁ ଯୀଶୁ ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦ୍ଵାରା ଜୀବନଦାୟକ ଭରସା ପ୍ରାପ୍ତି ନିମନ୍ତେ, Faic an caibideilଓଡିଆ ବାଇବେଲ3 ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଈଶ୍ୱର ଓ ପିତା ଧନ୍ୟ; ସେ ମୃତମାନଙ୍କ ମଧ୍ୟରୁ ଯୀଶୁଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦ୍ୱାରା ଜୀବନଦାୟକ ଭରସା ପ୍ରାପ୍ତି ନିମନ୍ତେ, Faic an caibideilପବିତ୍ର ବାଇବଲ (CL) NT (BSI)3 ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା ଈଶ୍ୱରଙ୍କୁ ଧନ୍ୟବାଦ ଦେଉ, କାରଣ ସେ ତାଙ୍କ ଅପାର ଦୟାରେ ଯୀଶୁ ଖ୍ରୀଷ୍ଟଙ୍କପୁ ମୃତ୍ୟରୁ ପୁନରୁତ୍ଥିତ କରାଇ ଆମକୁ ନୁଆ ଜୀବନ ଦେଇଛନ୍ତି। ଏହା ଆମ୍ଭମାନଙ୍କୁ ଜୀବନ୍ତ ଭରସାରେ ପୂର୍ଣ୍ଣ କରିଛି। Faic an caibideilଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT3 ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ବର ଓ ପିତା ଧନ୍ୟ; ସେ ମୃତମାନଙ୍କ ମଧ୍ୟରୁ ଯୀଶୁ ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦ୍ୱାରା ଜୀବନଦାୟକ ଭରସା ପ୍ରାପ୍ତି ନିମନ୍ତେ, Faic an caibideil |
ଏହା ପରେ ଦାଉଦ ସବୁ ଦଳର ଲୋକମାନଙ୍କୁ ଏକତ୍ରିତ କରି କହିଲେ, “ବର୍ତ୍ତମାନ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କର ଧନ୍ୟବାଦ କର।” ତେଣୁ ସମସ୍ତ ଲୋକ ସଦାପ୍ରଭୁ ପରମେଶ୍ୱରଙ୍କର ପ୍ରଶଂସା ଗାନ କଲେ, ଯେଉଁ ପରମେଶ୍ୱରଙ୍କ ଉପାସନା ସେମାନଙ୍କର ପୂର୍ବପୁରୁଷମାନେ ମଧ୍ୟ କରୁଥିଲେ। ସେମାନେ ସଦାପ୍ରଭୁ ଓ ରାଜାଙ୍କୁ ସମ୍ମାନ ଜଣାଇବା ନିମନ୍ତେ ଭୂମିରେ ଆଣ୍ଠୁମାଡ଼ି ପଡ଼ିଲେ।
ଯୂନସ ସଦାପ୍ରଭୁଙ୍କ ନିକଟରେ ଅଭିଯୋଗ କରି କହିଲେ, “ମୁଁ ଜାଣିଥିଲି ଏହା ହିଁ ଘଟିବ। ମୁଁ ମୋ’ ନିଜ ଦେଶରେ ଥିଲା ବେଳେ ତୁମ୍ଭେ ମୋତେ ସେଠାକୁ ଡାକିଥିଲ। ସେତେବେଳେ ମୁଁ ଜାଣିଥିଲି ଯେ ତୁମ୍ଭେ ସେହି କୁନଗରୀର ଲୋକମାନଙ୍କୁ କ୍ଷମା ଦେବ। ତେଣୁ ମୁଁ ତର୍ଶୀଶକୁ ଗ୍ଭଲି ଯିବାକୁ ସ୍ଥିର କଲି। ମୁଁ ଜାଣିଥିଲି ତୁମ୍ଭେ ଜଣେ ଦୟାଳୁ ପ୍ରଭୁ। ମୁଁ ଜାଣିଥିଲି ତୁମେ ଦୟା ଦେଖାଇ ଲୋକମାନଙ୍କୁ ଦଣ୍ତ ଦେବ ନାହିଁ। ମୁଁ ଜାଣିଥିଲି ତୁମ୍ଭେ ଦୟାରେ ପରିପୂର୍ଣ୍ଣ। ଯଦି ଏହି ଲୋକମାନେ ପାପ କରିବା ବନ୍ଦ କରନ୍ତି ତେବେ ତୁମ୍ଭେ ଧ୍ୱଂସ କରିବ ନାହିଁ ବୋଲି ମୁଁ ଜାଣିଥିଲି।
ତୁମ୍ଭେମାନେ ଶୁଣିଥିବା ସୁସମାଗ୍ଭର ଉପରେ ବିଶ୍ୱାସ ରଖି ପାରିଲେ ଖ୍ରୀଷ୍ଟ ଏହି କାମ କରି ଗ୍ଭଲିବେ। ତୁମ୍ଭେମାନେ ନିଜ ବିଶ୍ୱାସରେ ଦୃଢ଼ତା ଓ ନିଶ୍ଚିତ ବୋଧ ରଖିଥିବ। ସୁସମାଗ୍ଭର ତୁମ୍ଭମାନଙ୍କୁ ଯେଉଁ ଭରସା ଦେଇଛି ସେଥିରୁ ବିଚଳିତ ହେବ ନାହିଁ। ସେହି ସମାନ ସୁସମାଗ୍ଭର ସମଗ୍ର ବିଶ୍ୱରେ ସମସ୍ତଙ୍କୁ କୁହାଯାଇଛି। ମୁଁ ପାଉଲ, ସେହି ସୁସମାଗ୍ଭର କହିବାରେ ସାହାଯ୍ୟ କରିଛି।
ଆମ୍ଭମାନଙ୍କର ପରମପିତା ପରମେଶ୍ୱରଙ୍କୁ ଆମ୍ଭ ପ୍ରାର୍ଥନାରେ ନିବେଦନ କଲାବେଳେ ତୁମ୍ଭେମାନେ ତୁମ୍ଭମାନଙ୍କର ବିଶ୍ୱାସ ହେତୁ ଯାହା କରିଛ, ସେଥିପାଇଁ ତାଙ୍କୁ ଧନ୍ୟବାଦ ଦେଉ। ତୁମ୍ଭେମାନେ ତୁମ୍ଭମାନଙ୍କର ପ୍ରେମ ହେତୁ ଯେଉଁ କାର୍ଯ୍ୟ କରିଛ, ସେଥିପାଇଁ ତାହାଙ୍କୁ ଧନ୍ୟବାଦ ଦେଉ। ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କ ଭରସା ହେତୁ ତୁମ୍ଭେମାନେ ଦୃଢ଼ ହୋଇ ରହିଛ ବୋଲି ଆମ୍ଭେ ତାଙ୍କୁ ସର୍ବଦା ଧନ୍ୟବାଦ ଅର୍ପଣ କରୁଛୁ।
ତୁମ୍ଭମାନଙ୍କ ପାଇଁ ପ୍ରତ୍ୟେକ ଉତ୍ତମ କାର୍ଯ୍ୟ କରିବାକୁ ଓ ପ୍ରତ୍ୟେକ ଉତ୍ତମ କଥା କହିବା ପାଇଁ ସକ୍ଷମ ହେବ। ସେଥିପାଇଁ ଆମ୍ଭର ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ ଓ ଆମ୍ଭର ପରମପିତା ଓ ପରମେଶ୍ୱର ତୁମ୍ଭମାନଙ୍କୁ ଉତ୍ସାହ ଓ ଶକ୍ତି ପ୍ରଦାନ କରନ୍ତୁ ଓ ସାନ୍ତ୍ୱନା ଦିଅନ୍ତୁ, ବୋଲି ଆମ୍ଭେ ପ୍ରାର୍ଥନା କରୁଛୁ। ପରମେଶ୍ୱର ଆମ୍ଭକୁ ପ୍ରେମ କରନ୍ତି। ନିଜ ଅନୁଗ୍ରହ ମାଧ୍ୟମରେ ସେ ଆମ୍ଭକୁ ଅନନ୍ତକାଳସ୍ଥାୟୀ ଉତ୍ସାହ ଓ ଉତ୍ତମ ଭରସା ଦେଇଛନ୍ତି।