Biblia Todo Logo
Bìoball air-loidhne

- Sanasan -




୧ ଯୋହନ 3:1 - ପବିତ୍ର ବାଇବଲ

1 ପରମପିତା ଆମ୍ଭମାନଙ୍କୁ ଅତ୍ୟଧିକ ପ୍ରେମ କଲେ। ଆମ୍ଭେ ପରମେଶ୍ୱରଙ୍କର ସନ୍ତାନ ରୂପେ ନାମିତ ହେବା ଦ୍ୱାରା ଆମ୍ଭ ପ୍ରତି ତାଙ୍କର ମହାନ୍ ପ୍ରେମ ପ୍ରକାଶ ପାଏ। ଆମ୍ଭେ ପ୍ରକୃତରେ ତାଙ୍କର ସନ୍ତାନ ଅଟୁ। କିନ୍ତୁ ଏ ଜଗତ (ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ) ପରମେଶ୍ୱରଙ୍କୁ ଚିହ୍ନି ପାରି ନ ଥିବାରୁ ଆମ୍ଭକୁ ମଧ୍ୟ ପରମେଶ୍ୱରଙ୍କ ସନ୍ତାନ ବୋଲି ଚିହ୍ନି ପାରୁ ନାହିଁ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

1 ଦେଖ, ପିତା ଆମ୍ଭମାନଙ୍କୁ କିପ୍ରକାର ପ୍ରେମ ଦାନ କରିଅଛନ୍ତି ଯେ, ଆମ୍ଭେମାନେ ଈଶ୍ଵରଙ୍କ ସନ୍ତାନ ବୋଲି ଖ୍ୟାତ ହେବୁ, ଆଉ ଆମ୍ଭେମାନେ ତାହା ହିଁ ଅଟୁ। ଏଥିସକାଶେ ଜଗତ ଆମ୍ଭମାନଙ୍କୁ ଚିହ୍ନୁ ନାହିଁ, କାରଣ ତାହା ତାହାଙ୍କୁ ଚିହ୍ନି ନ ଥିଲା।।

Faic an caibideil Dèan lethbhreac

ଓଡିଆ ବାଇବେଲ

1 ଦେଖ, ପିତା ଆମ୍ଭମାନଙ୍କୁ କି ପ୍ରକାର ପ୍ରେମ ଦାନ କରିଅଛନ୍ତି ଯେ, ଆମ୍ଭେମାନେ ଈଶ୍ୱରଙ୍କ ସନ୍ତାନ ବୋଲି ଖ୍ୟାତ ହେବୁ, ଆଉ ଆମ୍ଭେମାନେ ତାହା ହିଁ ଅଟୁ । ଏଥିସକାଶେ ଜଗତ ଆମ୍ଭମାନଙ୍କୁ ଚିହ୍ନୁ ନାହିଁ, କାରଣ ତାହା ତାହାଙ୍କୁ ଚିହ୍ନି ନ ଥିଲା ।

Faic an caibideil Dèan lethbhreac

ପବିତ୍ର ବାଇବଲ (CL) NT (BSI)

1 ଈଶ୍ୱର ଆମକୁ କେଡ଼େ ପ୍ରେମ କରନ୍ତି, ଟିକିଏ ଚିନ୍ତା କରି ଦେଖ। ଆମ ପ୍ରତି ତାଙ୍କ ପ୍ରେମ ଏତେ ପ୍ରଚୁର ଯେ, ଆମେ ତାଙ୍କର ସନ୍ତାନ ରୂପେ ନାର୍ମିତ ହୋଇଛୁ। ବାସ୍ତବରେ ଆମେ ତାଙ୍କର ସନ୍ତାନ- ସେଥିପାଇଁ ଜଗତ ଈଶ୍ୱରଙ୍କୁ ଜାଣି ନ ଥିବାରୁ, ଆମକୁ ମଧ୍ୟ ଚିହ୍ନିପାରେ ନାହିଁ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଦେଖ, ପିତା ଈଶ୍ବର ଆମ୍ଭମାନଙ୍କୁ କି ପ୍ରକାର ପ୍ରେମ ଦାନ କରିଅଛନ୍ତି ଯେ, ଆମ୍ଭେମାନେ ଈଶ୍ବରଙ୍କ ସନ୍ତାନ ବୋଲି ଖ୍ୟାତ ହେବୁ, ଆଉ ଆମ୍ଭେମାନେ ତାହା ହିଁ ଅଟୁ। ଏଥିସକାଶେ ଜଗତ ଆମ୍ଭମାନଙ୍କୁ ଚିହ୍ନୁ ନାହିଁ, କାରଣ ତାହା ତାହାଙ୍କୁ ଚିହ୍ନି ନ ଥିଲା।

Faic an caibideil Dèan lethbhreac




୧ ଯୋହନ 3:1
33 Iomraidhean Croise  

ସଦାପ୍ରଭୁ ମୋର ମୁନିବ, କେବଳ ମୁଁ ଜଣେ ତୁମ୍ଭର ସେବକ। ତଥାପି ତୁମ୍ଭେ ମୋର ଭବିଷ୍ୟଦ୍ ବଂଶଧର ପ୍ରତି ଏହି ସହାନୁଭୁତି ବାକ୍ୟ କହିଲ। ସଦାପ୍ରଭୁ ମୋର ପ୍ରଭୁ, ତୁମ୍ଭେ ସର୍ବଦା ଏପରି ଲୋକମାନଙ୍କୁ କୁହ ନାହିଁ, କୁହ କି?


ପରମେଶ୍ୱର, ତୁମ୍ଭେ ଆପଣା ଅନୁସରଣକାରୀମାନଙ୍କ ପାଇଁ ଉତ୍ତମତା ଏକ ଧନଭଣ୍ଡାର ପରି ରଖିଅଛ। ତୁମ୍ଭେ ସମସ୍ତଙ୍କ ସମ୍ମୁଖରେ ଭଲ କାର୍ଯ୍ୟ କର। ସେହି ଲୋକମାନଙ୍କ ପାଇଁ ଯେଉଁମାନେ ତୁମ୍ଭର ଅନୁଗତ।


ଆମ୍ଭେ ସଦାପ୍ରଭୁ କହୁଅଛୁ, “ଆମ୍ଭେ ତୁମ୍ଭମାନଙ୍କୁ ନିଜ ସନ୍ତାନ ପରି ବ୍ୟବହାର କରିବା, ନାନା ଦେଶୀୟମାନଙ୍କର ପରମ ରତ୍ନସ୍ୱରୂପ ଏକ ମନୋରମ ଦେଶ ତୁମ୍ଭମାନଙ୍କୁ ଦାନ କରିବା। ପୁଣି ଆମ୍ଭେ କହିଲୁ, ତୁମ୍ଭେମାନେ ଆମ୍ଭକୁ ‘ପିତା’ ବୋଲି ଡାକିବ ଓ ଆମ୍ଭକୁ ସର୍ବଦା ଅନୁସରଣ କରିବ।


“ସମୁଦ୍ରର ବାଲୁକା ସଦୃଶ ଇସ୍ରାଏଲ ସନ୍ତାନଗଣର ସଂଖ୍ୟା ଭବିଷ୍ୟତରେ ବୃଦ୍ଧି ପାଇବ। ତୁମ୍ଭେ ସମୁଦ୍ରର ବାଲିକୁ ମାପି ପାରିବ ନାହିଁ କି ଗଣି ପାରିବ ନାହିଁ। ଯେଉଁ ସ୍ଥାନରେ ସେମାନଙ୍କୁ କୁହାଯାଇଥିଲା, ସେହି ସ୍ଥାନରେ ଏହା ଘଟିବ। ସେମାନଙ୍କୁ ମଧ୍ୟ କୁହାଯିବ, ‘ତୁମ୍ଭେମାନେ ମୋ’ ଲୋକ ନୁହଁ। ତୁମ୍ଭେ ଜୀବନ୍ତ ପରମେଶ୍ୱରଙ୍କର ସନ୍ତାନ ଅଟ।’


ସେହି ଜୀବନରେ ଲୋକମାନେ ସ୍ୱର୍ଗଦୂତଙ୍କ ପରି ହୋଇଥା’ନ୍ତି ଓ ସେମାନେ କେବେ ହେଲେ ମରନ୍ତି ନାହିଁ। ସେମାନେ ପରମେଶ୍ୱରଙ୍କ ସନ୍ତାନ କାରଣ ମୃତ୍ୟୁରୁ ପୁଣି ବଞ୍ଚି ଉଠିଥା’ନ୍ତି।


କିନ୍ତୁ ଯେତେ ଲୋକ ତାହାଙ୍କୁ ଗ୍ରହଣ କଲେ ଏବଂ ତାହାଙ୍କ ଠାରେ ବିଶ୍ୱାସ କଲେ, ସେସମସ୍ତଙ୍କୁ ସେ ପରମେଶ୍ୱରଙ୍କ ସନ୍ତାନ ହେବାର ଅଧିକାର ଦେଲେ।


ହଁ, ଯୀଶୁ ଯିହୂଦୀ ଲୋକମାନଙ୍କ ପାଇଁ ନିଜ ଜୀବନ ଦେବେ। କିନ୍ତୁ ସେ ପରମେଶ୍ୱରଙ୍କ ଅନ୍ୟ ସନ୍ତାନମାନଙ୍କ ପାଇଁ ମଧ୍ୟ ଜୀବନ ଦେବେ, ଯେଉଁମାନେ ଜଗତର ଗ୍ଭରିଆଡ଼େ ଛିନ୍ନଭିନ୍ନ ହୋଇ ରହିଛନ୍ତି। ସେମାନଙ୍କୁ ଏକାଠି କରିବା ପାଇଁ ଓ ସମସ୍ତଙ୍କୁ ଏକ କରିବା ପାଇଁ ଯୀଶୁ ମୃତ୍ୟୁ ଭୋଗ କରିବେ।


ଲୋକମାନେ ମୋ’ ଯୋଗୁଁ ତୁମ୍ଭ ପ୍ରତି ଏଭଳି ବ୍ୟବହାର କରିବେ। କାରଣ ସେମାନେ ମୋର ପ୍ରେରଣକର୍ତ୍ତାଙ୍କୁ ଜାଣନ୍ତି ନାହିଁ।


କାରଣ ସେମାନେ ପରମପିତାଙ୍କୁ ଜାଣି ନାହାନ୍ତି ଓ ସେମାନେ ମୋତେ ମଧ୍ୟ ଜାଣି ନାହାନ୍ତି।


ହେ ପରମପିତା ତୁମ୍ଭେ ହେଉଛ ଉତ୍ତମ। ଏହି ଜଗତ ତୁମ୍ଭକୁ ଚିହ୍ନି ନାହିଁ କିନ୍ତୁ ମୁଁ ତୁମ୍ଭକୁ ଚିହ୍ନେ। ଏହି ଲୋକମାନେ ଜାଣନ୍ତି ଯେ, ତୁମ୍ଭେ ମୋତେ ପଠାଇଛ।


ହଁ, ପରମେଶ୍ୱର ଏ ପୃଥିବୀକୁ ଏତେ ପ୍ରେମ କଲେ ଯେ ସେ ତାହାଙ୍କ ଏକମାତ୍ର ପୁତ୍ରଙ୍କୁ ଦାନ କଲେ। ଯେପରି ତାହାଙ୍କ ପୁତ୍ରଙ୍କୁ ବିଶ୍ୱାସ କରୁଥିବା ପ୍ରତ୍ୟେକ ବ୍ୟକ୍ତି, ବିନାଶ ହେବେ ନାହିଁ, କିନ୍ତୁ ଅନନ୍ତ ଜୀବନ ପାଇବେ।


କିନ୍ତୁ ଆମ୍ଭେ ସମସ୍ତେ ପାପୀ ଥିବା ସମୟରେ ସୁଦ୍ଧା ଖ୍ରୀଷ୍ଟ ଆମ୍ଭ ପାଇଁ ମୃତ୍ୟୁ ବରଣ କଲେ। ଏହା ଦ୍ୱାରା ପରମେଶ୍ୱର ପ୍ରମାଣିତ କଲେ ଯେ, ସେ ଆମ୍ଭକୁ ବହୁତ ପ୍ରେମ କରନ୍ତି।


ପରମେଶ୍ୱର ଯାହାକିଛି ସୃଷ୍ଟି କରିଛନ୍ତି, ସେହିସବୁ ବଡ଼ ଆଶାରେ ସେହି ସମୟକୁ ଅପେକ୍ଷା କରିଚନ୍ତି ଯେ କେତେବେଳେ ପରମେଶ୍ୱର ସଂସାରକୁ ଜଣାଇ ଦେବେ ଯେ, କେଉଁମାନେ ତାହାଙ୍କର ସନ୍ତାନ ଅଟନ୍ତି। ସମଗ୍ର ସଂସାର ଏହି ଘଟଣା ଘଟିବା ପାଇଁ ଗ୍ଭହିଁ ରହିଛି।


ଯେପରି ପରମେଶ୍ୱର ସୃଷ୍ଟି କରିଥିବା ପ୍ରତ୍ୟେକ ବସ୍ତୁ ବିନାଶରୁ ମୁକ୍ତ ହେବ। ଏହି ଭରସା ଥିଲା ଯେ ପରମେଶ୍ୱରଙ୍କ ସନ୍ତାନମାନଙ୍କ ପାଇଁ ଯାହାକିଛି ନିର୍ମିତ ହୋଇଛି ସେଗୁଡ଼ିକ ସେହି ସ୍ୱଚ୍ଛନ୍ଦ ଓ ମହିମାର ଭାଗୀ ହେବେ।


ପରମେଶ୍ୱର ଆମ୍ଭ ପାଇଁ ସବୁକିଛିକରିବେ। ପରମେଶ୍ୱର ନିଜ ପୁତ୍ରକୁ ସୁଦ୍ଧା ଧରି ରଖିଲେ ନାହିଁ କିନ୍ତୁ ଆମ୍ଭ ସମସ୍ତଙ୍କ ପାଇଁ ଦେଇଦେଲେ। ଏଣୁ ସେ ତାଙ୍କ ସହ ଆମ୍ଭକୁ ସବୁ ବିଷୟ ଦେବେ।


“ମୁଁ ତୁମ୍ଭମାନଙ୍କର ପିତା ହେବି ଓ ତୁମ୍ଭେମାନେ ମୋ’ ପୁଅ ଓ ଝିଅ ହେବ ସର୍ବଶକ୍ତିମାନ ପ୍ରଭୁ ଏହା କୁହନ୍ତି।”


ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ଦ୍ୱାରା ତୁମ୍ଭେ ସମସ୍ତେ ପରମେଶ୍ୱରଙ୍କ ସନ୍ତାନଗଣ ଅଟ।


ଯଦି ତୁମ୍ଭେମାନେ ସମସ୍ତେ ଖ୍ରୀଷ୍ଟଙ୍କର ଅଟ, ତେବେ ସ୍ୱଭାବତଃ ତୁମ୍ଭେ ଅବ୍ରହାମଙ୍କ ବଂଶଜ ମଧ୍ୟ ଅଟ, ଓ ପରମେଶ୍ୱର ଅବ୍ରହାମଙ୍କୁ ଯେଉଁ ପ୍ରତିଶୃତି ଦେଇଥିଲେ, ସେହି ପ୍ରତିଶୃତିର ମଧ୍ୟ ତୁମ୍ଭେ ଉତ୍ତରାଧିକାରୀ ଅଟ।


“ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ସନ୍ତାନ, ଯେତେବେଳେ ଜଣେ ମରି ଯାଉଛି ତୁମ୍ଭର ଦୁଃଖ ଜଣାଇବା ପାଇଁ ତୁମ୍ଭେ ତୁମ୍ଭର ଶରୀର କାଟି ପକାଇବ ନାହିଁ କିଅବା ଭୃଲତାର ମଧ୍ୟସ୍ଥଳ କ୍ଷୌର ହେବ ନାହିଁ।


ତୁମ୍ଭମାନଙ୍କର ପୁରାତନ ପାପପୂର୍ଣ୍ଣ ସ୍ୱଭାବର ମୃତ୍ୟୁ ହୋଇଯାଇଛି ଓ ପରମେଶ୍ୱରଙ୍କଠାରେ ଖ୍ରୀଷ୍ଟଙ୍କ ସହିତ ତୁମ୍ଭମାନଙ୍କର ନୂତନ ଜୀବନ ସୁରକ୍ଷିତ ଅଛି।


ତେଣୁ କେଉଁମାନେ ପରମେଶ୍ୱର ସନ୍ତାନ ଓ କେଉଁମାନେ ଶୟତାନର ସନ୍ତାନ, ତାହା ତୁମ୍ଭେମାନେ ଜାଣି ପାରିବ। ଯେଉଁମାନେ ସ‌‌‌‌‌ତ୍‌‌‌‌‌କର୍ମ କରନ୍ତି ନାହିଁ, ସେମାନେ ପରମେଶ୍ୱରଙ୍କର ସନ୍ତାନ ନୁହନ୍ତି, ଯେ କେହି ନିଜ ଭାଇକୁ ପ୍ରେମ କରେ ନାହିଁ, ସେ ମଧ୍ୟ ଈଶ୍ୱରଙ୍କର ସନ୍ତାନ ନୁହେଁ।


ପ୍ରିୟ ବନ୍ଧୁମାନେ, ଆମ୍ଭେ ବର୍ତ୍ତମାନ ପରମେଶ୍ୱରଙ୍କର ସନ୍ତାନ, କିନ୍ତୁ ଭବିଷ୍ୟତରେ ଆମ୍ଭେ କ’ଣ ହେବା ତାହା ଆମ୍ଭକୁ ଜଣାଇ ଦିଆଯାଇ ନାହିଁ। ଆମ୍ଭେ ଏହା ଜାଣିଛୁ ଯେ ଖ୍ରୀଷ୍ଟଙ୍କ ପୁନରାଗମନ ସମୟରେ ଆମ୍ଭେ ସବୁ ତାହାଙ୍କ ଭଳି ହୋଇଯିବା। ସେ ଯେପରି, ଆମ୍ଭେ ତାହାଙ୍କୁ ସେହି ରୂପରେ ଦେଖିବା।


ଯଦି ଆମ୍ଭେ ପରମେଶ୍ୱରଙ୍କ ପ୍ରେମରେ ସ୍ଥିର ହୋଇ ରହୁ, ତେବେ ତାହାର ବିଗ୍ଭର ଦିନରେ ଆମ୍ଭେମାନେ ଭରସାଯୁକ୍ତ ହୋଇ ନିର୍ଭୟରେ ରହି ପାରିବା। ଏହି ଜଗତରେ ଆମ୍ଭେମାନେ ତାହାଙ୍କ (ଖ୍ରୀଷ୍ଟଙ୍କ) ଭଳି ହୋଇଥିବାରୁ, ନିର୍ଭୟରେ ରହିପାରିବା।


ଯେ ବିଜୟୀ ହେବ, ସେ ଏହିସବୁ ପାଇବ। ମୁଁ ତାହାର ପରମେଶ୍ୱର ହେବି ଓ ସେ ମୋର ପୁତ୍ର ହେବ।


Lean sinn:

Sanasan


Sanasan