Biblia Todo Logo
Bìoball air-loidhne

- Sanasan -




ଫିଲିପୀୟ 3:19 - ପବିତ୍ର ବାଇବଲ (Re-edited) - (BSI)

19 ସେମାନଙ୍କ ପରିଣାମ ବିନାଶ, ଉଦର ସେମାନଙ୍କର ଦେବତା, ସେମାନେ ଆପଣା ଆପଣା ଲଜ୍ଜାକୁ ଦର୍ପର ବିଷୟ ମନେ କରନ୍ତି, ପୁଣି ପାର୍ଥିବ ବିଷୟଗୁଡ଼ିକରେ ଆସକ୍ତ ଅଟନ୍ତି।

Faic an caibideil Dèan lethbhreac

ଓଡିଆ ବାଇବେଲ

19 ସେମାନଙ୍କ ପରିଣାମ ବିନାଶ, ଉଦର ସେମାନଙ୍କର ଦେବତା, ସେମାନେ ଆପଣା ଆପଣା ଲଜ୍ଜାକୁ ଦର୍ପର ବିଷୟ ମନେ କରନ୍ତି, ପୁଣି, ପାର୍ଥିବ ବିଷୟଗୁଡ଼ିକରେ ଆସକ୍ତ ଅଟନ୍ତି ।

Faic an caibideil Dèan lethbhreac

ପବିତ୍ର ବାଇବଲ (CL) NT (BSI)

19 ନରକରେ ସେମାନଙ୍କ ଜୀବନର ସମାପ୍ତି ଘଟିବାକୁ ଯାଉଛି, କାରଣ ଶାରୀରିକ ଲାଳସା ହିଁ ସେମାନଙ୍କର ଦେବତା। ଯାହା ଲଜ୍ଜାଜନକ, ସେମାନେ ତାହା ଲାଗି ଗର୍ବ କରନ୍ତି; କେବଳ ଜାଗତିକ ବିଷୟବସ୍ତୁ ପାଇଁ ସେମାନେ ଚିନ୍ତା କରନ୍ତି।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ସେମାନଙ୍କ ପରିଣାମ ବିନାଶ, ଉଦର ସେମାନଙ୍କର ଦେବତା, ସେମାନେ ଆପଣା ଆପଣା ଲଜ୍ଜାକୁ ଦର୍ପର ବିଷୟ ମନେ କରନ୍ତି, ପୁଣି, ପାର୍ଥିବ ବିଷୟଗୁଡ଼ିକରେ ଆସକ୍ତ ଅଟନ୍ତି।

Faic an caibideil Dèan lethbhreac

ପବିତ୍ର ବାଇବଲ

19 ସେମାନେ ଯେପରି ଜୀବନ-ଯାପନ କରୁଛନ୍ତି, ତା'ର ପରିଣତି ବିନାଶ ଅଟେ। ସେମାନେ ପରମେଶ୍ୱରଙ୍କୁ ସେବା କରିବା ପରିବର୍ତ୍ତେ ନିଜକୁ ଖୁସୀ କରିବା ପାଇଁ ବଞ୍ଚିଛନ୍ତି। ସେମାନେ ଲଜ୍ଜାଜନକ କାର୍ଯ୍ୟ କରନ୍ତି ଓ ସେଗୁଡ଼ିକ ପାଇଁ ଗର୍ବ କରନ୍ତି ଓ ସେମାନେ କେବଳ ପାର୍ଥିବ ବସ୍ତୁଗୁଡ଼ିକର ଚିନ୍ତା କରନ୍ତି।

Faic an caibideil Dèan lethbhreac




ଫିଲିପୀୟ 3:19
52 Iomraidhean Croise  

ହେ ସଦାପ୍ରଭୋ, ଆପଣା ହସ୍ତ ଦ୍ଵାରା ଲୋକମାନଙ୍କ-ଠାରୁ, ଯେଉଁମାନଙ୍କର ଅଂଶ ଇହ-ଜୀବନରେ ଅଛି ଓ ଯେଉଁମାନଙ୍କ ଉଦର ତୁମ୍ଭେ ନିଜ ଧନରେ ପୂର୍ଣ୍ଣ କରୁଅଛ, ଏପରି ସାଂସାରିକ ଲୋକମାନଙ୍କଠାରୁ ମୋତେ ଉଦ୍ଧାର କର; ସେମାନେ ସନ୍ତାନସନ୍ତତିରେ ପରିତୃପ୍ତ ଓ ଆପଣା ଆପଣା ଶିଶୁଗଣ ନିମନ୍ତେ ଆପଣାମାନଙ୍କ ଅବଶିଷ୍ଟ ସମ୍ପତ୍ତି ଛାଡ଼ିଯାʼନ୍ତି।


ହେ ବୀର, ତୁମ୍ଭେ ଅନିଷ୍ଟ କର୍ମରେ କାହିଁକି ଦର୍ପ କରୁଅଛ?


ମାତ୍ର ଆମ୍ଭମାନଙ୍କ ମୁଖରୁ ଯେପ୍ରତ୍ୟେକ ବାକ୍ୟ ନିର୍ଗତ ହୋଇଅଛି, ତଦନୁସାରେ ଅବଶ୍ୟ କାର୍ଯ୍ୟ କରିବୁ, ଅର୍ଥାତ୍, ଯିହୁଦାର ନଗରସମୂହରେ ଓ ଯିରୂଶାଲମର ସମସ୍ତ ପଥରେ ଆମ୍ଭେମାନେ ଯେପରି କରିଅଛୁ ଓ ଆମ୍ଭମାନଙ୍କର ପୂର୍ବପୁରୁଷମାନେ, ଆମ୍ଭମାନଙ୍କର ରାଜଗଣ ଓ ଅଧିପତିଗଣ ଯେପରି କରିଅଛନ୍ତି, ସେପରି ଆମ୍ଭେମାନେ ଆକାଶ-ରାଣୀ ଉଦ୍ଦେଶ୍ୟରେ ଧୂପ ଜ୍ଵଳାଇବୁ ଓ ପେୟ-ନୈବେଦ୍ୟ ଢାଳିବୁ; କାରଣ ସେସମୟରେ ଆମ୍ଭେମାନେ ପ୍ରଚୁର ଆହାର ପାଇ ସୁଖରେ ଥିଲୁ, କୌଣସି ଅମଙ୍ଗଳ ଦେଖିଲୁ ନାହିଁ।


ପୁଣି, ଆମ୍ଭର ଯେଉଁ ଲୋକମାନେ ମିଥ୍ୟା କଥା ଶୁଣନ୍ତି, ସେମାନଙ୍କୁ ମିଥ୍ୟା କଥା କହି, ବଧର ଅଯୋଗ୍ୟ ପ୍ରାଣକୁ ବଧ କରିବା ପାଇଁ ଓ ବଞ୍ଚିବାର ଅଯୋଗ୍ୟ ପ୍ରାଣକୁ ଜୀବିତ ରଖିବା ପାଇଁ ତୁମ୍ଭେମାନେ ମୁଠିଏ ମୁଠିଏ ଯବ ଓ ଖଣ୍ତିଏ ଖଣ୍ତିଏ ରୁଟୀ ନିମନ୍ତେ ଆମ୍ଭ ଲୋକଙ୍କ ମଧ୍ୟରେ ଆମ୍ଭକୁ ଅଶୁଚି କରିଅଛ।


ତୁମ୍ଭେମାନେ ମେଦ ଖାଉଅଛ ଓ ତୁମ୍ଭେମାନେ ମେଷ ଲୋମ ପରିଧାନ କରୁଅଛ, ତୁମ୍ଭେମାନେ ହୃଷ୍ଟପୁଷ୍ଟ ଜନ୍ତୁ ମାରୁଅଛ, ମାତ୍ର ତୁମ୍ଭେମାନେ ମେଷଗଣକୁ ପାଳନ କରୁ ନାହଁ।


ସେମାନେ ବୃଦ୍ଧି ପାଇବା ପ୍ରମାଣେ ଆମ୍ଭ ବିରୁଦ୍ଧରେ ପାପ କଲେ; ଆମ୍ଭେ ସେମାନଙ୍କର ଗୌରବ ଅପମାନରେ ପରିଣତ କରିବା।


ସେସ୍ଥାନର ପ୍ରଧାନବର୍ଗ ଲାଞ୍ଚ ନେଇ ବିଚାର କରନ୍ତି ଓ ତହିଁର ଯାଜକଗଣ ବେତନ ନେଇ ଶିକ୍ଷା ଦିଅନ୍ତି ଓ ତହିଁର ଭବିଷ୍ୟଦ୍ବକ୍ତାଗଣ ଅର୍ଥ ନେଇ ମନ୍ତ୍ର ପଢ଼ନ୍ତି; ତଥାପି ସେମାନେ ସଦାପ୍ରଭୁଙ୍କ ଉପରେ ନିର୍ଭର କରି କୁହନ୍ତି, ସଦାପ୍ରଭୁ କି ଆମ୍ଭମାନଙ୍କ ମଧ୍ୟରେ ନାହାନ୍ତି? କୌଣସି ଅମଙ୍ଗଳ ଆମ୍ଭମାନଙ୍କ ନିକଟକୁ ଆସିବ ନାହିଁ।


ଯେଉଁ ଭବିଷ୍ୟଦ୍ବକ୍ତାଗଣ ଆମ୍ଭ ଲୋକମାନଙ୍କୁ ଭ୍ରାନ୍ତ କରାନ୍ତି; ଯେଉଁମାନେ ଦାନ୍ତରେ କାମୁଡ଼ୁ କାମୁଡ଼ୁ, ଶାନ୍ତି ଶାନ୍ତି ବୋଲି କହନ୍ତି ଓ କୌଣସି ଲୋକ ସେମାନଙ୍କ ମୁଖରେ କିଛି ନ ଦେଲେ, ତାହା ବିରୁଦ୍ଧରେ ଯେଉଁମାନେ ଯୁଦ୍ଧ ନିରୂପଣ କରନ୍ତି, ସେମାନଙ୍କ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି: ଯିହି. ୧୩:୧୦,୧୯


ମାତ୍ର ସଦାପ୍ରଭୁଙ୍କର ମେଜ ଅଶୁଚି ହୋଇଅଛି ଓ ତହିଁର ଫଳ, ଅର୍ଥାତ୍, ତାହାଙ୍କର ଖାଦ୍ୟ ତୁଚ୍ଛ,ଏହା କହି ତୁମ୍ଭେମାନେ ସେ ନାମ ଅଶୁଚି କରୁଅଛ।


କିନ୍ତୁ ଯୀଶୁ ବୁଲିପଡ଼ି ପିତରଙ୍କୁ କହିଲେ, ମୋʼ ଆଗରୁ ଦୂର ହୁଅ, ଶୟତାନ, ତୁମ୍ଭେ ମୋର ବିଘ୍ନସ୍ଵରୂପ, କାରଣ ତୁମ୍ଭେ ଈଶ୍ଵରଙ୍କ ବିଷୟ ନ ଭାବି ମନୁଷ୍ୟର ବିଷୟ ଭାବୁଅଛ।


ତତ୍ପରେ ସେ ବାମ ପାର୍ଶ୍ଵସ୍ଥ ଲୋକଙ୍କୁ ମଧ୍ୟ କହିବେ, ରେ ଶାପଗ୍ରସ୍ତମାନେ, ମୋʼ ସମ୍ମୁଖରୁ ଦୂର ହୋଇ ଶୟତାନ ଓ ତାହାର ଦୂତମାନଙ୍କ ନିମନ୍ତେ ପ୍ରସ୍ତୁତ କରାଯାଇଥିବା ଅନ; ଅଗ୍ନି ମଧ୍ୟକୁ ପ୍ରସ୍ଥାନ କର ,


ଆଉ ମୁଁ ମୋର ପ୍ରାଣକୁ କହିବି, ରେ ପ୍ରାଣ, ଅନେକ ବର୍ଷ ନିମନ୍ତେ ତୋର ବହୁତ ଦ୍ରବ୍ୟ ସଞ୍ଚିତ ଅଛି, ବିଶ୍ରାମ କର୍, ଭୋଜନ କର୍, ଆମୋଦ କର୍;


ଜଣେ ଧନୀ ଲୋକ ଥିଲା, ସେ ବହୁମୂଲ୍ୟ ବସ୍ତ୍ର ପିନ୍ଧି ମହା ଆଡ଼ମ୍ଵରରେ ପ୍ରତିଦିନ ଆମୋଦପ୍ରମୋଦ କରୁଥିଲା;


ଆଉ, ସେ କେତେ ସମୟ ପର୍ଯ୍ୟନ୍ତ ସମ୍ମତ ହେଉ ନ ଥିଲେ; କିନ୍ତୁ ପରେ ସେ ମନେ ମନେ କହିଲେ, ଯଦ୍ୟପି ମୁଁ ଈଶ୍ଵରଙ୍କୁ ଭୟ କରେ ନାହିଁ କିମ୍ଵା ମନୁଷ୍ୟକୁ ମାନେ ନାହିଁ,


କାରଣ ଏହିପରି ଲୋକେ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟଙ୍କର ଦାସ ନୁହନ୍ତି, କିନ୍ତୁ ଆପଣା ଆପଣା ଉଦରର ଦାସ ଅଟନ୍ତି, ପୁଣି ମିଷ୍ଟବାକ୍ୟ ଓ ଚାଟୁଭାଷାରେ ସରଳହୃଦୟ ଲୋକଙ୍କର ମନ ଭୁଲାନ୍ତି।


ତେବେ, ସେହି ସମୟରେ ତୁମ୍ଭମାନଙ୍କର କି ଫଳ ଥିଲା? ଯେସମସ୍ତ ବିଷୟରେ ତୁମ୍ଭେମାନେ ଏବେ ଲଜ୍ଜା ବୋଧ କରୁଅଛ, କେବଳ ସେତିକି ମାତ୍ର; ସେହିସମସ୍ତର ପରିଣାମ ତ ମୃତ୍ୟୁ।


ଯେଣୁ, ଏପର୍ଯ୍ୟନ୍ତ ତୁମ୍ଭେମାନେ ଶାରୀରିକ ଅଟ। କାରଣ ଯେତେବେଳେ ତୁମ୍ଭମାନଙ୍କ ମଧ୍ୟରେ ଈର୍ଷା ଓ ବିବାଦ ରହିଅଛି, ତୁମ୍ଭେମାନେ କି ଶାରୀରିକ ନୁହଁ ଓ ମନୁଷ୍ୟର ସ୍ଵଭାବ ଅନୁସାରେ କି ଆଚରଣ କରୁନାହଁ?


ପୁଣି, ଯେ ଏହି କର୍ମ କରିଅଛି, ସେ ଯେପରି ତୁମ୍ଭମାନଙ୍କ ମଧ୍ୟରୁ ଦୂର କରାଯାଏ, ଏଥିନିମନ୍ତେ ଶୋକାର୍ତ୍ତ ନ ହୋଇ ବରଂ କି ଗର୍ବ କରୁଅଛ?


ତୁମ୍ଭମାନଙ୍କର ଏପରି ଗର୍ବ କରିବା ଭଲ ନୁହେଁ। ତୁମ୍ଭେମାନେ କି ଜାଣ ନାହିଁ ଯେ, ଟିକିଏ ବୋଲି ଖମୀର ସମସ୍ତ ମଇଦା ପିଣ୍ତୁଳାକୁ ଖମୀରମୟ କରିଦିଏ?


କିନ୍ତୁ ଦର୍ପର ବିଷୟରେ ଆମ୍ଭମାନଙ୍କ ପରି ଦେଖାଯିବା ନିମନ୍ତେ ଯେଉଁମାନେ ସୁଯୋଗ ଅନ୍ଵେଷଣ କରନ୍ତି, ମୁଁ ଯେପରି ସେମାନଙ୍କୁ ସୁଯୋଗ ନ ଦିଏ, ଏଥିନିମନ୍ତେ ମୁଁ ଯାହା କରୁଅଛି, ତାହା କରୁଥିବି।


ଅତଏବ, ଯଦି ତାହାର ସେବକମାନେ ମଧ୍ୟ ଧାର୍ମିକତାର ସେବକମାନଙ୍କ ବେଶ ଧାରଣ କରନ୍ତି, ତେବେ ତାହା ବଡ଼ ବିଷୟ ନୁହେଁ; ସେମାନଙ୍କ ଶେଷ ଦଶା ସେମାନଙ୍କ କର୍ମ ଅନୁସାରେ ଘଟିବ।


କାରଣ ଯେଉଁମାନେ ସୁନ୍ନତ ବିଧି ସମର୍ଥନ କରନ୍ତି, ସେମାନେ ନିଜେ ସୁଦ୍ଧା ବ୍ୟବସ୍ଥା ପାଳନ କରନ୍ତି ନାହିଁ, ବରଂ ସେମାନେ ଯେପରି ତୁମ୍ଭମାନଙ୍କ ଶରୀର ସମ୍ଵନ୍ଧରେ ଗର୍ବ କରି ପାରନ୍ତି, ଏଥିପାଇଁ ସେମାନେ ତୁମ୍ଭମାନଙ୍କୁ ସୁନ୍ନତ କରାଇବାକୁ ଇଚ୍ଛା କରନ୍ତି।


ଯେଣୁ ସମସ୍ତେ ଯୀଶୁ ଖ୍ରୀଷ୍ଟଙ୍କ ବିଷୟ ଚେଷ୍ଟା ନ କରି ସ୍ଵାର୍ଥ ଚେଷ୍ଟା କରନ୍ତି।


ପାର୍ଥିବ ବିଷୟରେ ଆସକ୍ତ ନ ହୋଇ ଊର୍ଦ୍ଧ୍ଵସ୍ଥ ବିଷୟରେ ଆସକ୍ତ ହୁଅ।


ଅର୍ଥାତ୍, ଯେଉଁ ଦିନ ସେ ଆପଣା ସାଧୁମାନଙ୍କ ଦ୍ଵାରା ଗୌରବାନ୍ଵିତ ହେବାକୁ ଓ ବିଶ୍ଵାସ କରିଥିବା ଲୋକ ସମସ୍ତଙ୍କ ଦ୍ଵାରା ଚମତ୍କାରର ଦୃଶ୍ୟ ସ୍ଵରୂପ ହେବାକୁ ଆସିବେ (କାରଣ ତୁମ୍ଭମାନଙ୍କ ନିକଟରେ ଆମ୍ଭମାନଙ୍କ ସାକ୍ଷ୍ୟ ତୁମ୍ଭେମାନେ ବିଶ୍ଵାସ କରିଅଛ),


ଯେପରିକି ଯେଉଁମାନେ ସତ୍ୟରେ ବିଶ୍ଵାସ ନ କରି ଅଧର୍ମରେ ସନ୍ତୁଷ୍ଟ ହୋଇଅଛନ୍ତି, ସେମାନେ ସମସ୍ତେ ଦଣ୍ତର ପାତ୍ର ହୁଅନ୍ତି।


ସେତେବେଳେ ସେହି ଅଧର୍ମ ପୁରୁଷ ପ୍ରକାଶିତ ହେବ, ତାହାକୁ ପ୍ରଭୁ ଯୀଶୁ ଆପଣା ମୁଖର ନିଶ୍ଵାସ ଦ୍ଵାରା ସଂହାର କରିବେ ଓ ଆପଣା ଆଗମନର ପ୍ରକାଶ ଦ୍ଵାରା ବିନାଶ କରିବେ।


ପୁଣି ଯେଉଁମାନେ ଈଶ୍ଵରପରାୟଣତାକୁ ଲାଭର ଉପାୟ ବୋଲି ମନେ କରନ୍ତି, ଏପରି ଭ୍ରଷ୍ଟମନା ଓ ସତ୍ୟବର୍ଜିତ ଲୋକମାନଙ୍କର ନିତ୍ୟ ବିରୋଧ ଜନ୍ମେ।


ବିଶ୍ଵାସଘାତକ, ଦୁଃସାହସୀ, ଦାମ୍ଭିକ ହେବେ ଓ ଈଶ୍ଵରପ୍ରିୟ ନ ହୋଇ ବରଂ ବିଳାସପ୍ରିୟ ହେବେ;


କିନ୍ତୁ ଏବେ ତୁମ୍ଭେମାନେ ଆପଣା ଆପଣା ଅହଂ-ଭାବରେ ଗର୍ବ କରୁଅଛ; ଏପ୍ରକାର ଗର୍ବ ମନ୍ଦ ଅଟେ।


କିନ୍ତୁ ଲୋକମାନଙ୍କ ମଧ୍ୟରେ ଭଣ୍ତ ଭାବବାଦୀମାନେ ମଧ୍ୟ ଉତ୍ପନ୍ନ ହେଲେ; ସେହିପରି ତୁମ୍ଭମାନଙ୍କ ମଧ୍ୟରେ ସୁଦ୍ଧା ଭଣ୍ତ ଶିକ୍ଷକମାନେ ଉତ୍ପନ୍ନ ହେବେ; ସେମାନେ ବିନାଶ-ଜନକ ଭ୍ରାନ୍ତ ମତ ଗୁପ୍ତରେ ପ୍ରଚଳନ କରି ସେମାନଙ୍କର କ୍ରୟକର୍ତ୍ତା ପ୍ରଭୁଙ୍କୁ ହିଁ ଅସ୍ଵୀକାର କରିବେ, ପୁଣି ଆପଣା-ମାନଙ୍କର ଆକସ୍ମିକ ସର୍ବନାଶ ଘଟାଇବେ।


ପୁଣି, ଅନ୍ୟାୟ ବେତନ ସ୍ଵରୂପେ ଅଧର୍ମର ଫଳ ଭୋଗ କରିବେ; ସେମାନେ ଦିନବେଳେ ବିଳାସ କରିବାରେ ସୁଖ ପାଆନ୍ତି, ପୁଣି କଳଙ୍କ ଓ ନିନ୍ଦାର କାରଣ ହୋଇ ତୁମ୍ଭମାନଙ୍କ ସହିତ ଭୋଜନପାନରେ ସୁଖ ପାଇବା ସମୟରେ ଆପଣାମାନଙ୍କର ଭ୍ରଷ୍ଟ କଳ୍ପନାରେ ଉନ୍ମତ୍ତ ହୁଅନ୍ତି।


ସେମାନେ ଧନଲୋଭରେ ଛଳବାକ୍ୟ ଦ୍ଵାରା ତୁମ୍ଭମାନଙ୍କଠାରୁ ଅର୍ଥଲାଭ କରିବାକୁ ଚେଷ୍ଟା କରିବେ; ସେମାନଙ୍କର ଦଣ୍ତ ଅନେକ କାଳରୁ ଘଟିଆସୁଅଛି ଓ ସେମାନଙ୍କର ବିନାଶ ବିଳମ୍ଵ ହେବ ନାହିଁ।


ଅନ୍ୟ ପକ୍ଷରେ ଏମାନେ ଯେଉଁ ସମସ୍ତ ବିଷୟ ଜାଣନ୍ତି ନାହିଁ, ସେହିସବୁର ନିନ୍ଦା କରନ୍ତି, ପୁଣି ଅଜ୍ଞାନ ପଶୁ ପରି ଯାହା ଯାହା ସ୍ଵାଭାବିକ ଭାବେ ବୁଝନ୍ତି, ସେସବୁ ଦ୍ଵାରା ବିନଷ୍ଟ ହୁଅନ୍ତି।


ସେମାନେ ବଚସାକାରୀ, ଆପଣା ଆପଣା ଅବସ୍ଥାରେ ଅସନ୍ତୁଷ୍ଟ ଓ ନିଜ ନିଜ କୁଅଭିଳାଷରେ ଚାଳିତ; ସେମାନଙ୍କ ମୁଖ ବଡ଼ ବଡ଼ କଥା କହେ ଓ ସ୍ଵାର୍ଥସିଦ୍ଧି ନିମନ୍ତେ ସେମାନେ ଲୋକଙ୍କ ମୁହଁ ଉପରେ ପ୍ରଶଂସା କରନ୍ତି।


କାରଣ ପ୍ରାଚୀନ ଶାସ୍ତ୍ରମାନଙ୍କରେ ଦଣ୍ତର ପାତ୍ର ବୋଲି ବର୍ଣ୍ଣିତ ହୋଇଥିବା କେତେକ ଲୋକ ତୁମ୍ଭମାନଙ୍କ ମଧ୍ୟରେ ଗୁପ୍ତରେ ପ୍ରବେଶ କରିଅଛନ୍ତି; ସେମାନେ ଅଧାର୍ମିକ, ଆମ୍ଭମାନଙ୍କ ଈଶ୍ଵରଙ୍କ ଅନୁଗ୍ରହକୁ ବିପରୀତ ଭାବରେ କାମୁକତାରେ ବ୍ୟବହାର କରି ପରିଣତ କରନ୍ତି, ପୁଣି ଆମ୍ଭମାନଙ୍କର ଏକମାତ୍ର କର୍ତ୍ତା ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଅସ୍ଵୀକାର କରନ୍ତିକ।


ସେ ଯେତେ ନିଜର ଗୌରବ କରିଅଛି ଓ ବିଳାସିତାରେ କାଳ କାଟିଅଛି, ତାହାକୁସେତେ ଯନ୍ତ୍ରଣା ଓ ଶୋକ ଦିଅ; କାରଣ ସେ ମନେ ମନେ କହୁଅଛି, ମୁଁ ରାଣୀ ହୋଇ ବସିଅଛି, ମୁଁ ବିଧବା ନୁହେଁ, ମୋତେ କଦାପି ଶୋକ କରିବାକୁ ହେବ ନାହିଁ।


ସେଥିରେ ସେହି ପଶୁ ଧରାପଡ଼ିଲା, ଆଉ ଯେଉଁ ଭଣ୍ତ ଭାବବାଦୀ ତାହାର ସାକ୍ଷାତରେ ଆଶ୍ଚର୍ଯ୍ୟ କର୍ମସବୁ କରି ତଦ୍ଦ୍ଵାରା ପଶୁର ମୁଦ୍ରାଙ୍କପ୍ରାପ୍ତ ଲୋକମାନଙ୍କୁ ଓ ତାହାର ପ୍ରତିମାପୂଜକମାନଙ୍କୁ ଭ୍ରାନ୍ତ କରିଥିଲା, ସେ ମଧ୍ୟ ତାହାର ସଙ୍ଗରେ ଧରାପଡ଼ିଲା; ସେମାନେ ଉଭୟେ ଜୀବିତ ଅବସ୍ଥାରେ ଗନ୍ଧକ ପ୍ରଜ୍ଵଳିତ ହ୍ରଦରେ ନିକ୍ଷିପ୍ତ ହେଲେ।


କିନ୍ତୁ ଯେଉଁମାନେ ଭୀରୁ, ଅବିଶ୍ଵାସୀ, ଘୃଣ୍ୟ-କଳଙ୍କିତ, ନରଘାତକ, ବ୍ୟଭିଚାରୀ, ମାୟାବୀ ଓ ପ୍ରତିମା-ପୂଜକ, ସେମାନେ ଓ ସମସ୍ତ ମିଥ୍ୟାବାଦୀ ଅଗ୍ନି ଓ ଗନ୍ଧକ ପ୍ରଜ୍ଵଳିତ ହ୍ରଦରେ ଅଂଶ ପାଇବେ; ଏହା ହିଁ ଦ୍ଵିତୀୟ ମୃତ୍ୟୁ।


କୁକୁରମାନେ, ମାୟାବୀ, ବ୍ୟଭିଚାରୀ, ନରଘାତକ, ପ୍ରତିମାପୂଜକ ପୁଣି ମିଥ୍ୟାପ୍ରିୟ ଓ ମିଥ୍ୟାଚାରୀମାନେ ବାହାରେ ରହିବେ।


ତେବେ ଆମ୍ଭେ ଆପଣା ଆବାସରେ ଯେ ଯେ ବଳି ଓ ନୈବେଦ୍ୟ ଉତ୍ସର୍ଗ କରିବାକୁ ଆଜ୍ଞା ଦେଇଅଛୁ, ତୁମ୍ଭେମାନେ କାହିଁକି ତହିଁରେ ପଦାଘାତ କରୁଅଛ? ପୁଣି, ଆମ୍ଭ ଲୋକ ଇସ୍ରାଏଲର ସର୍ବୋତ୍ତମ ସମସ୍ତ ନୈବେଦ୍ୟରେ ଆପଣାମାନଙ୍କୁ ହୃଷ୍ଟପୁଷ୍ଟ କରିବା ନିମନ୍ତେ ଆମ୍ଭ ଅପେକ୍ଷା ଆପଣା ପୁତ୍ରମାନଙ୍କର ଅଧିକ ଗୌରବ କରୁଅଛ?


Lean sinn:

Sanasan


Sanasan