Biblia Todo Logo
Bìoball air-loidhne

- Sanasan -




୨ ତୀମଥି 1:8 - ପବିତ୍ର ବାଇବଲ (Re-edited) - (BSI)

8 ଅତଏବ, ଆମ୍ଭମାନଙ୍କ ପ୍ରଭୁଙ୍କ ସମ୍ଵନ୍ଧରେ ସାକ୍ଷ୍ୟ ଦେବା ବିଷୟରେ କିଅବା ତାହାଙ୍କ ନିମନ୍ତେ ବନ୍ଦୀ ଯେ ମୁଁ, ମୋʼ ବିଷୟରେ ଲଜ୍ଜିତ ନ ହୁଅ, ବରଂ ଈଶ୍ଵରଙ୍କ ଶକ୍ତି ଅନୁସାରେ ସୁସମାଚାର ନିମନ୍ତେ ମୋʼ ସହିତ କ୍ଳେଶ ସହ୍ୟ କର,।

Faic an caibideil Dèan lethbhreac

ଓଡିଆ ବାଇବେଲ

8 ଅତଏବ, ଆମ୍ଭମାନଙ୍କ ପ୍ରଭୁଙ୍କ ବିଷୟରେ ସାକ୍ଷ୍ୟ ଦେବା ପାଇଁ କିଅବା ତାହାଙ୍କ ନିମନ୍ତେ ବନ୍ଦୀ ଯେ ମୁଁ, ମୋ ବିଷୟରେ ଲଜ୍ଜିତ ହୁଅ ନାହିଁ, ବରଂ ଈଶ୍ୱରଙ୍କ ଶକ୍ତି ଅନୁସାରେ ସୁସମାଚାର ନିମନ୍ତେ ମୋ ସହିତ କ୍ଲେଶ ସହ୍ୟ କର;

Faic an caibideil Dèan lethbhreac

ପବିତ୍ର ବାଇବଲ (CL) NT (BSI)

8 ତେଣୁ ପ୍ରଭୁ ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦେବାକୁ ଲଜ୍ଜାବୋଧ କର ନାହିଁ; ତାଙ୍କ ନିମନ୍ତେ ମୁଁ ବନ୍ଦୀ - ମୋ’ ପାଇଁ ମଧ୍ୟ ଲଜ୍ଜିତ ହୁଅ ନାହିଁ। ବରଞ୍ଚ ଈଶ୍ୱର ତୁମକୁ ଦେଇଥିବା ଶକ୍ତି ଅନୁଯାୟୀ ତୁମେ ଖ୍ରୀଷ୍ଟ ଯୀଶୁଙ୍କ ସୁସମାଚାର ନିମନ୍ତେ ଦୁଃଖଭୋଗ କରିବାକୁ ପ୍ରସ୍ତୁତ ହୁଅ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ଅତଏବ, ଆମ୍ଭମାନଙ୍କ ପ୍ରଭୁଙ୍କ ବିଷୟରେ ସାକ୍ଷ୍ୟ ଦେବା ପାଇଁ କିଅବା ତାହାଙ୍କ ନିମନ୍ତେ ବନ୍ଦୀ ଯେ ମୁଁ, ମୋ ବିଷୟରେ ଲଜ୍ଜିତ ହୁଅ ନାହିଁ, ବରଂ ଈଶ୍ବରଙ୍କ ଶକ୍ତି ଅନୁସାରେ ସୁସମାଚାର ନିମନ୍ତେ ମୋ ସହିତ କ୍ଲେଶ ସହ୍ୟ କର;

Faic an caibideil Dèan lethbhreac

ପବିତ୍ର ବାଇବଲ

8 ଅତଏବ ଲୋକମାନଙ୍କୁ ଆମ୍ଭ ପ୍ରଭୁ ଯୀଶୁଙ୍କ ବିଷୟରେ କହିବା ପାଇଁ ଲଜ୍ଜାବୋଧ କର ନାହିଁ। ମୁଁ ପ୍ରଭୁଙ୍କ ପାଇଁ ବନ୍ଦୀ ହୋଇ ରହିଛି ମୋ’ ପାଇଁ ମଧ୍ୟ ଲଜ୍ଜା ବୋଧ କର ନାହିଁ। କିନ୍ତୁ ମୋ’ ସହିତ ସୁସମାଗ୍ଭର ପାଇଁ କଷ୍ଟ ସହ୍ୟ କର। ତାହା କରିବା ପାଇଁ ପରମେଶ୍ୱର ଆମ୍ଭକୁ ଶକ୍ତି ଦିଅନ୍ତି।

Faic an caibideil Dèan lethbhreac




୨ ତୀମଥି 1:8
48 Iomraidhean Croise  

ଆହୁରି, ମୁଁ ରାଜାମାନଙ୍କ ସାକ୍ଷାତରେ ତୁମ୍ଭର ପ୍ରମାଣ-ବାକ୍ୟ ବିଷୟ କହିବି ଓ ଲଜ୍ଜିତ ନୋହିବି।


ସଦାପ୍ରଭୁଙ୍କ ବ୍ୟବସ୍ଥା ସିଦ୍ଧ, ପ୍ରାଣର ସ୍ଵାସ୍ଥ୍ୟଜନକ; ସଦାପ୍ରଭୁଙ୍କ ପ୍ରମାଣବାକ୍ୟ ଅଟଳ, ଅଳ୍ପ ବୁଦ୍ଧିର ଜ୍ଞାନଦାୟକ


ହେ ଧର୍ମଜ୍ଞ ଲୋକମାନେ, ତୁମ୍ଭମାନଙ୍କ ହୃଦୟରେ ଆମ୍ଭର ବ୍ୟବସ୍ଥା ଅଛି, ତୁମ୍ଭେମାନେ ଆମ୍ଭର କଥା ଶୁଣ; ତୁମ୍ଭେମାନେ ମର୍ତ୍ତ୍ୟର ଅପମାନରେ ଭୀତ ହୁଅ ନାହିଁ, ଅଥବା ସେମାନଙ୍କ ନିନ୍ଦାରେ ଉଦ୍ବିଗ୍ନ ହୁଅ ନାହିଁ।


ବ୍ୟବସ୍ଥା ଓ ପ୍ରମାଣ-ବାକ୍ୟରେ ଅନ୍ଵେଷଣ କର। ଯେବେ ସେମାନେ ଏହି ବାକ୍ୟାନୁସାରେ କଥା ନ କହନ୍ତି, ତେବେ ନିଶ୍ଚୟ ସେମାନଙ୍କ ନିମନ୍ତେ ଅରୁଣୋଦୟ ନାହିଁ।


ଯେଣୁ ଯେକେହି ଏହି କାଳର ବ୍ୟଭିଚାରୀ ଓ ପାପିଷ୍ଠ ଲୋକମାନଙ୍କ ମଧ୍ୟରେ ମୋହର ଓ ମୋହର ବାକ୍ୟ ବିଷୟରେ ଲଜ୍ଜା ବୋଧ କରେ, ମନୁଷ୍ୟପୁତ୍ର ଯେତେବେଳେ ପବିତ୍ର ଦୂତମାନଙ୍କ ସହିତ ଆପଣା ପିତାଙ୍କ ମହିମାରେ ଆଗମନ କରିବେ, ସେତେବେଳେ ସେ ମଧ୍ୟ ତାହା ବିଷୟରେ ଲଜ୍ଜା ବୋଧ କରିବେ।


ଯେଣୁ ଯେକେହି ମୋର ଓ ମୋହର ବାକ୍ୟ ବିଷୟରେ ଲଜ୍ଜା ବୋଧ କରେ, ମନୁଷ୍ୟପୁତ୍ର ଯେତେବେଳେ ଆପଣାର ଓ ପିତାଙ୍କର, ପୁଣି ପବିତ୍ର ଦୂତମାନଙ୍କର ମହିମାରେ ଆଗମନ କରିବେ, ସେତେବେଳେ ସେ ତାହା ବିଷୟରେ ଲଜ୍ଜା ବୋଧ କରିବେ।


ଆଉ, ତୁମ୍ଭେମାନେ ମଧ୍ୟ ସାକ୍ଷୀ, କାରଣ ତୁମ୍ଭେମାନେ ଆରମ୍ଭରୁ ମୋʼ ସହିତ ରହିଅଛ।


ଯେ ଦେଖିଅଛି, ସେ ସାକ୍ଷ୍ୟ ଦେଇଅଛି, ଯେପରି ତୁମ୍ଭେମାନେ ମଧ୍ୟ ବିଶ୍ଵାସ କର; ପୁଣି, ତାହାର ସାକ୍ଷ୍ୟ ସତ୍ୟ, ଆଉ ସେ ଯେ ସତ୍ୟ କହୁଅଛି, ଏହା ସେ ଜାଣନ୍ତି।


ସେଥିରେ ସେମାନେ ଯେ ସେହି ନାମ ସକାଶେ ଅପମାନ ଭୋଗିବାକୁ ଯୋଗ୍ୟ ବୋଲି ଗଣିତ ହୋଇଥିଲେ, ସେଥିନିମନ୍ତେ ସେମାନେ ଆନନ୍ଦ କରୁ କରୁ ମହାସଭାରୁ ବାହାରିଗଲେ;


କାରଣ ମୁଁ ସୁସମାଚାର ସମ୍ଵନ୍ଧରେ ଲଜ୍ଜାବୋଧ କରେ ନାହିଁ, ଯେଣୁ ତାହା ପ୍ରତ୍ୟେକ ବିଶ୍ଵାସୀ ପକ୍ଷରେ ପରିତ୍ରାଣ ନିମନ୍ତେ ଈଶ୍ଵରଙ୍କ ଶକ୍ତି ଅଟେ, ପ୍ରଥମତଃ ଯିହୁଦୀ ପକ୍ଷରେ, ଆଉ ମଧ୍ୟ ଗ୍ରୀକ୍ ପକ୍ଷରେ।


ଯେଉଁ ଈଶ୍ଵର ମୋହର ସୁସମାଚାର ଓ ଯୀଶୁ ଖ୍ରୀଷ୍ଟଙ୍କ ବିଷୟକ ପ୍ରଚାର ଅନୁସାରେ, ଅର୍ଥାତ୍ ଯେଉଁ ନିଗୂଢ଼ତତ୍ତ୍ଵ ଅନାଦି କାଳରୁ ଅବ୍ୟକ୍ତ ଥିଲା,


ଯେପରି ଲେଖାଅଛି, “ତୁମ୍ଭ ନିମନ୍ତେ ଆମ୍ଭେମାନେ ସମସ୍ତ ଦିନ ନିହତ ହେଉଅଛୁ; ଆମ୍ଭେମାନେ ବଧଯୋଗ୍ୟ ମେଷ ପରି ଗଣିତ ହୋଇଅଛୁ।”


ଯେପରି ଲେଖାଅଛି, “ଦେଖ, ଆମ୍ଭେ ସିୟୋନରେ ଗୋଟିଏ ବାଧାଜନକ ପ୍ରସ୍ତର ଓ ବିଘ୍ନଜନକ ପାଷାଣ ସ୍ଥାପନ କରୁଅଛୁ, ଆଉ, ଯେ ତାହାଙ୍କଠାରେ ବିଶ୍ଵାସ କରେ, ସେ ଲଜ୍ଜିତ ହେବ ନାହିଁ।”


ଏହିପ୍ରକାରେ ଖ୍ରୀଷ୍ଟଙ୍କର ସାକ୍ଷ୍ୟ ତୁମ୍ଭମାନଙ୍କ ମଧ୍ୟରେ ସ୍ଥିରୀକୃତ ହୋଇଅଛି।


ସତ୍ୟ ବାକ୍ୟରେ, ଈଶ୍ଵରଙ୍କ ଶକ୍ତିରେ, ଦକ୍ଷିଣ ଓ ବାମ ହସ୍ତରେ ଧାର୍ମିକତାର ଅସ୍ତ୍ରଶସ୍ତ୍ର ଦ୍ଵାରା,


ଏନିମନ୍ତେ ମୁଁ ପାଉଲ, ବିଜାତି ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ସକାଶେ ଖ୍ରୀଷ୍ଟ ଯୀଶୁଙ୍କର ବନ୍ଦୀ- ଏଫି.୪:୧


ଅତଏବ, ମୁଁ ଅନୁରୋଧ କରେ, ତୁମ୍ଭମାନଙ୍କ ନିମନ୍ତେ ମୋହର ଯେଉଁ କ୍ଳେଶଭୋଗ, ସେଥିସକାଶେ ହତାଶ ହୁଅ ନାହିଁ, ତାହା ତ ତୁମ୍ଭମାନଙ୍କର ଗୌରବ।


ଅତଏବ, ପ୍ରଭୁଙ୍କ ହେତୁ ବନ୍ଦୀ ଯେ ମୁଁ, ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି, ତୁମ୍ଭେମାନେ ଯେଉଁ ଆହ୍ଵାନରେ ଆହୂତ ହୋଇଅଛ, ସେଥିର ଯୋଗ୍ୟଆଚରଣ କର,


ଅତଏବ, ମୁଁ ପ୍ରଭୁଙ୍କ ନାମରେ ବିଶେଷ ଅନୁରୋଧ କରି କହୁଅଛି, ବିଜାତିମାନେ ଯେପରି ଆପଣା ଆପଣା ମନର ଅସାରତାରେ ଆଚରଣ କରନ୍ତି, ତୁମ୍ଭେମାନେ ସେହିପରି ଆଚରଣ କର ନାହିଁ;


ଆଉ ତୁମ୍ଭସମସ୍ତଙ୍କ ବିଷୟରେ ମୋହର ଏପରି ଭାବିବା ଉଚିତ, ଯେଣୁ ତୁମ୍ଭେ ସମସ୍ତେ ମୋହର ବନ୍ଧନରେ ଯେପରି, ସୁସମାଚାର ପକ୍ଷ ସମର୍ଥନ ଓ ସେଥିର ସତ୍ୟ ପ୍ରମାଣ କରିବାରେ ସେହିପରି ମୋʼ ସହିତ ଅନୁଗ୍ରହର ସହଭାଗୀ ଅଟ, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କୁ ହୃଦୟରେ ଧାରଣ କରିଅଛି।


ଯେପରି ମୁଁ ତାହାଙ୍କୁ, ତାହାଙ୍କ ପୁନରୁତ୍ଥାନର ଶକ୍ତି ଓ ତାହାଙ୍କ ମୃତ୍ୟୁଭୋଗରେ ତାହାଙ୍କ ତୁଲ୍ୟ ହୋଇ ତାହାଙ୍କ ଦୁଃଖଭୋଗର ସହଭାଗିତା ଜ୍ଞାତ ହୁଏ,


ମୋହର ଶକ୍ତିଦାତାଙ୍କ ସାହାଯ୍ୟରେ ମୁଁ ସମସ୍ତ କରି ପାରେ।


ଏବଂ ସର୍ବ ବିଷୟରେ ଧୈର୍ଯ୍ୟଶୀଳ ଓ ସହିଷ୍ଣୁ ହେବା ନିମନ୍ତେ ତାହାଙ୍କ ଗୌରବର ପରାକ୍ରମ ଅନୁସାରେ ସମସ୍ତ ଶକ୍ତିରେ ଶକ୍ତିଯୁକ୍ତ ହୁଅ,


ମୁଁ ତୁମ୍ଭମାନଙ୍କ ନିମନ୍ତେ ଯେଉଁସବୁ ଦୁଃଖଭୋଗ କରୁଅଛି, ସେଥିରେ ଏବେ ଆନନ୍ଦ କରୁଅଛି, ଆଉ ଖ୍ରୀଷ୍ଟଙ୍କର ଯେଉଁ କ୍ଳେଶଭୋଗ ବାକି ଅଛି, ତାହା ମୁଁ ତାହାଙ୍କ ଶରୀରରୂପ ମଣ୍ତଳୀ ନିମନ୍ତେ ମୋହର ଶରୀରରେ ପୂରଣ କରୁଅଛି;


କାରଣ ଆମ୍ଭମାନଙ୍କୁ ଯେ କ୍ଳେଶ ଭୋଗ କରିବାକୁ ହେବ, ଏହା ଆମ୍ଭେମାନେ ତୁମ୍ଭମାନଙ୍କ ସହିତ ଥିବା ସମୟରେ ହିଁ ତୁମ୍ଭମାନଙ୍କୁ ପୂର୍ବରୁ ଥରକୁଥର କହିଥିଲୁ, ପୁଣି ସେହିପରି ଘଟିଅଛି, ଆଉ ତୁମ୍ଭେମାନେ ତାହା ଜାଣ।


ସେ ସମସ୍ତଙ୍କ ମୁକ୍ତିର ମୂଲ୍ୟ ସ୍ଵରୂପେ ଆପଣାକୁ ଦାନ କରି ଯଥା ସମୟରେସେଥିର ସାକ୍ଷ୍ୟ ଦେଇ ଅଛନ୍ତି।


କିନ୍ତୁ ଏବେ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କର ଆବିର୍ଭାବ ଦ୍ଵାରା ପ୍ରକାଶିତ ହୋଇଅଛି; ସେ ମୃତ୍ୟୁକୁ ଲୋପ କରିଅଛନ୍ତି; ପୁଣି, ସୁସମାଚାର ଦ୍ଵାରା ଜୀବନ ଓ ଅମରତାକୁ ଆଲୋକରେ ପ୍ରକାଶ କରିଅଛନ୍ତି;


ଏହି କାରଣରୁ ମଧ୍ୟ ମୁଁ ଏହିସବୁ ଦୁଃଖ ଭୋଗ କରୁଅଛି; ତଥାପି ମୁଁ ଲଜ୍ଜିତ ନୁହେଁ, କାରଣ ମୁଁ ଯାହାଙ୍କଠାରେ ବିଶ୍ଵାସ କରିଅଛି, ତାହାଙ୍କୁ ଜାଣେ, ପୁଣି ମୁଁ ତାହାଙ୍କ ହସ୍ତରେ ଯାହା ସମର୍ପଣ କରିଅଛି, ତାହା ମହାଦିନ ପର୍ଯ୍ୟନ୍ତ ସୁରକ୍ଷା କରିବାକୁ ସେ ଯେ ସମର୍ଥ ଅଟନ୍ତି, ଏହା ଦୃଢ଼ ରୂପେ ବିଶ୍ଵାସ କରୁଅଛି।


ଅନୀସିଫରଙ୍କ ପରିବାରକୁ ପ୍ରଭୁ ଦୟା କରନ୍ତୁ, କାରଣ ସେ ବାରମ୍ଵାର ମୋତେ ସାନ୍ତ୍ଵନା କରିଅଛନ୍ତି, ପୁଣି ମୋହର ଶୃଙ୍ଖଳ ସମ୍ଵନ୍ଧରେ ଲଜ୍ଜିତ ହୋଇ ନାହାନ୍ତି,


ଖ୍ରୀଷ୍ଟ ଯୀଶୁଙ୍କର ଜଣେ ଉତ୍ତମ ଯୋଦ୍ଧା ପରି ମୋʼ ସହିତ କ୍ଳେଶ ସହ୍ୟ କର।


ମୋʼ ଦ୍ଵାରା ପ୍ରଚାରିତ ସୁସମାଚାର ଅନୁସାରେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ଓ ଦାଉଦଙ୍କର ବଂଶଜାତ ଯୀଶୁ ଖ୍ରୀଷ୍ଟଙ୍କୁ ସ୍ମରଣ କର।


ସେହି ସୁସମାଚାର ସକାଶେ ମୁଁ ଅପରାଧୀ ପରି ବନ୍ଧନ ପର୍ଯ୍ୟନ୍ତ କ୍ଳେଶ ଭୋଗ କରୁଅଛି; କିନ୍ତୁ ଈଶ୍ଵରଙ୍କ ବାକ୍ୟ ଆବଦ୍ଧ ନୁହେଁ।


କିନ୍ତୁ ପ୍ରଭୁ ମୋହର ସପକ୍ଷ ହୋଇ ମୋତେ ବଳବାନ କଲେ, ପୁଣି ମୁଁ ସିଂହ ମୁଖରୁ ରକ୍ଷା ପାଇଲି, ଯେପରି ମୋʼ ଦ୍ଵାରା ସୁସମାଚାର ସମ୍ପୂର୍ଣ୍ଣ ରୂପେ ପ୍ରଚାରିତ ହୋଇ ପାରେ ଓ ବିଜାତି ସମସ୍ତେ ତାହା ଶ୍ରବଣ କରି ପାରନ୍ତି;


କିନ୍ତୁ ତୁମ୍ଭେ ସମସ୍ତ ବିଷୟରେ ସଚେତନ ହୁଅ, କ୍ଳେଶ ସହ୍ୟ କର, ସୁସମାଚାର ପ୍ରଚାରକର କାର୍ଯ୍ୟସାଧନ କର, ତୁମ୍ଭ ସେବାର କାର୍ଯ୍ୟ ସମ୍ପନ୍ନ କର।


ଯେଉଁ ପରିତ୍ରାଣ ଶେଷକାଳରେ ପ୍ରକାଶିତ ହେବା ପାଇଁ ପ୍ରସ୍ତୁତ ହୋଇଅଛି, ସେଥିନିମନ୍ତେ ତୁମ୍ଭେମାନେ ଈଶ୍ଵରଙ୍କ ଶକ୍ତିରେ ବିଶ୍ଵାସ ଦ୍ଵାରା ସୁରକ୍ଷିତ ହେଉଅଛ।


ପିତା ଯେ ପୁତ୍ରଙ୍କୁ ଜଗତର ତ୍ରାଣକର୍ତ୍ତା ହେବା ନିମନ୍ତେ ପ୍ରେରଣ କରିଅଛନ୍ତି, ଏହା ଆମ୍ଭେମାନେ ଦେଖିଅଛୁ ଓ ସାକ୍ଷ୍ୟ ଦେଉଅଛୁ।


ଯେ ତୁମ୍ଭମାନଙ୍କୁ ସ୍ଖଳନରୁ ରକ୍ଷା କରିବାକୁ ପୁଣି ଆପଣା ଗୌରବ ସମ୍ମୁଖରେ ମହାନନ୍ଦରେ ନିର୍ଦ୍ଦୋଷ ରୂପେ ଉପସ୍ଥିତ କରିବାକୁ ସକ୍ଷମ,


ସେହି ଯୋହନ ଈଶ୍ଵରଙ୍କ ବାକ୍ୟ ଓ ଯୀଶୁ ଖ୍ରୀଷ୍ଟଙ୍କ ସାକ୍ଷ୍ୟ ସମ୍ଵନ୍ଧରେ, ଅର୍ଥାତ୍, ସେ ଯାହାସବୁ ଦର୍ଶନ କଲା, ସେହି ବିଷୟରେ ସାକ୍ଷ୍ୟ ଦେଉଅଛି।


ତୁମ୍ଭମାନଙ୍କ ଭ୍ରାତା ଓ ଯୀଶୁଙ୍କ ସମ୍ଵନ୍ଧୀୟ କ୍ଳେଶ, ରାଜ୍ୟ ଓ ଧୈର୍ଯ୍ୟର ସହଭାଗୀ ଯେ ମୁଁ ଯୋହନ, ମୁଁ ଈଶ୍ଵରଙ୍କ ବାକ୍ୟ ଓ ଯୀଶୁଙ୍କ ସାକ୍ଷ୍ୟ ହେତୁ ପାତ୍ମ ନାମକ ଦ୍ଵୀପରେ ଥିଲି।


ଆଉ ସେମାନେ ମେଷଶାବକଙ୍କ ରକ୍ତ ଓ ଆପଣା ଆପଣା ସାକ୍ଷ୍ୟର ବାକ୍ୟ ଦ୍ଵାରା ତାହାକୁ ଜୟ କରିଅଛନ୍ତି, ପୁଣି ସେମାନେ ମୃତ୍ୟୁ ପର୍ଯ୍ୟନ୍ତ ଆପଣା ଆପଣା ପ୍ରାଣକୁ ପ୍ରିୟ ଜ୍ଞାନ କରି ନ ଥିଲେ।


ତହିଁରେ ମୁଁ ତାହାଙ୍କୁ ପ୍ରଣାମ କରିବା ନିମନ୍ତେ ତାହାଙ୍କ ପାଦ ତଳେ ଉବୁଡ଼ ହେଲି। ସେଥିରେ ସେ ମୋତେ କହିଲେ, ସାବଧାନ, ଏହା କର ନାହିଁ, ମୁଁ ତୁମ୍ଭର ଓ ଯୀଶୁଙ୍କ ସାକ୍ଷୀ ଯେ ତୁମ୍ଭର ଭ୍ରାତୃଗଣ, ସେମାନଙ୍କର ସହଦାସ; ଈଶ୍ଵରଙ୍କୁ ପ୍ରଣାମ କର। ଯୀଶୁଙ୍କ ବିଷୟକ ସାକ୍ଷ୍ୟ ତ ଭାବବାଣୀର ସାର।


Lean sinn:

Sanasan


Sanasan