Biblia Todo Logo
Bìoball air-loidhne

- Sanasan -




ପ୍ରକାଶିତ 9:1 - ପବିତ୍ର ବାଇବଲ (CL) NT (BSI)

1 ତା’ପରେ ପଞ୍ଚମ ଦୂତ ତୂରୀ ବଜାଇଲେ ଏବଂ ମୁଁ ଦେଖିଲି, ସଙ୍ଗେ ସଙ୍ଗେ ଆକାଶରୁ ଗୋଟିଏ ନକ୍ଷତ୍ର ଖସି ପୃଥିବୀ ଉପରେ ପଡ଼ିଲା। ତାକୁ ପାତାଳପୁରୀର ଚାବି ଦିଆଯାଇଥିଲା।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

1 ତତ୍ପରେ ପଞ୍ଚମ ଦୂତ ତୂରୀଧ୍ଵନୀ କରନ୍ତେ ମୁଁ ଆକାଶରୁ ଗୋଟିଏ ନକ୍ଷତ୍ର ପୃଥିବୀରେ ପତିତ ହେବାର ଦେଖିଲି; ତାହାକୁ ପାତାଳକୁଣ୍ତର ଚାବି ଦିଆଗଲା।

Faic an caibideil Dèan lethbhreac

ଓଡିଆ ବାଇବେଲ

1 ତତ୍ପରେ ପଞ୍ଚମ ଦୂତ ତୂରୀଧ୍ୱନୀ କରନ୍ତେ ମୁଁ ଆକାଶରୁ ଗୋଟିଏ ନକ୍ଷତ୍ର ପୃଥିବୀରେ ପତିତ ହେବାର ଦେଖିଲି; ତାହାକୁ ପାତାଳକୁଣ୍ଡର ଚାବି ଦିଆଗଲା ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ତତ୍ପରେ ପଞ୍ଚମ ଦୂତ ତୂରୀଧ୍ୱନୀ କରନ୍ତେ ମୁଁ ଆକାଶରୁ ଗୋଟିଏ ନକ୍ଷତ୍ର ପୃଥିବୀରେ ପତିତ ହେବାର ଦେଖିଲି; ତାହାକୁ ପାତାଳକୁଣ୍ଡର ଚାବି ଦିଆଗଲା।

Faic an caibideil Dèan lethbhreac

ପବିତ୍ର ବାଇବଲ

1 ଏହା ପରେ ପଞ୍ଚମ ଦୂତ ତୂରୀ ବଜାଇଲେ। ସେତେବେଳେ ମୁଁ ଆକାଶରୁ ଗୋଟିଏ ତାରା ପୃଥିବୀ ଉପରେ ପଡ଼ିବାର ଦେଖିଲି। ସେହି ତାରାକୁ ପାତାଳ ଅତଳ ଗହ୍ୱରର ପ୍ରବେଶ ଦ୍ୱାରର ଗ୍ଭବି ଦିଆଗଲା।

Faic an caibideil Dèan lethbhreac




ପ୍ରକାଶିତ 9:1
20 Iomraidhean Croise  

ଯୀଶୁ ସେମାନଙ୍କୁ କହିଲେ, “ମୁଁ ଶୟତାନକୁ ବିଜୁଳି ପରି ଆକାଶରୁ ଖସିବା ଦେଖିଲି।


ସେମାନଙ୍କୁ ପାତାଳକୁ ନ ପଠାଇବା ପାଇଁ ଭୂତମାନେ ଯୀଶୁଙ୍କୁ ଅନୁରୋଧ କଲେ।


କିମ୍ବା କିଏ ପାତାଳକୁ ଯିବ? (ଖ୍ରୀଷ୍ଟଙ୍କୁ ପୁନରୁତ୍ଥିତ କରି ଆଣିବା ପାଇଁ), ଏ କଥା ମଧ୍ୟ ତୁମେ ପଚାରିବା ଆବଶ୍ୟକ ନାହିଁ।”


ମୁଁ ସ୍ୱୟଂଜୀବୀ; ମୃତ୍ୟୁ ବରଣ କରିଥିଲି, କିନ୍ତୁ ମୁଁ ଏବେ ଜୀବିତ - ଅନନ୍ତ କାଳ ଜୀବିତ ରହିବି। ମୃତ୍ୟୁ ଓ ପରଲୋକର ଚାବି ମୋ’ ହାତରେ ଅଛି।


ମୋର ଡ଼ାହାଣ ହାତରେ ଥିବା ସପ୍ତ ନକ୍ଷତ୍ର ଓ ଏହି ସପ୍ତ ସୁବର୍ଣ୍ଣ ପ୍ରଦୀପର ରହସ୍ୟ ହେଉଛି, ନକ୍ଷତ୍ରମାନେ ସପ୍ତ ମଣ୍ଡଳୀର ଦେବଦୂତ ଏବଂ ପ୍ରଦୀପଗୁଡ଼ିକ ସପ୍ତ ମଣ୍ଡଳୀ।


ସେମାନେ ବାର୍ତ୍ତା ଘୋଷଣା ଶେଷ କରିବା ପରେ ପାତାଳପୁରୀରୁ ଏକ ପଶୁ ଉଠି ଆସି ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବ।


ପଶୁଟି ଦିନେ ବଞ୍ଚିଥିଲା; ଏବେ ଆଉ ବଞ୍ଚି ନାହିଁ, କିନ୍ତୁ ଅତି ଶୀଘ୍ର ପାତାଳପୁରୀରୁ ଉଠି ଆସିବ ଏବଂ ଆଉ ଥରେ ବିନଷ୍ଟ ହେବ। ସୃଷ୍ଟିର ଆଦ୍ୟରୁ ଯେଉଁମାନଙ୍କର ନାମ ଜୀବନ ପୁସ୍ତକରେ ଲେଖାଯାଇ ନାହିଁ, ପୃଥ୍ୱୀବାସୀ ସେହି ସମସ୍ତେ ପଶୁଟିକୁ ଦେଖି ଆଚମ୍ବିତ ହେବେ। ସେ ଦିନେ ଜୀବିତ ଥିଲା, ଏବେ ଆଉ ନାହିଁ, କିନ୍ତୁ ପୁଣି ଥରେ ତା’ର ଆବିର୍ଭାବ ହେବ।


ତାହାପରେ ମୁଁ ଆଉ ଜଣେ ଦୂତଙ୍କୁ ସ୍ୱର୍ଗରୁ ଓହ୍ଲାଇ ଆସୁଥିବା ଦେଖିଲି। ତାଙ୍କ ହାତରେ ପାତାଳପୁରୀର ଚାବି ଓ ଏକ ଓଜନିଆ ଜଞ୍ଜିର ଥିଲା।


ଏବଂ ଯେଉଁ ଗନ୍ଧକାଗ୍ନି ଜଳୁଥିବା ହ୍ରଦରେ ପଶୁ ଓ ଭଣ୍ଡ ଭାବବାଦୀ ନିକ୍ଷିପ୍ତ ହୋଇଥିଲେ, ପ୍ରତାରକ ଶୟତାନକୁ ମଧ୍ୟ ସେଥିରେ ନିକ୍ଷେପ କରାଯିବ। ସେଠାରେ ସେମାନେ ଦିବାରାତ୍ର ଚିରକାଳ ଦାରୁଣ ଯନ୍ତ୍ରଣା ଭୋଗ କରିବେ।


ପ୍ରବଳ ପବନର ଆଘାତରେ ଡ଼ିମିରି ଗଛରୁ କଞ୍ଚା ଫଳ ସବୁ ଝଡ଼ି ପଡ଼ିବା ଭଳି, ନକ୍ଷତ୍ରମାନେ ଆକାଶରୁ ପୃଥିବୀ ଉପରେ ଝଡ଼ି ପଡ଼ିଲେ।


ତାହାପରେ ତୃତୀୟ ଦୂତ ତାଙ୍କର ତୂରୀ ବଜାଇଲେ। ସଙ୍ଗେ ସଙ୍ଗେ ଆକାଶରୁ ମଶାଲ ପରି ଏକ ବୃହତ୍ ଜଳନ୍ତା ନକ୍ଷତ୍ର ସମସ୍ତ ନଦୀ ଓ ଝରଣାମାନଙ୍କର ଏକ ତୃତୀୟାଂଶ ଉପରେ ଖସି ପଡ଼ିଲା।


ତା’ପରେ ଚତୁର୍ଥ ଦୂତ ତାଙ୍କର ତୂରୀ ବଜାଇବା ମାତ୍ରେ, ସୂର୍ଯ୍ୟର ଏକ ତୃତୀୟାଂଶ, ଚନ୍ଦ୍ରର ଏକ ତୃତୀୟାଂଶ ଓ ନକ୍ଷତ୍ରଗୁଡ଼ିକର ଏକ ତୃତୀୟାଂଶ ବିନଷ୍ଟ ହେଲା। ତେଣୁ ଆଲୋକର ଏକ ତୃତୀୟାଂଶ ଉଜ୍ଜ୍ୱଳତା କମିଗଲା। ଫଳରେ ଦିନର ଏକ ତୃତୀୟାଂଶ ଏବଂ ରାତ୍ରିର ଏକ ତୃତୀୟାଂଶ ଆଲୋକରହିତ ହେଲା।


ତାହାପରେ ଈଶ୍ୱରଙ୍କ ସମ୍ମୁଖରେ ଠିଆ ହୋଇଥିବା ସାତ ଜଣ ଦୂତଙ୍କୁ ମୁଁ ଦେଖିଲି; ସେମାନଙ୍କୁ ସାତଟି ତୂରୀ ଦିଆଗଲା।


ସେ ଆସି ପାତାଳର ଦ୍ୱାର ଖୋଳିଦେବା କ୍ଷଣି ଗୋଟିଏ ବୃହତ୍ ଭାଟିରୁ ବାହାରୁଥିବା ଧୂଆଁ ପରି ପାତାଳ କୁଣ୍ଡରୁ ଘନ ଧୂମ ନିର୍ଗତ ହେଲା ଓ ସେହି ଧୂଆଁ ହେତୁ ସୂର୍ଯ୍ୟ ଓ ଆକାଶ ଅନ୍ଧକାରାଚ୍ଛନ୍ନ ହେଲା।


Lean sinn:

Sanasan


Sanasan