Biblia Todo Logo
Bìoball air-loidhne

- Sanasan -




ପ୍ରକାଶିତ 7:9 - ପବିତ୍ର ବାଇବଲ (CL) NT (BSI)

9 ଏହାପରେ ମୁଁ ଚାହିଁ ଦେଖିଲି, ଗୋଟିଏ ବିରାଟ ଜନତା; ତା’ର ସଂଖ୍ୟା ଗଣନାତୀତ। ସେମାନେ ପ୍ରତ୍ୟେକ ଜାତି, ଗୋଷ୍ଠୀ, ରାଷ୍ଟ୍ର ଓ ଭାଷାବାଦୀମାନଙ୍କ ମଧ୍ୟରୁ ଆସିଥିଲେ। ସେମାନେ ଶୁକ୍ଲ ବସ୍ତ୍ର ପରିଧାନ କରି ଓ ହସ୍ତରେ ଖଜୁରୀ ଡ଼ାଳ ଧରି, ସିଂହାସନ ଓ ମେଷଶାବକଙ୍କ ସମ୍ମୁଖରେ ଠିଆ ହୋଇଥିଲେ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

9 ଏହାପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସର୍ବଜାତୀୟ, ସର୍ବଗୋଷ୍ଠୀୟ, ସର୍ବବଂଶୀୟ ଓ ସର୍ବଭାଷାବାଦୀ ଅଗଣ୍ୟ ଏକ ମହା ଜନତା ଶୁକ୍ଳ ବସ୍ତ୍ର ପରିହିତ ହୋଇ ଓ ଖଜୁରି ବାହୁଙ୍ଗା ହସ୍ତରେ ଧରି ସିଂହାସନ ଓ ମେଷଶାବକଙ୍କ ସମ୍ମୁଖରେ ଦଣ୍ତାୟମାନ ହୋଇଅଛନ୍ତି;

Faic an caibideil Dèan lethbhreac

ଓଡିଆ ବାଇବେଲ

9 ଏହାପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସର୍ବଜାତୀୟ, ସର୍ବଗୋଷ୍ଠୀୟ, ସର୍ବବଂଶୀୟ ଓ ସର୍ବଭାଷାବାଦୀ ଅଗଣ୍ୟ ଏକ ମହାଜନତା ଶୁକ୍ଳ ବସ୍ତ୍ର ପରିହିତ ହୋଇ ଓ ଖଜୁରିବାହୁଙ୍ଗା ହସ୍ତରେ ଧରି ସିଂହାସନ ଓ ମେଷଶାବକଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇଅଛନ୍ତି;

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ଏହାପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସର୍ବଜାତୀୟ, ସର୍ବଗୋଷ୍ଠୀୟ, ସର୍ବବଂଶୀୟ ଓ ସର୍ବଭାଷାବାଦୀ ଅଗଣ୍ୟ ଏକ ମହାଜନତା ଶୁକ୍ଳ ବସ୍ତ୍ର ପରିହିତ ହୋଇ ଓ ଖଜୁରୀ ଡାଳଗୁଡ଼ିକ ହସ୍ତରେ ଧରି ସିଂହାସନ ଓ ମେଷଶାବକଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇଅଛନ୍ତି;

Faic an caibideil Dèan lethbhreac

ପବିତ୍ର ବାଇବଲ

9 ତା'ପରେ ମୁଁ ବହୁତ ଲୋକଙ୍କୁ ଦେଖିଲି। ସେଠାରେ ଏତେଲୋକ ଥିଲେ ଯେ, କେହି ସେମାନଙ୍କୁ ଗଣି ପାରିବ ନାହିଁ। ସେମାନେ ପ୍ରତ୍ୟେକ ଜାତି, ଗୋଷ୍ଠୀ, ବଂଶୀୟ ଓ ଭାଷାବାଦୀର ଲୋକ ଥିଲେ। ସେହି ଲୋକମାନେ ସିଂହାସନ ଓ ମେଷଶାବକଙ୍କ ସାମନାରେ ଠିଆ ହୋଇଥିଲେ। ସେମାନେ ସମସ୍ତେ ଧଳା ରାଜ ପୋଷାକ ପିନ୍ଧିଥିଲେ। ସେମାନଙ୍କର ହାତରେ ଖଜୁରି ବାହୁଙ୍ଗା ଥିଲା।

Faic an caibideil Dèan lethbhreac




ପ୍ରକାଶିତ 7:9
41 Iomraidhean Croise  

ହଜାର ହଜାର ଲୋକଙ୍କ ସମାଗମ ଭିତରେ, ସେମାନେ ପରସ୍ପର ଉପରେ ମାଡ଼ି ପଡ଼ୁଥିବା ବେଳେ, ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ କହିଲେ, “ଫାରୁଶୀମାନଙ୍କ ଖମୀର ଅର୍ଥାତ୍ ସେମାନଙ୍କ କପଟତା ବିଷୟରେ ସାବଧାନ ହୁଅ।


ଜାଗ୍ରତ ଥାଅ ଓ ସେସବୁ ମଧ୍ୟ ଦେଇ ନିର୍ବିଘ୍ନରେ ଗତି କରିବା ପାଇଁ ଶକ୍ତି ପାଇବା ନିମନ୍ତେ ଓ ମନୁଷ୍ୟପୁତ୍ରଙ୍କ ସମ୍ମୁଖରେ ଠିଆ ହେବା ନିମନ୍ତେ ତୁମ୍ଭେମାନେ ସର୍ବଦା ପ୍ରାର୍ଥନା କର।”


ଆସିଥିବା ଏକ ବିରାଟ ଜନତା ଯୀଶୁ ଯିରୂଶାଲମକୁ ଆସିବେ ବୋଲି ଶୁଣିଲେ ଓ ହାତରେ ବାହୁଙ୍ଗା ଧରି ତାଙ୍କୁ ଭେଟିବାକୁ ଗଲେ। ସେମାନେ ଉଚ୍ଚ ସ୍ୱରରେ କହୁଥିଲେ: “ଈଶ୍ୱରଙ୍କର ପ୍ରଶଂସା ଗାନ କର। ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ। ଇଶ୍ରାୟେଲର ରାଜାଙ୍କୁ ଈଶ୍ୱର ଆଶୀର୍ବାଦ କରନ୍ତୁ।”


ଭାଇମାନେ, ଏ ସମ୍ପର୍କରେ ଗୋଟିଏ ଗୁପ୍ତ ସତ୍ୟ ପ୍ରକାଶ କରୁଛି। ତା’ ଶୁରିଲେ, ତୁମ୍ଭେମାନେ ନିଜକୁ ଆଉ ଜ୍ଞାନୀ ବୋଲି ଭାବି ପାରିବ ନାହିଁ। ଇଶ୍ରାଏଲୀୟମାନଙ୍କ ଅବାଧ୍ୟତା ଚିରସ୍ଥାୟୀ ହୋଇ ରହିବ ନାହିଁ। ଅଣଇହୁଦୀମାନେ ସମସ୍ତେ ଈଶ୍ୱରଙ୍କ ନିକଟକୁ ଆସିବା ପର୍ଯ୍ୟନ୍ତ ସେମାନେ ସେପରି ରହିବେ।


ଅତଏବ ବର୍ତ୍ତମାନ ଈଶ୍ୱରଦତ୍ତ ଯୁଦ୍ଧସଜ୍ଜା ପରିଧାନ କର; ତା’ହେଲେ ଦୁର୍ଦ୍ଦିନ ସମୟରେ ତୁମ୍ଭେମାନେ ଶତ୍ରୁ ଆକ୍ରମଣକୁ ପ୍ରତିରୋଧ କରିପାରିବ ଓ ଶେଷ ପର୍ଯ୍ୟନ୍ତ ଯୁଦ୍ଧ କରି ସୁଦ୍ଧା ଅଟଳ ରହିବ।


ଅବ୍ରାହାମ ମୃତକଳ୍ପ ହୋଇଥିଲେ ହେଁ ତାଙ୍କଠାରୁ ଆକାଶର ତାରା ଓ ସମୁଦ୍ର ବାଲି ପରି ଅସଂଖ୍ୟ ବଂଶଧର ଜାତ ହେଲେ।


କିନ୍ତୁ ତୁମ୍ଭେମାନେ ଆସିଛ ସିୟୋନ ପବିତକୁ, ଜୀବନ୍ତ ଈଶ୍ୱରଙ୍କ ନଗରୀ ସ୍ୱର୍ଗୀୟ ଯିରୂଶାଲମକୁ, ଯେଉୂଁଠାରେ ସହସ୍ର ସହସ୍ର ସ୍ୱର୍ଗଦୂତମାନଙ୍କର ସମାବେଶ।


ତାହାପରେ ସପ୍ତମ ଦୂତ ତାଙ୍କର ତୂରୀ ବଜାଇଲେ ଏବଂ ସ୍ୱର୍ଗରେ ଉଚ୍ଚ ଧ୍ୱନି ସହ ଏହି ବାଣୀ ଶୁଣାଗଲା! “ଆମ ପ୍ରଭୁ ଓ ତାଙ୍କ ମସୀହ ପୃଥିବୀ ଉପରେ ରାଜତ୍ୱ କରିବା ଅଧିକାର ବର୍ତ୍ତମାନ ନିଜ ହାତକୁ ନେଇଛନ୍ତି। ସେ ଏଣିକି ଚିରକାଳ ରାଜତ୍ୱ କରିବେ।”


ଈଶ୍ୱରଙ୍କ ଅଭିଶାପର ପାତ୍ର କୌଣସି ବିଷୟ ସେହି ନଗରୀରେ ଦେଖିବାକୁ ମିଳିବ ନାହିଁ। ଈଶ୍ୱର ଓ ମେଷଶାବକଙ୍କ ସିଂହାସନ ସେହି ନଗରୀ ମଧ୍ୟରେ ରହିବ ଏବଂ ସେଠାରେ ତାଙ୍କ ସେବକମାନେ ତାଙ୍କର ଆରାଧନା କରିବେ!


ତେଣୁ ମୁଁ ତୁମକୁ ପରାମର୍ଶ ଦେଇଛି, ଧନବାନ ହେବା ପାଇଁ ମୋ’ଠାରୁ ବିଶୁଦ୍ଧ ସୁବର୍ଣ୍ଣ କ୍ରୟ କର - ତୁମ୍ଭମାନଙ୍କର ଲଜ୍ଜାକର ଉଲଗ୍ନତାକୁ ଆବୃତ କରିବା ପାଇଁ ମୋ’ ନିକଟରୁ ଶୁକ୍ଲ ବସ୍ତ୍ର କ୍ରୟ କର। ପୁଣି ଦୃଷ୍ଟିଶକ୍ତି ନିର୍ମଳ କରିବା ପାଇଁ କିଛି ଅଞ୍ଜନ କିଣି ଚକ୍ଷୁରେ ଲଗାଅ।


ପୁଣି ସିଂହାସନର ଚତୁର୍ଦ୍ଦିଗରେ ବୃତ୍ତାକାରର ପଡ଼ିଥିବା ଅନ୍ୟ ଚବିଶଟି ସିଂହାସନରେ ଚବିଶ ଜଣ ବୟୋଜ୍ୟେଷ୍ଠ ମଣ୍ଡଳୀ ନେତା ଉପବିଷ୍ଟ ଥିଲେ। ସେମାନେ ଶୁକ୍ଲ ବସ୍ତ୍ରପରିହିତ ଓ ସେମାନଙ୍କ ମସ୍ତକ ଉପରେ ସୁବର୍ଣ୍ଣ ମୁକୁଟ।


ମୁଁ ପୁଣି ଅନାଇ ଦେଖଲି, ହଜାର ହଜାର ଓ ଲକ୍ଷ ଲକ୍ଷ ସ୍ୱର୍ଗଦୂତ ସିଂହାସନକୁ, ଚାରିଗୋଟି ପ୍ରାଣୀ ଓ ବୟୋଜ୍ୟେଷ୍ଠ ନେତାମାନଙ୍କୁ ଘେରି ଠିଆ ହୋଇଛନ୍ତି।


ସେମାନେ ଗୋଟିଏ ନୂଆ ଗୀତ ଗାଇଥିଲେ: “ପାଣ୍ଡୁଲିପି ଗ୍ରହଣ କରି ତାହାର ମୋହର ଭାଙ୍ଗିବାକୁ ତୁମେ ହିଁ ଯୋଗ୍ୟ: କାରଣ ତୁମେ ନିହତ ହୋଇଥିଲ ଏବଂ ତୁମ ମୃତ୍ୟୁ ଦ୍ୱାରା, ସମସ୍ତ ଗୋଷ୍ଠୀ, ଭାଷାବାଦୀ, ରାଷ୍ଟ୍ର ଓ ଜାତି ମଧ୍ୟରୁ ଈଶ୍ୱରଙ୍କ ନିମନ୍ତେ ଲୋକମାନଙ୍କୁ କ୍ରୟ କରିଛ।


ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ଶୁକ୍ଲ ବସ୍ତ୍ର ଦିଆହେଲା। ପୁଣି ସେମାନଙ୍କର ସଙ୍ଗୀ ଭାଇ ଓ ସେବକମାନେ ନିର୍ଦ୍ଦିଷ୍ଟ ସଂଖ୍ୟାରେ ନିହତ ନ ହେବା ଯାଏ ସେମାନଙ୍କୁ ଆହୁରି କିଛି ସମୟ ଅପେକ୍ଷା କରିବାକୁ କୁହାଗଲା।


Lean sinn:

Sanasan


Sanasan