Biblia Todo Logo
Bìoball air-loidhne

- Sanasan -




ପ୍ରକାଶିତ 7:4 - ପବିତ୍ର ବାଇବଲ (CL) NT (BSI)

4 ଯେଉଁମାନଙ୍କ କପାଳରେ ଈଶ୍ୱରଙ୍କ ମୋହର ମରା ହେଲା, ସେମାନଙ୍କର ସଂଖ୍ୟା ୧,୪୪,୦୦୦ ବୋଲି ମୁଁ ଶୁଣିଲି। ସେମାନେ ନିମ୍ନଲିଖିତ ଇଶ୍ରାଏଲୀୟ ବାର ଗୋଷ୍ଠୀର ଲୋକ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

4 ତତ୍ପରେ ମୁଦ୍ରାଙ୍କିତ ଲୋକମାନଙ୍କର ସଂଖ୍ୟା ମୁଁ ଶୁଣିଲି, ଇସ୍ରାଏଲ ସନ୍ତାନମାନଙ୍କ ସମସ୍ତ ବଂଶ ମଧ୍ୟରୁ ଏକ ଲକ୍ଷ ଚଉରାଳିଶ ସହସ୍ର ଲୋକ ମୁଦ୍ରାଙ୍କିତ ହେଲେ,

Faic an caibideil Dèan lethbhreac

ଓଡିଆ ବାଇବେଲ

4 ତାପରେ ମୁଦ୍ରାଙ୍କିତ ଲୋକମାନଙ୍କର ସଂଖ୍ୟା ମୁଁ ଶୁଣିଲି, ଇସ୍ରାଏଲ ସନ୍ତାନମାନଙ୍କ ସମସ୍ତ ବଂଶ ମଧ୍ୟରୁ ଏକ ଲକ୍ଷ ଚଉରାଳିଶ ହଜାର ଲୋକ ମୁଦ୍ରାଙ୍କିତ ହେଲେ,

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ତାହା ପରେ ମୁଦ୍ରାଙ୍କିତ ଲୋକମାନଙ୍କର ସଂଖ୍ୟା ମୁଁ ଶୁଣିଲି, ଇସ୍ରାଏଲ ସନ୍ତାନମାନଙ୍କ ସମସ୍ତ ବଂଶ ମଧ୍ୟରୁ ଏକ ଲକ୍ଷ ଚଉରାଳିଶ ହଜାର ଲୋକ ମୁଦ୍ରାଙ୍କିତ ହେଲେ,

Faic an caibideil Dèan lethbhreac

ପବିତ୍ର ବାଇବଲ

4 ଏହିପରି ମୁଦ୍ରାଙ୍କିତ ହେବା ଲୋକମାନଙ୍କର ସଂଖ୍ୟା ମୁଁ ଶୁଣିଲି। ସେମାନେ 144,000 ଜଣ ଥିଲେ। ସେମାନେ ଇସ୍ରାଏଲର ପ୍ରତି ପରିବାର ବର୍ଗ ମଧ୍ୟରୁ ଥିଲେ।

Faic an caibideil Dèan lethbhreac




ପ୍ରକାଶିତ 7:4
17 Iomraidhean Croise  

ଯୀଶୁ ଉତ୍ତର ଦେଲେ, “ଏକଥା ନିଶ୍ଚିତ ବୋଲି ଜାଣିବ, ନୂତନ ଯୁଗରେ ଯେତେବେଳେ ମନୁଷ୍ୟପୁତ୍ର ତାଙ୍କର ଗୌରବୋଜ୍ଜ୍ୱଳ ସିଂହାସନରେ ବସିବେ, ସେତେବେଳେ ମୋର ଏହି ବାର ଶିଷ୍ୟ ମଧ୍ୟ ବାରଟି ସିଂହାସନରେ ବସି ଇଶ୍ରାୟେଲର ବାର ଗୋଷ୍ଠୀ ଉପରେ ରାଜତ୍ୱ କରିବେ।


ଚାକରଟି ଫେରିଆସି କହିଲା, ‘ଆଜ୍ଞା, ଆପଣଙ୍କ ଆଦେଶ ଅନୁସାରେ ସବୁ କାର୍ଯ୍ୟ ହୋଇଛି, କିନ୍ତୁ ଆହୁରି ଅନେକଙ୍କ ପାଇଁ ସ୍ଥାନ ବଳିଛି।’


ମୋ’ ରାଜ୍ୟରେ ତୁମ୍ଭେମାନେ ମୋର ମେଜରେ ଭୋଜନ ପାନ କରିବ ଓ ତୁମ୍ଭେମାନେ ଇଶ୍ରାୟେଲର ବାର ଗୋଷ୍ଠୀ ଉପରେ ଶାସନ କରିବା ପାଇଁ ସିଂହାସନରେ ବସିବ।


ଆମ ଜାତିର ବାରଗୋଷ୍ଠୀ ଦିବାରାତ୍ରି ପ୍ରଭୁଙ୍କ ଉପାସନା କରି ସେହି ଏକ ବିଷୟ ପାଇବା ପାଇଁ ଆଶା କରନ୍ତି। ହେ ରାଜନ୍, ମୋର ସେହି ଭରସା ହେତୁ ଇହୁଦୀମାନେ ମୋତେ ଦୋଷୀ କରୁଛନ୍ତି।


ପୁଣି ଇଶ୍ରାୟେଲ ସମ୍ପର୍କରେ ଯିଶାଇୟ କହିଛନ୍ତି, “ଯଦିଓ ଇଶ୍ରାଏଲୀୟମାନେ ସମୁଦ୍ରର ବାଲୁକା ପରି ଅଗଣିତ, ସେମାନଙ୍କ ମଧ୍ୟରୁ ଅଳ୍ପ କେତେକ ମାତ୍ର ପରିତ୍ରାଣ ପାଇବେ।


ସମଗ୍ର ପୃଥିବୀରେ ଛନ୍ନଭିନ୍ନ ହୋଇ ରହିଥିବା ଈଶ୍ୱରଙ୍କ ଲୋକମାନଙ୍କୁ ଈଶ୍ୱରଙ୍କ ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦାସ ଯାକୁବ ନମସ୍କାର ଜଣାଇ ଏହି ପିତ୍ର ଲେଖୁଛନ୍ତି।


ଅନନ୍ତର ମୁଁ ଦେଖିଲି, ମେଷଶାବକ ସିୟୋନ ପର୍ବତ ଉପରେ ଠିଆ ହୋଇଛନ୍ତି। ତାଙ୍କ ସଙ୍ଗରେ ଏକ ଲକ୍ଷ ଚଉରାଳିଶ ହଜାର ଜଣ ଲୋକ ଥିଲେ। ସେମାନଙ୍କ କପାଳରେ ମେଷଶାବକ ଓ ତାଙ୍କ ପିତାଙ୍କର ନାମ ଲିଖିତ ଥିଲା।


ସେହି ଲକ୍ଷେ ଚଉରାଳିଶ ହଜାର ଜଣ ସ୍ୱର୍ଗ-ସିଂହାସନ, ଚାରୋଟି ପ୍ରାଣୀ ଓ ମଣ୍ଡଳୀର ବୟୋଜ୍ୟେଷ୍ଠ ନେତାଗଣଙ୍କ ସମ୍ମୁଖରେ ଠିଆହେଲେ। ସେମାନେ ନୂତନ ଗୀତ ଗାୟନ କରୁଥିଲେ। ସେମାନଙ୍କ ବ୍ୟତୀତ ଅନ୍ୟ କେହି ସେହି ଗୀତ ଗାଇପାରୁ ନ ଥିଲା। ସମଗ୍ର ମାନବ ଜାତି ମଧ୍ୟରୁ କେବଳ ସେହିମାନେ ପରିତ୍ରାଣ ପାଇଥିଲେ।


ପ୍ରତ୍ୟେକ ଗୋଷ୍ଠୀରୁ ବାର ହଜାର ହିସାବରେ ସମୁଦାୟ ୧,୪୪,୦୦୦ ଜଣ: ଯିହୁଦା, ରୁବେନ୍, ଗାଦ୍, ଆଶେର୍, ନପ୍ତାଲୀ, ମାନାଶେ, ଶିମିୟୋନ, ଲେବୀ, ଇଷାଖାର, ଜେବୁଲନ, ଯୋଷେଫ, ବେଞ୍ଜାମିନ୍।


ପୁଣି ମୁଁ ଦେଖିଲି, ଗୋଟିଏ ବିରାଟ ଅଶ୍ୱାରୋହୀ। ସୈନ୍ୟବାହିନୀ। ସେମାନଙ୍କର ସଂଖ୍ୟା କୋଡ଼ିଏ କୋଟି ବୋଲି ମୋତେ ଜଣାଇ ଦିଆଗଲା।


Lean sinn:

Sanasan


Sanasan