Biblia Todo Logo
Bìoball air-loidhne

- Sanasan -




ପ୍ରକାଶିତ 7:1 - ପବିତ୍ର ବାଇବଲ (CL) NT (BSI)

1 ଏହାପରେ ମୁଁ ଦେଖିଲି, ପୃଥିବୀର ଚାରି କୋଣରେ ଚାରି ଜଣ ସ୍ୱର୍ଗଦୂତ ଠିଆ ହୋଇଛନ୍ତି ଏବଂ ପୃଥିବୀର ଚାରି ଦିଗରୁ ବାୟୁ ପ୍ରବାହକୁ ଅଟକାଇ ରଖିଛନ୍ତି। ଫଳରେ ପୃଥିବୀ, ସମୁଦ୍ର ବା କୌଣସି ବୃକ୍ଷ ଲତା ଉପରେ ଟିକିଏ ହେଲେ ବାୟୁ ପ୍ରବାହିତ ହେଉ ନ ଥିଲା।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

1 ତତ୍ପରେ ମୁଁ ଦେଖିଲି, ପୃଥିବୀ କି ସମୁଦ୍ର କି କୌଣସି ବୃକ୍ଷ ଉପରେ ଯେପରି ବାୟୁ ନ ବହେ, ଏଥିନିମନ୍ତେ ପୃଥିବୀର ଚାରି କୋଣରେ ଚାରି ଜଣ ଦୂତ ଠିଆ ହୋଇ ପୃଥିବୀର ଚାରି ବାୟୁକୁ ଅଟକାଇ ଧରିଅଛନ୍ତି।

Faic an caibideil Dèan lethbhreac

ଓଡିଆ ବାଇବେଲ

1 ତା'ପରେ ମୁଁ ଦେଖିଲି, ପୃଥିବୀକୁ ସମୁଦ୍ର କି କୌଣସି ଗଛ ଉପରେ ଯେପରି ବାୟୁ ନ ବହେ, ଏଥି ନିମନ୍ତେ ପୃଥିବୀର ଚାରି କୋଣରେ ଚାରି ଜଣ ଦୂତ ଠିଆ ହୋଇ ପୃଥିବୀର ଚାରି ବାୟୁକୁ ଅଟକାଇ ଧରିଅଛନ୍ତି ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ତାହାପରେ ମୁଁ ଦେଖିଲି, ପୃଥିବୀ କି ସମୁଦ୍ର କି କୌଣସି ଗଛ ଉପରେ ଯେପରି ବାୟୁ ନ ବହେ, ଏଥିନିମନ୍ତେ ପୃଥିବୀର ଚାରି କୋଣରେ ଚାରି ଜଣ ଦୂତ ଠିଆ ହୋଇ ପୃଥିବୀର ଚାରି ବାୟୁକୁ ଅଟକାଇ ଧରିଅଛନ୍ତି।

Faic an caibideil Dèan lethbhreac

ପବିତ୍ର ବାଇବଲ

1 ଏହିସବୁ ଘଟିବା ପରେ ମୁଁ ପୃଥିବୀର ଗ୍ଭରି କୋଣରେ ଗ୍ଭରି ଜଣ ସ୍ୱର୍ଗଦୂତଙ୍କୁ ଠିଆ ହେବାର ଦେଖିଲି। ସେହି ଦୂତମାନେ ପୃଥିବୀର ଗ୍ଭରି ବାୟୁକୁ ଅଟକାଇ ଧରିଥିଲେ। ଯେପରି ପୃଥିବୀ କିମ୍ବା ସମୁଦ୍ର ଉପରେ କିମ୍ବା କୌଣସି ଗଛରେ ପବନ ନ ବହେ।

Faic an caibideil Dèan lethbhreac




ପ୍ରକାଶିତ 7:1
23 Iomraidhean Croise  

ତୂରୀନାଦ ହେବ ଓ ପୃଥିବୀରେ ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତଯାଏ ତାଙ୍କର ମନୋନୀତ ଲୋକମାନଙ୍କୁ ସଂଗ୍ରହ କରି ଆଣିବା ପାଇଁ ମନୁଷ୍ୟପୁତ୍ର ତାଙ୍କ ଦୂତମାନଙ୍କୁ ପଠାଇବେ।


ତାଙ୍କର ମନୋନୀତ ଲୋକମାନଙ୍କୁ ଜଗତର ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତ ଯାଏ ଖୋଜି ସଂଗ୍ରହ କରିବା ପାଇଁ ସେ ତାଙ୍କ ସ୍ୱର୍ଗଦୂତମାନଙ୍କୁ ଚତୁର୍ଦ୍ଦିଗ ପଠାଇବେ।


ଏବଂ ଗୋଗ୍ ଓ ମାଗୋଗ୍ ପରି ପୃଥିବୀର ଚାରିଆଡ଼େ ସମୁଦ୍ରର ବାଲୁକାରାଶି ସଦୃଶ ବିକ୍ଷିପ୍ତ ହୋଇ ରହିଥିବା ଜାତିମାନଙ୍କର ଅଗଣିତ ଜନତାକୁ ଶୟତାନ ପ୍ରବଞ୍ଚନା କରି ଯୁଦ୍ଧ ପାଇଁ ଏକଜୁଟ କରାଇବ।


ଏବଂ ମୋର ମନେ ହେଲା, ଚାରୋଟିଯାକ ପ୍ରାଣୀ ଏକ ସ୍ୱରରେ କହୁଛନ୍ତି: “ଦିନକର ମଜୁରୀରେ ଏକ କିଲୋ ଗହମ କିମ୍ବା ତିନି କିଲୋ ଯବ ମିଳିବ। କିନ୍ତୁ ଜୀତ ବୃକ୍ଷ ଓ ଅଙ୍ଗୁର କ୍ଷେତ୍ରକୁ ନଷ୍ଟ କର ନାହିଁ।”


ସେମାନଙ୍କୁ ଉଚ୍ଚ ସ୍ୱରରେ କହିଲେ, “ଆମେ ଯେ ପର୍ଯ୍ୟନ୍ତ ଈଶ୍ୱରଙ୍କ ସେବକମାନଙ୍କ କପାଳରେ ମୋହର ମାରି ନାହୁଁ, ସେ ପର୍ଯ୍ୟନ୍ତ ପୃଥିବୀ, ସମୁଦ୍ର ବା ବୃକ୍ଷମାନଙ୍କର କୌଣସି କ୍ଷତି କର ନାହିଁ।”


ପ୍ରଥମ ଦୂତ ତୂରୀ ବଜାଇବା କ୍ଷଣି କୁଆପଥର, ଅଗ୍ନି ଓ ରକ୍ତ ପୃଥିବୀ ଉପରେ ପଡ଼ିଲା। ଫଳରେ ସମସ୍ତ ବୃକ୍ଷଲତା, ସବୁଜ ତୃଣ ସହିତ ପୃଥିବୀର ଏକ ତୃତୀୟାଂଶ ଦଗ୍ଧ ହେଲା।


ସେହି ସ୍ୱର ଷଷ୍ଠ ଦୂତଙ୍କୁ ନିର୍ଦ୍ଦେଶ ଦେଲେ, “ୟୁଫ୍ରେଟିସ୍ ମହାନଦୀ ନିକଟରେ ବନ୍ଦୀ ହୋଇଥିବା ଚାରିଜଣ ଦୂତଙ୍କୁ ମୁକ୍ତ କରି ଦିଅ।”


ତୃଣ, ବୃକ୍ଷ ବା କୌଣସି ଉଦ୍ଭିଦର କ୍ଷତି ନ କରି ଯେଉଁମାନଙ୍କ କପାଳରେ ଈଶ୍ୱରଙ୍କ ମୋହରର ଚିହ୍ନ ନ ଥିଲା, କେବଳ ସେମାନଙ୍କୁ କଷ୍ଟ ଦେବା ପାଇଁ ସେହି ପଙ୍ଗପାଳମାନେ ଆଦିଷ୍ଟ ହୋଇଥିଲେ।


Lean sinn:

Sanasan


Sanasan