Biblia Todo Logo
Bìoball air-loidhne

- Sanasan -




ପ୍ରକାଶିତ 6:2 - ପବିତ୍ର ବାଇବଲ (CL) NT (BSI)

2 ମୁଁ ଚାହିଁ ଦେଖିଲି, ଗୋଟିଏ ଶୁକ୍ଲ ବର୍ଣ୍ଣ ଅଶ୍ୱ, ଅଶ୍ୱାରୋହୀ ହସ୍ତରେ ଧନୁ ଧରିଥିଲେ। ତାଙ୍କୁ ଗୋଟିଏ ମୁକୁଟ ପ୍ରଦତ୍ତ ହେଲା ଓ ସେ ଦିଗ୍‌ବିଜୟୀ ହେବା ପାଇଁ ବାହାରି ପଡ଼ିଲେ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

2 ସେଥିରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ଗୋଟିଏ ଶୁକ୍ଳବର୍ଣ୍ଣ ଅଶ୍ଵ, ପୁଣି ତାହାର ଆରୋହୀଙ୍କ ହସ୍ତରେ ଗୋଟିଏ ଧନୁ; ତାହାଙ୍କୁ ଏକ ମୁକୁଟ ଦତ୍ତ ଦେଲା, ଆଉ ସେ ବିଜୟୀ ହୋଇ ଜୟ କରିବାକୁ ବାହାରିଗଲେ।

Faic an caibideil Dèan lethbhreac

ଓଡିଆ ବାଇବେଲ

2 ସେଥିରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ ଗୋଟିଏ ଶୁକ୍ଳବର୍ଣ୍ଣ ଅଶ୍ୱ, ପୁଣି, ତାହାର ଆରୋହୀଙ୍କ ହସ୍ତରେ ଗୋଟିଏ ଧନୁ; ତାହାଙ୍କୁ ଏକ ମୁକୁଟ ଦିଆ ହେଲା, ଆଉ ସେ ବିଜୟୀ ହୋଇ ଜୟ କରିବାକୁ ବାହାରିଗଲେ ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ସେଥିରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ ଗୋଟିଏ ଶୁକ୍ଳବର୍ଣ୍ଣ ଅଶ୍ୱ, ପୁଣି, ତାହାର ଆରୋହୀଙ୍କ ହସ୍ତରେ ଗୋଟିଏ ଧନୁ; ତାହାଙ୍କୁ ଏକ ମୁକୁଟ ଦିଆ ହେଲା, ଆଉ ସେ ବିଜୟୀ ହୋଇ ଜୟ କରିବାକୁ ବାହାରିଗଲେ।

Faic an caibideil Dèan lethbhreac

ପବିତ୍ର ବାଇବଲ

2 ସେଥିରେ ମୁଁ ମୋର ସମ୍ମୁଖରେ ଗୋଟିଏ ଧଳା ଘୋଡ଼ା ଦେଖିଲି। ସେହି ଘୋଡ଼ାର ଆରୋହୀଜଣକ ଗୋଟିଏ ଧନୁ ଧରିଥିଲେ। ତାହାଙ୍କୁ ଗୋଟିଏ ମୁକୁଟ ଦିଆଗଲା। ସେ ବିଜୟୀ ହୋଇ ଆହୁରି ଜୟ କରିବାକୁ ବାହାରିଗଲେ।

Faic an caibideil Dèan lethbhreac




ପ୍ରକାଶିତ 6:2
22 Iomraidhean Croise  

କେତେକ ଅବିଶ୍ୱାସ କରିବାରୁ, ଯୀଶୁ ସେମାନଙ୍କ ପାଖକୁ ଆସି କହିଲେ, “ସ୍ୱର୍ଗ ଓ ଜଗତର ସମସ୍ତ କର୍ତ୍ତାପଣ ମୋତେ ଦିଆଯାଇଛି।


ଈଶ୍ୱର ସମସ୍ତ ଶତ୍ରୁଙ୍କୁ ପରାସ୍ତ କରି ଖ୍ରୀଷ୍ଟଙ୍କ ପଦଦଳିତ କରିବା ପର୍ଯ୍ୟନ୍ତ, ଖ୍ରୀଷ୍ଟ ରାଜତ୍ୱ କରିବେ।


ତାହାପରେ ସପ୍ତମ ଦୂତ ତାଙ୍କର ତୂରୀ ବଜାଇଲେ ଏବଂ ସ୍ୱର୍ଗରେ ଉଚ୍ଚ ଧ୍ୱନି ସହ ଏହି ବାଣୀ ଶୁଣାଗଲା! “ଆମ ପ୍ରଭୁ ଓ ତାଙ୍କ ମସୀହ ପୃଥିବୀ ଉପରେ ରାଜତ୍ୱ କରିବା ଅଧିକାର ବର୍ତ୍ତମାନ ନିଜ ହାତକୁ ନେଇଛନ୍ତି। ସେ ଏଣିକି ଚିରକାଳ ରାଜତ୍ୱ କରିବେ।”


ଅଣଇହୁଦୀମାନେ କ୍ଷୁବ୍ଧ ହୋଇଛନ୍ତି; କାରଣ ତୁମ କ୍ରୋଧର ସମୟ ଉପସ୍ଥିତ, ମୃତମାନେ ଏବେ ବିଚାରିତ ହେବେ। ତୁମର ସେବକ ଭାବବାଦୀମାନେ ଓ ଯେଉଁମାନେ ତୁମକୁ ଭୟ କରୁଛନ୍ତି, ମାନ୍ୟଗଣ୍ୟ କିଅବା ନଗଣ୍ୟ ସମସ୍ତେ ପୁରସ୍କୃତ ହେବେ ଏବଂ ଯେଉଁମାନେ ପୃଥିବୀକୁ ଧ୍ୱଂସ କରନ୍ତି, ସେମାନେ ମଧ୍ୟ ଧ୍ୱଂସ ପାଇବେ।”


ତା’ପରେ ମୁଁ ଦେଖିଲି, ଖଣ୍ଡେ ଧଳା ମେଘ ଓ ତା’ ଉପରେ ବସିଛନ୍ତି ମନୁଷ୍ୟପୁତ୍ର ପରି ଜଣେ; ତାଙ୍କ ମସ୍ତକରେ ସୁବର୍ଣ୍ଣ ମୁକୁଟ ଓ ହସ୍ତରେ ଖଣ୍ଡିଏ ତୀକ୍ଷ୍ଣ ଦାଆ।


ତା’ପରେ ମୁଁ ଦେଖିଲି, ଅଗ୍ନିମିଶ୍ରିତ କାଚର ସମୁଦ୍ର ପରି ଏକ ଦୃଶ୍ୟ। ସେହି ସମୁଦ୍ର ତୀରରେ ଠିଆ ହୋଇଥିଲେ ବିଜୟୀ ବ୍ୟକ୍ତିମାନେ - ଏମାନେ ପଶୁ, ପଶୁର ପ୍ରତିମୂର୍ତ୍ତି ଓ ପୂର୍ବୋକ୍ତ ସଂଖ୍ୟା ଦ୍ୱାରା ଚିହ୍ନିତ ସେହି ଦୁରାତ୍ମା ଉପରେ ବିଜୟ ଲାଭ କରିଥିଲେ।


ସେମାନେ ମେଷଶାବକଙ୍କ ବିରୁଦ୍ଧରେ ଯୁଦ୍ଧ କରିବେ; କିନ୍ତୁ ମେଷଶାବକ ତାଙ୍କର ଆହୂତ, ମନୋନୀତ, ଅନୁଗତ ଓ ବିଶ୍ୱସ୍ତ ଲୋକମାନଙ୍କ ସାହାଯ୍ୟରେ ସେମାନଙ୍କୁ ପରାସ୍ତ କରିବେ। କାରଣ ସେ ପ୍ରଭୁମାନଙ୍କର ପ୍ରଭୁ ଓ ରାଜାମାନଙ୍କର ରାଜା।”


ସ୍ୱର୍ଗର ସୈନ୍ୟବାହିନୀ, ପରିଷ୍କାର, ଶୁକ୍ଲ, ସୂକ୍ଷ୍ମ ପୋଷାକ ପିନ୍ଧି, ଶ୍ୱେତ ଅଶ୍ୱମାନଙ୍କ ଉପରେ ଆରୋହଣ କରି ତାଙ୍କୁ ଅନୁସରଣ କରୁଥିଲେ।


ମଁ ଯେପରି ବିଜୟୀ ହୋଇ ମୋ’ ପିତାଙ୍କ ସହିତ ତାଙ୍କ ସିଂହାସନରେ ବସିଅଛି, ଯେଉଁମାନେ ଜୟ କରିବେ, ସେ ସମସ୍ତଙ୍କୁ ମୁଁ ଠିକ୍ ସେହିପରି ମୋର ସିଂହାସନରେ ମୋ’ ପାଖରେ ବସିବାର ଅଧିକାର ଦେବି।


ପଙ୍ଗପାଳଗୁଡ଼ିକ ଯୁଦ୍ଧ ପାଇଁ ସୁସଜ୍ଜିତ ଅଶ୍ୱ ପରି ଦେଖାଯାଉଥିଳେ। ସେମାନଙ୍କ ମସ୍ତକରେ ସୁବର୍ଣ୍ଣ ମୁକୁଟ ପରି ଆବରଣ ଥିଲା। ସେମାନଙ୍କର ମୁଖ ମନୁଷ୍ୟ ମୁଖ ପରି,


Lean sinn:

Sanasan


Sanasan