Biblia Todo Logo
Bìoball air-loidhne

- Sanasan -




ପ୍ରକାଶିତ 3:2 - ପବିତ୍ର ବାଇବଲ (CL) NT (BSI)

2 ତେଣୁ ଜାଗ୍ରତ ହୁଅ ଏବଂ ତୁମ ନିକଟରେ ଯାହା କିଛି ଅଛି, ତାହା ସମ୍ପୂର୍ଣ୍ଣଭାବେ ଲୁପ୍ତ ହେବା ପୂର୍ବରୁ ତାହାକୁ ବଳିଷ୍ଠ କର। କାରଣ ମୁଁ ଜାଣେ, ତୁମର କର୍ମସବୁ ଈଶ୍ୱରଙ୍କ ଦୃଷ୍ଟିରେ ଏ ପର୍ଯ୍ୟନ୍ତ ସିଦ୍ଧ ହୋଇ ନାହିଁ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

2 ଜାଗ୍ରତ ହୁଅ, ପୁଣି ଲୁପ୍ତପ୍ରାୟ ଅବଶିଷ୍ଟ ବିଷୟସବୁକୁ ସବଳ କର; କାରଣ ଆମ୍ଭେ ତୁମ୍ଭର କର୍ମସବୁକୁ ଆମ୍ଭର ଈଶ୍ଵରଙ୍କ ଛାମୁରେ ସିଦ୍ଧ ବୋଲି ଦେଖି ନାହୁଁ।

Faic an caibideil Dèan lethbhreac

ଓଡିଆ ବାଇବେଲ

2 ଜାଗ୍ରତ ହୁଅ, ପୁଣି, ମୃତ୍ୟୁ ନିମନ୍ତେ ପ୍ରସ୍ତୁତ ଅବଶିଷ୍ଟ ବିଷୟସବୁକୁ ସବଳ କର; କାରଣ ଆମ୍ଭେ ତୁମ୍ଭର କର୍ମସବୁକୁ ଆମ୍ଭର ଈଶ୍ୱରଙ୍କ ଛାମୁରେ ସିଦ୍ଧ ବୋଲି ଦେଖି ନାହୁଁ ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ଜାଗ୍ରତ ହୁଅ, ପୁଣି, ମୃତ୍ୟୁ ନିମନ୍ତେ ପ୍ରସ୍ତୁତ ଅବଶିଷ୍ଟ ବିଷୟସବୁକୁ ସବଳ କର; କାରଣ ଆମ୍ଭେ ତୁମ୍ଭର କର୍ମସବୁକୁ ଆମ୍ଭର ଈଶ୍ବରଙ୍କ ଛାମୁରେ ସିଦ୍ଧ ବୋଲି ଦେଖି ନାହୁଁ।

Faic an caibideil Dèan lethbhreac

ପବିତ୍ର ବାଇବଲ

2 ଜାଗି ଉଠ! ତୁମ୍ଭର ଯେଉଁ ଅବଶିଷ୍ଟ ବିଷୟ ଗୁଡ଼ିକ ଲୋପ ପାଇଯାଉଅଛି ସେଗୁଡ଼ିକ ସମ୍ପୂର୍ଣ୍ଣ ମରିଯିବା ପୂର୍ବରୁ ସେସବୁ ଦୃଢ଼ କର। କାରଣ ପରମେଶ୍ୱରଙ୍କ ଦୃଷ୍ଟିରେ ତୁମ୍ଭର କର୍ମକୁ ମୁଁ ନିର୍ଦ୍ଦୋଷ ପାଇ ନାହିଁ।

Faic an caibideil Dèan lethbhreac




ପ୍ରକାଶିତ 3:2
31 Iomraidhean Croise  

ସେମାନେ ଲୋକଙ୍କୁ ଦେଖାଇବା ପାଇଁ ସବୁ କାମ କରିଥାନ୍ତି। ଦେଖ, ସେମାନେ ଶାସ୍ତ୍ର ବିନ ଲେଖା ହୋଇଥିବା କେଡ଼େ କେଡ଼େ କବଚ କପାଳ ଓ ବାହୁରେ ବାନ୍ଧିଛନ୍ତି। ପୁଣି ଦେଖ, ସେମାନଙ୍କ ପୋଷାକର ଝାଲର ସବୁ କେଡ଼େ ଲମ୍ବା।


କଥାଟି ଶେଷ କରି ଯୀଶୁ କହିଲେ, “ସତର୍କ ରୁହ। ସେହି ଦିନ କିମ୍ବା ଘଣ୍ଟା (ସମୟ) ଆଗରୁ କେହି ଜାଣିପାରିବ ନାହିଁ।


କୁମାରୀମାନେ ଉଠିପଡ଼ି ନିଜ ନିଜ ଦୀପ ସଜାଡ଼ିଲେ।


ସେଠାରେ କିଛିଦିନ କଟାଇବା ପରେ ସେ ପୁଣି ଯାତ୍ରା କରି ଗାଲାତୀୟ ଓ ଫ୍ରିଜିୟା ଅଞ୍ଚଳ ମଧ୍ୟ ଦେଇ ଗଲେ ଓ ବାଟରେ ବିଶ୍ୱାସୀମାନଙ୍କୁ ସେମାନଙ୍କ ବିଶ୍ୱାସରେ ଦୃଢ଼ ହେବା ପାଇଁ ଉତ୍ସାହିତ କଲେ।


ସବୁ ବିଷୟର ଅନ୍ତିମ କାଳ ସନ୍ନିକଟ। ତୁମ୍ଭେମାନେ ପ୍ରାର୍ଥନାରେ ନିବିଷ୍ଟ ରହିବା ପାଇଁ ଆତ୍ମସଂଯମୀ ହୋଇ ସଜାଗ ରୁହ।


ସତର୍କ ହୁଅ, ସଜାଗ ରୁହ। ତୁମ୍ଭମାନଙ୍କର ଶତ୍ରୁ ଶୟତାନ ଗର୍ଜନକାରୀ ସିଂହ ତୁଲ୍ୟ କାହାକୁ ଗ୍ରାସ କରିବା ପାଇଁ ଖୋଜି ବୁଲୁଛି।


“ଶୁଣ! ମୁଁ ଚୋର ପରି ଆସିବି। ଯେଉଁ ବ୍ୟକ୍ତି ଜାଗ୍ରତ ରହି ଚୋର କବଳରୁ ନିଜ ଲୁଗାପଟା ସୁରକ୍ଷା କରେ, ସେ ଭାଗ୍ୟବାନ। ଉଲଙ୍ଗ ହୋଇ ବିଚରଣ କରିବା ଦ୍ୱାରା ତାକୁ ଲଜ୍ଜା ପାଇବାକୁ ପଡ଼ିବ ନାହିଁ।”


କିନ୍ତୁ ତୁମ ବିରୁଦ୍ଧରେ ମୋର ଏହି ଅଭିଯୋଗ ତୁମେ ଆଦ୍ୟରେ ଯେପରି ମୋତେ ପ୍ରେମ କରୁଥିଲ, ବର୍ତ୍ତମାନ ସେପରି ଆଉ କରୁ ନାହଁ।


“ସାର୍ଦ୍ଦିସ୍ରେ ଥିବା ମଣ୍ଡଳୀର ଦୂତଙ୍କ ନିକଟକୁ ଲେଖ। “ଈଶ୍ୱରଙ୍କ ସପ୍ତ ଆତ୍ମା ଓ ସପ୍ତ ନକ୍ଷତ୍ର ଧାରଣ କରିଥିବା ବ୍ୟକ୍ତିଙ୍କଠାରୁ ଏହି ବାର୍ତ୍ତା। ମୁଁ ତୁମର କାର୍ଯ୍ୟକଳାପ ଜାଣେ; ତୁମ୍ଭେମାନେ ମୃତ ହୋଇଥିଲେ ମଧ୍ୟ ଜୀବିତ ଅଛ ବୋଲି ଖ୍ୟାତି ଲାଭ କରିଛ।


ତୁମକୁ ଯେଉଁ ଶିକ୍ଷା ଦିଆଯାଇଥିଲା ଏବଂ ତୁମେ ଯାହା ଶୁଣିଥିଲ, ତାହା ସ୍ମରଣ କରି ପାଳନ କର ଓ ତୁମ ପାପରୁ ଫେର। ଜାଗ୍ରତ ନ ହେଲେ, ମୁଁ ଚୋର ପରି ଅତର୍କିତ ଭାବରେ ତୁମ ନିକଟକୁ ଆସିବି। କେଉଁ ସମୟରେ ଆସିବି, ତାହା ତୁମେ ଜାଣି ପାରିବ ନାହିଁ।


Lean sinn:

Sanasan


Sanasan