Biblia Todo Logo
Bìoball air-loidhne

- Sanasan -




ପ୍ରକାଶିତ 17:3 - ପବିତ୍ର ବାଇବଲ (CL) NT (BSI)

3 ସେତେବେଳେ ପବିତ୍ରାତ୍ମା ମୋ’ଠାରେ ଅଧିଷ୍ଠାନ କଲେ ଓ ସେହି ଦୂତ ମୋତେ ଗୋଟିଏ ମରୁଭୂମିକୁ ନେଇଗଲେ। ସେଠାରେ ମୁଁ ଦେଖିଲି, ଜଣେ ସ୍ତ୍ରୀ ଲୋକ ଗୋଟିଏ ଲାଲ ରଙ୍ଗର ପଶୁ ଉପରେ ବସିଛି। ପଶୁଟିର ସର୍ବାଙ୍ଗ ଶରୀରରେ ଈଶ୍ୱରନିନ୍ଦାସୂଚକ ନାମଟିଏ ଲେଖାଯାଇଛି ଓ ତା’ର ସାତଟି ମସ୍ତକ ଓ ଦଶଟି ଶୃଙ୍ଗ ଅଛି।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

3 ସେଥିରେ ସେ ମୋତେ ଆତ୍ମାରେ ପ୍ରାନ୍ତର ମଧ୍ୟକୁ ଘେନିଯାଆନ୍ତେ ମୁଁ ଜଣେ ସ୍ତ୍ରୀଲୋକକୁ ଗୋଟିଏ ଲୋହିତବର୍ଣ୍ଣ ପଶୁ ଉପରେ ବସିଥିବାର ଦେଖିଲି, ସେହି ପଶୁର ସର୍ବାଙ୍ଗ ଈଶ୍ଵରନିନ୍ଦାସୂଚକ ନାମରେ ପରିପୂର୍ଣ୍ଣ, ଆଉ ତାହାର ସପ୍ତ ମସ୍ତକ ଓ ଦଶ ଶୃଙ୍ଗ,।

Faic an caibideil Dèan lethbhreac

ଓଡିଆ ବାଇବେଲ

3 ସେଥିରେ ସେ ମୋତେ ଆତ୍ମାରେ ପ୍ରାନ୍ତର ମଧ୍ୟକୁ ଘେନିଯାଆନ୍ତେ ମୁଁ ଜଣେ ସ୍ତ୍ରୀଲୋକକୁ ଗୋଟିଏ ଲୋହିତବର୍ଣ୍ଣ ପଶୁ ଉପରେ ବସିଥିବାର ଦେଖିଲି; ସେହି ପଶୁର ସର୍ବାଙ୍ଗ ଈଶ୍ୱରନିନ୍ଦାସୂଚକ ନାମରେ ପରିପୂର୍ଣ୍ଣ, ଆଉ ତାହାର ସପ୍ତ ମସ୍ତକ ଓ ଦଶ ଶିଙ୍ଗ ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ସେଥିରେ ସେ ମୋତେ ପବିତ୍ର ଆତ୍ମାରେ ପ୍ରାନ୍ତର ମଧ୍ୟକୁ ଘେନିଯାଆନ୍ତେ ମୁଁ ଜଣେ ସ୍ତ୍ରୀଲୋକକୁ ଗୋଟିଏ ଲୋହିତବର୍ଣ୍ଣ ପଶୁ ଉପରେ ବସିଥିବାର ଦେଖିଲି; ସେହି ପଶୁର ସର୍ବାଙ୍ଗ ଈଶ୍ବରନିନ୍ଦାସୂଚକ ନାମରେ ପରିପୂର୍ଣ୍ଣ, ଆଉ ତାହାର ସପ୍ତ ମସ୍ତକ ଓ ଦଶ ଶୃଙ୍ଗ।

Faic an caibideil Dèan lethbhreac

ପବିତ୍ର ବାଇବଲ

3 ତା'ପରେ ଦୂତ ମୋତେ ଆତ୍ମା ଦ୍ୱାରା ମରୁଭୂମିକୁ ବହି ନେଇଗଲେ। ସେଠାରେ ମୁଁ ଗୋଟିଏ ନାରୀକୁ ଲାଲ ରଙ୍ଗର ପଶୁ ଉପରେ ବସିଥିବାର ଦେଖିଲି। ସେ ପଶୁର ସର୍ବାଙ୍ଗ ଶରୀର ଉପରେ ଈଶ୍ୱରଙ୍କ ନିନ୍ଦା କରୁଥିବା ନାମସବୁ ଲେଖା ଯାଇଥିଲା। ସେହି ପଶୁର ସାତୋଟି ମସ୍ତକ ଓ ଦଶଟି ଶିଙ୍ଗ ଥିଲା।

Faic an caibideil Dèan lethbhreac




ପ୍ରକାଶିତ 17:3
26 Iomraidhean Croise  

ତାଙ୍କ ପୋଷାକ କାଢ଼ି ନେଇ ତାଙ୍କୁ ଗୋଟିଏ ବାଇଗଣିଆ ରଙ୍ଗର ପୋଷାକ ପିନ୍ଧାଇଲେ।


ସେମାନେ ଜଳରୁ ଉଠି ଆସିବା ପରେ, ଈଶ୍ୱରଙ୍କ ପବିତ୍ରଆତ୍ମା ଫିଲିପ୍ପଙ୍କୁ ଅନ୍ତର୍ଦ୍ଧାନ କରାଇ ଦେଲେ। କର୍ମଚାରୀ ଆଉ ତାଙ୍କୁ ଦେଖି ପାରିଲେ ନାହିଁ, କିନ୍ତୁ ଆନନ୍ଦରେ ପୂର୍ଣ୍ଣ ହୋଇ ତାଙ୍କ ବାଟରେ ଚାଲିଗଲେ।


ସେହି ଦୁରାତ୍ମା ମନୁଷ୍ୟର ତଥାକଥିତ ସମସ୍ତ ଆରାଧ୍ୟ ଦେବତା ଓ ଉପାସ୍ୟ ବସ୍ତୁର ବିରୁଦ୍ଧାଚରଣ କରିବ ଓ ନିଜକୁ ସମସ୍ତଙ୍କ ଉଦ୍ଧ୍ୱର୍ରେ ରଖିବାକୁ ପ୍ରୟାସ କରିବ। ଏପରି କି ସେ ଈଶ୍ୱରଙ୍କ ମନ୍ଦିରରେ ଉପବେଶନ କରି ନିଜେ ଈଶ୍ୱର ବୋଲି ଦାବୀ କରିବ।


ପ୍ରଭୁଙ୍କ ଦିବସରେ ପବିତ୍ର ଆତ୍ମା ମୋତେ ଆବିଷ୍ଟ କଲେ ଏବଂ ମୋର ପଶ୍ଚାତ୍ରେ ତୂରୀ ଧ୍ୱନି ପରି ଏକ ଉଚ୍ଚ ସ୍ୱର ଶୁଣିଲି।


ତା’ର ଆକ୍ରମଣରୁ ରକ୍ଷା ପାଇବା ପାଇଁ ସ୍ତ୍ରୀ ଲୋକଟିକୁ ଦୁଇଟି ଇଗଲ୍ ପକ୍ଷୀର ଡ଼େଣା ପ୍ରଦତ୍ତ ହେଲା। ତା’ ସାହାଯ୍ୟରେ ସେ ମରୁଭୂମିରେ ନିଜ ବାସ ସ୍ଥାନକୁ ଉଡ଼ିଯାଇ, ସେଠାରେ ସାଢ଼େ ତିନି ବର୍ଷ ପର୍ଯ୍ୟନ୍ତ ନିରାପଦରେ ରହିବାକୁ ସମର୍ଥ ହେଲା।


ଆକାଶରେ ଆଉ ଏକ ଅଦ୍ଭୁତ ଦୃଶ୍ୟ ଦେଖାଗଲେ। ଲୋହିତ, ବର୍ଣ୍ଣର ସର୍ପ ପରି ଏକ ବିକଟାଳ ପ୍ରାଣୀ, ତାହାର ସାତଟି ମସ୍ତକ, ଦଶଟି ଶୃଙ୍ଗ ଓ ପ୍ରତି ମସ୍ତକରେ ଗୋଟିଏ ମୁକୁଟ ଥିଲା।


ଏବଂ ସେହି ନାରୀ ମରୁ ପ୍ରାନ୍ତରକୁ ପଳାୟନ କଲା। ସେଠାରେ ଏକ ସହସ୍ର ଦୁଇ ଶତ ଷାଠିଏ ଦିନ ଯାଏ ତା’ର ରହିବା ପାଇଁ ଈଶ୍ୱର ବ୍ୟବସ୍ଥା କରି ଦେଇଥିଲେ।


“ତୁମେ ଯେଉଁ ସ୍ତ୍ରୀ ଲୋକଟିକୁ ଦେଖିଲ, ସେ ହେଉଛି, ପୃଥିବୀର ରାଜାମାନଙ୍କ ଉପରେ କର୍ତ୍ତୃତ୍ୱ କରୁଥିବା ସେହି ମହାନ ନଗରୀ।”


ସ୍ତ୍ରୀ ଲୋକଟି ବାଇଗଣିଆ ଓ ଗାଢ଼ ଲାଲ ବର୍ଣ୍ଣର ବସ୍ତ୍ର ପିନ୍ଧିଥିଲା ଓ ସ୍ୱର୍ଣ୍ଣଅଳଙ୍କାର, ବହୁମୂଲ୍ୟ ମଣିମାଣିକ୍ୟ ଓ ମୁକ୍ତାରେ ଭୂଷିତ ହୋଇଥିଲା। ତାହାର ଭ୍ରାଷ୍ଟାଚାରର ଫଳ ସ୍ୱରୂପ ଅଶ୍ଲୀଳ ଓ ଅଶୁଚି ବିଷୟପୂର୍ଣ୍ଣ ଗୋଟିଏ ସୁବର୍ଣ୍ଣ ପାତ୍ର ସେ ଧରିଥିଲା।


ସେମାନେ ଶୋକ କରି କହିବେ, “ହାୟ! ମହାନଗରୀର ଅବସ୍ଥା ଏବେ କେଡ଼େ ଭୟଙ୍କର, କେଡ଼େ ଶୋଚନୀୟ! ସେ ସୂକ୍ଷ୍ମ ବସ୍ତ୍ର, କୃଷ୍ଣ ଲୋହିତ ଓ ସିନ୍ଦୁର ବର୍ଣ୍ଣ ବସ୍ତ୍ରପରିହିତା ଥିଲା, ପୁଣି ସୁବର୍ଣ୍ଣ, ମଣି ଓ ମୁକ୍ତାରେ ଭୂଷିତା ଥିଲା।


ପବିତ୍ରାତ୍ମା ମୋ’ ଉପରେ ଅଧିଷ୍ଠାନ କଲେ ଏବଂ ଦୂତ ମୋତେ ଗୋଟିଏ ବିରାଟ ପର୍ବତ ଶିଖରକୁ ନେଇଗଲେ। ସେଠାରୁ ମୁଁ ଦେଖିଲି, ଈଶ୍ୱରଙ୍କ ନିକଟରୁ ସ୍ୱର୍ଗରୁ ଅବତରଣ କରିଥିବା ଦିବ୍ୟ ଗୌରବୋଜ୍ଜ୍ୱଳ ପବିତ୍ର ନଗରୀ ଯିରୂଶାଲମ। ସେହି ନଗରୀ ସ୍ଫଟିକ ପରି ସ୍ୱଚ୍ଛ ଓ ଅମୂଲ୍ୟ ସୂର୍ଯ୍ୟକାନ୍ତ ମଣି ପରି ଝଟକୁ ଥିଲା।


ସଙ୍ଗେ ସଙ୍ଗେ ପବିତ୍ରଆତ୍ମାଙ୍କ ଦ୍ୱାରା ଆବିଷ୍ଟ ହୋଇ ମୁଁ ଦେଖିଲି, ସ୍ୱର୍ଗରେ ଗୋଟିଏ ସିଂହାସନରେ ଜଣେ କେହି ବସିଛନ୍ତି।


Lean sinn:

Sanasan


Sanasan