Biblia Todo Logo
Bìoball air-loidhne

- Sanasan -




ପ୍ରକାଶିତ 12:3 - ପବିତ୍ର ବାଇବଲ (CL) NT (BSI)

3 ଆକାଶରେ ଆଉ ଏକ ଅଦ୍ଭୁତ ଦୃଶ୍ୟ ଦେଖାଗଲେ। ଲୋହିତ, ବର୍ଣ୍ଣର ସର୍ପ ପରି ଏକ ବିକଟାଳ ପ୍ରାଣୀ, ତାହାର ସାତଟି ମସ୍ତକ, ଦଶଟି ଶୃଙ୍ଗ ଓ ପ୍ରତି ମସ୍ତକରେ ଗୋଟିଏ ମୁକୁଟ ଥିଲା।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

3 ଆକାଶରେ ଆଉ ଗୋଟିଏ ଲକ୍ଷଣ ଦେଖାଗଲା; ଦେଖ, ଗୋଟିଏ ଲୋହିତବର୍ଣ୍ଣ ପ୍ରକାଣ୍ତ ସର୍ପ, ତାହାର ସପ୍ତ ମସ୍ତକ ଓ ଦଶ ଶୃଙ୍ଗ, ପୁଣି ମସ୍ତକଗୁଡ଼ିକ ଉପରେ ସପ୍ତ ମୁକୁଟ।

Faic an caibideil Dèan lethbhreac

ଓଡିଆ ବାଇବେଲ

3 ଆକାଶରେ ଆଉ ଗୋଟିଏ ଲକ୍ଷଣ ଦେଖାଗଲା; ଦେଖ, ଗୋଟିଏ ଲାଲ୍ ରଙ୍ଗର ପ୍ରକାଣ୍ଡ ସର୍ପ, ତାହାର ସପ୍ତ ମସ୍ତକ ଓ ଦଶ ଶିଙ୍ଗ, ପୁଣି, ମସ୍ତକ ଗୁଡ଼ିକ ଉପରେ ସପ୍ତ ମୁକୁଟ ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ଆକାଶରେ ଆଉ ଗୋଟିଏ ଲକ୍ଷଣ ଦେଖାଗଲା; ଦେଖ, ଗୋଟିଏ ଲାଲ୍ ରଙ୍ଗର ପ୍ରକାଣ୍ଡ ସର୍ପ, ତାହାର ସପ୍ତ ମସ୍ତକ ଓ ଦଶ ଶୃଙ୍ଗ, ପୁଣି, ମସ୍ତକ ଗୁଡ଼ିକ ଉପରେ ସପ୍ତ ମୁକୁଟ।

Faic an caibideil Dèan lethbhreac

ପବିତ୍ର ବାଇବଲ

3 ସ୍ୱର୍ଗରେ ଅନ୍ୟ ଏକ ଚିହ୍ନ ଦେଖାଗଲା। ସେଠାରେ ଗୋଟିଏ ବିରାଟ ଲାଲ ରଙ୍ଗର ସାପ ମୁଁ ଦେଖିଲି। ତା'ର ସାତୋଟି ମୁଣ୍ଡ ଥିଲା ଓ ପ୍ରତି ମୁଣ୍ଡରେ ସାତୋଟି ମୁକୁଟ ଥିଲା। ତା'ର ଦଶଟି ଶିଙ୍ଗ ମଧ୍ୟ ଥିଲା।

Faic an caibideil Dèan lethbhreac




ପ୍ରକାଶିତ 12:3
27 Iomraidhean Croise  

ଅନନ୍ତର ଆକାଶରେ ଏକ ଅଦ୍ଭୁତ ଦୃଶ୍ୟ ଦେଖାଗଲା। ଜଣେ ନାରୀ ଚନ୍ଦ୍ର ଉପରେ ଠିଆ ହୋଇଥିଲେ ଓ ସୂର୍ଯ୍ୟ ରଶ୍ମି ପରିଧାନ କରିଥିଲେ। ତାହାଙ୍କ ମସ୍ତକରେ ଦ୍ୱାଦଶ ନକ୍ଷତ୍ର ଖଚିତ ଏକ ମୁକୁଟ ଥିଲା।


ପୃଥିବୀରେ ନିକ୍ଷିପ୍ତ ହୋଇଥିବା ଦେଖି ଦ୍ୟାବଳ ଉପରୋକ୍ତ ପୁତ୍ରର ଜନନୀ ସେହି ନାରୀକୁ ଗୋଡ଼ାଇଲା।


ଅନନ୍ତର ଦ୍ୟାବଳ ଭୀଷଣ କ୍ରୁଦ୍ଧ ହୋଇ ସେହି ନାରୀ ଉପରେ ପ୍ରତିଶୋଧ ନେବା ପାଇଁ ତା’ର ବଂଶଧରମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ବାହାରି ପଡ଼ିଲା। ଯେଉଁମାନେ ଈଶ୍ୱରଙ୍କ ଆଜ୍ଞାବହ, ଯୀଶୁ ପ୍ରକାଶ କରିଥିବା ସତ୍ୟ ପ୍ରତି ବିଶ୍ୱସ୍ତ, ନାରୀର ସେହି ବଂଶଧରମାନଙ୍କୁ ବିରୋଧ କରିବା ପାଇଁ ସେ ଯାଇ ସମୁଦ୍ର ଦୀରରେ ଠିଆ ହେଲା।


ସେ ତା’ର ଲାଞ୍ଜରେ ଆକାଶରୁ ଏକ ତୃତୀୟାଂଶ ନକ୍ଷତ୍ର ଟାଣିଆଣି ପୃଥିବୀ ଉପରେ ନିକ୍ଷେପ କଲା। ପିଲାଟି ଜନ୍ମ ହେବା ସଙ୍ଗେ ସଙ୍ଗେ ତାକୁ ଖାଇ ଦେବା ଉଦ୍ଦେଶ୍ୟରେ ସର୍ପ ଉକ୍ତ ନାରୀ ନିକଟରେ ଆସି ଠିଆହେଲା।


ତାହାପରେ ସ୍ୱର୍ଗରେ ଯୁଦ୍ଧ ଆରମ୍ଭ ହୋଇଗଲା। ମିଖାୟେଲ ଓ ତାଙ୍କର ଦୂତମାନେ ସେହି ବିକଟାଳ ସର୍ପ ଓ ତାହାର ଅନୁଚରମାନଙ୍କ ସହିତ ଯୁଦ୍ଧ କଲେ।


ସେହି ସର୍ପ ହେଉଛି, ସପ୍ତମ ଜଗତକୁ ପ୍ରତାରଣା କରିଥିବା ଦ୍ୟାବଳ ଆଦିମ ସର୍ପ, ଶୟତାନ; ତା’ର ଦଳବଳ ସହ ସ୍ୱର୍ଗରୁ ନିକ୍ଷିପ୍ତ ହୋଇ ପୃଥିବୀ ପୃଷ୍ଠରେ ଆସି ପଡ଼ିଲା।


ତାହାପରେ ମୁଁ ଦେଖିଲି, ଗୋଟିଏ ପଶୁ ସମୁଦ୍ର ଭିତରୁ ଉଠି ଆସୁଛି। ତାହାର ଦଶଟି ଶୃଙ୍ଗ ଓ ସାତଟି ମସ୍ତକ। ପ୍ରତ୍ୟେକ ଶୃଙ୍ଗରେ ଗୋଟିଏ ଗୋଟିଏ ମୁକୁଟ ଥିଲା ଓ ପ୍ରତ୍ୟେକ ମସ୍ତକରେ ଗୋଟିଏ ଗୋଟିଏ ଈଶ୍ୱର ନିନ୍ଦାସୂଚକ ନାମ ଲେଖାଯାଇଥିଲା।


ପଶୁଟି ଗୋଟିଏ ଚିତାବାଘ ପରି ଦେଖାଯାଉଥିଲା। ତାହାର ପାଦ ଭାଲୁ ପାଦ ପରି ଏବଂ ପାଟି ସିଂହ ପାଟି ପରି। ପୂର୍ବବର୍ଣ୍ଣିତ ଲୋହିତ ବର୍ଣ୍ଣର ବିକଟାଳ ସର୍ପ ଏହି ପଶୁକୁ ନିଜର ଶକ୍ତି, ସିଂହାସନ ଓ ଅଶେଷ କ୍ଷମତା ସମର୍ପଣ କଲା।


ପୁଣି, ସମସ୍ତେ ପଶୁକୁ କ୍ଷମତାପନ୍ନ କରିଥିବା ସର୍ପର ପୂଜା କଲେ। ସେମାନେ ପଶୁକୁ ମଧ୍ୟ ପୂଜା କରି କହିଲେ, “କିଏ ଏହି ପଶୁର ସମକକ୍ଷ ହେବ? କିଏ ତାହା ବିପକ୍ଷରେ ଯୁଦ୍ଧ କରିପାରିବ?”


ଅନନ୍ତର ମୁଁ ଆକାଶରେ ଆଉ ଏକ ବିଚିତ୍ର ରହସ୍ୟଜନକ ଦୃଶ୍ୟ ଦେଖିଲି। ସାତ ଜଣ ସ୍ୱର୍ଗଦୂତ ପ୍ରତ୍ୟେକେ ଗୋଟିଏ ଗୋଟିଏ ମହାମାରୀ ଧରି ଆବିର୍ଭୂତ ହେଲେ। ଏହି ମହାମାରୀଗୁଡ଼ିକ ଥିଲା, ଈଶ୍ୱରଙ୍କ କ୍ରୋଧର ଚରମ ଅଭିବ୍ୟକ୍ତି।


ତାହାପରେ ମୁଁ ବେଙ୍ଗ ଆକୃତିର ତିନୋଟି ପ୍ରେତାତ୍ମା ଦେଖିଲି। ସେଗୁଡ଼ିକ ପୂର୍ବୋକ୍ତ ସର୍ପ, ପଶୁ ଓ ଭଣ୍ଡ ଭାବବାଦୀର ମୁଖରୁ ବାହାରୁ ଥିଲେ।


“ତୁମେ ଦେଖିଥିବା ଦଶଟି ଶୃଙ୍ଗ, ଦଶଟି ରାଜାଙ୍କର ପ୍ରତୀକ, ସେମାନେ ଏ ପର୍ଯ୍ୟନ୍ତ ରାଜତ୍ୱ କରି ନାହାଁନ୍ତି। କିନ୍ତୁ ପଶୁ ସଙ୍ଗରେ ରାଜତ୍ୱ କରିବା ନିମନ୍ତେ ଗୋଟିଏ ଘଣ୍ଟା ପାଇଁ ସେମାନଙ୍କୁ କ୍ଷମତା ଦିଆଯିବ।


ତୁମେ ଦେଖିଥିବା ସାତଟି ଶୃଙ୍ଗ ଓ ସେହି ପଶୁ, ବେଶ୍ୟାକୁ ଘୃଣା କରିବେ; ସେମାନେ ତାହାଠାରୁ ତାହାର ସବୁ ଛଡ଼ାଇ ନେଇ ତାକୁ ଉଲଗ୍ନ କରି ଛାଡ଼ିଦେବେ। ସେମାନେ ତାହାର ମାଂସ ଭକ୍ଷଣ କରି, ତାକୁ ଅଗ୍ନିରେ ପକାଇ ଧ୍ୱଂସ କରିଦେବେ।


ଦୂତ କହିଲେ: “କାହିଁକି ବିସ୍ମିତ ହେଉଛ? ସେହି ସ୍ତ୍ରୀ ଲୋକ ଏବଂ ସପ୍ତ ମସ୍ତକ ଓ ଦଶ ଶୃଙ୍ଗବିଶିଷ୍ଟ ତା’ର ବାହନ ପଶୁର ଗୁପ୍ତ ରହସ୍ୟ ମୁଁ ତୁମକୁ କହୁଛି, ଶୁଣ!


ତାଙ୍କ ଚକ୍ଷୁ ଅଗ୍ନି ଶିଖାପରି ଓ ତାଙ୍କ ମସ୍ତକରେ ଅନେକ ମୁକୁଟ ଥିଲା। ତାଙ୍କ ଉପରେ ଏକ ନାମ ଲେଖା ଯାଇଥିଲା, କିନ୍ତୁ ତାହା କଅଣ , ତାଙ୍କ ବ୍ୟତୀତ ଆଉ କେହି ଜାଣନ୍ତି ନାହିଁ।


ସେ ସେହି ପ୍ରାଚୀନ ସର୍ପ, ସେହି ପିଶାଚ ଶୟତାନକୁ ଧରି ଏକ ସହସ୍ର ବର୍ଷ ପର୍ଯ୍ୟନ୍ତ ଜଞ୍ଜିରରେ ବାନ୍ଧି ପକାଇଲେ


Lean sinn:

Sanasan


Sanasan