Biblia Todo Logo
Bìoball air-loidhne

- Sanasan -




ପ୍ରକାଶିତ 11:2 - ପବିତ୍ର ବାଇବଲ (CL) NT (BSI)

2 କିନ୍ତୁ ମନ୍ଦିରର ବାହାରେ ଥିବା ପ୍ରାଙ୍ଗଣକୁ ମାପ ନାହିଁ। କାରଣ, ତାହା ଅନ୍ୟ ଜାତିମାନଙ୍କୁ ଦାନ କରାଯାଇଛି। ସେମାନେ ବୟାଳିଶ ମାସ ପର୍ଯ୍ୟନ୍ତ ଏହି ପବିତ୍ର ନଗରୀକୁ ପଦଦଳିତ କରି ରଖିବେ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

2 କିନ୍ତୁ ମନ୍ଦିରର ବାହାରେ ଥିବା ପ୍ରାଙ୍ଗଣକୁ ଛାଡ଼ିଦିଅ, ତାହା ମାପ ନାହିଁ, କାରଣ ତାହା ବିଜାତିମାନଙ୍କୁ ଦତ୍ତ ହୋଇଅଛି, ସେମାନେ ବୟାଳିଶ ମାସ ପର୍ଯ୍ୟନ୍ତ ପୁଣ୍ୟ ନଗରୀକୁ ପଦ ତଳେ ଦଳିତ କରିବେ।

Faic an caibideil Dèan lethbhreac

ଓଡିଆ ବାଇବେଲ

2 କିନ୍ତୁ ମନ୍ଦିରର ବାହାରେ ଥିବା ପ୍ରାଙ୍ଗଣକୁ ଛାଡ଼ିଦିଅ, ତାହା ମାପ ନାହିଁ, କାରଣ ତାହା ଅଣଯିହୂଦୀମାନଙ୍କୁ ଦିଆଯାଇଅଛି, ସେମାନେ ବୟାଳିଶ ମାସ ପର୍ଯ୍ୟନ୍ତ ପବିତ୍ର ନଗରୀକୁ ପାଦ ତଳେ ଦଳିତ କରିବେ ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 କିନ୍ତୁ ମନ୍ଦିରର ବାହାରେ ଥିବା ପ୍ରାଙ୍ଗଣକୁ ଛାଡ଼ିଦିଅ, ତାହା ମାପ ନାହିଁ, କାରଣ ତାହା ଅଣଯିହୁଦୀମାନଙ୍କୁ ଦିଆଯାଇଅଛି, ସେମାନେ ବୟାଳିଶ ମାସ ପର୍ଯ୍ୟନ୍ତ ପବିତ୍ର ନଗରୀକୁ ପାଦ ତଳେ ଦଳିତ କରିବେ।

Faic an caibideil Dèan lethbhreac

ପବିତ୍ର ବାଇବଲ

2 କିନ୍ତୁ ମନ୍ଦିରର ବାହାର ଅଗଣା ମାପ ନାହିଁ। ତାହାକୁ ସେହିପରି ଛାଡ଼ିଦିଅ, କାରଣ ତାହା ଅଣଯିହୂଦୀୟ ଦେଶଗୁଡ଼ିକର ଲୋକମାନଙ୍କୁ ଦିଆଯାଇଛି। ସେହି ଲୋକମାନେ ବୟାଳିଶ୍ ମାସ ପର୍ଯ୍ୟନ୍ତ ପବିତ୍ର ନଗରକୁ ପଦଦଳିତ କରିବେ।

Faic an caibideil Dèan lethbhreac




ପ୍ରକାଶିତ 11:2
32 Iomraidhean Croise  

ଏମାନେ କବରମାନଙ୍କରୁ ଉଠି ଆସିଲେ ଓ ଯୀଶୁଙ୍କ ପୁନରୁତ୍ଥାନ ପରେ ଏମାନଙ୍କୁ ପୁଣ୍ୟ ନଗରୀ ଯିରୂଶାଲମକୁ ଯିବାର ଅନେକେ ଦେଖିଲେ।


ଏହାପରେ ଶୟତାନ ଯୀଶୁଙ୍କୁ ପବିତ୍ର ନଗରୀ ଯିରୂଶାଲମକୁ ନେଇଗଲା। ସେଠାରେ ତାଙ୍କୁ ମନ୍ଦିରର ସର୍ବୋଚ୍ଚ ଚୂଡ଼ାରେ ବସାଇ କହିଲା,


“ତୁମ୍ଭେମାନେ ସମସ୍ତ ମାନବ ଜାତିର ଲବଣ ସ୍ୱରୂପ। କିନ୍ତୁ ଲବଣ ଯଦି ଲବଣତ୍ୱ ହରାଏ, ତେବେ ତାକୁ ଆଉ ଲବଣାକ୍ତ କରି ହେବ ନାହିଁ। ସେତେବେଳେ ତାହା ସମ୍ପୂର୍ଣ୍ଣ ଅଦରକାରୀ ହୋଇ ବାହାରେ ଫିଙ୍ଗି ଦିଆଯାଏ। ଲୋକେ ତାକୁ ମାଡ଼ି ଚାଲିଯାଆନ୍ତି।


କେତେକ ଖଡ୍ଗ ଦ୍ୱାରା ନିହତ ହେବେ ଓ ଅନ୍ୟମାନ ବିଦେଶକୁ ବନ୍ଦୀ ହୋଇ ନିଆଯିବେ ଏବଂ ବିଜାତୀୟମାନଙ୍କର କାଳ ସମ୍ପୂର୍ଣ୍ଣ ନ ହେବାଯାଏ, ଯିରୂଶାଲମ ସେମାନଙ୍କ ପଦଦଳିତ ହୋଇ ରହିବ।


ତାହାହେଲେ, ଯିଏ ଈଶ୍ୱରଙ୍କ ପୁତ୍ରଙ୍କୁ ହେୟ ଜ୍ଞାନ କରେ, ଈଶ୍ୱରଙ୍କ ନୂତନ ନିୟମର ରକ୍ତ ଦ୍ୱାରା ପାପ ମୋଚନ ସୁଯୋଗ ପାଇଥିବା ସତ୍ତେ୍ୱତାକୁ ତୁଚ୍ଛ ମନେ କରେ ଏବଂ ନଅୁଗ୍ରହଦାତା ପବିତ୍ରଆତ୍ମାଙ୍କୁ ଅପମମାନ କରେ, ତାହାର ଦଶା କ’ଣ ନ ହେବ? ଭାବି ଦେଖ, ସେ କେତେ ଅଧିକ ଦଣ୍ଡନୀୟ ହେବ।


କିନ୍ତୁ ସାଢ଼େ ତିନି ଦିନ ପରେ ଈଶ୍ୱରଙ୍କଠାରୁ ପ୍ରାଣବାୟୁ ଆସି ସେମାନଙ୍କ ଶରୀରରେ ପ୍ରବେଶ କଲା ଏବଂ ସେମାନେ ଉଠି ଠିଆ ହେଲେ। ଯେଉଁମାନେ ଏହି ଘଟଣା ଦେଖିଲେ, ସେମାନେ ଆତଙ୍କିତ ହେଲେ।


ଚଟବସ୍ତ୍ର ପିନ୍ଧିଥିବା ମୋର ଦୁଇଜଣ ସାକ୍ଷୀଙ୍କୁ ମୁଁ ପଠାଇବି। ସେମାନେ ସେହି ଏକ ସହସ୍ର ଦୁଇ ଶତ ଷାଠିଏ ଦିନ ଯାଏ ଈଶ୍ୱରଙ୍କ ବାର୍ତ୍ତା ଘୋଷଣା କରିବେ।”


ଏବଂ ସେହି ନାରୀ ମରୁ ପ୍ରାନ୍ତରକୁ ପଳାୟନ କଲା। ସେଠାରେ ଏକ ସହସ୍ର ଦୁଇ ଶତ ଷାଠିଏ ଦିନ ଯାଏ ତା’ର ରହିବା ପାଇଁ ଈଶ୍ୱର ବ୍ୟବସ୍ଥା କରି ଦେଇଥିଲେ।


ପବିତ୍ରାତ୍ମା ମୋ’ ଉପରେ ଅଧିଷ୍ଠାନ କଲେ ଏବଂ ଦୂତ ମୋତେ ଗୋଟିଏ ବିରାଟ ପର୍ବତ ଶିଖରକୁ ନେଇଗଲେ। ସେଠାରୁ ମୁଁ ଦେଖିଲି, ଈଶ୍ୱରଙ୍କ ନିକଟରୁ ସ୍ୱର୍ଗରୁ ଅବତରଣ କରିଥିବା ଦିବ୍ୟ ଗୌରବୋଜ୍ଜ୍ୱଳ ପବିତ୍ର ନଗରୀ ଯିରୂଶାଲମ। ସେହି ନଗରୀ ସ୍ଫଟିକ ପରି ସ୍ୱଚ୍ଛ ଓ ଅମୂଲ୍ୟ ସୂର୍ଯ୍ୟକାନ୍ତ ମଣି ପରି ଝଟକୁ ଥିଲା।


ପୁଣି ଏକ ପବିତ୍ର ନଗରୀ, ନୂତନ ଯିରୁଶାଲମ, କନ୍ୟା ବେଶରେ ସଜ୍ଜିତା ହୋଇ ସ୍ୱର୍ଗରୁ ଈଶ୍ୱରଙ୍କ ନିକଟରୁ ପୃଥିବୀ ଉପରକୁ ଅବତରଣ କଲା।


ଏବଂ ଏହି ପୁସ୍ତକର ଭବିଷ୍ୟଦ୍ବାଣୀରୁ କେହି ଯଦି କିଛି ବାଦ୍ ଦିଏ, ତେବେ ଈଶ୍ୱର ତାକୁ ଏହି ପୁସ୍ତକବର୍ଣ୍ଣିତ ଜୀବନ-ବୃକ୍ଷର ଫଳରୁ ଓ ପବିତ୍ର ନଗରୀରୁ ବଞ୍ଚିତ କରିବେ।


Lean sinn:

Sanasan


Sanasan