Biblia Todo Logo
Bìoball air-loidhne

- Sanasan -




ପ୍ରକାଶିତ 1:7 - ପବିତ୍ର ବାଇବଲ (CL) NT (BSI)

7 ଦେଖ, ସେ ମେଘମାଳାରେ ଆସୁଅଛନ୍ତି - ପୃଥିବୀବାସୀ ସମସ୍ତେ ତାଙ୍କୁ ଦେଖିବେ; ଏପରି କି ଯେଉଁମାନେ ତାଙ୍କୁ ବଦ୍ଧ କରିଥିଲେ, ସେମାନେ ମଧ୍ୟ ତାଙ୍କୁ ଦେଖି ଭୟବିହ୍ୱଳ ହୋଇ ବିଳାପ କରିବେ। ଏ ସବୁ ନିଶ୍ଚୟ ଘଟିବ - ଆମେନ୍।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

7 ଦେଖ, ସେ ମେଘମାଳାରେ ଆଗମନ କରୁଅଛନ୍ତି, ପ୍ରତ୍ୟେକ ଚକ୍ଷୁ ତାହାଙ୍କୁ ଦର୍ଶନ କରିବ, ଯେଉଁମାନେ ତାହାଙ୍କୁ ବିନ୍ଧିଥିଲେ, ସେମାନେ ମଧ୍ୟ ଦର୍ଶନ କରିବେ, ଆଉ ପୃଥିବୀର ସମସ୍ତ ଗୋଷ୍ଠୀ ତାହାଙ୍କ ଆଗମନ ସକାଶେ ବିଳାପ କରିବେ। ହଁ, ଆମେନ୍।

Faic an caibideil Dèan lethbhreac

ଓଡିଆ ବାଇବେଲ

7 ଦେଖ ସେ ମେଘମାଳାରେ ଆଗମନ କରୁଅଛନ୍ତି, ପ୍ରତ୍ୟେକ ଚକ୍ଷୁ ତାହାଙ୍କୁ ଦର୍ଶନ କରିବ, ଯେଉଁମାନେ ତାହାଙ୍କୁ ବିନ୍ଧିଥିଲେ, ସେମାନେ ମଧ୍ୟ ଦର୍ଶନ କରିବେ, ଆଉ ପୃଥିବୀର ସମସ୍ତ ଗୋଷ୍ଠୀ ତାହାଙ୍କ ଆଗମନ ସକାଶେ ବିଳାପ କରିବେ । ହଁ ଆମେନ୍ ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 “ଦେଖ, ସେ ମେଘମାଳାରେ ଆଗମନ କରୁଅଛନ୍ତି, ପ୍ରତ୍ୟେକ ଚକ୍ଷୁ ତାହାଙ୍କୁ ଦର୍ଶନ କରିବ, ଯେଉଁମାନେ ତାହାଙ୍କୁ ବିନ୍ଧିଥିଲେ, ସେମାନେ ମଧ୍ୟ ଦର୍ଶନ କରିବେ, ଆଉ ପୃଥିବୀର ସମସ୍ତ ଗୋଷ୍ଠୀ ତାହାଙ୍କ ଆଗମନ ସକାଶେ ବିଳାପ କରିବେ। ହଁ, ସେହିପରି ହେଉ, ଆମେନ୍‍।”

Faic an caibideil Dèan lethbhreac

ପବିତ୍ର ବାଇବଲ

7 ଦେଖ, ଯୀଶୁ ମେଘମାଳାରେ ଆସୁଅଛନ୍ତି। ପ୍ରତ୍ୟେକ ଲୋକର ଚକ୍ଷୁ ତାହାଙ୍କୁ ଦେଖିବ ଏପରିକି ତାହାଙ୍କୁ ବିଦ୍ଧ କରିଥିବା ଲୋକମାନେ ମଧ୍ୟ ତାହାଙ୍କୁ ଦେଖିବେ। ଏ ପୃଥିବୀର ସବୁ ଜାତିର ଲୋକମାନେ ତାହାଙ୍କ ଆଗମନରେ ଉଚ୍ଚସ୍ୱରରେ ରୋଦନ କରିବେ। ହଁ, ଏହା ଘଟିବ। ଆମେନ୍।

Faic an caibideil Dèan lethbhreac




ପ୍ରକାଶିତ 1:7
36 Iomraidhean Croise  

ମନିଷ୍ୟ ପୁତ୍ର ପିତା ଈଶ୍ୱରଙ୍କ ଦ୍ୱାରା ଗୌରବାନ୍ୱିତ ହୋଇ ସ୍ୱର୍ଗଦୂତମାନଙ୍କ ସହ ପୁନର୍ବାର ଆସିବେ। ସେତେବେଳେ ସେ ପ୍ରତ୍ୟେକକୁ ତା’ର କୃତକର୍ମ ଅନୁସରେ ଫଳ ଦେବେ।


ମୁଁ ତୁମ୍ଭମାନଙ୍କୁ ନିଶ୍ଚିତଭାବେ କହୁଛି, ମନୁଷ୍ୟ ପୁତ୍ର ରାଜା ହୋଇ ଆସିବା ପର୍ଯ୍ୟନ୍ତୁ ଏଠାରେ ଉପସ୍ଥିତ ଥିବା କେତେଜଣ ମୃତ୍ୟ ଭୋଗ କରିବେ ନାହିଁ।”


ତା’ପରେ ମନୁଷ୍ୟପୁତ୍ରଙ୍କ ସଙ୍କେତ ଆକାଶରେ ଦେଖାଯିବ ଏବଂ ମନୁଷ୍ୟପୁତ୍ର ମେଘମାଳା ମଧ୍ୟରେ ମହା ପରାକ୍ରମ ଓ ଗୌରବ ସହ ଆସୁଥିବା ଦେଖି ସବୁ ଜାତିର ଲୋକେ ବିଳାପ କରିବେ।


“ଯେତେବେଳେ ମନୁଷ୍ୟପୁତ୍ର ରାଜା ହୋଇ ତାଙ୍କର ସ୍ୱର୍ଗଦୂତମାନଙ୍କ ସହିତ ଆସିବେ, ସେ ଗୌରବୋଜ୍ଜ୍ୱଳ ସିଂହାସନରେ ବସିବେ ଏବଂ


ଯୀଶୁ ଉତ୍ତର ଦେଲେ, “ତୁମେ ଠିକ୍ କହିଛ। କିନ୍ତୁ ମୁଁ ତୁମ ସମସ୍ତଙ୍କୁ କହୁଛି, ଶୀଘ୍ର ମନୁଷ୍ୟପୁତ୍ର ସର୍ବଶକ୍ତିମାନଙ୍କ ଦକ୍ଷିଣ ପାଶ୍ୱର୍ରେ ଉପବିଷ୍ଟ ହେବାକୁ ଯାଉଛନ୍ତି, ପୁଣି ତାଙ୍କୁ ସ୍ୱର୍ଗରେ ମେଘମାଳା ସହିତ ଓହ୍ଲାଇ ଆସିବା ତୁମେ ଦେଖିବ।”


ସେତେବେଳେ ମନୁଷ୍ୟପୁତ୍ର ଗୌରବ ଓ ମହାପରାକ୍ରମରେ ମେଘମାଳାରେ ଆସିବେ।


ଯୀଶୁ ଉତ୍ତର ଦେଲେ, “ହଁ, ମୁଁ ସେହି। ତୁମ୍ଭେ ମନୁଷ୍ୟପୁତ୍ରଙ୍କୁ ସର୍ବଶକ୍ତିମାନଙ୍କ ଦକ୍ଷିଣ ପାଶ୍ୱର୍ରେ ଉପବିଷ୍ଟ ହୋଇଥିବା ଦେଖିବ ଓ ସେ ସ୍ୱର୍ଗରୁ ମେଘମାଳାରେ ଆସିବା ମଧ୍ୟ ଦେଖିବ।”


ତା’ପରେ ମନୁଷ୍ୟପୁତ୍ର ମହାପରାକ୍ରମ ଓ ଗୌରବରେ ମେଘମାଳା ମଧ୍ୟରେ ଆସିବେ।


ତଥାପି ଜଣେ ସୈନିକ ଯୀଶୁଙ୍କ ଶରୀରର ପାଶ୍ୱର୍ଦେଶରେ ବର୍ଚ୍ଛାବିଦ୍ଧ କଲା ଏବଂ ସେଥିରୁ ଜଳ ଓ ରକ୍ତ ନିର୍ଗତ ହେଲା।


ଶାସ୍ତ୍ରରେ ଏହା ମଧ୍ୟ ଲେଖାଅଛି: “ଯାହାଙ୍କୁ ସେମାନେ ବିଦ୍ଧ କରିଛନ୍ତି, ତାଙ୍କ ଉପରେ ଲୋକମାନଙ୍କର ଦୃଷ୍ଟି ନିବଦ୍ଧ ହେବ।”


ପୁଣି କିପରି ଈଶ୍ୱରଙ୍କ କ୍ରୋଧରୁ ଆମକୁ ରକ୍ଷା କରିବା ପାଇଁ, ମୃତ୍ୟୁରୁ ପୁନରୁତ୍ଥିତ ତାଙ୍କର ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ପୁନରାଗମନକୁ ତୁମ୍ଭେମାନେ ପ୍ରତୀକ୍ଷା କରି ରହିଛ, ଏ ସବୁ ବିଷୟରେ ସେଠାକାର ଲୋକମାନେ କର୍ତ୍ତବାର୍ତ୍ତା କରୁଛନ୍ତି।


ତା’ପରେ ଆମେ ଯେଉଁମାନେ ସେହି ସମୟରେ ଜୀବିତ ରହିଥିବୁ, ମେଘମାଳାରେ ସେମାନଙ୍କ ସଙ୍ଗରେ ଉତ୍ଥାପିତ ହୋଇ ମହାଶୂନ୍ୟରେ ପ୍ରଭୁଙ୍କ ସହିତ ସାକ୍ଷାତ କରିବୁ। ତା’ପରେ ଆମ୍ଭେମାନେ ଚିରକାଳ ପ୍ରଭୁଙ୍କ ସଙ୍ଗରେ ରହିବୁ।


ତାହାହେଲେ, ଯିଏ ଈଶ୍ୱରଙ୍କ ପୁତ୍ରଙ୍କୁ ହେୟ ଜ୍ଞାନ କରେ, ଈଶ୍ୱରଙ୍କ ନୂତନ ନିୟମର ରକ୍ତ ଦ୍ୱାରା ପାପ ମୋଚନ ସୁଯୋଗ ପାଇଥିବା ସତ୍ତେ୍ୱତାକୁ ତୁଚ୍ଛ ମନେ କରେ ଏବଂ ନଅୁଗ୍ରହଦାତା ପବିତ୍ରଆତ୍ମାଙ୍କୁ ଅପମମାନ କରେ, ତାହାର ଦଶା କ’ଣ ନ ହେବ? ଭାବି ଦେଖ, ସେ କେତେ ଅଧିକ ଦଣ୍ଡନୀୟ ହେବ।


ତଥାପି ସେମାନେ ବିଶ୍ୱାସ ହରାଇଛନ୍ତି। ତେଣୁ ସେମାନେ ବିଶ୍ୱାସ ହରାଇଛନ୍ତି। ତେଣୁ ପୁର୍ନବାର ଅନୁତାପ କରିବା ପାଇଁ ସେମାନଙ୍କୁ ପ୍ରବର୍ତ୍ତାଇବା ଅସମ୍ଭବ, କାରଣ ସେମାନେ ଈଶ୍ୱରଙ୍କ ପୁତ୍ରଙ୍କୁ ପନରୟେ କ୍ରଶୁବିଦ୍ଧ କରି ସର୍ବସାଧାରଣରେ ଉପହାସ୍ୟ କରୁଛନ୍ତି।


ପ୍ରିୟ ବନ୍ଧୁଗଣ, ଏବେ ଆମ୍ଭେମାନେ ଈଶ୍ୱରଙ୍କ ସନ୍ତାନ, କିନ୍ତୁ ଭିବ୍ୟଷ୍ୟତରେ କଅଣ ହେବୁ, ଏକଥା ଅହୁରି ପ୍ରକାଶ ପାଇ ନାହିଁ। ଏତିକି ମାତ୍ର ଆମ୍ଭେମାନେ ଜାଣୁ: ଯେତେବେଳେ ଖ୍ରୀଷ୍ଟ ପୁନର୍ବାର ଆସିବେ, ଆମେ ତାଙ୍କର ପ୍ରକୃତ ସ୍ୱରୂପ ଦେଖି ତାଙ୍କ ପରି ହେବୁ।


ଆଦମଙ୍କ ଷଷ୍କ ପୁରୁଷର ବଂଶଧର ହନୋକ ବହୁ ପୂର୍ବେ ଏମାନଙ୍କ ସମ୍ବନ୍ଧରେ ଭବିଷ୍ୟତ୍ବାଣୀ ପ୍ରକାଶ କରି କହିଥିଲେ: “ପ୍ରଭୁ ସହସ୍ର ସହସ୍ର ସ୍ୱର୍ଗୀୟ ଦୂତମାନଙ୍କ ସହିତ


ଯେ ଏ ସମସ୍ତ ବିଷୟରେ ସାକ୍ଷ୍ୟ ଦେଉଛନ୍ତି, ସେ କହନ୍ତି, “ଏହା ସୁନିଶ୍ଚିତ। ମୁଁ ଶୀଘ୍ର ଆସୁଅଛି।” ତାହା ହିଁ ହେଉ। ପ୍ରଭୁ ଯୀଶୁ, ଆସନ୍ତୁ!


ସେମାନେ ତାଙ୍କର ମୁଖ ଦେଖିବେ ଏବଂ ସେମାନଙ୍କ କପାଳରେ ତାଙ୍କର ନାମ ଲେଖାଯିବ।


Lean sinn:

Sanasan


Sanasan