Biblia Todo Logo
Bìoball air-loidhne

- Sanasan -




ପ୍ରକାଶିତ 1:3 - ପବିତ୍ର ବାଇବଲ (CL) NT (BSI)

3 ଯେଉଁ ବ୍ୟକ୍ତି ଏହି ପୁସ୍ତକ ପଢ଼େ ଏବଂ ଯେଉଁମାନେ ଏଥିରେ ପ୍ରକାଶିତ ଭବିଷ୍ୟତ୍ବାଣୀ ଶୁଣି ତାହାର ନିର୍ଦ୍ଦେଶମାନ ପାଳନ କରନ୍ତି, ସେମାନେ ବାସ୍ତବିକ୍ ଭାଗ୍ୟବାନ, କାରଣ ସେହିସବୁ ଘଟିବାର ସମୟ ଆସନ୍ନ!

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

3 ଯେ ପାଠ କରେ ଓ ଯେଉଁମାନେ ଏହି ଭାବବାଣୀ ଶ୍ରବଣ କରନ୍ତି, ପୁଣି ସେଥିରେ ଲିଖିତ ବିଷୟସବୁ ପାଳନ କରନ୍ତି, ସେମାନେ ଧନ୍ୟ; କାରଣ ସମୟ ସନ୍ନିକଟ।

Faic an caibideil Dèan lethbhreac

ଓଡିଆ ବାଇବେଲ

3 ଯେ ପାଠ କରେ ଓ ଯେଉଁମାନେ ଏହି ଭାବବାଣୀ ଶ୍ରବଣ କରନ୍ତି ପୁଣି, ସେଥିରେ ଲିଖିତ ବିଷୟସବୁ ପାଳନ କରନ୍ତି, ସେମାନେ ଧନ୍ୟ କାରଣ ସମୟ ସନ୍ନିକଟ ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ଯେ ପାଠ କରେ ଓ ଯେଉଁମାନେ ଏହି ଭାବବାଣୀ ଶ୍ରବଣ କରନ୍ତି ପୁଣି, ସେଥିରେ ଲିଖିତ ବିଷୟସବୁ ପାଳନ କରନ୍ତି, ସେମାନେ ଧନ୍ୟ, କାରଣ ସମୟ ସନ୍ନିକଟ।

Faic an caibideil Dèan lethbhreac

ପବିତ୍ର ବାଇବଲ

3 ଯେଉଁ ଲୋକମାନେ ପରମେଶ୍ୱରଙ୍କ ଏହି ବାକ୍ୟ ପଢ଼ନ୍ତି, ଓ ଯେଉଁ ଲୋକମାନେ ଏହି ଭାବବାଣୀକୁ ଶୁଣନ୍ତି ଓ ଏଥିରେ ଲେଖାଥିବା ବିଷୟ ଗୁଡ଼ିକୁ ପାଳନ କରନ୍ତି, ସେମାନେ ଧନ୍ୟ। କାରଣ ସମୟ ନିକଟବର୍ତ୍ତୀ।

Faic an caibideil Dèan lethbhreac




ପ୍ରକାଶିତ 1:3
15 Iomraidhean Croise  

“ଭାବବାଦୀ ଦାନିୟେଲ ବର୍ଣ୍ଣନା କରିଥିବା ସେହି ଚରମ ବିଭୀଷିକା ପୁଣି ଥରେ ତୁମେ ଦେଖିବ। ପବିତ୍ର ସ୍ଥାନକୁ ତାହା କଳୁଷିତ କରିବ। (ଏହାର ଅର୍ଥ କଅଣ, ପାଠକେ ବୁଛନ୍ତୁ)।


କିନ୍ତୁ ଯୀଶୁ ଉତ୍ତର ଦେଲେ, “ବରଂ ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ଶୁଣନ୍ତି ଓ ତାହା ପାଳନ କରନ୍ତି, ସେମାନେ କେଡ଼େ ଧନ୍ୟ।”


ଏବେ ଏ ସମସ୍ତ ତୁମକୁ ଅବଶ୍ୟ କରିବାକୁ ହେବ, କାରଣ ନିଦ୍ରାରୁ ଜାଗ୍ରତ ହେବା ସମୟ ଉପସ୍ଥିତ। ପରିତ୍ରାଣ ପାଇବାର ସମୟ ପୂର୍ବାପେକ୍ଷା ଏବେ ଅଧିକ ସନ୍ନିକଟ।


ରାତ୍ରି ଶେଷ ହେଲାଣି, ଦିବସ ଆଗତପ୍ରାୟ। ଆସ, ଅନ୍ଧକାରର କାର୍ଯ୍ୟସବୁ ପରିତ୍ୟାଗ କରିବା ଓ ଆଲୋକରେ ଯୁଦ୍ଧ କରିବା ପାଇଁ ଉପଯୁକ୍ତ ସାଜ ପରିଧାନ କରିବା।


ସବୁ ବିଷୟର ଅନ୍ତିମ କାଳ ସନ୍ନିକଟ। ତୁମ୍ଭେମାନେ ପ୍ରାର୍ଥନାରେ ନିବିଷ୍ଟ ରହିବା ପାଇଁ ଆତ୍ମସଂଯମୀ ହୋଇ ସଜାଗ ରୁହ।


କିନ୍ତୁ, ପ୍ରିୟ ବନ୍ଧୁଗଣ, ଗୋଟିଏ ବିଷୟ ଭୁଲି ଯାଅ ନାହିଁ। ଈଶ୍ୱରଙ୍କ ଦଅଷ୍ଟିରେ ଏକ ଦିନ ଓ ସହସ୍ର ବର୍ଷ ମଧ୍ୟରେ କିଛି ପାର୍ଥକ୍ୟ ନାହିଁ। ତାଙ୍କ ନିକଟରେ ଏ ଦୁଇଟି ସମାନ।


ସେ ମୋତେ ପୁଣି କହିଲେ, “ଏହି ପୁସ୍ତକର ଭବିଷ୍ୟତ୍‌ବାଣୀଗୁଡ଼ିକ ଗୁପ୍ତ ରଖ ନାହିଁ, କାରଣ ଏ ସବୁ ବିଷୟ ଘଟିବାର ସମୟ ନିକଟ ହୋଇ ଆସିଲାଣି। ତେଣି ଏ କଥା ଜାଣି ଯେ ଯାହା ଇଚ୍ଛା, ତାହା କରୁ।


ଯୀଶୁ କହୁଛନ୍ତି, “ଶୁଣ! ମୁଁ ଶୀଘ୍ର ଆସୁଅଛି! ପ୍ରତ୍ୟେକଙ୍କୁ ନିଜ ନିଜ କାର୍ଯ୍ୟ ଅନୁସାରେ ଫଳ ଦେବା ପାଇଁ ମୁଁ ପୁରସ୍କାର ନେଇ ଆସିବି।


ଯେ ଏ ସମସ୍ତ ବିଷୟରେ ସାକ୍ଷ୍ୟ ଦେଉଛନ୍ତି, ସେ କହନ୍ତି, “ଏହା ସୁନିଶ୍ଚିତ। ମୁଁ ଶୀଘ୍ର ଆସୁଅଛି।” ତାହା ହିଁ ହେଉ। ପ୍ରଭୁ ଯୀଶୁ, ଆସନ୍ତୁ!


ମୁଁ ଶୀଘ୍ର ଆସୁଅଛି, ତୁମର ଯାହା ଅଛି, ତାହା ସୁରକ୍ଷା କର, ଯେପରି କେହି ତୁମ ନିକଟରୁ, ତୁମ ବିଜୟ ପୁରସ୍କାର ଅପହରଣ ନ କରେ।


Lean sinn:

Sanasan


Sanasan