Biblia Todo Logo
Bìoball air-loidhne

- Sanasan -




ଫିଲିପୀୟ 3:13 - ପବିତ୍ର ବାଇବଲ (CL) NT (BSI)

13 ଅବଶ୍ୟ ଏ ପର୍ଯ୍ୟନ୍ତ ମୁଁ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ନାହିଁ। କିନ୍ତୁ ଗୋଟିଏ କାର୍ଯ୍ୟରେ ମୁଁ ନିବିଷ୍ଟ ରହିଛି; ପଚରେ ଛାଡ଼ି ଆସିଥିବା ବିଷୟଗୁଡ଼ିକୁ ଭୁଲିଯାଇ, ସମ୍ମୁଖରେ ଥିବା ବିଷୟଗୁଡ଼ିକୁ ପାଇବା ପାଇଁ ପ୍ରାଣପଣେ ଚେଷ୍ଟା କରୁଛି।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

13 ହେ ଭାଇମାନେ, ମୁଁ ଏପର୍ଯ୍ୟନ୍ତ ତାହା ଧରିଅଛି ବୋଲି ମନେ କରୁ ନାହିଁ, କିନ୍ତୁ ଗୋଟିଏ ବିଷୟ ମୁଁ କରୁଅଛି,

Faic an caibideil Dèan lethbhreac

ଓଡିଆ ବାଇବେଲ

13 ହେ ଭାଇମାନେ, ମୁଁ ଏପର୍ଯ୍ୟନ୍ତ ତାହା ଧରିଅଛି ବୋଲି ମନେ କରୁ ନାହିଁ, କିନ୍ତୁ ଗୋଟିଏ ବିଷୟ ମୁଁ କରୁଅଛି,

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ହେ ଭାଇମାନେ, ମୁଁ ଏପର୍ଯ୍ୟନ୍ତ ତାହା ଧରିଅଛି ବୋଲି ମନେ କରୁ ନାହିଁ, କିନ୍ତୁ ଗୋଟିଏ ବିଷୟ ମୁଁ କରୁଅଛି,

Faic an caibideil Dèan lethbhreac

ପବିତ୍ର ବାଇବଲ

13 ଭାଇ ଓ ଭଉଣୀମାନେ! ମୁଁ ଜାଣେ ଯେ ମୁଁ ଏପର୍ଯ୍ୟନ୍ତ ସେହି ଲକ୍ଷ୍ୟ ସ୍ଥଳକୁ ଯାଇ ପାରି ନାହିଁ। କିନ୍ତୁ ମୁଁ ସବୁବେଳେ ଏହି ଗୋଟିଏ କାର୍ଯ୍ୟ କରେ: ମୁଁ ଅତୀତର ବିଷୟସବୁ ଭୁଲି, ମୋ’ ଆଗରେ ଥିବା ଲକ୍ଷ୍ୟକୁ ଆଖିରେ ରଖି ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ କଠିନ ପରିଶ୍ରମ କରେ।

Faic an caibideil Dèan lethbhreac




ଫିଲିପୀୟ 3:13
15 Iomraidhean Croise  

କିନ୍ତୁ କେବଳ ଗୋଟିଏ ବିଷୟ ନିତାନ୍ତ ଆବଶ୍ୟକ। ମରିୟମ ସେହି ଉତ୍ତମ ବିଷୟଟିକୁ ବାଛି ନେଇଛି; ତାହାକୁ ସେଥିରୁ ବଞ୍ଚିତ କରାଯିବ ନାହିଁ।”


ଯୀଶୁ ତାକୁ କହିଲେ, “ଯେ କେହି ଲଙ୍ଗଳରେ ହାତ ଦେଇ ପଛକୁ ଚାହେଁ, ସେ ଈଶ୍ୱରଙ୍କ ରାଜ୍ୟର ଯୋଗ୍ୟ ନୁହେଁ।”


ସୁତଗଂ ଆମେ ଆଉ କାହାରିକୁ ମାନବିକ ଦୃଷ୍ଟିକୋଣରୁ ବିଚାର କରୁ ନାହୁଁ। ସମୟ ଥିଲା, ଯେତେବେଳେ ଆମେ ଖ୍ରୀଷ୍ଟଙ୍କୁ ମଧ୍ୟ ମାନବିକ ଦୃଷ୍ଟିକୋଣରୁ ବିଚାର କରୁଥିଲୁ। କିନ୍ତୁ ଏବେ ଆମେ ଆଉ ସେପରି କରୁ ନାହିୁଁ।


ତେଣୁ ପ୍ରିୟ ବନ୍ଧୁଗଣ, ମୁଁ ତୁମ୍ଭମାନଙ୍କ ସହିତ ଥିବା ସମୟରେ ତୁମ୍ଭେମାନେ ଯେପରି ସବୁବେଳେ ମୋର ଆଜ୍ଞାଧୀନ ଥିଲ, ବର୍ତ୍ତମାନ ମୁଁ ତୁମଠାରୁ ଦୂରରେ ଥିବା ସମୟରେ ଅଧିକ ବିଶ୍ୱସ୍ତ ଭାବରେ ମୋର ବାଧ୍ୟ ହେବା ତୁମ୍ଭମାନଙ୍କର କର୍ତ୍ତବ୍ୟ। ତୁମର ପରିତ୍ରାଣ ସାଧନ ଯେପରି ସମ୍ପୂର୍ଣ୍ଣ ହୁଏ, ଏଥିନିମନ୍ତେ ଭୟ ଓ ପ୍ରକମ୍ପ ସହ କାର୍ଯ୍ୟ କରିଯାଅ।


ମୁଁ କୃତକାର୍ଯ୍ୟ ବା ସିଦ୍ଧ ହୋଇସାରିଛି ବୋଲି କହୁ ନାହିଁ। ପୁରସ୍କାର ପାଇବା ପାଇଁ ଦୌଡ଼ିବାରେ ଲାଗିଛି। ସ୍ୱୟଂ ଖ୍ରୀଷ୍ଟ ମୋତେ ଧରି ଆଣି ଏଥିରେ ନିଯୁକ୍ତ କରିଛନ୍ତି।


କେବଳ ସେତିକି ନୁହେଁ: ମୋର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ଦ୍ୱାରା ଯେଉଁ ବିପୁଳ ଐଶ୍ୱର୍ଯ୍ୟ ଲାଭ କରିଛି, ତା’ ତୁଳନାରେ ଅନ୍ୟ ସମସ୍ତ ବିଷୟକୁ ମୁଁ ଏବେ ଅସାର ମଣୁଛି। ତାଙ୍କ ନିମନ୍ତେ ମୁଁ ସବୁ କିଛି ପରିତ୍ୟାଗ କରିଛି। ଖ୍ରୀଷ୍ଟଙ୍କୁ ପାଇବା ପାଇଁ ଓ ତାଙ୍କ ସହିତ ସମ୍ପୂର୍ଣ୍ଣ ରୂପେ ସଂଯୁକ୍ତ ହେବା ପାଇଁ, ଅନ୍ୟ ସମସ୍ତ ବିଷୟକୁ ଆବର୍ଜ୍ଜନା ବୋଲି ମନେ କରୁଛି।


ଅତଏବ, ଆମେ ଏଣିକି ଖ୍ରୀଷ୍ଟଧର୍ମର ପ୍ରାଥମିକ ତତ୍ତ୍ୱଗୁଡ଼ିକ ଛାଡ଼ି ନିଗୂଢ଼ ତତ୍ତ୍ୱସବୁ ଶିକ୍ଷା କରିବାରେ ଅଗ୍ରରେ ହେବା ଉଚିତ। ଆମେ ଧର୍ମବିଶ୍ୱାସର ପ୍ରାଥମିକ ତ୍ତ୍ୱଗୁଡ଼ିକ ଯଥା, ଅସାର କ୍ରିୟା କର୍ମରୁ ନିବୃତ୍ତ ହୋଇ ଈଶ୍ୱରଙ୍କଠାରେ ବିଶ୍ୱାସ କରିବା,


କିନ୍ତୁ, ପ୍ରିୟ ବନ୍ଧୁଗଣ, ଗୋଟିଏ ବିଷୟ ଭୁଲି ଯାଅ ନାହିଁ। ଈଶ୍ୱରଙ୍କ ଦଅଷ୍ଟିରେ ଏକ ଦିନ ଓ ସହସ୍ର ବର୍ଷ ମଧ୍ୟରେ କିଛି ପାର୍ଥକ୍ୟ ନାହିଁ। ତାଙ୍କ ନିକଟରେ ଏ ଦୁଇଟି ସମାନ।


Lean sinn:

Sanasan


Sanasan