Biblia Todo Logo
Bìoball air-loidhne

- Sanasan -




ଫିଲିପୀୟ 3:1 - ପବିତ୍ର ବାଇବଲ (CL) NT (BSI)

1 ପରିଶେଷରେ ଭାଇମାନେ, ପ୍ରଭୁଙ୍କ ସହିତ ସଂଯୁକ୍ତ ହୋଇଥିବାରୁ ତୁମ୍ଭେମାନେ ଆନନ୍ଦିତ ହୁଅ। ପୂର୍ବରୁ ଯାହା ଲେଖିଛି, ତାହାର ପୁନରୁକ୍ତି କରିବାକୁ ମୁଁ କ୍ଲାନ୍ତିକର ମନେ କରୁ ନାହିଁ, କାରଣ ତୁମ୍ଭମାନଙ୍କ ସୁରକ୍ଷା ପାଇଁ ଏହା ସାହାଯ୍ୟ କରିବ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

1 ଅବଶେଷରେ, ହେ ମୋହର ଭାଇମାନେ, ପ୍ରଭୁଙ୍କଠାରେ ଆନନ୍ଦ କର। ଏକପ୍ରକାର କଥା ତୁମ୍ଭମାନଙ୍କ ନିକଟକୁ ଥରକୁଥର ଲେଖିବା ମୋʼ ପ୍ରତି କ୍ଳାନ୍ତିଜନକ ନୁହେଁ, ବରଂ ସେହିସବୁ ତୁମ୍ଭମାନଙ୍କ ନିମନ୍ତେ ନିଷ୍ଠାଜନକ।

Faic an caibideil Dèan lethbhreac

ଓଡିଆ ବାଇବେଲ

1 ଅବଶେଷରେ, ହେ ମୋହର ଭାଇମାନେ, ପ୍ରଭୁଙ୍କଠାରେ ଆନନ୍ଦ କର । ଏକ ପ୍ରକାର କଥା ତୁମ୍ଭମାନଙ୍କ ନିକଟକୁ ଥରକୁଥର ଲେଖିବା ମୋ' ପ୍ରତି କ୍ଳାନ୍ତଜନକ ନୁହେଁ, ବରଂ ସେହି ସବୁ ତୁମ୍ଭମାନଙ୍କ ନିମନ୍ତେ ନିଷ୍ଠାଜନକ ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଅବଶେଷରେ, ହେ ମୋହର ଭାଇମାନେ, ପ୍ରଭୁଙ୍କଠାରେ ଆନନ୍ଦ କର। ଏକ-ପ୍ରକାର କଥା ତୁମ୍ଭମାନଙ୍କ ନିକଟକୁ ଥରକୁଥର ଲେଖିବା ମୋʼ ପ୍ରତି କ୍ଳାନ୍ତିଜନକ ନୁହେଁ, ବରଂ ସେହିସବୁ ତୁମ୍ଭମାନଙ୍କ ନିମନ୍ତେ ନିଷ୍ଠାଜନକ।

Faic an caibideil Dèan lethbhreac

ପବିତ୍ର ବାଇବଲ

1 ଆଉ ଏବେ ହେ ମୋର ଭାଇ ଓ ଭଉଣୀମାନେ! ପ୍ରଭୁଙ୍କଠାରେ ଆନନ୍ଦ କର। ତୁମ୍ଭକୁ ଥରକୁ ଥର ସେହି ଏକାକଥା ଲେଖିବାରେ, ମୋତେ କଷ୍ଟ ହୁଏ ନାହିଁ, କାରଣ ଏହା ଦ୍ୱାରା ତୁମ୍ଭେମାନେ ଅଧିକ ପ୍ରସ୍ତୁତ ହୋଇ ରହିବ।

Faic an caibideil Dèan lethbhreac




ଫିଲିପୀୟ 3:1
46 Iomraidhean Croise  

ତୁମେ ନିଜକୁ ଧନ୍ୟ ବୋଲି ମନେକର। ଆନନ୍ଦିତ ହୋଇ ଉଲ୍ଲାସ କର, କାରଣ ସ୍ୱର୍ଗରେ ତୁମ ପାଇଁ ମହା ପୁରସ୍କାର ରଖାଯାଇଛି। ମନେରଖ, ତୁମ ପୂର୍ବରୁ ଭାବବାଦୀମାନେ ମଧ୍ୟ ଏହିପରି ନିର୍ଯ୍ୟାତିତ ହୋଇଥିଲେ।


ମୋର ଅନ୍ତରାତ୍ମା ଉଲ୍ଲସିତ, କାରଣ ଈଶ୍ୱର ମୋର ତ୍ରାଣକର୍ତ୍ତା।


କେବଳ ସେତିକି ନୁହେଁ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ୱର ଯେଉଁ ସବୁ କାର୍ଯ୍ୟ ସାଧନ କରିଛନ୍ତି, ସେଥିପାଇଁ ଆମର ହୃଦୟ ଉଚ୍ଛ୍ୱସିତ ଆନନ୍ଦରେ ପରିପୂର୍ଣ୍ଣ। ସେହି ଯୀଶୁ ଈଶ୍ୱରଙ୍କ ସହିତ ଆମ୍ଭମାନଙ୍କର ପୁନର୍ମିଳନ କରାଇଛନ୍ତି।


ଭାଇମାନେ, ମୋର ଶେଷ କଥା ଏହି- ନିଜ ନିଜକୁ ସଂଶୋଧନ କର, ମୋର ପରାମର୍ଶ ଗ୍ରହଣ କର, ସମସ୍ତେ ଏକମତ ହୁଅ ଓ ଶାନ୍ତିରେ ବାସ କର। ପ୍ରେମ ଓ ଶାନ୍ତିରେ ଈଶ୍ୱର ତୁମ୍ଭମାନଙ୍କ ସହିତ ରହନ୍ତୁ।


ପରିଶେଷରେ, ପ୍ରଭୁଙ୍କ ସହିତ ସଂଯୁକ୍ତ ହୋଇ ତାଙ୍କ ମହାଶକ୍ତିରେ ଶକ୍ତିମନ୍ତ ହୁଅ।


ଆମେ ପ୍ରକୃତରେ ସୁନ୍ନତପ୍ରାପ୍ତ; ସେମାନେ ନୁହଁନ୍ତି। ଆମେ ପବିତ୍ରଆତ୍ମାଙ୍କ ସାହାଯ୍ୟରେ ଈଶ୍ୱରଙ୍କ ଉପାସନା କରୁଛୁ ଏବଂ ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ହୋଇ ଆନନ୍ଦୋଲ୍ଲାସ କରୁଛୁ। ବାହ୍ୟ ରୀତିନୀତି ଉପରେ ଆମର ଆସ୍ଥା ନାହିଁ।


ପ୍ରଭୁଙ୍କ ସହିତ ସଂଯୁକ୍ତ ହୋଇଥିବାରୁ ସବୁବେଳେ ଆନନ୍ଦ କର। ପୁନର୍ବାର କହୁଅଛି, “ଆନନ୍ଦ କର।”


ପରିଶେଷରେ, ଭାଇମାନେ, ଯେଉଁ ସମସ୍ତ ବିଷୟ ସତ୍ ଓ ପ୍ରଶଂସ୍ୟ, ଯାହା ସବୁ ସତ୍ୟ ଓ ମହତ୍, ଯାହା ଯଥାର୍ଥ, ବିଶୁଦ୍ଧ, ପ୍ରୀତିକର ଓ ସମ୍ମାନଜନକ, ସେ ସବୁ ତୁମ୍ଭମାନଙ୍କର ଚିନ୍ତନୀୟ ବିଷୟ ହେଉ।


ପରିଶେଷରେ, ଭାଇମାନେ, ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ କିପରି ଜୀବନ ଯାପନ କରିବାକୁ ହେବ, ତାହା ଆମଠାରୁ ଶିକ୍ଷା କରିଛ। ଅବଶ୍ୟ ସେହିପରି ଭାବେ ତୁମ୍ଭେମାନେ ଜୀବନ ଯାପନ କରି ଆସୁଅଛ, କିନ୍ତୁ ଏହାଠାରୁ କିଛି ଅଧିକ କରିବାକୁ ତୁମ୍ଭମାନଙ୍କୁ ଆମେ ଏବେ ପ୍ରଭୁ ଯୀଶୁଙ୍କ ନାମରେ ବିନତି କରୁଛୁ।


ସବୁବେଳେ ପ୍ରଫୁଲ୍ଲ ଚିତ୍ତ ହୋଇ ରୁହ।


ଭାଇମାନେ, ଜୀବନ ଯାତ୍ରାରେ ନାନଦି ଦୁଃଖକଷ୍ଟ ଆସିଲେ, ତାହା ସୌଭାଗ୍ୟର ବିଷୟ ବୋଲି କନେକର।


ପରିଶେଷରେ, ତୁମ୍ଭେମାନେ ସମସ୍ତେ ସମଭାବାପନ୍ନ ହୁଅ। ପରସ୍ପରକୁ ଭ୍ରାତୃତୁଲ୍ୟ ପ୍ରେମ କରି ପରସ୍ପର ପ୍ରତି ଦୟାଳୁ ଓ ବିନୟୀ ହୁଅ।


ବରଂ ଆନନ୍ଦିତ ହୁଅ, କାରଣ ତୁମ୍ଭେମାନେ ଖ୍ରୀଷ୍ଟଙ୍କ କ୍ଳେଶଭୋଗର ଅଂଶୀ ହେବାରୁ ତାଙ୍କର ମହିମା ପ୍ରକାଶିତ ହେବା ସମୟରେ ର୍ତୁମ୍ଭମାନେ ଆନନ୍ଦରେ ପରିପୂର୍ଣ୍ଣ ହେବ।


ପ୍ରିୟ ବନ୍ଧୁଗଣ, ତୁମ ପାଖକୁ ଲେଖିବା ଏହି ମୋର ଦ୍ୱିତୀୟ ପତ୍ର। ଉଭୟ ପତ୍ରରେ ଏହିସବୁ ବିଷୟ ସ୍ମରଣ କରାଇ ତୁମ୍ଭମାନଙ୍କ ମନରେ ପବିତ୍ର ଚିନ୍ତା ଉଦ୍ରେକ କରିବା ପାଇଁ ଚେଷ୍ଟା କରିଛି।


Lean sinn:

Sanasan


Sanasan