Biblia Todo Logo
Bìoball air-loidhne

- Sanasan -




ଫିଲିପୀୟ 2:21 - ପବିତ୍ର ବାଇବଲ (CL) NT (BSI)

21 ଅନ୍ୟ ସମସ୍ତେ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତି ମନୋଯୋଗୀ ନ ହୋଇ କେବଳ ନିଜର ସ୍ୱାର୍ଥସିଦ୍ଧି ପାଇଁ ଲାଳାୟିତ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

21 ଯେଣୁ ସମସ୍ତେ ଯୀଶୁ ଖ୍ରୀଷ୍ଟଙ୍କ ବିଷୟ ଚେଷ୍ଟା ନ କରି ସ୍ଵାର୍ଥ ଚେଷ୍ଟା କରନ୍ତି।

Faic an caibideil Dèan lethbhreac

ଓଡିଆ ବାଇବେଲ

21 ଯେଣୁ ସମସ୍ତେ ଯୀଶୁଖ୍ରୀଷ୍ଟଙ୍କ ବିଷୟ ଚେଷ୍ଟା ନ କରି ସ୍ୱାର୍ଥ ଚେଷ୍ଟା କରନ୍ତି ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 ଯେଣୁ ସମସ୍ତେ ଯୀଶୁ ଖ୍ରୀଷ୍ଟଙ୍କ ବିଷୟ ଚେଷ୍ଟା ନ କରି ସ୍ୱାର୍ଥ ଚେଷ୍ଟା କରନ୍ତି।

Faic an caibideil Dèan lethbhreac

ପବିତ୍ର ବାଇବଲ

21 ସେ ପ୍ରକୃତରେ ତୁମ୍ଭ ପାଇଁ ମନୋଯୋଗୀ। ଅନ୍ୟ ଲୋକମାନେ କେବଳ ତାଙ୍କ ନିଜ ଜୀବନ ବିଷୟରେ ଆଗ୍ରହୀ ଅଟନ୍ତି। ଖ୍ରୀଷ୍ଟ ଯୀଶୁଙ୍କ କାର୍ଯ୍ୟରେ ସେମାନେ ଆଗ୍ରହୀ ନୁହନ୍ତି।

Faic an caibideil Dèan lethbhreac




ଫିଲିପୀୟ 2:21
19 Iomraidhean Croise  

ତତ୍ପରେ ଯୀଶଉ ଶିଷ୍ୟମାନଙ୍କୁ କହିଲେ, “ଯେ କେହି ମୋ’ ସାଙ୍ଗରେ ଆସିବାକୁ ଚାହେଁ, ତାକୁ ଆମଫତ୍ୟାଗୀ ହୋଇ ନିଜର କ୍ରୁଶ ବହନ କରିବାକୁ ହେବ ଏବଂ ମୋ’ ପଛେ ପଛେ ଚାଲିବାକୁ ପଡ଼ିବ।


“ଯେ କେହି ମୋ’ ନିକଟକୁ ଆସେ, ସେ ତା’ର ପିତାମାତା, ସ୍ତ୍ରୀ ସନ୍ତାନ, ଭାଇ ଭଉଣୀ, ଏପରିକି ନିଜଠାରୁ ମଧ୍ୟ ମୋତେ ଅଧିକ ପ୍ରେମ ନ କଲେ ମୋର ଶିଷ୍ୟ ହୋଇ ପାରିବ ନାହିଁ।


ପାଉଲ ଓ ତାଙ୍କର ସହଯାତ୍ରୀମାନେ ପାଫୋରୁ ଜଳଯାତ୍ରା କରି ପାମ୍ପିଲିଆର ପର୍ଗା ନାମକ ଏକ ନଗରରେ ପହଞ୍ଚିଲେ। ଯୋହନ ନାମରେ ପରିଚିତ ମାର୍କ ସେମାନଙ୍କୁ ଏହିଠାରେ ପରିତ୍ୟାଗ କରି ଯିରୂଶାଲମକୁ ଫେରିଗଲେ।


କିନ୍ତୁ ପାଉଲ ତାଙ୍କୁ ନେବା ଉଚିତ ମନେ କଲେ ନାହିଁ; କାରଣ ସେ ପୂର୍ବ ଯାତ୍ରାରେ କାର୍ଯ୍ୟ ଶେଷ ହେବାଯାଏ ସେମାନଙ୍କ ସହିତ ନ ରହି ସେମାନଙ୍କୁ ପାମ୍ପିଲିଆରେ ଛାଡ଼ି ଚାଲି ଯାଇଥିଲେ।


କେବଳ ନିଜର ସ୍ୱାର୍ଥସିଦ୍ଧିରେ ନିବିଷ୍ଟ ନ ରହି, ଅନ୍ୟର ସ୍ୱାର୍ଥ ପ୍ରତି ଦୃଷ୍ଟି ଦେବା ଉଚିତ୍।


ତୁମେ ମୋ’ ପରି ଆଚରଣ କର। ମୁଁ ସବୁ ବିଷୟରେ ସମସ୍ତଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁଛ। ନିଜର ଚିନ୍ତା ନ କରି, ଅନ୍ୟମାନଙ୍କର ପରିତ୍ରାଣ ଲାଭ ଉଦ୍ଦେଶ୍ୟରେ ସମସ୍ତଙ୍କର ମଙ୍ଗଳ କରୁଛି।


ପ୍ରେମ ଋକ୍ଷ ସ୍ୱଭାବ ବା ସ୍ୱାର୍ଥପର ନୁହେଁ, ଅଯଥା ବିରକ୍ତ ହୁଏ ନାହିଁ। ପ୍ରେମ ତା’ ପ୍ରତି କରାଯାଇଥିବା ଅନ୍ୟାୟର ହିସାବ ରଖେ ନାହିଁ।


ଆମେ ଖ୍ରୀଶ୍ଟଙ୍କ ବହୁ ଦୁଃଖ ଭୋଗରେ ଅଂଶୀଦାର ହୋଇ ଥିବାରୁ ଖ୍ରୀଶ୍ଟଙ୍କ ସାହାୟତାରେ ଈଶ୍ୱରଙ୍କ ମହାସାନ୍ତ୍ୱନାର ମଧ୍ୟ ଅଂଶୀ ହୋଇ ପାରିବା।


କେବଳ ନିଜର ସ୍ୱାର୍ଥ ପ୍ରତି ମନୋଯୋଗୀ ନ ହୋଇ ଅନ୍ୟମାନଙ୍କ ପ୍ରତି ମନୋଯୋଗୀ ହୁଅ।


ତୁମେ ଜାଣ ଫୁଗେଲ ଓ ହର୍ମଗେନା ସମେତ ଏସିଆ ପ୍ରଦେଶର ସମସ୍ତେ ମୋତେ ପରିତ୍ୟାଗ କରିଛନ୍ତି।


ଲୋକେ ସ୍ୱାର୍ଥପର, ଲୋଭୀ, ଆତ୍ମଶ୍ଲାଘାକାରୀ ଓ ଆତ୍ମାଭିମାନୀ ହେବେ; ସେମାନେ ପିତାମାତାଙ୍କର ଅବାଧ୍ୟ ହୋଇ ସେମାନଙ୍କୁ ଅପମାନ ଦେବେ; ସେମାନଙ୍କ ମନରୁ କୃତଜ୍ଞତା ଓ ଧର୍ମଭାବ ଲୋପ ପାଇବ,


ଦୀମା ସାଂସାରିକ ମୋହମାୟାରେ ପଡ଼ି ମୋତେ ପରିତ୍ୟାଗ କରିଛି। ସେ ବର୍ତ୍ତମାନ ଥେସଲନିକାରେ। କ୍ରେସ୍କେନ୍ସ ଗାଲାତିଆକୁ ଓ ତୀତସ ଡଲମାତିଆକୁ ଚାଲିଯାଇଛନ୍ତି।


ପ୍ରଥମ ଥର ଯେତେବେଳେ ମୋତେ ନିଜ ପକ୍ଷ ସମର୍ଥନ କରିବାକୁ ପଡ଼ିଥିଲା, କେହି ମୋ’ ନିକଟରେ ରହିଲେ ନାହିଁ, ସମସ୍ତେ ମୋତେ ଛାଡ଼ି ଚାଲିଗଲେ। ଈଶ୍ୱର ସେମାନଙ୍କର ଏହି ଦୋଷ ନ ଧରନ୍ତିୁ।


Lean sinn:

Sanasan


Sanasan