Biblia Todo Logo
Bìoball air-loidhne

- Sanasan -




ଫିଲିପୀୟ 2:16 - ପବିତ୍ର ବାଇବଲ (CL) NT (BSI)

16 ଅନ୍ୟମାନଙ୍କ ନିକଟରେ ଜୀବନପ୍ରଦାୟକ ବାର୍ତ୍ତା ପ୍ରଚାର କରିବାବେଳେ ତୁମେ ଆକାଶକୁ ଆଲୋକିତ କରୁଥିବା ତାରାମାନଙ୍କ ପରି ଦୀପ୍ତିମାନ ହେବା ଉଚିତ। ତୁମ୍ଭେମାନେ ଯଦି ଏପରି ହୁଅ, “ଖ୍ରୀଷ୍ଟଙ୍କ ଦିବସରେ” ତୁମ୍ଭମାନଙ୍କ ବିଷୟରେ ମୁଁ ଗର୍ବ କରିପାରିବି, କାରଣ ଏଥିରୁ ପ୍ରମାରିତ ହେବ ଯେ, ମୋର ସମସ୍ତ ଉଦ୍ୟମ ଓ କାର୍ଯ୍ୟ ନିଷ୍ଫଳ ହୋଇ ନାହିଁ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

16 ସେଥିରେ ମୁଁ ଯେ ବୃଥାରେ ଦୌଡ଼ି ନାହିଁ କିଅବା ବୃଥାରେ ପରିଶ୍ରମ କରି ନାହିଁ, ସେ ସମ୍ଵନ୍ଧରେ ଖ୍ରୀଷ୍ଟଙ୍କ ଦିନରେ ଦର୍ପ କରି ପାରିବି।

Faic an caibideil Dèan lethbhreac

ଓଡିଆ ବାଇବେଲ

16 ସେଥିରେ ମୁଁ ଯେ ବୃଥାରେ ଦୌଡ଼ି ନାହିଁ କିଅବା ବୃଥାରେ ପରିଶ୍ରମ କରି ନାହିଁ, ସେ ସମ୍ବନ୍ଧରେ ଖ୍ରୀଷ୍ଟଙ୍କ ଦିନରେ ଦର୍ପ କରି ପାରିବି ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ସେଥିରେ ମୁଁ ଯେ ବୃଥାରେ ଦୌଡ଼ି ନାହିଁ କିଅବା ବୃଥାରେ ପରିଶ୍ରମ କରି ନାହିଁ, ସେ ସମ୍ବନ୍ଧରେ ଖ୍ରୀଷ୍ଟଙ୍କ ପୁନରାଗମନ ଦିନରେ ଦର୍ପ କରିପାରିବି।

Faic an caibideil Dèan lethbhreac

ପବିତ୍ର ବାଇବଲ

16 ତୁମ୍ଭେ ସେମାନଙ୍କୁ ଜୀବନ ପ୍ରଦାନକାରୀ ଶିକ୍ଷା ଦିଅ। ତେଣୁ ଖ୍ରୀଷ୍ଟଙ୍କ ଆଗମନରେ ମୁଁ ଖୁସୀ ହେବି, କାରଣ ମୁଁ ଜାଣିବି ଯେ ମୋର କାମ ବିଫଳ ହୋଇ ନାହିଁ। ମୁଁ ଜାଣିବି ଯେ ଦୌଡ଼ ପ୍ରତିଯୋଗିତାରେ ଦୌଡ଼ି ଜିତିଛି।

Faic an caibideil Dèan lethbhreac




ଫିଲିପୀୟ 2:16
24 Iomraidhean Croise  

ମୁଁ ତୁମ୍ଭମାନଙ୍କୁ ଯାହା ଅନ୍ଧକାର ସମୟରେ କହୁଛି, ତାହା ଦିବାଲୋରେ ପ୍ରକାଶ କର ଏବଂ ଯାହା ନିଭୃତରେଶୁଣିଛ, ତାହା ଘର ଉପରୁ ଘୋଷଣା କର।


“ମୁଁ ନିଶ୍ଚିତଭାବେ କହୁଛି, ଯେ କେହି ସର୍ବସାକ୍ଷାତରେ ନିଜକୁ ମୋର ଶିଷ୍ୟ ବୋଲି ସ୍ୱୀକାର କରେ, ମନୁଷ୍ୟପୁତ୍ର ଈଶ୍ୱରଙ୍କ ଦୂତମାନଙ୍କ ସମ୍ମୁଖରେ ତାହା ପ୍ରତି ଠିକ୍ ସେହିପରି କରିବେ।


କେବଳ ଈଶ୍ୱରଙ୍କ ଆତ୍ମା ଜୀବନ ଦେଇପାରନ୍ତି। ମନୁଷ୍ୟର ଶକ୍ତି କିଛି କରିପାରେ ନାହିଁ। ଈଶ୍ୱରଙ୍କ ସେହି ଜୀବନଦାୟୀ ଆତ୍ମାଙ୍କୁ ତୁମ୍ଭେମାନେ ଯେପରି ଅନୁଭବ କରିବ, ସେଥିପାଇଁ ମୁଁ ଏହି ସବୁ କଥା କହିଛି।


ଶିମୋନ ପିତର ଉତ୍ତର ଦଲେ: “ପ୍ରଭୁ, ଆଉ କାହା ପାଖକୁ ଯିବୁ? ଅନନ୍ତ ଜୀବନର ବାକ୍ୟ ଆପଣଙ୍କଠାରେ ଅଛି।


“ଅବ୍ରହାମଙ୍କ ବଂଶଜ ହେ ଇଶ୍ରାଏଲୀୟ ଭାଇମାନେ ଓ ଈଶ୍ୱରଙ୍କ ଉପାସନା କରୁଥିବା ଏଠାରେ ଉପସ୍ଥିତ ଅଣଇହୁଦୀ ଲୋକମାନେ, ଆମକୁ ହିଁ ଏହି ପରିତ୍ରାଣର ବାର୍ତ୍ତା ପ୍ରଦତ୍ତ ହୋଇଛି।


ସେ ମଧ୍ୟ ତୁମ୍ଭମାନଙ୍କୁ ଶେଷ ପର୍ଯ୍ୟନ୍ତ ସୁରକ୍ଷା କରିବେ। ଫଳରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ “ଦିବସ”ରେ ତୁମ୍ଭେମାନେ ନିର୍ଦ୍ଦୋଷ ବିବେଚିତ ହେବ।


ସେଥିପାଇଁ ମୁଁ ସିଦ୍ଧାସଳଖ ଲକ୍ଷ୍ୟ ସ୍ଥଳ ନିକଟକୁ ଦୌଡ଼େ, ଜଣେ ମୁଷ୍ଟିଯୋଦ୍ଧା ପରି ମୁଁ ନିଜ ମୁଷ୍ଟିର ଆଘାତକୁ ଶୂନ୍ୟରେ ଛାଡ଼ି ଦେବାକୁ ଚାହେଁ ନାହିଁ।


ମୁଁ ଆଶା କରୁଛି, ବର୍ତ୍ତମାନ ଯାହା ଆଂଶିକଭାବେ ବୁଝୁଛ, ତାହା ଯଥା ସମୟରେ ପ୍ରଭୁ ଯୀଶୁଙ୍କୁ ପୁନରାଗମନ ଦିନରେ ସମ୍ପୂର୍ଣ୍ଣରୁପେ ବୁଝି ପାରିବ। ତାହାହେଲେ, ତୁମ୍ଭମାନେ ଆମ ପାଇଁ ଗର୍ବ ଅନୁଭବ କରିବ ଓ ଆମେ ମଧ୍ୟ ତୁମ ପାଇଁ ଗର୍ବ କରିବୁ।


ସେଠାକୁ ଯିବାକୁ ହେବ ବୋଲି ଈଶ୍ୱରଙ୍କଠାରୁ ପ୍ରତ୍ୟାଦେଶ ପାଇ ମୁଁ ଯାଇଥିଲି। ଅଣଇହୁଦୀମାନଙ୍କ ନିକଟରେ ମୁଁ ଯେଉଁ ବାର୍ତ୍ତା ପ୍ରଚାର କରିଥାଏ, ଯିରୂଶାଲମର ନେତାମାନଙ୍କୁ ଗୋଟିଏ ଘରୋଇ ବୈଠକରେ ତାହା ବୁଝାଇ ଦେଇଥିଲି। ମୋର ଅତୀତ ବା ବର୍ତ୍ତମାନ ସମୟର କାର୍ଯ୍ୟ ଯେପରି ବ୍ୟର୍ଥ ନ ହୁଏ, ସେଥିପ୍ରତି ମୁଁ ଦୃଷ୍ଟି ରଖିଥିଲି।


ମୁଁ ତୁମ୍ଭମାନଙ୍କ ପାଇଁ ବିଶେଷ ଚିନ୍ତିତ। ତୁମ୍ଭମାନଙ୍କ ପାଇଁ ମୋର ସମସ୍ତ କାର୍ଯ୍ୟ କ’ଣ ବ୍ୟର୍ଥ ହୋଇଅଛି?


ଓ ତୁମ୍ଭେମାନେ ଯେପରି ଶ୍ରେଷ୍ଠ ବିଷୟ ସବୁ ମନୋନୀତ କରିପାରିବ। ତା’ହେଲେ; ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଆଗମନ ଦିନରେ ପରିଶୁଦ୍ଧ ଓ ଅନିନ୍ଦନୀୟ ରହିବ


ତେଣୁ ମୁଁ ଏ ବିଷୟରେ ନିଶ୍ଚିତ ଯେ, ଯେଉଁ ପ୍ରଭୁ ତୁମ୍ଭମାନଙ୍କଠାରେ ଏହି ସତ୍କାର୍ଯ୍ୟ ଆରମ୍ଭ କରିଛନ୍ତି, ଖ୍ରୀଷ୍ଟ ଯୀଶୁଙ୍କ ପୁନରାଗମନ ଦିନରେ ଏହା ଶେଷ ହେବା ପର୍ଯ୍ୟନ୍ତ ସେ ତାହା ନିର୍ବାହ କରିବେ।


ସେ ଯାହାହେଉ, ମୋର ବିଶ୍ୱାସ, ଆମ ପ୍ରଭୁ ଯୀଶୁଙ୍କ ଆଗମନ ବେଳେ ତାଙ୍କ ସମ୍ମୁଖରେ ଅନ୍ୟମାନଙ୍କ ପରି ତୁମ୍ଭେମାନେ ମଧ୍ୟ ଆମର ଆଶା, ଆନନ୍ଦ ଓ ବିଜୟ ଦର୍ପର କାରଣ ହେବ।


ତେଣୁ ତୀମଥିଙ୍କୁ ପଠାଇଲି। ମୁଁ ଆଉ ନିଶ୍ଚିନ୍ତ ହୋଇ ରହିପାରିଲି ନାହିଁ। ତୁମ୍ଭେମାନେ ତୁମ ବିଶ୍ୱାସରେ ଅଟଳ ରହିଛି କି ନାହିଁ, ଜାଣିବା ନିମନ୍ତେ ମୁଁ ତାଙ୍କୁ ପଠାଇଲି। ସତେ କଅଣ ଶୟତାନ ତୁମ୍ଭମାନଙ୍କୁ ପ୍ରଲୋଭିତ କରିଥିବ ଓ ଆମର ସମସ୍ତ କାର୍ଯ୍ୟ ବିଫଳ ହୋଇଥିବ? ନା, ଏହା କଦାପି ସମ୍ଭବ ନୁହେଁ।


ଈଶ୍ୱରଙ୍କ ବାଣୀ ଜୀବନ୍ତ ସକ୍ରିୟ। ତାହା ଦୁଇ ଧାରଯୁକ୍ତ ଖଣ୍ଡ ଅପେକ୍ଷା ଅଧିକ ଶାଣିତ; ଆତ୍ମା ଓ ପ୍ରାଣି ତଥା ଗୁଣ୍ଠି ଓ ମଜ୍ଜାର ପରିଭେଦକ, ପୁଣି ମନୁଷ୍ୟ ହୃଦୟର ଅଭିଳାଷ ଓ କଳ୍ପନର ବିଚାରକ।


କାରଣ ଈଶ୍ୱରଙ୍କ ଜୀବନ୍ତ ଓ ଚିରନ୍ତନ ବାକ୍ୟ ଦ୍ୱାରା ତୁମ୍ଭମାନେ କୌଣସି ମରଣଶୀଳ ପିତାଙ୍କ ସନ୍ତାନ ରୂପେ ନୁହେଁ, ମାତ୍ର ଅମର ପିତାଙ୍କ ସନ୍ତାନ ରୂପେ ପୁନର୍ଜନ୍ମ ଲାଭ କରିଛ।


ଅନଦି କାଳରୁ ଯାହାଙ୍କର ଦ୍ଥିତି ରହିଛି, ସେହି ଜୀବନପ୍ରଦାୟକ ବାକ୍ୟ ବିଷୟରେ ଆମେ ଦେଖିବାକୁ ଯାଉଛୁ। ତାଙ୍କ କଥା ଆମେ ଶୁଥିଛୁ, ତାଙ୍କୁ ଆମେ ଦେଖିଛୁ- ବାସ୍ତବିକ, ସ୍ୱଚକ୍ଷୁରେ ଦେଖିଛୁ- ତାଙ୍କ ସ୍ୱର୍ଶ କରିଛୁ।


ପବିତ୍ରାତ୍ମା ଓ ସେହି ନବବଧୂ କହୁଛନ୍ତି: “ଆସନ୍ତୁ”! ଶ୍ରବଣକାରୀ ପ୍ରତ୍ୟେକେ ମଧ୍ୟ କହିବେ: “ଆସନ୍ତୁ।” ଯେ କେହି ତୃଷିତ, ସେ ଆସୁ। ଜୀବନପ୍ରଦାୟୀ ଜଳ ପାନ କରିବାକୁ ଯେ ଇଚ୍ଛୁକ, ସେ ଆସି ବିନାମୂଲ୍ୟରେ ତାହା ଗ୍ରହଣ କରୁ।


Lean sinn:

Sanasan


Sanasan