Biblia Todo Logo
Bìoball air-loidhne

- Sanasan -




ଫିଲିପୀୟ 2:15 - ପବିତ୍ର ବାଇବଲ (CL) NT (BSI)

15 ତାହାହେଲେ, ଏହି ଦୁର୍ନୀତିଗ୍ରସ୍ତ ଓ ପାପପୂର୍ଣ୍ଣ ଜଗତରେ ତୁମ୍ଭେମାନେ ଈଶ୍ୱରଙ୍କର ପବିତ୍ର ସନ୍ତାନସନ୍ତତି ପରି ନିର୍ଦ୍ଦୋଷ ଓ ଅମାୟିକ ଜୀବନ ଯାପନ କରିପାରିବ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

15 ଯେପରି ତୁମ୍ଭେମାନେ ନିର୍ଦ୍ଦୋଷ ଓ ଅମାୟିକ ହୋଇ ଏହି କୁଟିଳ ବିପଥଗାମୀ ବଂଶ ମଧ୍ୟରେ ଈଶ୍ଵରଙ୍କ ଅନିନ୍ଦନୀୟ ସନ୍ତାନସନ୍ତତି ହୁଅ; ସେମାନଙ୍କ ମଧ୍ୟରେ ତୁମ୍ଭେମାନେ ଜୀବନର ବାକ୍ୟ ଧରି ଜଗତରେ ଜ୍ୟୋତି ସ୍ଵରୂପ ପ୍ରକାଶ ପାଉଅଛ;

Faic an caibideil Dèan lethbhreac

ଓଡିଆ ବାଇବେଲ

15 ଯେପରି ତୁମ୍ଭେମାନେ ନିର୍ଦ୍ଦୋଷ ଓ ଅମାୟିକ ହୋଇ ଏହି କୁଟିଳ ବିପଥଗାମୀ ବଂଶ ମଧ୍ୟରେ ଈଶ୍ୱରଙ୍କ ଅନିନ୍ଦନୀୟ ସନ୍ତାନସନ୍ତତି ହୁଅ; ସେମାନଙ୍କ ମଧ୍ୟରେ ତୁମ୍ଭେମାନେ ଜୀବନର ବାକ୍ୟ ଧରି ଜଗତରେ ଜ୍ୟୋତିଃ ସ୍ୱରୂପ ପ୍ରକାଶ ପାଉଅଛ;

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ଯେପରି ତୁମ୍ଭେମାନେ ନିର୍ଦ୍ଦୋଷ ଓ ଅମାୟିକ ହୋଇ ଏହି କୁଟିଳ ବିପଥଗାମୀ ବଂଶ ମଧ୍ୟରେ ଈଶ୍ବରଙ୍କ ଅନିନ୍ଦନୀୟ ସନ୍ତାନସନ୍ତତି ହୁଅ; ସେମାନଙ୍କ ମଧ୍ୟରେ ତୁମ୍ଭେମାନେ ଜୀବନର ବାକ୍ୟ ଧରି ଜଗତରେ ଜ୍ୟୋତିଃ ସ୍ୱରୂପ ପ୍ରକାଶ ପାଉଅଛ;

Faic an caibideil Dèan lethbhreac

ପବିତ୍ର ବାଇବଲ

15 ତେବେ ଯାଇ ତୁମ୍ଭେ ନିର୍ଦ୍ଦୋଷ ହେବ ଓ ତୁମ୍ଭ ଭିତରେ କୌଣସି ଭୁଲ୍ ରହିବ ନାହିଁ। ତୁମ୍ଭେ ପରମେଶ୍ୱରଙ୍କ ନିର୍ଦ୍ଦୋଷ ପୁତ୍ର ହେବ। କିନ୍ତୁ ତୁମ୍ଭେମାନେ ନଷ୍ଟ ହୋଇ ଯାଉଥିବା ମନ୍ଦ ଲୋକଙ୍କ ମଧ୍ୟରେ ରହୁଛ। କିନ୍ତୁ ସେମାନଙ୍କ ଭିତରେ ତୁମ୍ଭେ ଏହି ଅନ୍ଧକାରପୂର୍ଣ୍ଣ ଜଗତରେ ଜ୍ୟୋତିଃ ଭଳି ପ୍ରକାଶିତ ହେଉଛ।

Faic an caibideil Dèan lethbhreac




ଫିଲିପୀୟ 2:15
42 Iomraidhean Croise  

“ଶୁଣ, ମେଣ୍ଡାମାନଙ୍କୁ ବାଘ ମୁହଁକୁ ଠେଲିଦେଲା ପରି ମୁଁ ତୁମ୍ଭମାନଙ୍କୁ ପଠାଉଛି। ସୁତଚାଂ ତୁମେ ସର୍ପ ନରି ସତର୍କ ରୁହ, କିନ୍ତୁ କପୋତ ପରି ଅମାୟିକ ହୁଅ।


ଯୀଶୁ କହିଲେ, “କେଡ଼େ ଅବିଶ୍ୱାସୀ ଓ ଭ୍ରାନ୍ତ ତୁମ୍ଭମାନେ! ତୁମ ସହିତ ମୁଁ ଆଉ ମେତେ ଦିନ ରହିବି? ଆଉ ମେତେ କାଳ ତୁମ୍ଭମାନଙ୍କ ବ୍ୟବହାର ସହିବି? ସେ ପୁଅଟିକୁ ମୋ’ ନିକଟକୁ ନେଇ ଆସ।”


ଏହା କଲେ ଈଶ୍ୱରଙ୍କ ସନ୍ତାନ ବୋଲି ପରିଚିତ ହେବ। କାରଣ ଈଶ୍ୱର ଉତ୍ତମ ଓ ଅଧମ, ଉଭୟ ପ୍ରକାର ଲୋକଙ୍କୁ ସୂର୍ଯ୍ୟ କିରଣ ଦିଅନ୍ତି ଏବଂ ସତ୍କର୍ମ ଓ ଦୁଷ୍କର୍ମକାରୀ ସମସ୍ତଙ୍କୁ ବର୍ଷା ଯୋଗାଇ ଦିଅନ୍ତି।


ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ଯେପରି ସିଦ୍ଧ, ତୁମ୍ଭେମାନେ ସେହିପରି ସିଦ୍ଧ ହେବା ଉଚିତ୍।


ସେ ଦୁହେଁ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ଥିଲେ, କାରଣ ସେମାନେ ତାହାଙ୍କର ସମସ୍ତ ଆଜ୍ଞା ଓ ବ୍ୟବସ୍ଥା ପାଳନ କରୁଥିଲେ।


ବରଂ ତୁମର ଶତ୍ରୁମାନଙ୍କୁ ପ୍ରେମ କର ଓ ସେମାନଙ୍କର ମଙ୍ଗଳ କର; ପରିଶୋଧର ଆଶା ନ ରଖି ଋଣ ଦିଅ। ତା’ହେଲେ ତୁମ୍ଭେମାନେ ମହାପୁରସ୍କାର ପାଇବ ଓ ପରାତ୍ପର ଈଶ୍ୱରଙ୍କ ସନ୍ତାନ ହେବ। କାରଣ ଅକୃତଜ୍ଞ ଓ ଦୁଷ୍ଟ ଲୋକମାନଙ୍କୁ ମଧ୍ୟ ଈଶ୍ୱର କୃପା କରନ୍ତି।


ଯୋହନ ଥିଲେ ଜଣେ ଜ୍ୱଳନ୍ତ ଉଜ୍ଜ୍ୱଳ ପ୍ରଦୀପ। କିଛି ଦିନ ପାଇଁ ତାଙ୍କ ଆଲୋକରେ ଆଲୋକିତ ହେବା ପାଇଁ ତୁମ୍ଭେମାନେ ଇଚ୍ଛୁକ ଥିଲ।


ପିତର ସେମାନଙ୍କୁ ଆବେଦନ ଜଣାଇ ଓ ନାନା ପ୍ରକାରେ ପ୍ରବର୍ତ୍ତାଇ କହିଲେ, “ଏହି ଭ୍ରଷ୍ଟାଚାରୀମାନଙ୍କ ପ୍ରତି ଆସନ୍ନ ଶାସ୍ତିରୁ ନିଜ ନିଜକୁ ରକ୍ଷା କର।”


ସମୟ ଆସିବ, ଯେତେବେଳେ ତୁମ୍ଭମାନଙ୍କ ନିଜ ଦଳର କେତେକ ଲୋକ ବିଶ୍ୱାସୀମାନଙ୍କୁ ମିଥ୍ୟା କହି ବିପଥରେ କଢ଼ାଇ ନେବେ।


ସୁସମାଚାର ପ୍ରତି ତୁମ୍ଭମାନଙ୍କର ବିଶ୍ୱସ୍ତତା ସମସ୍ତେ ଶୁଣିଛନ୍ତି, ଏଥିପାଇଁ ମୁଁ ଆନନ୍ଦିତ। ମୁଁ ଚାହେଁ, ତୁମ୍ଭେମାନେ ସତ୍ ବିଷୟରେ ଜ୍ଞାନବାନ ହୁଅ ଓ ଅସତ୍ ବିଷୟରେ ଲିପ୍ତ ହୁଅ ନାହିଁ।


ସେ ମଧ୍ୟ ତୁମ୍ଭମାନଙ୍କୁ ଶେଷ ପର୍ଯ୍ୟନ୍ତ ସୁରକ୍ଷା କରିବେ। ଫଳରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ “ଦିବସ”ରେ ତୁମ୍ଭେମାନେ ନିର୍ଦ୍ଦୋଷ ବିବେଚିତ ହେବ।


ତେଣୁ ପ୍ରଭୁ କହନ୍ତି, ସେମାନଙ୍କ ମଧ୍ୟରୁ ତୁମେ ବାହାର ଆସ, ସେମାନଙ୍କଠାରୁ ନିଚକୁ ଗ୍ରହଣ କରିବି,


ପୁଣି ତାକୁ ପବିତ୍ର, ନିର୍ଦ୍ଦୋଷ, ନିଷ୍କଳଙ୍କ ଓ ସର୍ବାଙ୍ଗ ସୁନ୍ଦର କରି ନିଜେ ଗ୍ରହଣ କଲେ।


ଓ ତୁମ୍ଭେମାନେ ଯେପରି ଶ୍ରେଷ୍ଠ ବିଷୟ ସବୁ ମନୋନୀତ କରିପାରିବ। ତା’ହେଲେ; ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଆଗମନ ଦିନରେ ପରିଶୁଦ୍ଧ ଓ ଅନିନ୍ଦନୀୟ ରହିବ


ଏବଂ ମୋର ନିଷ୍ଠାପରତା ହେତୁ ମୁଁ ଖ୍ରୀଷ୍ଟୀୟ ମଣ୍ଡଳୀକୁ ଉତ୍ପୀଡ଼ନ କଲି। ବ୍ୟବସ୍ଥାର ଆଜ୍ଞା ପାଳନ ଦ୍ୱାରା ଯଦି ମନୁଷ୍ୟ ଧାର୍ମିକ ହୋଇପାରେ, ତେବେ ମୁଁ ନିଷ୍ପାପ ଥିଲି।


ଯେଉଁ ଈଶ୍ୱର ଆମକୁ ଶାନ୍ତି ପ୍ରଦାନ କରନ୍ତି, ସେ ତୁମ୍ଭମାନଙ୍କୁ ସମ୍ପୂର୍ଣ୍ଣଭାବେ ପବିତ୍ର କରନ୍ତୁ ଓ ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନ ସମୟରେ ତୁମର ସମସ୍ତ ସତ୍ତା, ମନ, ଆତ୍ମା, ଶରୀରକୁ ସମ୍ପୂର୍ଣ୍ଣଭାବେ ନିର୍ଦ୍ଦୋଷ ରଖନ୍ତୁ।


ମଣ୍ଡଳୀର କାର୍ଯ୍ୟ କରିବାକୁ ଅଧିକାର ପାଇବା ପୂର୍ବରୁ ସେମାନଙ୍କୁ ମଧ୍ୟ ପରୀକ୍ଷା କରାଯାଉ। ଏହି ପରୀକ୍ଷାରେ ଉପଯୁକ୍ତ ବିବେଚିତ ହେଲେ ଯାଇ ସେମାନେ କାର୍ଯ୍ୟରେ ନିଯୁକ୍ତି ପାଆନ୍ତୁ।


କିନ୍ତୁ ମଣ୍ଡଳୀର ବିଷପ ନିର୍ଦ୍ଦୋଷ ଚରିତ୍ର, ଏକପତ୍ନୀକ, ମିତାଚାରୀ, ସଂଯମୀ ଓ ଗାମ୍ଭୀର୍ଯ୍ୟଯୁକ୍ତ ହେବା ଆବଶ୍ୟକ। ସେ ଅତିଥିପରାୟଣ ହୋଇଥିବେ ଓ ଶିକ୍ଷାଦାନ କରିବାରେ ତାଙ୍କର ଦକ୍ଷତା ଥିବ।


ସୁତରାଂ ମୋର ମତ ହେଉଛି, ଅଳ୍ପବୟସ୍କା ବିଧବାମାନେ ପୁନର୍ବିବାହ କରି ପୁତ୍ର କନ୍ୟାର ଜନନୀ ହୋଇ ଗୋଟିଏ ଗୋଟିଏ ସୁନ୍ଦର ନୂଆ ସଂସାର ଗଢ଼ନ୍ତୁ। ତାହାହେଲେ, ଆମ ବିପକ୍ଷରେ ଥିବା ଲୋକମାନେ ଏମାନଙ୍କୁ ନେଇ ସମ୍ପ୍ରଦାୟର କୁତ୍ସାରଟନା କରିବାକୁ ଅବକାଶ ପାଇବେ ନାହିଁ।


କିନ୍ତୁ ଯେଉଁମାନେ ପ୍ରକୃତରେ ପାପ କାର୍ଯ୍ୟରେ ଲିପ୍ତ, ଅନ୍ୟମାନଙ୍କୁ ସତର୍କ କରିବା ପାଇଁ, ସେମାନଙ୍କୁ ପ୍ରକାଶ୍ୟରେ ଭର୍ତ୍ସନା କର।


ବିଧବାମାନଙ୍କୁ ଏ ବିଷୟରେ ସାବଧାନ କରିଦିଅ, କେହି ଯେପରି ସେମାନଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ କରିବାକୁ ସୁଯୋଗ ନ ପାଏ।


ମଣ୍ଡଳୀର ନେତା ରୂପେ ନିଯୁକ୍ତ ହେବା ବ୍ୟକ୍ତି ନିଷ୍କଳଙ୍କ ଚରିତ୍ର ହେବା ଆବଶ୍ୟକ। ସେ ଏକପତ୍ନୀକ ହୋଇଥିବେ ଏବଂ ତାଙ୍କ ସନ୍ତାନମାନେ ଧର୍ମବିଶ୍ୱାସୀ ହୋଇଥିବେ; ଉତ୍ସୃଙ୍ଖଳ କିମ୍ବା ଅବାଧ୍ୟ ବୋଲି ସେମାନଙ୍କର ଦୁର୍ନାମ ନ ଥିବ।


ସେମାନେ ଚୋରି ନ କରି, ସବୁବେଳେ ନିଜର ସାଧୁତା ଓ ବିଶ୍ୱସ୍ତତାର ପରିଚୟ ଦିଅନ୍ତୁ। ତାହାହେଲେ, ସେମାନଙ୍କ ସମସ୍ତ କାର୍ଯ୍ୟକଳାପରେ ଆମ୍ଭମାନଙ୍କର ମୁକ୍ତିଦାତା ଈଶ୍ୱରଙ୍କ ବିଷୟରେ ଆମ ଧର୍ମଶିକ୍ଷାକୁ ଗୌରବାନ୍ୱିତ କରିବେ।


ଏହି ସମସ୍ତ ବିଷୟ ଶିକ୍ଷା ଦିଅ ଏବଂ ତୁମର ପୂର୍ଣ୍ଣ କ୍ଷମତା ପ୍ରୟୋଗ କରି ଶ୍ରୋତାମାନଙ୍କୁ ଉତ୍ସାହିତ କର। ଆବଶ୍ୟକ ସ୍ଥଳେ, ସେମାନଙ୍କୁ ଭର୍ତ୍ସନା କରି ସତର୍କ କରିଦିଅ। ତୁମକୁ ଅବଜ୍ଞା କରିବାକୁ କାହାକୁ ଅବକାଶ ଦିଅ ନାହିଁ।


ତେବେ ଆମ୍ଭମାନଙ୍କର ସମସ୍ତ ଅଭାବ ପୂରଣ କରିବାକୁ ଯୀଶୁ ହିଁ ଏକମାତ୍ର ମହାଯାଜକ। ସେ ପବିତ୍ର, ପାପଦୋଷରହିତ, ପାପୀମାଦଙ୍କଠାରୁ ପଥକୀକୃତ, ଉଦ୍ଧ୍ୱର୍ତମ ସ୍ୱର୍ଗକୁ ଉନ୍ନୀତ।


ବିଜାତୀୟମାନଙ୍କ ମଧ୍ୟରେ ତୁମ୍ଭମାନଙ୍କର ସଦାଚରଣ ପ୍ରକାଶ ପାଉ; ତାହାହେଲେ, ସେମାନେ ତୁମ୍ଭମାନଙ୍କୁ ଦୁଷ୍କର୍ମକାରୀ ବୋଲି ଅପବାଦ ଦେଉଥିଲେ ମଧ୍ୟ, ତୁମ୍ଭମାନଙ୍କୁ ସତ୍କର୍ମ ଦେଖି ଖ୍ରୀଷ୍ଟଙ୍କ ଆଗମନ ଦିନରେ ଈଶ୍ୱରଙ୍କ ପ୍ରଶଂସା କରିବେ।


ତୁମ୍ଭେମାନେ ଏକ ମନୋନୀତ ବଂଶ, ରାଜକୀୟ ଯାଜକବର୍ଗ, ଏକ ପବିତ୍ର ଜାତି ଓ ଈଶ୍ୱରଙ୍କ ଆପଣାର ଲୋକ ହୋଇଅଛ। ଈଶ୍ୱର ତୁମ୍ଭମାନଙ୍କୁ ଅନ୍ଧକାର ମଧ୍ୟରୁ ତାଙ୍କର ଅପୂର୍ବ ଆଲୋକକୁ ଆହ୍ୱାନ କରିଛନ୍ତି। ତୁମ୍ଭେମାନ ତାଙ୍କର ବିସ୍ମୟକର କାର୍ଯ୍ୟସବୁ ଘୋଷଣା କରିବା ପାଇଁ ମନୋନୀତ।


ଅତଏବ, ବନ୍ଧୁଗଣ, ସେହି ଦିନର ଅପେକ୍ଷା କରିବା ସମୟରେ ତୁମ୍ଭେମାନେ ଈଶ୍ୱରଙ୍କ ଦୃଷ୍ଟିରେ ପବିତ୍ର ଓ ନର୍ଦ୍ଦୋଷ ହୋଇ ଶାନ୍ତିରେ ରହିବା ପାଇଁ ଆନ୍ତରକ ଚେଷ୍ଟା କର।


ତୁମର କେଡ଼େ ଅଧୋଗତି ହୋଇଛି, ଚିନ୍ତା କର। ପାପରୁ ଫେରି ପୂର୍ବ ପରି ସତ୍କର୍ମ କର। ଯଦି ପାପରୁ ଫେରି ନ ଆସ, ତେବେ ମୁଁ ତୁମର ପ୍ରଦୀପକୁ ସ୍ଥାନାନ୍ତରିତ କରିବି।


ଶୁଣ! ଯେଉଁ କେତେକ ମିଥ୍ୟାବାଦୀ ନିଜ ନିଜକୁ ଇହୁଦୀ ବୋଲି ଦାବୀ କରନ୍ତି, କିନ୍ତୁ ପ୍ରକୃତରେ ଇହୁଦୀ ନୁହଁନ୍ତି, ଶୟତାନର ସେହି ଲୋକମାନଙ୍କୁ ମୁଁ ତୁମର ପଦାନତ କରିବି। ମୁଁ ତୁମକୁ ପ୍ରେମ କରେ ବୋଲି ସେମାନେ ସମସ୍ତେ ଜାଣିବେ।


Lean sinn:

Sanasan


Sanasan