Biblia Todo Logo
Bìoball air-loidhne

- Sanasan -




ଫିଲିପୀୟ 2:12 - ପବିତ୍ର ବାଇବଲ (CL) NT (BSI)

12 ତେଣୁ ପ୍ରିୟ ବନ୍ଧୁଗଣ, ମୁଁ ତୁମ୍ଭମାନଙ୍କ ସହିତ ଥିବା ସମୟରେ ତୁମ୍ଭେମାନେ ଯେପରି ସବୁବେଳେ ମୋର ଆଜ୍ଞାଧୀନ ଥିଲ, ବର୍ତ୍ତମାନ ମୁଁ ତୁମଠାରୁ ଦୂରରେ ଥିବା ସମୟରେ ଅଧିକ ବିଶ୍ୱସ୍ତ ଭାବରେ ମୋର ବାଧ୍ୟ ହେବା ତୁମ୍ଭମାନଙ୍କର କର୍ତ୍ତବ୍ୟ। ତୁମର ପରିତ୍ରାଣ ସାଧନ ଯେପରି ସମ୍ପୂର୍ଣ୍ଣ ହୁଏ, ଏଥିନିମନ୍ତେ ଭୟ ଓ ପ୍ରକମ୍ପ ସହ କାର୍ଯ୍ୟ କରିଯାଅ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

12 ଅତଏବ, ହେ ମୋହର ପ୍ରିୟମାନେ, ଯେପରି ତୁମ୍ଭେମାନେ ସର୍ବଦା ଆଜ୍ଞାବହ ହୋଇଅଛ, କେବଳ ମୋହର ସାକ୍ଷାତରେ କଲା ପରି ନୁହେଁ, କିନ୍ତୁ ବର୍ତ୍ତମାନ ମୋହର ଅସାକ୍ଷାତରେ ଆହୁରି ଅଧିକ ରୂପେ ଭୟ ଓ କମ୍ପ ସହ ଆପଣା ଆପଣା ପରିତ୍ରାଣ ସାଧନ କର,

Faic an caibideil Dèan lethbhreac

ଓଡିଆ ବାଇବେଲ

12 ଅତଏବ, ହେ ମୋହର ପ୍ରିୟମାନେ, ଯେପରି ତୁମ୍ଭେମାନେ ସର୍ବଦା ଆଜ୍ଞାବହ ହୋଇଅଛ, କେବଳ ମୋହର ଉପସ୍ଥିତିରେ କଲାପରି ନୁହେଁ, କିନ୍ତୁ ବର୍ତ୍ତମାନ ମୋହର ଅନୁପସ୍ଥିତିରେ ଆହୁରି ଅଧିକ ରୂପେ ଭୟ ଓ କମ୍ପ ସହ ଆପଣା ଆପଣା ପରିତ୍ରାଣ ସାଧନ କର,

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ଅତଏବ, ହେ ମୋହର ପ୍ରିୟମାନେ, ଯେପରି ତୁମ୍ଭେମାନେ ସର୍ବଦା ଆଜ୍ଞାବହ ହୋଇଅଛ, କେବଳ ମୋହର ଉପସ୍ଥିତିରେ କଲା ପରି ନୁହେଁ, କିନ୍ତୁ ବର୍ତ୍ତମାନ ମୋହର ଅନୁପସ୍ଥିତିରେ ଆହୁରି ଅଧିକ ରୂପେ ଭୟ ଓ କମ୍ପ ସହ ଆପଣା ଆପଣା ପରିତ୍ରାଣ ସାଧନ କର,

Faic an caibideil Dèan lethbhreac

ପବିତ୍ର ବାଇବଲ

12 ମୋ’ ପ୍ରିୟ ମିତ୍ରଗଣ! ତୁମ୍ଭେମାନେ ସର୍ବଦା ପରମେଶ୍ୱରଙ୍କ ବାଧ୍ୟ ହୋଇଛ। ମୁଁ ତୁମ୍ଭ ସହିତ ଥିଲାବେଳେ ତୁମ୍ଭେମାନେ ପରମେଶ୍ୱରଙ୍କ ବାଧ୍ୟ ହୋଇଛ। ମୁଁ ତୁମ୍ଭ ସହିତ ନ ଥିଲାବେଳେ ମଧ୍ୟ ତୁମ୍ଭେ ତାହାଙ୍କ ବାଧ୍ୟ ହେବା ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ। ତୁମ୍ଭେ ନିଶ୍ଚିତ ହେବା ଆବଶ୍ୟକ ଯେ ମୋ’ ସାହାଯ୍ୟ ବିନା ତୁମ୍ଭେ ପରିତ୍ରାଣ ପାଇବ। ପରମେଶ୍ୱରଙ୍କ ପ୍ରତି ସମ୍ମାନ ଓ ଭୟ ରଖି ଏପରି କର।

Faic an caibideil Dèan lethbhreac




ଫିଲିପୀୟ 2:12
41 Iomraidhean Croise  

ଯୋହନ ତାଙ୍କ ବାର୍ତ୍ତା ପ୍ରଚାର କରିବା ଦିନଠାରୁ ଆଜିପର୍ଯ୍ୟନ୍ତ ସ୍ୱର୍ଗରାଜ୍ୟ ଉପରେ ପ୍ରବଳ ଆକ୍ରମଣ ଚାଲିଛି। ଉଗ୍ର ପ୍ରକୃତିର ଲୋକମାନେ ସେଥିରେ ବଳପୂର୍ବକ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି।


ମୋର ଜୁଆଳି ବହନ କରି ମୋ’ଠାରୁ ଶିକ୍ଷଶ କର। କାରଣ ମୁଁ ନିଜେ ନମ୍ର ଓ କୋମଳମନା ହୋଇଥିବାରୁ ତୁମେ ମୋ’ ପାଖରେ ବିଶ୍ରାମ ପାଇବ।


କାରାରକ୍ଷକ ପ୍ରଦୀପ ଅଣାଇଲେ ଓ ଭିତରକୁ ଦୌଡ଼ି ଆସ ଥରି ଥରି ପାଉଲ ଓ ଶୀଲାଙ୍କ ଗୋଡ଼ ତଳେ ପଡ଼ିଗଲେ।


ଉଠ, ସହରକୁ ଯାଅ, କ’ଣ କରିବାକୁ ହେବ, ସେଠାରେ ତୁମ୍ଭକୁ ଜଣାଇ ଦିଆଯିବ।”


କେତେ ଜଣ ଗୌରବ, ସମ୍ମାନ ଓ ଅମରତ୍ୱ ପ୍ରାପ୍ତି ଆଶାରେ ଧୈର୍ଯ୍ୟର ସହିତ ସତ୍‍କର୍ମ କରି ଯାଆନ୍ତି, ସେମାନଙ୍କୁ ଈଶ୍ୱର ଅନନ୍ତ ଜୀବନ ପ୍ରଦାନ କରିବେ।


ଅତଏବ ପ୍ରିୟ ଭାଇମାନେ, ଅଟଳ ଓ ଅବିଚଳିତ ରୁହ। ପ୍ରଭୁଙ୍କ କାର୍ଯ୍ୟରେ ସର୍ବଦା ତତ୍ପର ହୁଅ। କାରଣ ତୁମ୍ଭେମାନେ ଜାଣ ଯେ, ପ୍ରଭୁଙ୍କ ପାଇଁ ତୁମ୍ଭମାନଙ୍କର ପରିଶ୍ରମ କେବେହେଲେ ବୃଥା ହେବ ନାହିଁ।


ସେ ସମୟରେ ମୁଁ ଦୁର୍ବଳ ଥିଲି, ସର୍ବଦା ଭୟରେ ପ୍ରକମ୍ପିତ ହେଉଥିଲି।


ତୁମ୍ଭମାନଙ୍କୁ ଲଜ୍ଜା ଦେବା ନିମନ୍ତେ ମୁଁ ଏସବୁ କଥା ଲେଖୁ ନାହିଁ। ତୁମ୍ଭେମାନେ ମୋର ପ୍ରିୟ ସନ୍ତାନ ହୋଇ ଥିବାରୁ ପରାମର୍ଶ ଓ ଚେତନା ଦେବା ପାଇଁ ଏ ସବୁ ଲେଖୁଅଛି।


ତୁମ୍ଭେମାନେ ସମସ୍ତେ ଯେପରି ଭାବର ତାଙ୍କର ବାଧ୍ୟ ଥିଲ ଏବଂ ଭୟ ଓ କମ୍ପିତ ହୃଦୟରେ ତାଙ୍କୁ ସ୍ୱାଗତ ଜଣାଇଥିଲ, ଏ କଥା ସ୍ମରଣ କରି ତୁମ୍ଭମାନଙ୍କ ପ୍ରତି ତାଙ୍କର ପ୍ରେମ ଆହୁରି ବୃଦ୍ଧି ପାଉଛି।


କ୍ରତଦାସମାନେ, ତୁମ୍ଭେମାନେ ଖ୍ରୀଷ୍ଟଙ୍କର ସେବା କରୁଛ ଭାବି ଆନ୍ତରିକଭାବେ ଭୟରେ କମ୍ପିତ ହୋଇ ଜାଗତିକ ମୁନିବମାନଙ୍କର ଆଜ୍ଞାବହ ହୁଅ।


ମୁଁ ତୁମ୍ଭମାନଙ୍କୁ ଦେଖିପା ପାଇଁ ଯିବାକୁ ସମର୍ଥ ହୁଏ ଅବା ନ ହୁଏ, ବର୍ତ୍ତମାନ ପ୍ରଧାନ ବିଷୟ ହେଉଛି, ତୁମ୍ଭମାନଙ୍କର ଜୀବନ ପ୍ରଣାଳୀ ଯେପରି ଖ୍ରୀଷ୍ଟଙ୍କ ସୁସମାଚାରର ଅନୁରୂପ ହେବ - ମୁଁ ଯେପରି ଶୁଣିବି, ତୁମ୍ଭେମାନେ ଏକ ଉଦ୍ଦେଶ୍ୟ ନେଇ ଦୃଢ଼ ରୂପେ ଠିଆ ହୋଇଛ ଓ ଏକ ଆକାଂକ୍ଷା ନେଇ ସୁସମାଚାର ବିଶ୍ୱାସ ନିମନ୍ତେ ଏକକ ସଂଗ୍ରାମ କରୁଛ।


କେବଳ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ନୁହେଁ, ତାଙ୍କ ନିମନ୍ତେ କ୍ଲେଶଭୋଗ କରିବା ଦ୍ୱାରା ତୁମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ସେବା କରିବା ପାଇଁ ସୁଯୋଗ ଦିଆଯାଇଛି।


ତେଣୁ ମୁଁ ଏ ବିଷୟରେ ନିଶ୍ଚିତ ଯେ, ଯେଉଁ ପ୍ରଭୁ ତୁମ୍ଭମାନଙ୍କଠାରେ ଏହି ସତ୍କାର୍ଯ୍ୟ ଆରମ୍ଭ କରିଛନ୍ତି, ଖ୍ରୀଷ୍ଟ ଯୀଶୁଙ୍କ ପୁନରାଗମନ ଦିନରେ ଏହା ଶେଷ ହେବା ପର୍ଯ୍ୟନ୍ତ ସେ ତାହା ନିର୍ବାହ କରିବେ।


ପ୍ରଭୁଙ୍କର ଇଚ୍ଛା ଥିଲେ, ତୁମ୍ଭମାନଙ୍କ ନିକଟକୁ ତୀମଥିଙ୍କୁ ଶୀଘ୍ର ପଠାଇ ପାରିବି ବୋଲି ମୁଁ ଆଶା କରେ। ତାହାହେଲେ, ତୁମ୍ଭମାନଙ୍କର ସମ୍ବାଦ ପାଇ ମୁଁ ଉତ୍ସାହିତ ହେବି।


ପ୍ରିୟ ଭାଇମାନେ, ତୁମ୍ଭମାନଙ୍କୁ ଦେଖିବା ପାଇଁ ମୁଁ କେଡ଼େ ଉକ୍ରଣ୍ଠିତ। ତୁମ୍ଭମାନଙ୍କୁ ନେଇ ମୋର କେତେ ଆନନ୍ଦ। ତୁମ୍ଭମାନଙ୍କ ପାଇଁ ମୋର କେତେ ଗର୍ବ। ଭାଇମାନେ, ମୋର ଶିକ୍ଷା ଅନୁଯାୟୀ ପ୍ରଭୁଙ୍କଠାରେ ସ୍ଥିର ରହି ଜୀବନ ଯାପନ କର।


ହେ ଫିଲିପୀୟ ଭାଇମାନେ, ତୁମର ସ୍ପଷ୍ଟ ମନେଥିବ, କିପରି ସୁସମାଚାର ପ୍ରଚାର ଆରମ୍ଭ କରିବା ସମୟରେ, ମୁଁ ଯେତେବେଳେ ମାସିଦୋନିଆ ପରିତ୍ୟାଗ କଲି, କେବଳ ତୁମର ମଣ୍ଡଳୀ ମୋତେ ସାହାଯ୍ୟ କରିଥିଲା, କେବଳ ତୁମ୍ଭେମାନେ ମୋର ଲାଭ ଓ କ୍ଷତିର ଅଂଶୀଦାର ହୋଇଥିଲ।


ଆମ୍ଭେମାନେ ପିତା ଈଶ୍ୱରଙ୍କ ନିକଟରେ ସ୍ମରଣ କରିଥାଉ, କିପରି ତୁମ୍ଭେମାନେ ନିଜ ବିଶ୍ୱାସକୁ କାର୍ଯ୍ୟରେ ପରିଣତ କରୁଛ, ପ୍ରେମରେ ଅନୁପ୍ରାଣିତ ହୋଇ କିପରି କଠିନ ପରିଶ୍ରମ କରୁଛ ଏବଂ ଆମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କର ଭରସା କିପରି ଦୃଢ଼।


ଈଶ୍ୱରଙ୍କ ମନୋନୀତ ଲୋକମାନେ ଖ୍ରୀଷ୍ଟ ଯୀଶୁଙ୍କଠାରୁ ପ୍ରାପ୍ତ ପରିତ୍ରାଣ ଓ ଶାଶ୍ୱତ ଗୌରବ ଲାଭ କରନ୍ତୁ, ଏହି ଉଦ୍ଦେଶ୍ୟରେ ମୁଁ ସମସ୍ତ ନିର୍ଯ୍ୟାତନା ସହ୍ୟ କରୁଛି।


ଏହିପରି ସାକ୍ଷୀମାନଙ୍କର ଏକ ବିରାଟ ଜନତା ଆମ ଚତୁର୍ଦ୍ଦିଗରେ ଘେରି ରହିଛନ୍ତି। ଅତଏବ ଆସ, ଯେଉଁସବୁ ବିଷୟ ଆମ୍ଭମାନଙ୍କର ଗତିରୋଧ କରୁଛୁ ଏବଂ ଯେଉଁସବୁ ପାପ ଆମ୍ଭମାନଙ୍କୁ ଟାଣି ଧରୁଛି, ସେ ସମସ୍ତ ପରିତ୍ୟାଗ କରି ଦୃଢ଼ସଂକଳ୍ପ ହୋଇ ଆମ ପାଇଁ ନିରୂପିତ ଦୌଡ଼ରେ ଆଗେଇ ଯିବା। ଏତିରେ ଯେ ଆମ୍ଭମାନଙ୍କର ଅଗ୍ରଗାମୀ ଯିବା। ଏଥିରେ ଯେ ଆମ୍ଭମାନଙ୍କର ଅଗ୍ରଗାମୀ,


ଆମ୍ଭମାନଙ୍କୁ ଯେଉଁ ବିଶ୍ରାମ ଦେବେ ବୋଲି ଈଶ୍ୱର କହିଥିଲେ, ତାହା ଆମେ ପାଇ ପାରିବୁ ବୋଲି କେହି ଯେପରି ବଞ୍ଚିତ ନ ହୁଅ, ଏଥିପାଇଁ ସଜାଗ ରୁହ।


ଅତଏବବ ଆମ ମଧ୍ୟରୁ କେହି ଯେପରି ନିଜର ଅବିଶ୍ୱାସ ହେତୁ ସେହି ଲୋକମାନଙ୍କ ପରି ଉକ୍ତ ବିଶ୍ରାମରୁ ବଞ୍ଚିତ ନ ହୁଏ, ଏଥପାଇଁ ଯଥାସାଧ୍ୟ ଉଦ୍ୟମ କରିବା।


ଏହିପରି ସିଦ୍ଧ ହୋଇ ସେ ତାଙ୍କ ଆଜ୍ଞାପାଳନକାରୀମାନଙ୍କ ନିମନ୍ତେ ତିର ପରିତ୍ରାଣର ଉତ୍ସହେଲେ।


ବନ୍ଧୁଗଣ, ତୁମ୍ଭେମାନେ ଏହି ଜଗତରେ ବିଦେଶୀ ଓ ପ୍ରବାସୀ ତୁଲ୍ୟ। ତେଣୁ ଅନୁରୋଧ କରୁଛୁ, ତୁମ୍ଭେମାନେ ସର୍ବଦା ଆତ୍ମା ବିରୁଦ୍ଧରେ ଯୁଦ୍ଧ କରୁଥିବା ଶାରୀରିକ ଅଭିଳାଷର ବଶବର୍ତ୍ତୀ ହୁଅ ନାହିଁ।


କିନ୍ତୁ ଆମ ପ୍ରଭୁ ଓ ତ୍ରାଣକର୍ତ୍ତାଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଜ୍ଞାନରେ ତୁମ୍ଭେମାନେ ବୃଦ୍ଧି ପାଅ। ବର୍ତ୍ତମାନ ଓ ଚିରକାଳ ତାଙ୍କର ଗୌରବ ହେଉ, ଆମେନ୍।


Lean sinn:

Sanasan


Sanasan