Biblia Todo Logo
Bìoball air-loidhne

- Sanasan -




ଫିଲିପୀୟ 1:12 - ପବିତ୍ର ବାଇବଲ (CL) NT (BSI)

12 ହେ ଭାଇମାନେ! ମୁଁ ତୁମ୍ଭମାନଙ୍କୁ ଜଣାଇବାକୁ ଚାହେଁ ଯେ, ମୋ’ ପ୍ରତି ଯାହା ଯାହା ଘଟିଛି, ତାହା ସୁସମାଚାରର ଅଗ୍ରଗତିକୁ ସାହାଯ୍ୟ କରିଛି।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

12 ହେ ଭାଇମାନେ, ମୋʼ ପ୍ରତି ଯାହା ଯାହା ଘଟିଅଛି, ସେହିସବୁ ଯେ ବରଂ ସୁସମାଚାର କାର୍ଯ୍ୟର ବୃଦ୍ଧି ନିମନ୍ତେ ହୋଇଅଛି, ଏହା ତୁମ୍ଭମାନଙ୍କୁ ଜଣାଇବାକୁ ମୁଁ ଇଚ୍ଛା କରେ;

Faic an caibideil Dèan lethbhreac

ଓଡିଆ ବାଇବେଲ

12 ହେ ଭାଇମାନେ, ମୋ' ପ୍ରତି ଯାହା ଯାହା ଘଟିଅଛି, ସେହି ସବୁ ଯେ ବରଂ ସୁସମାଚାର କାର୍ଯ୍ୟର ବୃଦ୍ଧି ନିମନ୍ତେ ହୋଇଅଛି, ଏହା ତୁମ୍ଭମାନଙ୍କୁ ଜଣାଇବାକୁ ମୁଁ ଇଚ୍ଛା କରେ;

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ହେ ଭାଇମାନେ, ମୋʼ ପ୍ରତି ଯାହା ଯାହା ଘଟିଅଛି, ସେହିସବୁ ଯେ ବରଂ ସୁସମାଚାର କାର୍ଯ୍ୟର ବୃଦ୍ଧି ନିମନ୍ତେ ହୋଇଅଛି, ଏହା ତୁମ୍ଭମାନଙ୍କୁ ଜଣାଇବାକୁ ମୁଁ ଇଚ୍ଛା କରେ;

Faic an caibideil Dèan lethbhreac

ପବିତ୍ର ବାଇବଲ

12 ଭାଇ ଓ ଭଉଣୀମାନେ! ମୁଁ ତୁମ୍ଭମାନଙ୍କୁ ଜଣାଇଦେବାକୁ ଇଚ୍ଛା କରେ ଯେ ମୋ’ ପ୍ରତି ଯାହାକିଛି ଘଟିଛି, ତାହା ସୁସମାଗ୍ଭର ପ୍ରଗ୍ଭର କରିବାରେ ସାହାଯ୍ୟ କଲା।

Faic an caibideil Dèan lethbhreac




ଫିଲିପୀୟ 1:12
19 Iomraidhean Croise  

କିନ୍ତୁ ଶୁଭବାର୍ତ୍ତା ପ୍ରଚାର କରିବା ପାଇଁ ଏହା ତୁମ୍ଭମାନଙ୍କର ସୁଯୋଗ ହେବ।


ବିକ୍ଷିପ୍ତ ହୋଇ ରହିଥିବା ବିଶ୍ୱାସୀମାନେ ଚାରିଆଡ଼କୁ ଯାଇ ସୁସମାଚାର ପ୍ରଚାର କଲେ।


ଯେଉଁମାନେ ଈଶ୍ୱରଙ୍କ ଉଦ୍ଦେଶ୍ୟ ସାଧନ କରିବା ପାଇଁ ଆହୂତ ଓ ଈଶ୍ୱରଙ୍କୁ ପ୍ରେମ କରନ୍ତି, ସେମାନଙ୍କ ନିମନ୍ତେ ସବୁ ବିଷୟ ମଙ୍ଗଳଜନକ ହୁଏ।


ଯେ ଆମ୍ଭମାନଙ୍କୁ ପ୍ରେମ କରୁଛନ୍ତି, ତାଙ୍କ ସାହାଯ୍ୟରେ ଆମେ ଏ ସବୁ ଉପରେ ବିଜୟୀ ହୋଇଛୁ।


ତୁମ୍ଭେମାନେ ସବୁବେଳେ ମୋ’ ଅନ୍ତରରେ ଅଛ; ତେଣୁ ତୁମ୍ଭମାନଙ୍କ ବିଷୟରେ ଏହିପରି ଅନୁଭବ କରିବା ମୋ’ ପକ୍ଷରେ ଯଥାର୍ଥ। ମୁଁ ସ୍ୱାଧୀନ ଥିବା ସମୟରେ ଓ ବର୍ତ୍ତମାନ ଏହି ବନ୍ଦୀ ଅବସ୍ଥାରେ ସୁସମାଚାରର ପ୍ରତିଷ୍ଠା ଓ ସୁରକ୍ଷା ନିମନ୍ତେ କାର୍ଯ୍ୟ କରିବାକୁ ଈଶ୍ୱର ମୋତେ ଯେଉଁ ସୁଯୋଗ ଦେଇଛନ୍ତି, ତୁମ୍ଭେମାନେ ସମସ୍ତେ ଏହାର ଅଂଶୀ ହୋଇଅଛ।


ତୁମେ ଜାଣ, ତୀମଥି କିପରି ତାଙ୍କର ଯୋଗ୍ୟତା ପ୍ରମାଣିତ କରିଛନ୍ତି, କିପରି ସେ ଆଉ ମୁଁ ପୁତ୍ର ଓ ପିତା ପରି ସୁସମାଚାର ପ୍ରଚାର କାର୍ଯ୍ୟରେ ମିଳିମିଶି ଉଦ୍ୟମ କରୁଛୁ।


ହେ ଫିଲିପୀୟ ଭାଇମାନେ, ତୁମର ସ୍ପଷ୍ଟ ମନେଥିବ, କିପରି ସୁସମାଚାର ପ୍ରଚାର ଆରମ୍ଭ କରିବା ସମୟରେ, ମୁଁ ଯେତେବେଳେ ମାସିଦୋନିଆ ପରିତ୍ୟାଗ କଲି, କେବଳ ତୁମର ମଣ୍ଡଳୀ ମୋତେ ସାହାଯ୍ୟ କରିଥିଲା, କେବଳ ତୁମ୍ଭେମାନେ ମୋର ଲାଭ ଓ କ୍ଷତିର ଅଂଶୀଦାର ହୋଇଥିଲ।


ହେ ମୋର ବିଶ୍ୱସ୍ତ ଅଂଶୀଦାର! ତୁମକୁ ମଧ୍ୟ ମୋର ନିବେଦନ, ଏହି ଭଉଣୀମାନଙ୍କୁ ସାହାଯ୍ୟ କର, କାରଣ ଏମାନେ କ୍ଲେମେଣ୍ଟ ଓ ମୋର ଅନ୍ୟ ସହକର୍ମୀମାନଙ୍କ ସହିତ ସୁସମାଚାର ପ୍ରଚାର କାର୍ଯ୍ୟରେ କଠିନ ପରିଶ୍ରମ କରି ମୋତେ ସାହାଯ୍ୟ କରିଛନ୍ତି। ଏମାନଙ୍କର ନାମ ଈଶ୍ୱରଙ୍କ “ଜୀବନ ପୁସ୍ତକରେ” ଲେଖାଅଛି।


ଉପାସନାରେ ଈଶ୍ୱର ପରାୟଣ ବ୍ୟକ୍ତିମାନେ ହସ୍ତ ଉତ୍ତୋଳନ କରି ପ୍ରାର୍ଥନା କରିବା ବେଳେ ମନରୁ ସବୁ ପ୍ରକାର କ୍ରୋଧ ଓ ବିଦ୍ୱେଷ ଭାବ ବର୍ଜ୍ଜନ କରନ୍ତୁ।


ଏହି ସୁସମାଚାର ପ୍ରଚାର କରିବାରୁ ମୁଁ ଅପରାଧୀ ପରି ଶୃଙ୍ଖଳବଦ୍ଧ ହୋଇ କଷ୍ଟ ଭୋଗ କରୁଛି। କିନ୍ତୁ ଈଶ୍ୱରଙ୍କ ବାଣୀକୁ କେହି ଶୃଙ୍ଖଳବଦ୍ଧ କରିପାରିବେ ନାହିଁ।


କିନ୍ତୁ ଈଶ୍ୱରଙ୍କ ସାନ୍ନିଧ୍ୟ ଅନୁଭବ କରି ଅଣଇହୁଦୀମାନଙ୍କ ମଧ୍ୟରେ ଶୁଭ ବାର୍ତ୍ତା ସମ୍ୟକ୍ ପ୍ରଚାର କରିବା ପାଇଁ ମୁଁ ଯଥେଷ୍ଟ ଶକ୍ତି ପାଇଲି ଏବଂ ମୁଁ ପ୍ରାଣଦଣ୍ଡରୁ ମଧ୍ୟ ରକ୍ଷା ପାଇଲି।


Lean sinn:

Sanasan


Sanasan