Biblia Todo Logo
Bìoball air-loidhne

- Sanasan -




ଏଫିସୀୟ 4:2 - ପବିତ୍ର ବାଇବଲ (CL) NT (BSI)

2 ସର୍ବଦା ନମ୍ର, ସୁଶୀଳ ଓ ଧୈର୍ଯ୍ୟଶୀଳ ହୁଅ। ପରସ୍ପର ପ୍ରତି ସହନଶୀଳ ହୋଇ ପ୍ରେମ ପ୍ରଦର୍ଶନ କର।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

2 ଅର୍ଥାତ୍ ସର୍ବପ୍ରକାର ନମ୍ରତା, ମୃଦୁତା ଓ ଦୀର୍ଘସହିଷ୍ଣୁତା ସହ ପ୍ରେମରେ ପରସ୍ପର ପ୍ରତି ସହନଶୀଳ ହୁଅ;

Faic an caibideil Dèan lethbhreac

ଓଡିଆ ବାଇବେଲ

2 ଅର୍ଥାତ୍ ସର୍ବପ୍ରକାର ନମ୍ରତା, ମୃଦୁତା, ଦୀର୍ଘ ସହିଷ୍ଣତା ଓ ପ୍ରେମରେ ପରସ୍ପର ପ୍ରତି ସହନଶୀଳ ହୁଅ;

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ଅର୍ଥାତ୍‍ ସର୍ବପ୍ରକାର ନମ୍ରତା, ମୃଦୁତା, ଦୀର୍ଘ ସହିଷ୍ଣୁତା ଓ ପ୍ରେମରେ ପରସ୍ପର ପ୍ରତି ସହନଶୀଳ ହୁଅ;

Faic an caibideil Dèan lethbhreac

ପବିତ୍ର ବାଇବଲ

2 ସବୁବେଳେ ନମ୍ର, ଭଦ୍ର, ଧୈର୍ଯ୍ୟବାନ ହୁଅ। ପରସ୍ପରକୁ ପ୍ରେମରେ ଗ୍ରହଣ କର।

Faic an caibideil Dèan lethbhreac




ଏଫିସୀୟ 4:2
28 Iomraidhean Croise  

ମୋର ଜୁଆଳି ବହନ କରି ମୋ’ଠାରୁ ଶିକ୍ଷଶ କର। କାରଣ ମୁଁ ନିଜେ ନମ୍ର ଓ କୋମଳମନା ହୋଇଥିବାରୁ ତୁମେ ମୋ’ ପାଖରେ ବିଶ୍ରାମ ପାଇବ।


ଯୀଶୁ ସେମାନଙ୍କୁ କହିଲେ, “ତୁମେ କେଡ଼େ ଅଳ୍ପ ବିଶ୍ୱାସୀ। ତୁମ ସହିତ ମୁଁ ଆଉ କେତେ ଦିନ ରହିବି? କେତେ ଦିନ ଆଉ ମୁଁ ତୁମକୁ ସହ୍ୟ କରିବି? ପୁଅଟିକୁ ମୋ’ ପାଖକୁ ନେଇ ଆସ।” ସେମାନେ ଯୀଶୁଙ୍କ ନିକଟକୁ ତାକୁ ଆଣିଲେ।


ଇହୁଦୀମାନଙ୍କ ଷଡ଼ଯନ୍ତ୍ର ଲାଗି ମୋତେ ଯେଉଁ ସବୁ ଦୁଃଖକଷ୍ଟ ଭୋଗ କରିବାକୁ ପଡ଼ିଲା, ତା’ ଭିତରେ ମୁଁ ଈଶ୍ୱରଙ୍କ ସେବକ ରୂପେ ଅଶ୍ରୁପାତ କରି ନମ୍ରତାର ସହିତ ମୋର କାର୍ଯ୍ୟ କରି ଯାଇଛି।


ଯେଉଁମାନେ ବିଶ୍ୱାସରେ ବଳିଷ୍ଠ, ସେମାନ ଦୁର୍ବଳ ବିଶ୍ୱାସୀ ଭାଇର ଦୋଷ ଦୁର୍ବଳତା ପ୍ରତି ସହନଶୀଳ ହୁଅନ୍ତୁ। କେହି କେବଳ ନିଜକୁ ଖୁସି କରିବା ପାଇଁ ଇଚ୍ଛା ନ କରୁ।


ତା’ର ଅସୀମ ବିଶ୍ୱାସ, ଅଦମ୍ୟ ଭରସା; କୌଣସି ପରିସ୍ଥିତିରେ ସେ ଧୈର୍ଯ୍ୟଚ୍ୟୁତ ହୁଏ ନାହିଁ।


ପରସ୍ପରର ଭାର ବହନ କରିବା ନିମନ୍ତେ ସାହାଯ୍ୟ କର। ଏହା କରିବା ଦ୍ୱାରା ତୁମ୍ଭେମାନେ ଖ୍ରୀଷ୍ଟଙ୍କର ଆଜ୍ଞା ପାଳନ କରିବ।


ପୃଥିବୀର ସୃଷ୍ଟି ପୂର୍ବରୁ ଈଶ୍ୱର ଆମ୍ଭମାନଙ୍କୁ ମନୋନୀତ କରିଛନ୍ତି। ପୁଣି ତାଙ୍କ ସମ୍ମୁଖରେ ଆମେ ପବିତ୍ର ଓ ନିର୍ଦ୍ଦୋଷ ହେବା ପାଇଁ ଏବେ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇଛୁ।


ଧୈର୍ଯ୍ୟ ସହକାରେ ତୁମ୍ଭେମାନେ ଯେପରି ସବୁ ବିଷୟ ସହି ପାରିବ, ଏଥିପାଇଁ ତାଙ୍କର ଗୌରବମୟ ଶକ୍ତି ଦ୍ୱାରା ତୁମ୍ଭେମାନେ ବଳୀୟାନ ହୁଅ।


ତୁମେ ଈଶ୍ୱରଙ୍କ ଭକ୍ତ - ସୁତରାଂ ଏ ସମସ୍ତଠାରୁ ତୁମେ ଦୂରେଇ ରୁହ। ଧାର୍ମିକତା, ଈଶ୍ୱରପରାୟଣତା, ବିଶ୍ୱାସ, ପ୍ରେମ, ସହିଷ୍ଣୁତା ଓ ସୌଜନ୍ୟ ପ୍ରଭୃତି ସଦ୍ଗୁଣରେ ପରିପୂର୍ଣ୍ଣ ହେବାକୁ ଚେଷ୍ଟା କର।


ତାଙ୍କୁ ବିରୋଧ କରୁଥିବା ଲୋକମାନଙ୍କର ଦୋଷତ୍ରୁଟି ସେ ମୃଦୁ ଭାବରେ ଦର୍ଶାଇ ଦେଉଥିବେ, କାରଣ ଅନୁତାପ କରି ସତ୍ୟ ଉପଲବ୍ଧି କରିବାକୁ ହୁଏତ ଦିନେ ଈଶ୍ୱର ସେମାନଙ୍କୁ ଅବକାଶ ଦେବେ।


ଅତଏବ ସବୁ ପ୍ରକାର କୁଅଭ୍ୟାସ ଓ ଅସତ୍ ଆଚରଣ ପରିହାର କର। ଈଶ୍ୱରଙ୍କ ନିକଟରେ ନିଜକୁ ସମର୍ପଣ କର ଏବଂ ତୁମ ହୃଦୟରେ ସେ ଯେଉଁ ବାକ୍ୟ ରୋପଣ କରିଛନ୍ତି ଏବଂ ଯାହା ତୁମକୁ ରକ୍ଷା କରିବାକୁ ସମର୍ଥ, ତାହା ଗ୍ରହଣ କର।


ଆନ୍ତରିକ ଭାବରେ ଖ୍ରୀଷ୍ଟଙ୍କୁ ଭକ୍ତି କରି, ତାଙ୍କୁ ପ୍ରଭୁ ବୋଲି ମାନ୍ୟ କର। ଯଦି କେହି ତୁମ ଅନ୍ତର୍ନିହିତ ଭରସାର କାରଣ କଅଣ ବୋଲି ଜିଜ୍ଞାସା କରେ, ତା’ ପ୍ରଶ୍ନର ଯଥୋଚିତ ଉତ୍ତର ଦେବାକୁ ସବର୍ଦା ପ୍ରସ୍ଥୁତ ଥାଅ।


ପରିଶେଷରେ, ତୁମ୍ଭେମାନେ ସମସ୍ତେ ସମଭାବାପନ୍ନ ହୁଅ। ପରସ୍ପରକୁ ଭ୍ରାତୃତୁଲ୍ୟ ପ୍ରେମ କରି ପରସ୍ପର ପ୍ରତି ଦୟାଳୁ ଓ ବିନୟୀ ହୁଅ।


Lean sinn:

Sanasan


Sanasan