Biblia Todo Logo
Bìoball air-loidhne

- Sanasan -




୨ ତୀମଥି 4:8 - ପବିତ୍ର ବାଇବଲ (CL) NT (BSI)

8 ଏବେ ମୋର ଧର୍ମପରାୟଣତା ପାଇଁ ବିଜୟର ପୁରସ୍କାର ଗଚ୍ଛିତ ଅଛି। ନିର୍ଦ୍ଦିଷ୍ଟ ଦିବସରେ ନ୍ୟାୟବାନ ବିଚାରପତି ପ୍ରଭୁ ନିଜେ ମୋତେ ସେହି ପୁରସ୍କାର ପ୍ରଦାନ କରିବେ - କେବଳ ମୋତେ ନୁହେଁ; ପ୍ରେମ ଭକ୍ତି ସହ ଯେଉଁମାନେ ତାଙ୍କ ଆଗମନର ଅପେକ୍ଷା କରନ୍ତି, ସମସ୍ତେ ଏହି ପୁରସ୍କାର ଲାଭ କରିବେ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

8 ଅଦ୍ୟାବଧି ମୋʼ ନିମନ୍ତେ ଧାର୍ମିକତାର ମୁକୁଟ ରଖାଯାଇଅଛି, ତାହା ସେହି ମହାଦିନରେ ନ୍ୟାୟବାନ ବିଚାରକର୍ତ୍ତା ପ୍ରଭୁ ମୋତେ ଦେବେ, ପୁଣି କେବଳ ମୋତେ ନୁହେଁ, ମାତ୍ର ଯେତେ ଲୋକ ତାହାଙ୍କ ଆଗମନକୁ ପ୍ରିୟଜ୍ଞାନ କରନ୍ତି, ସେସମସ୍ତଙ୍କୁ ଦେବେ।

Faic an caibideil Dèan lethbhreac

ଓଡିଆ ବାଇବେଲ

8 ବର୍ତ୍ତମାନ ମୋ ନିମନ୍ତେ ଧାର୍ମିକତାର ମୁକୁଟ ରଖାଯାଇଅଛି, ତାହା ସେହି ମହାଦିନରେ ନ୍ୟାୟବାନ୍ ବିଚାରକର୍ତ୍ତା ପ୍ରଭୁ ମୋତେ ଦେବେ, ପୁଣି, କେବଳ ମୋତେ ନୁହେଁ, ମାତ୍ର ଯେତେ ଲୋକ ତାହାଙ୍କ ଆଗମନକୁ ଆଗ୍ରହରେ ଅପେକ୍ଷା କରନ୍ତି, ସେ ସମସ୍ତଙ୍କୁ ଦେବେ ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ବର୍ତ୍ତମାନ ମୋ ନିମନ୍ତେ ଧାର୍ମିକତାର ମୁକୁଟ ରଖାଯାଇଅଛି, ତାହା ସେହି ମହାଦିନରେ ନ୍ୟାୟବାନ୍ ବିଚାରକର୍ତ୍ତା ପ୍ରଭୁ ମୋତେ ଦେବେ, ପୁଣି, କେବଳ ମୋତେ ନୁହେଁ, ମାତ୍ର ଯେତେ ଲୋକ ତାହାଙ୍କ ଆଗମନକୁ ଆଗ୍ରହରେ ଅପେକ୍ଷା କରନ୍ତି, ସେ ସମସ୍ତଙ୍କୁ ଦେବେ।

Faic an caibideil Dèan lethbhreac

ପବିତ୍ର ବାଇବଲ

8 ଏବେ ବିଜୟ ମୁକୁଟ ମୋ’ ଅପେକ୍ଷାରେ ଅଛି। ପରମେଶ୍ୱରଙ୍କ ସହିତ ଧାର୍ମିକ ହୋଇଥିବାରୁ ମୁଁ ସେହି ମୁକୁଟଟି ପାଇବି। ପ୍ରଭୁ ନ୍ୟାୟପୂର୍ଣ୍ଣ ଭାବରେ ବିଗ୍ଭର କରନ୍ତି। ସେହି ମହାଦିନରେ ସେ ମୋତେ ବିଜୟ ମୁକୁଟ ପିନ୍ଧାଇବେ। କେବଳ ମୋତେ ନୁହେଁ, ଯେଉଁମାନେ ତାହାଙ୍କର ଆଗମନ ଓ ତାହାଙ୍କୁ ଅପେକ୍ଷା କରୁଛନ୍ତି, ସମସ୍ତଙ୍କୁ ସେ ବିଜୟ ମୁକୁଟ ପିନ୍ଧାଇବେ।

Faic an caibideil Dèan lethbhreac




୨ ତୀମଥି 4:8
39 Iomraidhean Croise  

“ସେହି ଦିନ, ସେହି ମୁହୂର୍ତ୍ତ କେବେ ଆସିବ, କେହି କହିପାରିବେ ନାହିଁ। ସ୍ୱୟଂ ଈଶ୍ୱରଙ୍କ ପୁତ୍ର କିମ୍ବା ସ୍ୱର୍ଗଦୂତମାନେ ମଧ୍ୟ ସେକଥା ଜାଣନ୍ତି ନାହିଁ, କେବଳ ପିତା ଈଶ୍ୱର ଜାଣନ୍ତି।


ମହାବିଚାର ଦିନ ଉପସ୍ଥିତ ହେଲେ ଅନେକେ ମୋତେ କହିବେ, ପ୍ରଭୁ ତୁମ ନାମରେ ଭୂତ ଛଡ଼ାଇଛୁ ଏବଂ ଅନେକ ଅଲୌକିକ କାର୍ଯ୍ୟ କରିଛୁ।


ମୁଁ ତୁମ୍ଭମାନଙ୍କୁ ନିଶ୍ଚିତ ଭାବରେ କହୁଛି ଯେ, ବିଚାର ଦିନରେ ଈଶ୍ୱର ସେହି ସହର ଅପେକ୍ଷା ସଦୋମ ପ୍ରତି ଅଧିକ ଦୟା ଦେଖାଇବେ।


କିନ୍ତୁ ତୁମେ ଦାମ୍ଭିକ ଓ କଠିନମନା। ତେଣୁ ଶେଷ ଦିନର ବିଚାରବେଳେ ତୁମେ ଈଶ୍ୱରଙ୍କ କ୍ରୋଧର ପାତ୍ର ହୋଇ ଅଧିକ କଠୋର ଦଣ୍ଡ ପାଇବ।


ଆମ୍ଭେମାନେ ଈଶ୍ୱରଙ୍କ ପ୍ରଥମ ଦାନ ସ୍ୱରୂପ ପବିତ୍ରଆତ୍ମାଙ୍କୁ ପାଇଛୁ; ତଥାପି ଈଶ୍ୱରଙ୍କ ପରିବାରଭୁକ୍ତ ହୋଇ ସର୍ବତୋଭାବେ ମୁକ୍ତି ପାଇବା ପାଇଁ ଆମେ ମଧ୍ୟ ଅପେକ୍ଷା କରି ଅନ୍ତରରେ ଆର୍ତ୍ତନାଦ କରୁଛୁ।


ଯେପରି ଧର୍ମଶାସ୍ତ୍ରରେ ଲେଖାଅଛି: “ଯାହା କେହି କେବେ ଦେଖି ନାହିଁ କିମ୍ବା ଶୁଣି ନାହିଁ, ଯାହା ଘଟିବାର କେହି କଳ୍ପନା କରି ନାହିଁ, ତାଙ୍କୁ ପ୍ରେମ କରୁଥିବା ଲୋକମାନଙ୍କ ନିମନ୍ତେ ଈଶ୍ୱର ସେହି ସବୁ ପ୍ରସ୍ତୁତ କରିଛନ୍ତି।”


କିନ୍ତୁ “ଖ୍ରୀଷ୍ଟଙ୍କ ଦିବସରେ” ପ୍ରତ୍ୟେକର କାର୍ଯ୍ୟ ପ୍ରକାଶିତ ହେବ। ସେହି ଦିନ ଅଗ୍ନି ଦ୍ୱାରା ପ୍ରତ୍ୟେକର କାର୍ଯ୍ୟ ପରୀକ୍ଷା କରାଯାଇ ମାନ ନିରୂପଣ କରାଯିବ।


କ୍ରୀଡ଼ା ପ୍ରତିଯୋଗୀମାନେ ତାଲିବେଳେ ସବୁ ବିଷୟରେ ସଂଯମ ଆଚରଣ କରନ୍ତି। ସେମାନେ ନଶ୍ୱର ଜୟମାଲ୍ୟ ଲାଭ କରିବା ଉଦ୍ଦେଶ୍ୟରେ ଏପରି କରି ଥାଆନ୍ତି। କିନ୍ତୁ ଆମେ ଅବିନଶ୍ୱର ଜୟମାଲ୍ୟ ଲାଭ କରିବା ଉଦ୍ଦେଶ୍ୟରେ ଏପରି କରିଥାଉ।


ଏହି ପାର୍ଥିବ ଆବାସରେ ରହି ଆମେ ସେହି ସ୍ୱର୍ଗୀୟ ଗୃହରୂପ ବସ୍ତ୍ର ପରିଧାନ କରିବାକୁ ଆର୍ତ୍ତାନାଦ କରୁଛୁ।


ଓ ମୃତ୍ୟୁରୁ ପୁନରୁତ୍ôଥତ ହେବାର ଭରସା ଲାଭ କରିବି।


ଯେତେବେଳେ ସୁସମାଚାରର ସତ୍ୟ ସମ୍ବାଦ ତୁମ୍ଭମାନଙ୍କ ନିକଟକୁ ପ୍ରଥମେ ଆସିଲା, ତୁମ୍ଭେମାନେ ତାହା ଦ୍ୱାରା ପ୍ରଦତ୍ତ ଭରସାର କଥା ଶୁଣିଥିଲ। ତୁମ୍ଭେମାନେ ଯାହା ଭରସା କର, ଯାହା ତୁମ୍ଭମାନଙ୍କ ପାଇଁ ସ୍ୱର୍ଗରେ ସୁରକ୍ଷିତ, ତାହା ଉପରେ ତୁମ୍ଭମାନଙ୍କର ବିଶ୍ୱାସ ଓ ପ୍ରେମ ପ୍ରତିଷ୍ଠିତ।


ପୁଣି କିପରି ଈଶ୍ୱରଙ୍କ କ୍ରୋଧରୁ ଆମକୁ ରକ୍ଷା କରିବା ପାଇଁ, ମୃତ୍ୟୁରୁ ପୁନରୁତ୍ଥିତ ତାଙ୍କର ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ପୁନରାଗମନକୁ ତୁମ୍ଭେମାନେ ପ୍ରତୀକ୍ଷା କରି ରହିଛ, ଏ ସବୁ ବିଷୟରେ ସେଠାକାର ଲୋକମାନେ କର୍ତ୍ତବାର୍ତ୍ତା କରୁଛନ୍ତି।


କିନ୍ତୁ ଭାଇମାନେ, ତୁମ୍ଭେମାନେ ଅନ୍ଧକାରରେ ବାସ କରୁ ନାହଁ, ତେଣୁ ସେହି ଦିବସ ତୁମ୍ଭମାନଙ୍କ ନିକଟରେ ଅତର୍କିତ ଭାବେ ଚୋର ପରି ଆସି ପହଞ୍ôଚବ ନାହିଁ।


ତା’ପରେ ସେହି ପାପାତ୍ମା ଆବିର୍ଭୂତ ହେବ; କିନ୍ତୁ ଯେତେବେଳେ ପ୍ରଭୁ ଯୀଶୁ ଆସିବେ, ସେ ତାଙ୍କ ମୁଖରେ ନିଶ୍ୱାସରେ ତାକୁ ସଂହାର କରିବେ, ପୁଣି ତାଙ୍କର ଜାଜ୍ୱଲ୍ୟମାନ ଉପସ୍ଥିତିରେ ସେ ଧ୍ୱଂସ ପାଇବ।


ତାହାହେଲେ, ଏହି ଅବିନଶ୍ୱର ଧନଭଣ୍ଡାର ସୃଷ୍ଟି କରି ନିଜର ଭବିଷ୍ୟତ ସଦ୍ଗତି ପାଇଁ ସେମାନେ ଦୃଢ଼ଭିତ୍ତି ସ୍ଥାପନ କରିବେ ଏବଂ ପରିଶେଷରେ ସେମାନେ ପ୍ରକୃତ ଜୀବନ ଲାଭ କରିବେ।


ଏବେ ଏହି ଧରାଧାମରେ ଆବିର୍ଭୂତ ହୋଇ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁ ଏ ସମସ୍ତ ବିଷୟ ପ୍ରକାଶ କରିଛନ୍ତି। ସେ ମୃତ୍ୟୁର ଶକ୍ତିକୁ ଲୋପ କରିଛନ୍ତି ଏବଂ ତାଙ୍କର ସୁସମାଚାର ଦ୍ୱାରା ଅନନ୍ତ ଜୀବନର ପଥ ପ୍ରକାଶ କରିଛନ୍ତି।


ସେଥିଯୋଗୁଁ ମୁଁ ଏ ସବୁ ଦୁଃଖଭୋଗ କରୁଛି। ଯାହାଙ୍କୁ ମୁଁ ବିଶ୍ୱାସ କରୁଛି, ମୁଁ ତାଙ୍କର ସ୍ପଷ୍ଟ ପରିଚୟ ପାଇଛି ଏବଂ ସେ ମୋତେ ଯେଉଁ ଦାୟିତ୍ୱ ଦେଇଛନ୍ତି, ତାହା ତୁଲାଇବାକୁ ମହାବିଚାର ଦିନ ପର୍ଯ୍ୟନ୍ତ ସେ ମୋତେ ନିରାପଦରେ ରଖିବେ, ଏହା ନିଶ୍ଚିତଭାବେ ଜାଣି ମୁଁ ଏ ପର୍ଯ୍ୟନ୍ତ ପୂରାପୂରି ଆଶାବାଦୀ ହୋଇ ରହିଛି।


ମହାବିଚାର ଦିବସରେ ପ୍ରଭୁ ତାଙ୍କ ପ୍ରତି ସଦୟ ହୁଅନ୍ତୁ। ଏଫିସୀରେ ସେ ମୋର କେତେ ଉପକାର କରିଥିଲେ, ତୁମେ ସେ ସବୁ କଥା ଜାଣ।


ଦୌଡ଼ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ଖେଳୁଆଡ଼ ପ୍ରତିଯୋଗିତାର ନିୟମାବଳୀ ପାଳନ ନ କଲେ, ସେଥିରେ ସେ କୃତକାର୍ଯ୍ୟ ହୋଇ ପୁରସ୍କାର ଲାଭ କରିପାରିବ ନାହିଁ।


ଈଶ୍ୱରଙ୍କ ସମ୍ମୁଖରେ ଓ ସମସ୍ତ ଜୀବିତ ଓ ମୃତ ଲୋକମାନଙ୍କ ବିଚାର କରିବାକୁ ଓ ରାଜତ୍ୱ କରିବାକୁ ଆସୁଥିବା ଖ୍ରୀଷ୍ଟ ଯୀଶୁଙ୍କ ଉପସ୍ଥିତିରେ, ତାଙ୍କ ରାଜ୍ୟର ଶୁଭ ବାର୍ତ୍ତା ପ୍ରଚାର କରିବା ପାଇଁ ମୁଁ ତୁମକୁ ଏହି ଦୃଢ଼ ଆହ୍ୱାନ ଦେଉଛି:


ଅକପଟ ଓ ଧାର୍ମିକ ଜୀବନ ଯାପନ କରିବାକୁ ଆମେ ପ୍ରେରଣା ପାଇଛୁ। ମହାନ୍ ଈଶ୍ୱର ଓ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କର ଗୌରବ ପ୍ରକାଶ ପାଇବାକୁ ଯାଉଛି ସେହି ଦିନର ଅପେକ୍ଷାରେ ଆମ୍ଭେମାନେ ରହିଛୁ।


ଶାସ୍ତି ପାଇବା ବେଳେ ଆମ୍ଭମାନଙ୍କୁ ତାହା ଦୁଃଖଦାୟକ ମନେ ହୁଏ, କଦାପି ସୁଖକର ନୁହେଁ। କିନ୍ତୁ ଶାସ୍ତି ଦ୍ୱାରା ଯେଉଁମାନଙ୍କର ଜୀବନ ଶୃଙ୍ଖଳିତ ହୁଏ, ସେମାନେ ପରେ ଶାନ୍ତିପ୍ରଦ ଧାର୍ମିକ ଜୀବନ ରୂପ ପୁରସ୍କାର ଲାଭ କରନ୍ତି।


ସେହିପରି ଅନେକଙ୍କ ପାପ ଦୂର କରିବାକୁ ଖ୍ରୀଷ୍ଟ ଥରକ ପାଇଁ ବଳି ରୂପେ ଉତ୍ସର୍ଗିତ ହେଲେ। ସେ ଦ୍ୱିତୀୟ ଥର ଆସିବେ। ସେତେବେଳେ ଆଉ ପାପାର ମୂକାବିଲା କରିବା ତାଙ୍କ ସେ ଆସିବେ ନାହିଁ। ସେ ଆସିବେ, ତଙ୍କ ନିମନ୍ତେ ଅପେକ୍ଷା କରୁଥିବାମ ମନୁଷ୍ୟମାନଙ୍କୁ ଉଦ୍ଧାର କରିବା ପାଇଁ।


ଯେଉଁ ବ୍ୟକ୍ତି ଦୁଃଖକଷ୍ଟରେ ସହିଷ୍ଣୁ ରହେ, ସେ ଧନ୍ୟ; କାରଣ ଏଭଳି ପରୀକ୍ଷଶରେ ଜୟଯୁକ୍ତ ହେଲେ, ଈଶ୍ୱର ତାଙ୍କ ଭକ୍ତମାନଙ୍କୁ ଯେଉଁ ଜୀବନ ଦେବେ ବୋଲି ପ୍ରତିଜ୍ଞା କରିଛନ୍ତି, ସେ ତାହା ପୁସ୍କାର ସ୍ୱରୂପ ପାଇବ।


ତେଣୁ ଈଶ୍ୱର ତାଙ୍କ ଲୋକମାନଙ୍କ ନିମନ୍ତେ ଯେଉଁ ବହୁମୂଲ୍ୟ ଆଶୀର୍ବାଦ ରଖିଛନ୍ତି, ତାହା ପାଇବା ପାଇଁ ଆମ୍ଭେମାନେ ପ୍ରତୀକ୍ଷାରେ ଅଛୁ। ତାହା ସେ ସ୍ୱର୍ଗରେ ତୁମ୍ଭମାନଙ୍କ ପାଇଁ ଗଚ୍ଛିତ କରି ରଖିଛନ୍ତି। ସେଠାରେ ତାହା କ୍ଷୟ ପାଏ ନାହିଁ, ନଷ୍ଟ ବା ମ୍ଳାନ ହୁଏ ନାହିଁ।


ଯେତେବେଳେ “ପ୍ରଧାନ ମେଷପାଳକ” ଆଗମନ କରିବେ, ତୁମ୍ଭେମାନେ ଗୌରବର ମୁକୁଟ ପାଇବ। ତା’ର ଜ୍ୟୋତି କେବେ ମ୍ଳାନ ହେବ ନାର୍ହି।


ଦେଖ, ସେ ମେଘମାଳାରେ ଆସୁଅଛନ୍ତି - ପୃଥିବୀବାସୀ ସମସ୍ତେ ତାଙ୍କୁ ଦେଖିବେ; ଏପରି କି ଯେଉଁମାନେ ତାଙ୍କୁ ବଦ୍ଧ କରିଥିଲେ, ସେମାନେ ମଧ୍ୟ ତାଙ୍କୁ ଦେଖି ଭୟବିହ୍ୱଳ ହୋଇ ବିଳାପ କରିବେ। ଏ ସବୁ ନିଶ୍ଚୟ ଘଟିବ - ଆମେନ୍।


ତାହାପରେ ମୁଁ ଦେଖିଲି, ସ୍ୱର୍ଗଦ୍ୱାର ଉନ୍ମୁକ୍ତ ଓ ସେଠାରେ ଏକ ଶ୍ୱେତ ବର୍ଣ୍ଣ ଅଶ୍ୱ। ତାହାର ଆରୋହୀ ବିଶ୍ୱସ୍ତ ଓ ସତ୍ୟ ନାମରେ ପରିଚିତ। ତାଙ୍କ ବିଚାର ନ୍ୟାୟପର ଓ ସେ ଧର୍ମଯୁଦ୍ଧରେ ନିୟୋଜିତ।


ତୁମେ ଯାହା କିଛି ଦୁଃଖ ଭୋଗ କରିବାକୁ ଯାଉଛ, ସେଥିପାଇଁ ଭୟ କର ନାହିଁ। ଶୁଣ! ତୁମ ମଧ୍ୟରୁ କେତେକଙ୍କୁ କାରାଗାରରେ ପକାଇ ଶୟତାନ ପରୀକ୍ଷା କରିବ। କିନ୍ତୁ ତୁମର ଏହି ଦୁର୍ଦ୍ଦଶା କେବଳ ଦଶ ଦିନ ବ୍ୟାପୀ ହେବ। ଏଥିରେ ମରଣର ଭୟ ଥିଲେ ମଧ୍ୟ ମୋ’ ପ୍ରତି ବିଶ୍ୱସ୍ତ ରହିଲେ, ମୁଁ ତୁମକୁ ଜୀବନରୂପ ମୁକୁଟ ଦେବି।


ଯେ ଏ ସମସ୍ତ ବିଷୟରେ ସାକ୍ଷ୍ୟ ଦେଉଛନ୍ତି, ସେ କହନ୍ତି, “ଏହା ସୁନିଶ୍ଚିତ। ମୁଁ ଶୀଘ୍ର ଆସୁଅଛି।” ତାହା ହିଁ ହେଉ। ପ୍ରଭୁ ଯୀଶୁ, ଆସନ୍ତୁ!


ପୂର୍ବୋକ୍ତ ଚବିଶ ଜଣ ବୟୋଜ୍ୟେଷ୍ଠ ନେତା ଚିରଞ୍ଜୀବୀ ବ୍ୟକ୍ତିଙ୍କ ସିଂହାସନ ସମ୍ମୁଖରେ ପ୍ରଣିପାତ କରି ତାଙ୍କର ଆରାଧନା କରିବାକୁ ଲାଗିଲେ। ପୁଣି ସିଂହାସନ ତଳେ ନିଜ ନିଜ ମୁକୁଟ ଥୋଇ ଦେଇ ରିହଲେ,


ପୁଣି ସିଂହାସନର ଚତୁର୍ଦ୍ଦିଗରେ ବୃତ୍ତାକାରର ପଡ଼ିଥିବା ଅନ୍ୟ ଚବିଶଟି ସିଂହାସନରେ ଚବିଶ ଜଣ ବୟୋଜ୍ୟେଷ୍ଠ ମଣ୍ଡଳୀ ନେତା ଉପବିଷ୍ଟ ଥିଲେ। ସେମାନେ ଶୁକ୍ଲ ବସ୍ତ୍ରପରିହିତ ଓ ସେମାନଙ୍କ ମସ୍ତକ ଉପରେ ସୁବର୍ଣ୍ଣ ମୁକୁଟ।


Lean sinn:

Sanasan


Sanasan