Biblia Todo Logo
Bìoball air-loidhne

- Sanasan -




୨ ତୀମଥି 2:22 - ପବିତ୍ର ବାଇବଲ (CL) NT (BSI)

22 ଯେଉଁମାନେ ନିର୍ମଳ ହୃଦୟରେ ଈଶ୍ୱରଙ୍କ ସାହାଯ୍ୟ ପ୍ରାର୍ଥନା କରୁଥାନ୍ତି, ସେମାନଙ୍କ ସଂସ୍ପର୍ଶରେ ରହି ତୁମେ ଯୌବନର ଉତ୍ତେଜନାଗୁଡ଼ିକୁ ଆୟତ୍ତ କର - ପୁଣି ଧାର୍ମିକତା, ବିଶ୍ୱସ୍ତତା, ପ୍ରେମ ଓ ଶାନ୍ତି ପ୍ରତିଷ୍ଠା ପାଇଁ କାର୍ଯ୍ୟ କର।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

22 କିନ୍ତୁ ତୁମ୍ଭେ ଯୌବନ କାଳର ଅଭିଳାଷରୁ ପଳାୟନ କରି, ଯେଉଁମାନେ ଶୁଚି ହୃଦୟରେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତି, ସେମାନଙ୍କ ସହିତ ଧାର୍ମିକତା, ବିଶ୍ଵାସ, ପ୍ରେମ ଓ ଶାନ୍ତିର ଅନୁଗାମୀ ହୁଅ।

Faic an caibideil Dèan lethbhreac

ଓଡିଆ ବାଇବେଲ

22 କିନ୍ତୁ ତୁମ୍ଭେ ଯୌବନ କାଳର ଅଭିଳାଷରୁ ପଳାୟନ କରି, ଯେଉଁମାନେ ଶୁଚି ହୃଦୟରେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତି, ସେମାନଙ୍କ ସହିତ ଧାର୍ମିକତା, ବିଶ୍ୱାସ, ପ୍ରେମ ଓ ଶାନ୍ତିର ଅନୁଗାମୀ ହୁଅ ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

22 କିନ୍ତୁ ତୁମ୍ଭେ ଯୌବନ କାଳର ଅଭିଳାଷରୁ ପଳାୟନ କରି, ଯେଉଁମାନେ ଶୁଚି ହୃଦୟରେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତି, ସେମାନଙ୍କ ସହିତ ଧାର୍ମିକତା, ବିଶ୍ୱାସ, ପ୍ରେମ ଓ ଶାନ୍ତିର ଅନୁଗାମୀ ହୁଅ।

Faic an caibideil Dèan lethbhreac

ପବିତ୍ର ବାଇବଲ

22 ଯୁବକମାନେ ଯେଉଁସବୁ ମନ୍ଦ କାମ କରିବାକୁ ଇଚ୍ଛା କରନ୍ତି, ସେଗୁଡ଼ିକରୁ ଦୂରରେ ରୁହ। ଧାର୍ମିକ ଭାବରେ ବଞ୍ଚିବା ପାଇଁ କଠିନ ପରିଶ୍ରମ କର। ବିଶ୍ୱାସ, ପ୍ରେମ ଓ ଶାନ୍ତି ପାଇବା ପାଇଁ ଚେଷ୍ଟା କର। ଯେଉଁ ଲୋକମାନେ ପ୍ରଭୁଙ୍କୁ ବିଶ୍ୱାସ କରନ୍ତି ଓ ଯେଉଁମାନଙ୍କର ଶୁଦ୍ଧ ହୃଦୟ, ସେମାନଙ୍କ ସହିତ ମିଶି ଉକ୍ତ ଆଚରଣ କର।

Faic an caibideil Dèan lethbhreac




୨ ତୀମଥି 2:22
28 Iomraidhean Croise  

ସେମାନେ ସ୍ତିଫାନଙ୍କ ଉପରେ ପଥର ଫିଙ୍ଗୁଥିବା ସମୟରେ ସେ ପ୍ରଭୁଙ୍କୁ ପ୍ରାର୍ଥନା କରି କହିଲେ, “ପ୍ରଭୁ ଯୀଶୁ, ମୋର ଆତ୍ମାକୁ ଗ୍ରହଣ କର!”


ଆଉ ସେ ମୁଖ୍ୟ ଯାଜକମାନଙ୍କଠାରୁ କ୍ଷମତା ପତ୍ର ନେଇ, ଦାମାସ୍କସ୍ରେ ଆପଣଙ୍କ ଉପାସନକମାନଙ୍କୁ ଧରି ନେଇ ଯିବା ପାଇଁ ଆସିଛି।”


ଈଶ୍ୱରଙ୍କ ରାଜ୍ୟର ବିଶେଷତ୍ୱ ଖାଦ୍ୟ ବା ପେୟ ନୁହେଁ। ତାହା ପବିତ୍ରଆତ୍ମାଙ୍କ ଦ୍ୱାରା ପ୍ରଦତ୍ତ ଧାର୍ମିକତା, ଶାନ୍ତି ଓ ଆନନ୍ଦ।


ତେଣୁ ଆସ, ପରସ୍ପର ମଧ୍ୟରେ ଶାନ୍ତି ପ୍ରତିଷ୍ଠା କରିବାକୁ ଓ ନିଷ୍ଠା ଜନ୍ମାଇବା ପାଇଁ ଯାହା ସବୁ ଆବଶ୍ୟକ, ସେଥିପ୍ରତି ଳକ୍ଷ୍ୟ ରଖିବା।


ଭାଇମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅଧିକାର ବଳରେ ମୁଁ ତୁମ୍ଭମାନଙ୍କୁ ଆବେଦନ କରୁଛି, ଆଲୋଚନା କରିବା ସମୟରେ ଏକ ମତ ହୁଅ। ତା’ହେଲେ ତୁମ ମଧ୍ୟରେ କୌଣସି ବିଭେଦ ରହିବ ନାହିଁ।


କରିନ୍ଥ ନଗରସ୍ଥ ଈଶ୍ୱରଙ୍କ ମଣ୍ଡଳୀକୁ ଏ ପତ୍ର ଲେଖୁଛନ୍ତି:- ଯେଉଁମାନେ ଈଶ୍ୱରଙ୍କ ପବିତ୍ର ଲୋକ ହେବା ନିମନ୍ତେ ଆହୂତ ଓ ଯୀଶୁ ଖ୍ରୀଷ୍ଟଙ୍କ ସହ ମିଳିତ ହେବା ଦ୍ୱାରା ଈଶ୍ୱରଙ୍କ ହୋଇ ଅଛନ୍ତି ଏବଂ ସର୍ବତ୍ର ଆମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଉପାସନା କରୁଛନ୍ତି:


ସୁତରାଂ ପ୍ରିୟ ବନ୍ଧୁଗଣ, ତୁମ୍ଭେମାନେ ପ୍ରତିମା ପୂଜା ପରିହାର କର।


ତେଣୁ ପ୍ରେମ ନିମିତ୍ତ ତୁମ୍ଭେମାନେ ଉଦ୍ଯୋଗୀ ହୁଅ। ଅନ୍ୟାନ୍ୟ ଆତ୍ମିକ ଦାନ ପାଇବା, ବିଶେଷତଃ ଈଶ୍ୱରଙ୍କ ବାର୍ତ୍ତା ପ୍ରଚାର କରିବା, ତୁମ୍ଭମାନଙ୍କ ଆନ୍ତରିକ କାମନା ହେଉ।


କାମୁକତାଠାରୁ ଦୂରରେ ରୁହ। ଅନ୍ୟ କୌଣସି ପାପ ମନୁଷ୍ୟର ଶରୀରକୁ କଳୁଷିତ କରେ ନାହିଁ। କିନ୍ତୁ ବ୍ୟଭିଚାରୀ ନିଜ ଶରୀର ବିରୁଦ୍ଧରେ ପାପ କରେ।


ଆମ ପ୍ରଭୁଙ୍କ ପ୍ରଚୁର ଅନୁଗ୍ରହରୁ ମୁଁ ତାଙ୍କଠାରେ ବିଶ୍ୱାସ ଓ ଭକ୍ତିରେ ଆବଦ୍ଧ ହୋଇଛି।


ଶୁଚି ହୃଦୟ, ନିର୍ମଳ ବିବେକ ଓ ପ୍ରକୃତ ବିଶ୍ୱାସରୁ ଯେଉଁ ପ୍ରେମ ଜାତ ହୁଏ, ତାକୁ ଜାଗ୍ରତ କରାଇବା ପାଇଁ ଆଜି ମୁଁ ଏହି ଆଦେଶ ଦେଉଛି।


ଉପାସନାରେ ଈଶ୍ୱର ପରାୟଣ ବ୍ୟକ୍ତିମାନେ ହସ୍ତ ଉତ୍ତୋଳନ କରି ପ୍ରାର୍ଥନା କରିବା ବେଳେ ମନରୁ ସବୁ ପ୍ରକାର କ୍ରୋଧ ଓ ବିଦ୍ୱେଷ ଭାବ ବର୍ଜ୍ଜନ କରନ୍ତୁ।


ତୁମେ ନିଜର କଥାବାର୍ତ୍ତା, ଆଚରଣ, ପ୍ରେମ, ବିଶ୍ୱାସ ଓ ଚରିତ୍ରର ନିର୍ମଳତାରେ ଆଦର୍ଶ ଦେଖାଇ ପାରିଲେ, ଅଳ୍ପ ବୟସ୍କ ହୋଇଥିଲେ ସୁଦ୍ଧା ତୁମକୁ ମଣ୍ଡଳୀରେ କେହି ଅବଜ୍ଞା କରିପାରିବେ ନାହିଁ।


ତୁମେ ଈଶ୍ୱରଙ୍କ ଭକ୍ତ - ସୁତରାଂ ଏ ସମସ୍ତଠାରୁ ତୁମେ ଦୂରେଇ ରୁହ। ଧାର୍ମିକତା, ଈଶ୍ୱରପରାୟଣତା, ବିଶ୍ୱାସ, ପ୍ରେମ, ସହିଷ୍ଣୁତା ଓ ସୌଜନ୍ୟ ପ୍ରଭୃତି ସଦ୍ଗୁଣରେ ପରିପୂର୍ଣ୍ଣ ହେବାକୁ ଚେଷ୍ଟା କର।


ସମସ୍ତଙ୍କ ସହ ଶାନ୍ତିରେ ବାସ କରିବାକୁ ଓ ପବିତ୍ର ଜୀବନ ଯାପନ କରିବାକୁ ଉଦ୍ୟମ କର; କାରଣ ତାହା ବ୍ୟତୀତ କେହି ପ୍ରଭୁଙ୍କର ଦର୍ଶନ ଲାଭ କରିବ ନାହିଁ।


ବନ୍ଧୁଗଣ, ତୁମ୍ଭେମାନେ ଏହି ଜଗତରେ ବିଦେଶୀ ଓ ପ୍ରବାସୀ ତୁଲ୍ୟ। ତେଣୁ ଅନୁରୋଧ କରୁଛୁ, ତୁମ୍ଭେମାନେ ସର୍ବଦା ଆତ୍ମା ବିରୁଦ୍ଧରେ ଯୁଦ୍ଧ କରୁଥିବା ଶାରୀରିକ ଅଭିଳାଷର ବଶବର୍ତ୍ତୀ ହୁଅ ନାହିଁ।


ସେ ଦୁଷ୍ଟତାରୁ ବିମୁଖ ହୋଇ ସତ୍କର୍ମ କରୁ ଓ ଆନ୍ତରିକତା ସହ ଶାନ୍ତି କାମନା କାୁ।


ପ୍ରିୟ ବନ୍ଧୁ, କୁଆଦର୍ଶକୁ ଅନୁକରଣ କର ନାହିଁ କେବଳ ସୁଆଦର୍ଶକୁ ଗ୍ରହଣ କର। ଯେ ସତ୍କାର୍ଯ୍ୟ କରେ, ସେ ଈଶ୍ୱରଙ୍କ ଲୋକ: ଯେ ଅସତ୍ କାର୍ଯ୍ୟ କରେ, ସେ ଈଶ୍ୱରଙ୍କୁ ଜାଣେ ନାହିଁ।


Lean sinn:

Sanasan


Sanasan