Biblia Todo Logo
Bìoball air-loidhne

- Sanasan -




୨ ତୀମଥି 1:7 - ପବିତ୍ର ବାଇବଲ (CL) NT (BSI)

7 ଈଶ୍ୱର ଆମ୍ଭମାନଙ୍କୁ ଯେଉଁ ଆତ୍ମା ଦାନ କରିଛନ୍ତି, ତାହା ଆମ୍ଭମାନଙ୍କୁ କାପୁରୁଷ କରି ଦିଏ ନାହିଁ, ବରଂ ତଦ୍ଦ୍ୱାରା ଆମେ ଶକ୍ତି, ପ୍ରେମ ଓ ଆତ୍ମସଂଯମରେ ପରିପୂର୍ଣ୍ଣ ହେଉ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

7 କାରଣ ଈଶ୍ଵର ଆମ୍ଭମାନଙ୍କୁ ଭୀରୁତାର ଆତ୍ମା ଦେଇ ନାହାନ୍ତି, ମାତ୍ର ଶକ୍ତି, ପ୍ରେମ ଓ ସୁବୁଦ୍ଧିର ଆତ୍ମା ଦେଇଅଛନ୍ତି।

Faic an caibideil Dèan lethbhreac

ଓଡିଆ ବାଇବେଲ

7 କାରଣ ଈଶ୍ୱର ଆମ୍ଭମାନଙ୍କୁ ଭୟର ଆତ୍ମା ଦେଇ ନାହାଁନ୍ତି, ମାତ୍ର ଶକ୍ତି, ପ୍ରେମ ଓ ସୁବୁଦ୍ଧିର ଆତ୍ମା ଦେଇଅଛନ୍ତି ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 କାରଣ ଈଶ୍ବର ଆମ୍ଭମାନଙ୍କୁ ଭୟର ଆତ୍ମା ଦେଇ ନାହାନ୍ତି, ମାତ୍ର ଶକ୍ତି, ପ୍ରେମ ଓ ସୁବୁଦ୍ଧିର ଆତ୍ମା ଦେଇଅଛନ୍ତି।

Faic an caibideil Dèan lethbhreac

ପବିତ୍ର ବାଇବଲ

7 ପରମେଶ୍ୱର ଆମ୍ଭକୁ ଭୟର ଆତ୍ମା ଦେଇ ନାହାନ୍ତି। ସେ ଆମ୍ଭକୁ ଶକ୍ତି, ପ୍ରେମ ଓ ଆତ୍ମସଂଯମର ଆତ୍ମା ପ୍ରଦାନ କରିଛନ୍ତି।

Faic an caibideil Dèan lethbhreac




୨ ତୀମଥି 1:7
28 Iomraidhean Croise  

ଶୁଣ! ମୁଁ ତୁମ୍ଭମାନଙ୍କୁ କ୍ଷମତା ଦେଇଛୁ, ଯେପରି ତୁମ୍ଭେମାନେ ସାପ ଓ କଙ୍କଡ଼ା ବିଛା ଉପରେ ଚାଲି ପାରିବ ଓ ଶତ୍ରୁ ଶୟତାନର ସମସ୍ତ ଶକ୍ତି ଉପରେ ଜୟଲାଭ କରିବ ଏବଂ କୌଣସି ବିଷୟ ତୁମର କ୍ଷତି କରି ପାରିବ ନାହିଁ।


ଶେଷରେ ତା’ର ଚେତନା ପଶିଲା ଓ ସେ ଭାବିଲା, ‘ମୋ’ ବାପାଙ୍କ ମୂଲିଆମାନେ ଯଥେଷ୍ଟ ଖାଇ ସାରିବା ପରେ ଖାଦ୍ୟ ବଳି ପଡ଼ୁଛି, ଅଥଚ ମୁଁ ଏଠାରେ ଭୋକରେ ମରୁଛି!


ଆଉ ମୋର ପିତା ଯାହା ପ୍ରତିଜ୍ଞା କରିଛନ୍ତି, ମୁଁ ନିଜେ ତାହା ତୁମ୍ଭମାନଙ୍କ ନିକଟକୁ ପଠାଇବି, କିନ୍ତୁ ଉଦ୍ଧ୍ୱର୍ରୁ ସେହି ଶକ୍ତି ଆସିବା ପର୍ଯ୍ୟନ୍ତ ଏହି ନଗରରେ ତୁମ୍ଭେମାନେ ଅପେକ୍ଷା କରି ରୁହ।”


କଅଣ ଘଟିଛି, ଦେଖିବା ପାଇଁ ଲୋକମାନେ ବାହାରି ଆସିଲେ ଏବଂ ସେମାନେ ଯୀଶୁଙ୍କ ନିକଟରେ ପହଞ୍ଚି ଦେଖିଲେ ଯେ ଯାହାଠାରୁ ଭୂତ ଛଡ଼ା ଯାଇଥିଲା, ସେ ଲୁଗା ପିନ୍ଧି ଶାନ୍ତ ହୋଇ ଯୀଶୁଙ୍କ ପାଦ ତଳେ ବସିଛି। ଏହା ଦେଖି ସେମାନେ ସମସ୍ତେ ଭୀତ ହେଲେ।


“ତୁମ୍ଭମାନଙ୍କ ନିକଟରେ ମୁଁ ଗୋଟିଏ ବିଷୟ ଛାଡ଼ି ଯାଉଛି। - ତାହା ହେଉଛି, ଶାନ୍ତି। ମୋ’ ନିଜର ଶାନ୍ତି ମୁଁ ତୁମ୍ଭମାନଙ୍କୁ ଦାନ କରି ଯାଉଛି। ଜଗତ ଦାନ କରୁଥିବା ଶାନ୍ତି ପରି ଏହା ନୁହେଁ। ଚିନ୍ତିତ ବା ବିଚଳିତ ହୁଅ ନାହିଁ। ଭୟବିହ୍ୱଳ ହୁଅ ନାହିଁ।


କିନ୍ତୁ ତୁମ୍ଭମାନଙ୍କ ଉପରେ ପବିତ୍ରଆତ୍ମା ଅବତରଣ କଲେ, ତୁମ୍ଭେମାନେ ଶକ୍ତିରେ ପୂର୍ଣ୍ଣ ହେବ ଏବଂ ଯିରୂଶାଲମ, ଯିହୁଦା ଓ ଶମିରୋଣ ଓ ପୃଥିବୀର ଶେଷସୀମା ପର୍ଯ୍ୟନ୍ତ ମୋ’ ପାଇଁ ତୁମ୍ଭେମାନେ ସାକ୍ଷୀ ହେବ।”


ତୁମ୍ଭେମାନେ ନାଜରିତର ଯୀଶୁଙ୍କ ବିଷୟରେ ଓ ଈଶ୍ୱର କିପରି ତାଙ୍କ ଉପରେ ପବିତ୍ର ଆତ୍ମା ଓ ଶକ୍ତି ଢାଳି ଦେଇଥିଲେ, ତାହା ଜାଣ। ସେ ସବୁଆଡ଼େ ଯାଇ ମହତ୍ କାର୍ଯ୍ୟ ସାଧନ କଲେ। ଶୟତାନର କବଳରେ ଥିବା ଲୋକଙ୍କୁ ସୁସ୍ଥ କଲେ, କାରଣ ଈଶ୍ୱର ତାଙ୍କ ସହିତ ଥିଲେ।


କିନ୍ତୁ ମୋ’ ପାଇଁ ମୋ’ ନିଜ ଜୀବନକୁ ମୁଁ ନଗଣ୍ୟ ମନେ କରେ। ଈଶ୍ୱରଙ୍କ ଅନୁଗ୍ରହ ବିଷୟରେ ପ୍ରଭୁ ଯୀଶୁ ଯେଉଁ ବାର୍ତ୍ତା ଘୋଷଣା କରିବା ପାଇଁ ମୋତେ ଦାୟିତ୍ୱ ଦେଇଛନ୍ତି, ତାହା ପୂରଣ କରି ମୋର ପ୍ରଚାର କାର୍ଯ୍ୟ ସଂପୂର୍ଣ୍ଣ କରିବି - ଏତିକି କେବଳ ମୋର ଇଚ୍ଛା।


କିନ୍ତୁ ସେ ଉତ୍ତର ଦେଲେ, “ତୁମ୍ଭେମାନେ ଏ କ’ଣ କରୁଛ, କାହିଁକି ଏପରି କ୍ରନ୍ଦନ କରି ମୋ’ ହୃଦୟକୁ ବିଦୀର୍ଣ୍ଣ କରୁଛ? ଯିରୂଶାଲମରେ କେବଳ ବନ୍ଧା ହେବା ପାଇଁ ନୁହେଁ, କିନ୍ତୁ ପ୍ରଭୁ ଯୀଶୁଙ୍କ ପାଇଁ ମୃତ୍ୟୁଭୋଗ କରିବା ପାଇଁ ମଧ୍ୟ ମୁଁ ପ୍ରସ୍ତୁତ ଅଛି।”


ଅନେକ ଥର ସମାଜ ଗୃହମାନଙ୍କରେ ମୁଁ ସେମାନଙ୍କୁ ଦଣ୍ଡ ଦେଇଛି ଓ ସେମାନଙ୍କ ବିଶ୍ୱାସରୁ ବିଚ୍ୟୁତ କରାଇବା ପାଇଁ ଚେଷ୍ଟା କରିଛି। ମୁଁ ସେମାନଙ୍କ ପ୍ରତି ଏତେ କ୍ରୋଧାନ୍ଧ ହୋଇଥିଲି ଯେ, ସେମାନଙ୍କ ଉପରେ ଅତ୍ୟାଚାର କରିବା ପାଇଁ ବିଦେଶୀୟ ସହରମାନଙ୍କୁ ମଧ୍ୟ ଯାଇଥିଲି।


ପାଉଲ ଉତ୍ତର ଦେଲେ, “ମୁଁ ପାଗଳ ନୁହେଁ, ମଣିମା! ମୁଁ ଯାହା କହୁଛି, ତାହା ସତ୍ୟ ଓ ଯୁକ୍ତିଯୁକ୍ତ।


ଈଶ୍ୱରଙ୍କଠାରୁ ବହୁଳଭାବେ ଆଶୀର୍ବାଦପ୍ରାପ୍ତ ଓ ଶକ୍ତିରେ ପରିପୂର୍ଣ୍ଣ ହୋଇଥିବା ସ୍ତିଫାନ୍, ଲୋକମାନଙ୍କ ମଧ୍ୟରେ ଅନେକ ଅଲୌକିକ ଓ ଆଶ୍ଚର୍ଯ୍ୟକାର୍ଯ୍ୟ ସାଧନ କଲେ।


କିନ୍ତୁ ଶାଉଲଙ୍କ ପ୍ରଚାର ଅତୀବ ଶକ୍ତିଶାଳୀ ଥିଲା, ଯୀଶୁ ଯେ ମସୀହ, ଏ ସମ୍ବନ୍ଧରେ ତାଙ୍କର ପ୍ରମାଣ ଏତେ ଯୁକ୍ତିସଙ୍ଗତ ଥିଲା ଯେ ଦାମାସ୍କସ୍ରେ ବାସ କରୁଥିବା ଇହୁଦୀମାନେ ତାଙ୍କର କୌଣସି କଥାର ଉତ୍ତର ଦେଇପାରି ନ ଥିଲେ।


ଭରସା ଆମ୍ଭମାନଙ୍କୁ ନିରାଶ ହେବାକୁ ଦିଏ ନାହିଁ, କାରଣ ଈଶ୍ୱର ଆମ୍ଭମାନଙ୍କୁ ପବିତ୍ରଆତ୍ମା ଦାନ କରି ଆମ ହୃଦୟରେ ତାଙ୍କ ପ୍ରେମ ଭରି ଦେଇଛନ୍ତି।


କାରଣ ଈଶ୍ୱରପ୍ରଦତ୍ତ ସେହି ଆତ୍ମା ତୁମ୍ଭମାନଙ୍କୁ ଦାସତ୍ୱରୁ ମୁକ୍ତ କରିଛନ୍ତି, ତୁମେ ଆଉ ଭୟ କରିବାର କାରଣ ନାହିଁ। ବରଂ ପବିତ୍ରଆତ୍ମା ତୁମ୍ଭମାନଙ୍କୁ ଈଶ୍ୱରଙ୍କ ସନ୍ତାନ ହେବାର ସୁଯୋଗ ଦେଇଛନ୍ତି। ତାଙ୍କ ଶକ୍ତି ଅନୁଭବ କରି ଆମେ ଏବେ ଈଶ୍ୱରଙ୍କୁ “ପିତା” ବୋଲି ସମ୍ବୋଧନ କରୁଛୁ।


ମୋର ଶିକ୍ଷା ଓ ବାର୍ତ୍ତା, ମନୁଷ୍ୟ ଜ୍ଞାନର ବାକ୍ଚାତୁରୀ ଦ୍ୱାରା ପ୍ରଦତ୍ତ ହୋଇ ନ ଥିଲା। ତାହା ଈଶ୍ୱରଙ୍କ ଆତ୍ମାଙ୍କ ଶକ୍ତିର ନିଶ୍ଚିତ ପ୍ରମାଣ ଦ୍ୱାରା ପ୍ରଚାରିତ ହୋଇଥିଲା।


ପବିତ୍ର ଆତ୍ମାଙ୍କ ଦାନ ହେଉଛି; ପ୍ରେମ, ଆନନ୍ଦ, ଶାନ୍ତି, ଧୈର୍ଯ୍ୟ, ଦୟା, ସଦାଚାର, ବିଶ୍ୱସ୍ତତା, ନମ୍ରତା ଏବଂ ଆତ୍ମସଂଯମ। ଏହିପରି ଶ୍ରେୟସ୍କର ବିଷୟ ବିରୁଦ୍ଧରେ ବ୍ୟବସ୍ଥାର କୌଣସି ବିରୋଧ ନାହିଁ।


ପବିତ୍ର ଆତ୍ମା ତୁମ୍ଭମାନଙ୍କୁ ଦେଇଥିବା ପ୍ରେମ ସମ୍ବନ୍ଧରେ ସେ ଆମ୍ଭମାନଙ୍କୁ କହିଛନ୍ତି।


ଏହାଦ୍ୱାରା ଅଜୀବନ ମୃତ୍ୟୁ ଭୟରୂପ ଦାସତ୍ୱ ବନ୍ଧନରେ ଥିବା ମନୁଷ୍ୟମାନଙ୍କୁ ସେ ମୁକ୍ତି ଦେଇଛନ୍ତି।


ବର୍ତ୍ତମାନ ତୁମ୍ଭେମାନେ ସତ୍ୟର ଅନୁଗାମୀ ହୋଇଥିବାରୁ ନିଜ ନିଜକୁ ଶୁଚି କରିଛ ଓ ବିଶ୍ୱାସୀ ଭାଇମାନଙ୍କୁ ପ୍ରେମ କରିବାକୁ ଇଚ୍ଛୁକ ଅଛ। ପରସ୍ପରକୁ ଆନ୍ତରିକତା ସହ ପ୍ରେମ କର।


ଯେଉଁଠି ପ୍ରେମ ସମସ୍ତ ଭୟ ଦୂର କରେ। ଯେ ଭୟ କରେ, ତା’ଠାରେ ପ୍ରେମ ସିଦ୍ଧ ହୋଇ ନାହିଁ; କାରଣ ଦଣ୍ଡ ପାଇବାର ଭୟ ତା’ର ଆହୁରି ରହିଛି।


Lean sinn:

Sanasan


Sanasan