Biblia Todo Logo
Bìoball air-loidhne

- Sanasan -




୨ ତୀମଥି 1:6 - ପବିତ୍ର ବାଇବଲ (CL) NT (BSI)

6 ମୁଁ ତୁମ ଉପରେ ହସ୍ତାର୍ପଣ କଲାବେଳେ ତୁମେ ଈଶ୍ୱରଙ୍କଠାରୁ ଯେଉଁ ଶକ୍ତି ପାଇଥିଲ, ତାକୁ ସଜୀବ ରଖିବାକୁ ମୁଁ ତୁମକୁ ସ୍ମରଣ କରାଇ ଦେଇଛି।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

6 ଏହି କାରଣରୁ ମୁଁ ତୁମ୍ଭକୁ ସ୍ମରଣ କରାଉଅଛି ଯେ, ତୁମ୍ଭଠାରେ ଈଶ୍ଵରଙ୍କର ଯେଉଁ ଅନୁଗ୍ରହ ଦାନ ଅଛି, ତାହା ପୁନଃ ପ୍ରଜ୍ଜ୍ଵଳିତ କର।

Faic an caibideil Dèan lethbhreac

ଓଡିଆ ବାଇବେଲ

6 ଏହି କାରଣରୁ ମୁଁ ତୁମ୍ଭକୁ ସ୍ମରଣ କରାଉଅଛି ଯେ, ତୁମ୍ଭଠାରେ ଈଶ୍ୱରଙ୍କ ଯେଉଁ ଅନୁଗ୍ରହ ଦାନ ଅଛି, ତାହା ପୁନର୍ବାର ପ୍ରଜ୍ଜ୍ୱଳିତ କର ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ଏହି କାରଣରୁ ମୁଁ ତୁମ୍ଭକୁ ସ୍ମରଣ କରାଉଅଛି ଯେ, ତୁମ୍ଭଠାରେ ଈଶ୍ବରଙ୍କ ଯେଉଁ ଅନୁଗ୍ରହ ଦାନ ଅଛି, ତାହା ପୁନର୍ବାର ପ୍ରଜ୍ୱଳିତ କର।

Faic an caibideil Dèan lethbhreac

ପବିତ୍ର ବାଇବଲ

6 ମୁଁ ଜାଣେ ଯେ ତୁମ୍ଭଠାରେ ସେହି ସମାନ ବିଶ୍ୱାସ ଅଛି। ସେଥିପାଇଁ ମୁଁ କୁହେ ଯେ ପରମେଶ୍ୱର ତୁମ୍ଭକୁ ଦେଇଥିବା ଅନୁଗ୍ରହ ଦାନକୁ ମନେ ପକାଅ। ଯେତେବେଳେ ମୁଁ ମୋର ହାତଦ୍ୱୟ ତୁମ୍ଭ ଉପରେ ରଖିଲି, ସେତେବେଳେ ପରମେଶ୍ୱର ସେହି ଅନୁଗ୍ରହଦାନ ତୁମ୍ଭକୁ ଦେଇଥିଲେ। ମୁଁ ଗ୍ଭହେଁ ଯେ ତୁମ୍ଭେ ସେହି ଅନୁଗ୍ରହ ଦାନକୁ ବ୍ୟବହାର କର ଓ ତାହା ଅଧିକରୁ ଅଧିକ ବୃଦ୍ଧି ପାଉ ଯେପରି ସାନ ଅଗ୍ନିଶିଖା ଏକ ଜ୍ୱାଳାରେ ପରିବର୍ତ୍ତିତ ହୁଏ।

Faic an caibideil Dèan lethbhreac




୨ ତୀମଥି 1:6
19 Iomraidhean Croise  

ସେ ଯିବା ପୂର୍ବରୁ ତାଙ୍କର ଦଶ ଜଣ ଦାସଙ୍କୁ ଡ଼ାକି ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏ ସ୍ୱର୍ଣ୍ଣ ମୁଦ୍ରା ଦେଇ କହିଲେ, ‘ମୁଁ ଯିବା ପରେ ତୁମ୍ଭେମାନେ ଏଥିରୁ କିପରି ଉପାର୍ଜ୍ଜନ କରିବ, ସେ ବିଷୟ ଚିନ୍ତା କରି ଦେଖ।’


ପାଉଲ ସେମାନଙ୍କ ଉପରେ ହସ୍ତାର୍ପଣ କଲେ ଓ ପବିତ୍ରଆତ୍ମା ସେମାନଙ୍କ ଉପରେ ଅବତରଣ କଲେ। ସେମାନେ ବିଭିନ୍ନ ଭାଷାରେ କଥା କହିଲେ ଓ ଈଶ୍ୱରଙ୍କ ଶୁଭ ବାର୍ତ୍ତା ଘୋଷଣା କଲେ।


ପ୍ରେରିତ ଶିଷ୍ୟମାନେ ଏହି ସାତଜଣଙ୍କ ପାଇଁ ପ୍ରାର୍ଥନା କରି ସେମାନଙ୍କ ଉପରେ ହସ୍ତାର୍ପଣ କଲେ।


ପବିତ୍ର ଆତ୍ମାଙ୍କୁ ନିର୍ବାପିତ କର ନାହିଁ।


ମଣ୍ଡଳୀର ବୟୋଜ୍ୟେଷ୍ଠ ନେତାମାନେ ତୁମକୁ ଈଶ୍ୱରଙ୍କ ବାଣୀ ଶୁଣାଇ ତୁମ ଉପରେ ହସ୍ତାର୍ପଣ କରିବା ବେଳେ ତୁମେ ଯେଉଁ ଆଧ୍ୟାତ୍ମିକ ଶକ୍ତି ଲାଭ କରିଥିଲ, ତାହାକୁ ଅବହେଳା କର ନାହିଁ।


ସତ୍ୟ ଉପରେ ପ୍ରତିଷ୍ଠିତ ଆମ ଧର୍ମବିଶ୍ୱାସ ଓ ତତ୍ତ୍ୱରେ ଅନୁପ୍ରାଣିତ ହୋଇ ତୁମେ ଯଦି ମଣ୍ଡଳୀର ଭାଇମାନଙ୍କୁ ଏହି ସବୁ ଶିକ୍ଷା ଦାନ କର, ତୁମେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ସୁଦକ୍ଷ ସେବକ ହେବ।


ତୁମ ମଣ୍ଡଳୀର ଲୋକମାନଙ୍କୁ ଏହି ସବୁ ବିଷୟ ସ୍ମରଣ କରାଇ ଦିଅ ଏବଂ ଶାସ୍ତ୍ରର ଶବ୍ଦାର୍ଥ ବିଷୟରେ ବୃଥା ବାଗ୍ୟୁଦ୍ଧ ନ କରିବାକୁ ସେମାନଙ୍କୁ ସତର୍କ କରିଦିଅ। ଏଭଳି ବାଗ୍ୟୁଦ୍ଧ କାହାରି କିଛି ମଙ୍ଗଳ କରେ ନାହିଁ - ବରଂ ଯେଉଁମାନେ ସେଥିରେ କର୍ଣ୍ଣପାତ କରନ୍ତି, ସେମାନଙ୍କର ସର୍ବନାଶ ହୁଏ।


ସମୟ ଅସମୟ ବିଚାର ନ କରି, ତୁମେ ସବୁବେଳେ ସେହି ବିଷୟ ଉପରେ ଜୋର ଦେଇ ବୁଝାଇବ; ଧୈର୍ଯ୍ୟ ସହକାରେ ଶିକ୍ଷା ଦେଇ, କେତେବେଳେ ଭର୍ତ୍ସନା କରି, କେତେବେଳେ ବା ଉତ୍ସାହିତ କରି ଅନ୍ୟମାନଙ୍କ ମନରେ ସେଥିପ୍ରତି ପ୍ରତ୍ୟୟ ଜନ୍ମାଇବ।


ଜଳଦୀକ୍ଷା ସମ୍ବନ୍ଧୀୟ ଶିକ୍ଷା, ହସ୍ତାର୍ପଣ, ମହାବିଚାର, ମୃତମାନଙ୍କର ପୁନରୁତ୍ଥାନ ଓ ଅନନ୍ତ ଦଣ୍ଡ ପ୍ରଭୃତି ତତ୍ତ୍ୱମାନଙ୍କର ଭିତ୍ତି ପୁନର୍ବାର ସ୍ଥାପନ କରିବା ଅନାବଶ୍ୟକ।


ଯଦିଚ ତୁମ୍ଭେମାନେ ଏ ସବୁ ବିଷୟ ଜାଣିଛ ଓ ତୁମେ ପ୍ରାପ୍ତ ହୋଇଥିବା ସତୃରେ ଦୃଢ଼ ପ୍ରତିଷ୍ଠିତ ହୋଇଛ, ଏହିସବୁ କଥା ମୁଁ ସବୁବେଳେ ତୁମ୍ଭମାନଙ୍କୁ ସ୍ମରଣ କରାଇ ଦେବାକୁ ଚାହେଁ।


ପ୍ରିୟ ବନ୍ଧୁଗଣ, ତୁମ ପାଖକୁ ଲେଖିବା ଏହି ମୋର ଦ୍ୱିତୀୟ ପତ୍ର। ଉଭୟ ପତ୍ରରେ ଏହିସବୁ ବିଷୟ ସ୍ମରଣ କରାଇ ତୁମ୍ଭମାନଙ୍କ ମନରେ ପବିତ୍ର ଚିନ୍ତା ଉଦ୍ରେକ କରିବା ପାଇଁ ଚେଷ୍ଟା କରିଛି।


ଏକଦା ଈଶ୍ରାଲୀୟମାନଙ୍କୁ ଈଶ୍ୱର କିପରି ମିସର ଦେଶରୁ ଉଦ୍ଧାର କରି ଆଣିଥିଲେ, କିନ୍ତୁ ପରେ ସେମାନଙ୍କ ମଧ୍ୟରେ ଥିବା ଅବିଶ୍ୱାସୀମାନଙ୍କୁ ବିନଷ୍ଟ କରିଥିଲେ, ତୁମେ ଏ ସବୁ କଥା ଜାଣିଥଲେ ସୁଦ୍ଧା; ତାହା ମୁଁ ତୁମକୁ ସ୍ମରଣ କରାଇ ଦେବାକୁ ଚାହେଁ।


Lean sinn:

Sanasan


Sanasan