Biblia Todo Logo
Bìoball air-loidhne

- Sanasan -




୨ ତୀମଥି 1:5 - ପବିତ୍ର ବାଇବଲ (CL) NT (BSI)

5 ତୁମର ମାତାମହୀ ଲୋୟୀ ଓ ମାତା ଇଉନିସୀ ଯେଉଁପରି ବିଶ୍ୱାସ କରୁଥିଲେ, ତୁମର ମଧ୍ୟ ସେହି ଆନ୍ତରିକ ବିଶ୍ୱାସ ଅଛି। ଏ କଥା ମୁଁ ସ୍ମରଣ କରୁଛି। ତୁମର ସେହି ବିଶ୍ୱାସ ଅଛି ବୋଲି ନିଶ୍ଚିତଭାବେ ମୁଁ ଜାଣେ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

5 କାରଣ ଯେଉଁ ଅକପଟ ବିଶ୍ଵାସ ତୁମ୍ଭର ମାତାମହୀ ଲୋୟି ଓ ତୁମ୍ଭର ମାତା ଇଉନୀକୀଙ୍କଠାରେ ଥିଲା, ପୁଣି ତୁମ୍ଭଠାରେ ମଧ୍ୟ ଅଛି ବୋଲି ମୋହର ଦୃଢ଼ ବିଶ୍ଵାସ, ତୁମ୍ଭର ସେହି ଅକପଟ ବିଶ୍ଵାସ ବିଷୟରେ ମୁଁ ସମ୍ଵାଦ ପାଇଅଛି।

Faic an caibideil Dèan lethbhreac

ଓଡିଆ ବାଇବେଲ

5 କାରଣ ଯେଉଁ ଅକପଟ ବିଶ୍ୱାସ ତୁମ୍ଭର ଜେଜେମା ଲୋୟି ଓ ତୁମ୍ଭର ମା ଇଉନୀକୀଙ୍କ ଠାରେ ଥିଲା, ପୁଣି, ତୁମ୍ଭଠାରେ ମଧ୍ୟ ଅଛି ବୋଲି ମୋହର ଦୃଢ଼ ବିଶ୍ୱାସ, ତୁମ୍ଭର ସେହି ଅକପଟ ବିଶ୍ୱାସ ବିଷୟରେ ମୁଁ ଖବର ପାଇଅଛି ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 କାରଣ ଯେଉଁ ନିଷ୍କପଟ ବିଶ୍ୱାସ ତୁମ୍ଭର ଜେଜେମା ଲୋୟି ଓ ତୁମ୍ଭର ମାଆ ଇଉନୀକୀଙ୍କଠାରେ ଥିଲା, ପୁଣି, ତୁମ୍ଭଠାରେ ମଧ୍ୟ ଅଛି ବୋଲି ମୋହର ଦୃଢ଼ ବିଶ୍ୱାସ, ତୁମ୍ଭର ସେହି ନିଷ୍କପଟ ବିଶ୍ୱାସ ବିଷୟରେ ମୁଁ ଖବର ପାଇଅଛି।

Faic an caibideil Dèan lethbhreac

ପବିତ୍ର ବାଇବଲ

5 ପ୍ରଥମରେ ସେହି ବିଶ୍ୱାସ ତୁମ୍ଭର ମାତାମହୀ ଲୋୟୀ ଓ ମାତା ଇଉନୀକୀଙ୍କଠାରେ ଥିଲା।

Faic an caibideil Dèan lethbhreac




୨ ତୀମଥି 1:5
25 Iomraidhean Croise  

ଯୀଶୁ ନିଥ୍‌ନିୟେଲଙ୍କୁ ଆସୁଥିବା ଦେଖି କହିଲେ, “ଏ ଜଣେ ପ୍ରକୃତ ଇଶ୍ରାୟେଲୀୟ। ଏହାଙ୍କଠାରେ ତିଳେ ହେଲେ କପଟତା ନାହିଁ।”


ପାଉଲ ଦର୍ବୀ ଓ ଲୁସ୍ତ୍ରାକୁ ଗଲେ। ସେଠାରେ ତୀମଥି ନାମକ ଜଣେ ଖ୍ରୀଷ୍ଟିୟାନ ବାସ କରୁଥିଲେ। ସେ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ଇହୁଦୀ ମହିଳାର ପୁତ୍ର। କିନ୍ତୁ ତାଙ୍କ ପିତା ଜଣେ ଗ୍ରୀକ୍ ଲୋକ ଥିଲେ।


ରାଜା ଆଗ୍ରୀପା! ଆପଣ ଏସବୁ ବିଷୟ ଜାଣିଥିବାରୁ ମୁଁ ଆପଣଙ୍କ ସମ୍ମୁଖରେ ଏ କଥା କହିବାକୁ ସାହସ କରୁଛି! ମୁଁ ନିଶ୍ଚିତଭାବେ ଜାଣେ ଯେ, ଏ ସମସ୍ତ ବିଷୟ ଆପଣଙ୍କୁ ଗୋଚର, କାରଣ ଅଜ୍ଞାତ ସାରରେ ଗୁପ୍ତ ଭାବରେ ଏ ବିଷୟଗୁଡ଼ିକ ଘଟି ନାହିଁ।


ଯୀଶୁଙକଠାରୁ ନିର୍ଦ୍ଦେଶ ପାଇ ନିଶ୍ଚିତଭାବେ କହୁଛି, କୌଣସି ଖାଦ୍ୟ ଅଶୁଚି ନୁହେଁ। କିନ୍ତୁ ଯଦି କେହି କୌଣସି ଖାଦ୍ୟ ଅଶୁଚି ବୋଲି ବିଶ୍ୱାସ କରେ, ତା’ ପାଇଁ ତାହା ଅଶୁଚି ହୁଏ।


ଜଣକର ମତରେ ଅନ୍ୟ ଦିନମାନଙ୍କ ଅପେକ୍ଷା ଗୋଟିଏ ନିର୍ଦ୍ଧିଷ୍ଟ ଦିବସ ଅଧିକ ଉକ୍ରୃଷ୍ଟ। ଆଉ ଜଣେ ଭାବେ, ସବୁ ଦିନ ସମାନ। କିନ୍ତୁ ଯେ ଯାହା ମତର ଯଥାର୍ଥତା ବିଚାର କରି ନିଷ୍ପତ୍ତି ଗ୍ରହଣ କରୁ।


ଭାଇମାନେ, ମୋର ବିଶ୍ୱାସ, ତୁମ୍ଭେମାନେ ସମସ୍ତ ସଦ୍ଗୁଣ ତଥା ଜ୍ଞାନରେ ପରିପୂର୍ଣ୍ଣ ଓ ପରସ୍ପରକୁ ଶିକ୍ଷା ଦେବା ପାଇଁ ସମର୍ଥ।


ଈଶ୍ୱର ଯେଉଁ ପ୍ରତିଜ୍ଞା କରିଥିଲେ, ସେ ତାହା ପାଳନ କରିବେ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ଥିଲା।


ମୁଁ ନିଶ୍ଚିତଭାବେ ଜାଣେ ଯେ ତାଙ୍କ ପ୍ରେମରୁ ଆମେ କେବେ ବିଚ୍ଛିନ୍ନ ହେବା ନାହିଁ। ମୃତ୍ୟୁ ବା ଜୀବନ, ସ୍ୱର୍ଗଦୂତ ବା ଆକାଶମଣ୍ଡଳର କୌଣସି ଅଧିପତି ବା ଶକ୍ତି, ବର୍ତ୍ତମାନ ବା ଭିବଷ୍ୟତ୍,


ଆମର ପବିଭ୍ରତା, ଜ୍ଞାନ, ଧୈର୍ଯ୍ୟ, ଦୟା, ଅକପଟ ପ୍ରେମ ଓ ସତ୍ୟର ସମ୍ବାଦ ଯୋଗୁଁ ପବିତ୍ର ଈଶ୍ୱରଙ୍କର ପରାକ୍ରମ ଦ୍ୱାରା ଆମେ ଈଶ୍ୱରଙ୍କ ସେବକ ବୋଲି ପରିଚୟ ଦେଇଛୁ,


ଶୁଚି ହୃଦୟ, ନିର୍ମଳ ବିବେକ ଓ ପ୍ରକୃତ ବିଶ୍ୱାସରୁ ଯେଉଁ ପ୍ରେମ ଜାତ ହୁଏ, ତାକୁ ଜାଗ୍ରତ କରାଇବା ପାଇଁ ଆଜି ମୁଁ ଏହି ଆଦେଶ ଦେଉଛି।


ସତ୍ୟ ଉପରେ ପ୍ରତିଷ୍ଠିତ ଆମ ଧର୍ମବିଶ୍ୱାସ ଓ ତତ୍ତ୍ୱରେ ଅନୁପ୍ରାଣିତ ହୋଇ ତୁମେ ଯଦି ମଣ୍ଡଳୀର ଭାଇମାନଙ୍କୁ ଏହି ସବୁ ଶିକ୍ଷା ଦାନ କର, ତୁମେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ସୁଦକ୍ଷ ସେବକ ହେବ।


ସେଥିଯୋଗୁଁ ମୁଁ ଏ ସବୁ ଦୁଃଖଭୋଗ କରୁଛି। ଯାହାଙ୍କୁ ମୁଁ ବିଶ୍ୱାସ କରୁଛି, ମୁଁ ତାଙ୍କର ସ୍ପଷ୍ଟ ପରିଚୟ ପାଇଛି ଏବଂ ସେ ମୋତେ ଯେଉଁ ଦାୟିତ୍ୱ ଦେଇଛନ୍ତି, ତାହା ତୁଲାଇବାକୁ ମହାବିଚାର ଦିନ ପର୍ଯ୍ୟନ୍ତ ସେ ମୋତେ ନିରାପଦରେ ରଖିବେ, ଏହା ନିଶ୍ଚିତଭାବେ ଜାଣି ମୁଁ ଏ ପର୍ଯ୍ୟନ୍ତ ପୂରାପୂରି ଆଶାବାଦୀ ହୋଇ ରହିଛି।


ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ସ୍ଥାପନ କରି ପରିତ୍ରାଣ ଲାଭ କରିବା ଜ୍ଞାନ ଯେଉଁ ପବିତ୍ର ଧର୍ମଶାସ୍ତ୍ରରେ ସନ୍ନିବେଶିତ, ତୁମେ ବାଲ୍ୟକାଳରୁ ସେ ସବୁ ଶାସ୍ତ୍ର ପଢ଼ି ବୁଝିଛ।


ଉପରୋକ୍ତ ବ୍ୟକ୍ତିମାନେ ନିଜ ବିଶ୍ୱାସରେ ଅଟଳ ରହି ପ୍ରାଣ ତୃାଗ କଲେ। ଈଶ୍ୱର ପ୍ରତିଜ୍ଞା କରିଥିବା ବିଷୟସବୁ ସେମାନେ ପାଇ ନ ପାରିଲେ ସୁଦ୍ଧା ସ୍ମଦୂରରେ ତାହା ଦେଖି ସ୍ୱାଗତ କରିଥିଲେ ଏବଂ ଏହି ଜଗତରେ ସେମାନେ କେବଳ ବିଦେଶୀ ଓ ଶରଣାର୍ଥୀ ବୋଲି ସ୍ୱୀକାର କରିଥିଲେ।


ପ୍ରିୟ ବନ୍ଧୁଗଣ, ଆମେ ଏହିପରି କଥା କହିଲେ ସୁଦ୍ଧା ତୁମ୍ଭମାନଙ୍କ ଉପରେ ଆମର ଆସ୍ଥା ଅଛି; ତୁମ୍ଭେମାନେ ପରିତ୍ରାଣ ପାଇବା ନିମନ୍ତେ ଆର୍ଶୀବାଦର ପାତ୍ର ହୋଇ ରହିଛ।


ବର୍ତ୍ତମାନ ତୁମ୍ଭେମାନେ ସତ୍ୟର ଅନୁଗାମୀ ହୋଇଥିବାରୁ ନିଜ ନିଜକୁ ଶୁଚି କରିଛ ଓ ବିଶ୍ୱାସୀ ଭାଇମାନଙ୍କୁ ପ୍ରେମ କରିବାକୁ ଇଚ୍ଛୁକ ଅଛ। ପରସ୍ପରକୁ ଆନ୍ତରିକତା ସହ ପ୍ରେମ କର।


Lean sinn:

Sanasan


Sanasan