Biblia Todo Logo
Bìoball air-loidhne

- Sanasan -




୨ ତୀମଥି 1:3 - ପବିତ୍ର ବାଇବଲ (CL) NT (BSI)

3 ମୋର ପୂର୍ବପୁରୁଷମାନଙ୍କ ପରି ମୁଁ ଯେଉଁ ଈଶ୍ୱରଙ୍କୁ ନିର୍ମଳ ବିବେକରେ ଆରାଧନା କରି ଆସିଛି, ତାଙ୍କୁ ଧନ୍ୟବାଦ ଅର୍ପଣ କରୁଛି। ମୋର ପ୍ରାର୍ଥନା ନିବେଦନରେ ଦିବାନିଶି ତୁମକୁ ସ୍ମରଣ କଲାବେଳେ ମୁଁ ଈଶ୍ୱରଙ୍କୁ ଧନ୍ୟବାଦ ଦିଏ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

3 ମୋହର ପିତୃପୁରୁଷମାନଙ୍କ ମତାନୁସାରେ ଶୁଦ୍ଧ ବିବେକରେ ମୁଁ ଯେଉଁ ଈଶ୍ଵରଙ୍କର ଉପାସନା କରେ, ଦିବାରାତ୍ର ମୋହର ପ୍ରାର୍ଥନାରେ ନିରନ୍ତର ତୁମ୍ଭର ନାମ ଉଲ୍ଲେଖ କରି ମୁଁ ତାହାଙ୍କୁ ଧନ୍ୟବାଦ ଦେଇଥାଏ;

Faic an caibideil Dèan lethbhreac

ଓଡିଆ ବାଇବେଲ

3 ପିତୃପୁରୁଷମାନଙ୍କ ମତ ଅନୁସାରେ ଶୁଦ୍ଧ ବିବେକରେ ମୁଁ ଯେଉଁ ଈଶ୍ୱରଙ୍କର ଉପାସନା କରେ, ଦିନରାତି ମୋହର ପ୍ରାର୍ଥନାରେ ସର୍ବଦା ତୁମ୍ଭର ନାମ ସ୍ମରଣ କରି ମୁଁ ତାହାଙ୍କୁ ଧନ୍ୟବାଦ ଦେଇଥାଏ;

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ପିତୃ-ପୁରୁଷମାନଙ୍କ ମତ ଅନୁସାରେ ଶୁଦ୍ଧ ବିବେକରେ ମୁଁ ଯେଉଁ ଈଶ୍ବରଙ୍କର ଉପାସନା କରେ, ଦିନରାତି ମୋହର ପ୍ରାର୍ଥନାରେ ସର୍ବଦା ତୁମ୍ଭର ନାମ ସ୍ମରଣ କରି ମୁଁ ତାହାଙ୍କୁ ଧନ୍ୟବାଦ ଦେଇଥାଏ;

Faic an caibideil Dèan lethbhreac

ପବିତ୍ର ବାଇବଲ

3 ମୁଁ ସବୁବେଳେ ଦିନରାତି ମୋ’ ପ୍ରାର୍ଥନାରେ ତୁମ୍ଭକୁ ମନେ ପକାଉଛି। ସେହି ପ୍ରାର୍ଥନାରେ ମୁଁ ତୁମ୍ଭ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଉଛି। ମୋର ପୂର୍ବଜମାନେ ସେହି ପରମେଶ୍ୱରଙ୍କୁ ସେବା କରିଥିଲେ। ମୁଁ ଯାହା ଠିକ୍ ବୋଲି ଜାଣେ ତାହା କରି ସର୍ବଦା ତାହାଙ୍କର ସେବା କରିଛି।

Faic an caibideil Dèan lethbhreac




୨ ତୀମଥି 1:3
21 Iomraidhean Croise  

ସେ ଆଦୌ ମନ୍ଦିର ଛାଡ଼ି ବାହାରକୁ ଯାଉ ନ ଥିଲେ, ଉପବାସ ଓ ପ୍ରାର୍ଥନା ସହ ଦିବାରାତ୍ରି ସେ ଈଶ୍ୱରଙ୍କ ଉପାସନା କରୁଥିଲେ।


“ମୁଁ ଜଣେ ଇହୁଦୀ, ସିଲିଷୀଆର ତାର୍ଷିସରେ ମୋର ଜନ୍ମ, କିନ୍ତୁ ମୁଁ ଯିରୂଶାଲମରେ ଲାଳିତ ପାଳିତ ହୋଇଥିଲି ଓ ଗମଲିଏଲଙ୍କ ଜଣେ ଛାତ୍ର ଥିଲି। ଆମ ପୂର୍ବପୁରୁଷମାନଙ୍କ ବ୍ୟବସ୍ଥା ମୁଁ ଯଥାର୍ଥ ଭାବରେ ଶିକ୍ଷା କରିଥିଲି ଓ ଆପଣମାନଙ୍କ ପରି ଈଶ୍ୱରଙ୍କ ପାଇଁ ଉଦ୍ଯୋଗୀ ଥିଲି।


ପାଉଲ ମହାସଭା ଆଡ଼କୁ ସ୍ଥିର ଦୃଷ୍ଟିରେ ଚାହିଁ କହିଲେ, “ହେ ଇଶ୍ରାଏଲୀୟ ଭାଇମାନେ! ଆଜି ପର୍ଯ୍ୟନ୍ତ ଈଶ୍ୱରଙ୍କ ସମ୍ମୁଖରେ ମୁଁ କି ପ୍ରକାର ଜୀବନ କାଟିଛି, ସେ ବିଷୟରେ ମୋର ବିବେକ ସଂପୂର୍ଣ୍ଣ ନିର୍ମଳ।”


ଅବଶ୍ୟ ମୁଁ ଆପଣଙ୍କ ନିକଟରେ ସ୍ୱୀକାର କରୁଛି ଯେ, ଯେଉଁ ମାର୍ଗକୁ ଅନୁସରଣ କରି ମୁଁ ଆମ ପୂର୍ବପୁରୁଷମାନଙ୍କ ଈଶ୍ୱରଙ୍କୁ ଆରାଧନା କରୁଛି। କିନ୍ତୁ ମୁଁ ମଧ୍ୟ ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ପୁସ୍ତକରେ ଲିଖିତ ସମସ୍ତ ବିଷୟ ବିଶ୍ୱାସ କରେ।


ତେଣୁ ଈଶ୍ୱର ଓ ମନୁଷ୍ୟ ସାକ୍ଷାତରେ ନିର୍ମଳ ବିବେକ ଅନୁଯାୟୀ ଆଚରଣ କରିବା ପାଇଁ ମୁଁ ସର୍ବଦା ପ୍ରାଣପଣ କରୁଛି।


“ପିଲା ଦିନରୁ ମୁଁ କିପରି ଜୀବନଯାପନ କରିଛି, ତାହା ଇହୁଦୀମାନେ ଜାଣନ୍ତି। ପ୍ରଥମେ ନିଜ ଦେଶରେ ଓ ତା’ପରେ ଯିରୂଶାଲମରେ ମୁଁ କିପରି ଜୀବନ କାଟିଛି, ସେମାନେ ତାହା ଜାଣନ୍ତି।


ମୁଁ ଯେଉଁ ଈଶ୍ୱରଙ୍କୁ ଉପାସନା କରେ, ଗତ ରାତ୍ରିରେ ତାଙ୍କର ଜଣେ ସ୍ୱର୍ଗଦୂତ ମୋ’ ସମ୍ମୁଖରେ ମୋ’ ପାଖକୁ ଆସି କହିଲେ,


ମୁଁ ସତ୍ୟ କହୁଛି, ଖ୍ରୀଷ୍ଟଙ୍କର ହୋଇଥିବାରୁ ମୁଁ ମିଥ୍ୟା କହେ ନାହିଁ।


ଜଗତରେ ଜୀବନ ଓ ବିଶେଷରେ ତୁମ୍ଭମାନଙ୍କ ସହିତ ଆମର ସର୍ମ୍ପକ ଈଶ୍ୱରଦତ୍ତ ପବିତ୍ରତା ଓ ବିଶ୍ବସ୍ତତା ଦ୍ୱାରା ପରିଚାଳିତ ବୋଲି ଆମ ବିବେକର ସାକ୍ଷ୍ୟ। ଏଥିପାଇଁ ଆମ ମନରେ ଗର୍ବ ହୁଏ। ମାନବିକ ଜ୍ଞାନରେ ନୁହେଁ, ମାତ୍ର ଐଶ୍ୱରିକ ଜ୍ଞାନରେ ଏହା କରିବାକୁ ଆମେ ସକ୍ଷମ ହୋଇଛୁ।


ଇହୁଦୀ ଧର୍ମ ପାଳନରେ ସମସାମୟିକ ଇହୁଦୀମାନଙ୍କ ମଧ୍ୟରେ ମୁଁ ଅଗ୍ରଣୀ ଥିଲି ଏବଂ ଆମ ପୂର୍ବପୁରୁଷମାନଙ୍କ ପରମ୍ପରା ପ୍ରତି ଅଧିକ ଅନୁରକ୍ତ ଥିଲି।


ତୁମ୍ଭମାନଙ୍କୁ ସାକ୍ଷାତ କରି ତୁମ ବିଶ୍ୱାସରେ ଯାହା ଅଭାବ ଅଛି, ତାହା ପୂରଣ କରିବା ପାଇଁ ଆମକୁ ସୁଯୋଗ ଦେବାକୁ ଦିବାନିଶି ଆମେ ଈଶ୍ୱରଙ୍କୁ ନିବେଦନ କରୁଛୁ।


ବିବେକକୁ ନିର୍ମଳ ରଖି, ତୁମ ଧର୍ମ ବିଶ୍ୱାସରେ ଅଟଳ ରୁହ। କେହି କେହି ବିବେକର ଚେତାବନୀକୁ ଉପେକ୍ଷା କରି ନିଜ ଧର୍ମବିଶ୍ୱାସକୁ ନଷ୍ଟ କରି ଦେଇଛନ୍ତି।


ଶୁଚି ହୃଦୟ, ନିର୍ମଳ ବିବେକ ଓ ପ୍ରକୃତ ବିଶ୍ୱାସରୁ ଯେଉଁ ପ୍ରେମ ଜାତ ହୁଏ, ତାକୁ ଜାଗ୍ରତ କରାଇବା ପାଇଁ ଆଜି ମୁଁ ଏହି ଆଦେଶ ଦେଉଛି।


ଯେଉଁ ବିଧବା ପ୍ରକୃତରେ ଏକାକିନୀ ଓ ନିରାଶ୍ରୟ, ସେ ଈଶ୍ୱରଙ୍କ ଉପରେ ଭରସା ରଖି, ଦିବାନିଶି ତାଙ୍କର ସାହାଯ୍ୟ ଭିକ୍ଷା କରୁଥାଏ।


ତୁମର ମାତାମହୀ ଲୋୟୀ ଓ ମାତା ଇଉନିସୀ ଯେଉଁପରି ବିଶ୍ୱାସ କରୁଥିଲେ, ତୁମର ମଧ୍ୟ ସେହି ଆନ୍ତରିକ ବିଶ୍ୱାସ ଅଛି। ଏ କଥା ମୁଁ ସ୍ମରଣ କରୁଛି। ତୁମର ସେହି ବିଶ୍ୱାସ ଅଛି ବୋଲି ନିଶ୍ଚିତଭାବେ ମୁଁ ଜାଣେ।


ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ସ୍ଥାପନ କରି ପରିତ୍ରାଣ ଲାଭ କରିବା ଜ୍ଞାନ ଯେଉଁ ପବିତ୍ର ଧର୍ମଶାସ୍ତ୍ରରେ ସନ୍ନିବେଶିତ, ତୁମେ ବାଲ୍ୟକାଳରୁ ସେ ସବୁ ଶାସ୍ତ୍ର ପଢ଼ି ବୁଝିଛ।


ଯୀଶୁ ଖ୍ରୀଷ୍ଟ ଗତ କାଲି, ଆଜି ଓ ଚିରକାଳ ସମଭାବରେ ବିଦ୍ୟମାନ।


Lean sinn:

Sanasan


Sanasan