Biblia Todo Logo
Bìoball air-loidhne

- Sanasan -




୨ ପିତର 3:3 - ପବିତ୍ର ବାଇବଲ (CL) NT (BSI)

3 ସର୍ବପ୍ରଥମେ ତୁମ୍ଭେମାନେ ଜାଣି ରଖିବା ଉଚିତ ଯେ, ଏହି ଶେଷ ଦିନମାନଙ୍କରେ କେତେକେ କେବଳ ନିଜର କୁପ୍ରବୃତ୍ତି ଦ୍ୱାରା ଚଳିତ ହେବେ;

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

3 ପ୍ରଥମେ ଏହା ଜ୍ଞାତ ହୁଅ ଯେ, ଶେଷକାଳରେ ଆପଣା ଆପଣା ଅଭିଳାଷାନୁସାରେ ଆଚରଣକାରୀ ପରିହାସକ ଲୋକେ ଉପସ୍ଥିତ ହୋଇ ପରିହାସ କରି କହିବେ,

Faic an caibideil Dèan lethbhreac

ଓଡିଆ ବାଇବେଲ

3 ପ୍ରଥମେ ଏହା ଜ୍ଞାତ ହୁଅ ଯେ, ଶେଷକାଳରେ ଆପଣା ଆପଣା ଅଭିଳାଷାନୁସାରେ ଆଚରଣକାରୀ ପରିହାସକ ଲୋକେ ଉପସ୍ଥିତ ହୋଇ ପରିହାସ କରି କହିବେ,

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ପ୍ରଥମେ ଏହା ଜ୍ଞାତ ହୁଅ ଯେ, ଶେଷକାଳରେ ଆପଣା ଆପଣା ଅଭିଳାଷାନୁସାରେ ଆଚରଣକାରୀ ପରିହାସକ ଲୋକେ ଉପସ୍ଥିତ ହୋଇ ପରିହାସ କରି କହିବେ,

Faic an caibideil Dèan lethbhreac

ପବିତ୍ର ବାଇବଲ

3 ପ୍ରଥମେ, ଶେଷ ଦିନଗୁଡ଼ିକରେ କ’ଣ କ’ଣ ଘଟିବ, ସେଗୁଡ଼ିକ ବୁଝିବା ତୁମ୍ଭର ଦରକାର। ଲୋକେ ତୁମ୍ଭକୁ ପରିହାସ କରିବେ। ସେମାନେ ନିଜ ଇଚ୍ଛାରେ ମନ୍ଦ କାର୍ଯ୍ୟ କରି ଜୀବନଧାରଣ କରିବେ।

Faic an caibideil Dèan lethbhreac




୨ ପିତର 3:3
17 Iomraidhean Croise  

ଯେ ମୋତେ ପ୍ରତ୍ୟାଖ୍ୟାନ କରି ମୋର ବାର୍ତ୍ତା ଗ୍ରହଣ କରେ ନାହିଁ, ମୋ’ ମୁଖର ବାକ୍ୟ ତା’ର ବିଚାରକ ହେବ। ସେହି ବାକ୍ୟ ଅନ୍ତିମ ଦିବସରେ ତା’ର ବିଚାର କରିବ।


ଲଜ୍ଜାଜନକ ଓ ଗୋପନୀୟ କାର୍ଯ୍ୟକଳାପ ସବୁ ଆମେ ପରିତ୍ୟାଗ କରିଛୁ। ଆମେ ଛଳନା କରୁ ନାହୁଁ କିମ୍ବା ଈଶ୍ୱରଙ୍କ ବାକ୍ୟର ବିକୃତ ଅର୍ଥ କରୁ ନାହିୁଁ। କିନ୍ତୁ ପ୍ରକାଶ୍ୟ ଭାବରେ ଈଶ୍ୱରଙ୍କ ସାକ୍ଷାତରେ ମନୁଷ୍ୟର ବିବେକ ନିକଟରେ ଆମେ ନିଜ ନିଜର ଯୋଗ୍ୟତାପ୍ରମାଣ କରିବା ପାଇଁ ଚେଷ୍ଟା କରୁଛୁ;


ମନେରଖ, ଅନ୍ତିମ କାଳରେ ବହୁ ବିପତ୍ତି ଆସି ପହଞ୍ଚିବ।


କିନ୍ତୁ ଏହି ଶେଷ କାଳରେ ସେ ଆପଣା ପୁତ୍ରଙ୍କ ଦ୍ୱାରା ଆମ ସଙ୍ଗେ କଥା କହିଛନ୍ତି। ସେହି ପୁତ୍ରଙ୍କ ଦ୍ୱାରା ହିଁ ଈଶ୍ବର ବିଶ୍ୱଜଗତ ସୃଷ୍ଟି କଲେ ଏବଂ ଶେଷରେ ସମସ୍ତ ବିଷୟରେ ଅଧିକାରୀ ହେବାକୁ ସେ ତାଙ୍କୁ ମନୋନୀତ କରିଛନ୍ତି।


ତୁମ୍ଭେମାନେ ଅନ୍ତତଃ ଏତିକି ଜାଣିରଖ ଯେ, ଧର୍ମଶାସ୍ତ୍ରରେ ଲିଖିତ କୌଣସି ଭାବବାଣୀ କେହି ନିଗ ଜ୍ଞାନରେ ବୁଝିପାରେ ନାହିଁ।


ବିଶେଷତଃ ଯେଉଁମାନେ ଈଶ୍ୱରଙ୍କ କ୍ଷମତାକୁ ଚତୁଚ୍ଛ କରି ନିଜର ଶାରୀରିକ ଲାଳସା ଚରିତାର୍ଥ କରୁଥାଆନ୍ତି, ସେମାନଙ୍କୁ ମହାବିଚାର ଦିନ ପର୍ଯ୍ୟନ୍ତ କିପରି ଦଣ୍ଡିତ କରି ରଖିବାକୁ ହେବ, ତାହା ସେ ଜାଣନ୍ତି। ସେହି ଶଠ ଶିକ୍ଷକମାନେ ଦୁଃସାହାସୀ ଓ ଉଦ୍ଧତ। ସେମାନେ ଉଦ୍ଧ୍ୱର୍ଲୋକର ଗୌରବମୟ ପ୍ରାଣୀମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ନ କରି ସେମାନଙ୍କୁ ଅପମାନିତ କରୁଛନ୍ତି।


ପିଲାମାନେ! ଅନ୍ତିମ କାଳ ନିକଟବର୍ତ୍ତୀ। ଖ୍ରୀଷ୍ଟଙ୍କ ଶତ୍ରୁ ଆସିବବାର ସମୟ ହେଲାଣି ବୋଲି ଶୁଣିଛୁ: ଖ୍ରୀଷ୍ଟଙ୍କର ଅନେକ ଶତ୍ରୁ ଏବେ ଦେଖାଦେଲେଣି; ସତରାଂ ଅନ୍ତିମ କାଳ ନିକଟ ହେଲାଣି ବୋଲି ଆମେ କାଳ ନିକଟ ଲୋଣଇ ବୋଲି ଆମେ ଜାଣୁ।


ଏହି ଲୋକମାନେ ସବୁବେଳେ ଅସନ୍ତୁଷ୍ଠ ଓ ଅନ୍ୟମାନଙ୍କ ଉପରେ ଦୋଷାରୋପ କରନ୍ତି। ସେମାନେ କେବଳ ନିଜର କୂଅଭିଳାଷ ଚରିତାର୍ଥ କରୁଥାନ୍ତି; ନିଜର ବଡ଼ିମା ଦେଖାଇ ହୁଅନ୍ତି ଓ ନିଜର ସ୍ୱାର୍ଥସିଦ୍ଧି ନିମନ୍ତେ ଅନ୍ୟମାନଙ୍କର ଚାଟୁବାଦ କରନ୍ତି।


ସେମାନେ ତୁମ୍ଭମାନଙ୍କୁ କହୁଥିଲେ, “ଶେଷ ଦିନମାନଭ୍କରେ କୁଅଭିଳାଷପୂର୍ଣ୍ଣ ଈଶ୍ବର-ବିରୋଧୀ ଲୋକମାନେ ବାହାରି ତୁମ୍ଭମାନଙ୍କୁ ପରିହାସ କରିବେ।”


Lean sinn:

Sanasan


Sanasan