Biblia Todo Logo
Bìoball air-loidhne

- Sanasan -




୨ ପିତର 2:1 - ପବିତ୍ର ବାଇବଲ (CL) NT (BSI)

1 ଅତୀତରେ ଯେପରି ଲୋକମାନଙ୍କ ମଧ୍ୟରେ ଶଡ ମଭାବବାଦୀମାନେ ଦେଖା ଦେଇଥିଲେ, ଠିକ୍ ସେହିପରି ତୁମ ମଧ୍ୟରେ ଶଠ ଶିକ୍ଷକମାନେ ବାହାରିବେ। ସେମାନେ ବିନଷ୍ଟକାରୀ ଭ୍ରାନ୍ତ ତତ୍ତ୍ୱ ଶିକ୍ଷା ଦେବେ ଏବଂ ଯେଉଁ ପ୍ରଭୁ ସେମାନଙ୍କୁ ମୁକ୍ତି ଦେଇ ଅଛନ୍ତି, ତାଙ୍କୁ ଅସ୍ୱୀକାର କରିବେ। ତେଣୁ ଅକସ୍ମାତ୍ ସେମାନଙ୍କର ବିନାଶ ଘଟିବ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

1 କିନ୍ତୁ ଲୋକମାନଙ୍କ ମଧ୍ୟରେ ଭଣ୍ତ ଭାବବାଦୀମାନେ ମଧ୍ୟ ଉତ୍ପନ୍ନ ହେଲେ; ସେହିପରି ତୁମ୍ଭମାନଙ୍କ ମଧ୍ୟରେ ସୁଦ୍ଧା ଭଣ୍ତ ଶିକ୍ଷକମାନେ ଉତ୍ପନ୍ନ ହେବେ; ସେମାନେ ବିନାଶ-ଜନକ ଭ୍ରାନ୍ତ ମତ ଗୁପ୍ତରେ ପ୍ରଚଳନ କରି ସେମାନଙ୍କର କ୍ରୟକର୍ତ୍ତା ପ୍ରଭୁଙ୍କୁ ହିଁ ଅସ୍ଵୀକାର କରିବେ, ପୁଣି ଆପଣା-ମାନଙ୍କର ଆକସ୍ମିକ ସର୍ବନାଶ ଘଟାଇବେ।

Faic an caibideil Dèan lethbhreac

ଓଡିଆ ବାଇବେଲ

1 କିନ୍ତୁ ଲୋକମାନଙ୍କ ମଧ୍ୟରେ ଭଣ୍ଡ ଭାବବାଦୀମାନେ ମଧ୍ୟ ଉତ୍ପନ୍ନ ହେଲେ; ସେହିପରି ତୁମ୍ଭମାନଙ୍କ ମଧ୍ୟରେ ସୁଦ୍ଧା ଭଣ୍ଡ ଶିକ୍ଷକମାନେ ଉତ୍ପନ୍ନ ହେବେ; ସେମାନେ ବିନାଶଜନକ ଭ୍ରାନ୍ତ ମତ ଗୁପ୍ତରେ ପ୍ରଚଳନ କରି ସେମାନଙ୍କର କ୍ରୟକର୍ତ୍ତା ପ୍ରଭୁଙ୍କୁ ହିଁ ଅସ୍ୱୀକାର କରିବେ, ପୁଣି, ଆପଣାମାନଙ୍କର ଆକସ୍ମିକ ସର୍ବନାଶ ଘଟାଇବେ ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 କିନ୍ତୁ ଲୋକମାନଙ୍କ ମଧ୍ୟରେ ଭଣ୍ଡ ଭାବବାଦୀମାନେ ମଧ୍ୟ ଉତ୍ପନ୍ନ ହେଲେ; ସେହିପରି ତୁମ୍ଭମାନଙ୍କ ମଧ୍ୟରେ ସୁଦ୍ଧା ଭଣ୍ଡ ଶିକ୍ଷକମାନେ ଉତ୍ପନ୍ନ ହେବେ; ସେମାନେ ବିନାଶଜନକ ଭ୍ରାନ୍ତ ମତ ଗୁପ୍ତରେ ପ୍ରଚଳନ କରି ସେମାନଙ୍କର କ୍ରୟକର୍ତ୍ତା ପ୍ରଭୁଙ୍କୁ ହିଁ ଅସ୍ୱୀକାର କରିବେ, ପୁଣି, ଆପଣାମାନଙ୍କର ଆକସ୍ମିକ ସର୍ବନାଶ ଘଟାଇବେ।

Faic an caibideil Dèan lethbhreac

ପବିତ୍ର ବାଇବଲ

1 ଅତୀତକାଳରେ ପରମେଶ୍ୱରଙ୍କ ଲୋକମାନଙ୍କ ମଧ୍ୟରେ ମିଥ୍ୟା ଭବିଷ୍ୟ‌‌ଦ୍‌‌‌‌ବକ୍ତା ଥିଲେ। ଏବେ ମଧ୍ୟ ସେହିଭଳି ଅଛନ୍ତି। ତୁମ୍ଭ ଦଳରେ କେତେ ଜଣ ଭଣ୍ଡ ଶିକ୍ଷକ ରହିବେ। ସେମାନେ ଏପରି ଭୁଲ୍ ଶିକ୍ଷା ଦେବେ ଯେ, ଲୋକେ ନିଜକୁ ହଜାଇ ଦେବେ। ସେମାନେ ଏଭଳି ଭାବରେ ଶିକ୍ଷା ଦେବେ ଯେ ସେମାନେ ଯେ ଭୁଲ୍ କରୁଛନ୍ତି, ତାହା ତୁମ୍ଭେ ଜାଣିବା କଠିନ ହେବ। ସେମାନେ ମୁକ୍ତିଦାତା ଯୀଶୁଙ୍କୁ ଗ୍ରହଣ କରିବାକୁ ମଧ୍ୟ ମନା କରିବେ। ସେପ୍ରକାରେ ସେମାନେ ନିଜକୁ ଶୀଘ୍ର ନଷ୍ଟ କରିଦେବେ।

Faic an caibideil Dèan lethbhreac




୨ ପିତର 2:1
73 Iomraidhean Croise  

କିନ୍ତୁ ଯେ କେହି ପ୍ରକାଶ୍ୟରେ ମେତେ ପ୍ରତ୍ୟାଖ୍ୟାନ କରେ, ତାକୁ ମୁଁ ମଧ୍ୟ ମୋ’ ପିତାଙ୍କ ସମ୍ମ୍ରୁେ ପ୍ରତ୍ୟାଖ୍ୟାନ କରିବି।


ସେତେବେଳେ ଅନେକ ଭଣ୍ଡ ଭାବବାଦୀ ବାହାରି ଲୋକମାନଙ୍କୁ ବିଭ୍ରାନ୍ତ କରିବେ।


କାରଣ ନିଜକୁ ମସୀହ ବା ଭାବବାଦୀ ବୋଲାଉଥିବା ପ୍ରଚାରକମାନେ ସେତେବେଳେ ଦେଖାଦେବେ। ସେମାନେ ଅଲୌକିକ ଓ ବିସ୍ମୟଜନକ କାର୍ଯ୍ୟ ଦେଖାଇ ଈଶ୍ୱରଙ୍କ ମନୋନୀତ ଲୋକମାନଙ୍କୁ ଭଣ୍ଡାଇବେ।


ମୋ’ ନାମ ନେଇ ଅନେକ ଆସି କହିବେ, ‘ମୁଁ ପରା ମସୀହ’। ଏହା କହି ସେମାନେ ଅନେକଙ୍କୁ ଭଣ୍ଡାଇବେ।


ଭଣ୍ଡା ଭାବବାଦୀମାନଙ୍କ ପ୍ରତି ସାବଧାନ! ସେମାନେ ବାହାରକୁ ମେଣ୍ଢା ପରି ଦେଖାଯାଆନ୍ତି, କିନ୍ତୁ ପ୍ରକୃତରେ ସେମାନେ ଗୋଟିଏ ହେଟା ବାଘ।


ଶଠ ମସୀହ ଓ ଶଠ ଭାବବାଦୀମାନେ ଦେଖାଦେବେ। ସମ୍ଭବ ହେଲେ ଈଶ୍ୱରଙ୍କ ମନୋନୀତ ଲୋକମାନଙ୍କୁ ମଧ୍ୟ ଠକିବା ପାଇଁ ସେମାନେ ଅଲୌକିକ କାର୍ଯ୍ୟ କରିବେ ଓ ଅଦ୍ଭୁତ ସଙ୍କେତ ସବୁ ଦେଖାଇବେ।


କିନ୍ତୁ ଯେ ମୋତେ ସର୍ବସାକ୍ଷାତରେ ଅଗ୍ରାହ୍ୟ କରେ, ମନୁଷ୍ୟପୁତ୍ର ଈଶ୍ୱରଙ୍କ ଦୂତମାନଙ୍କ ସମ୍ମୁଖରେ ମଧ୍ୟ ତାହାକୁ ଅଗ୍ରାହ୍ୟ କରିବେ।


ଯୀଶୁ କହିଲେ, “ସତର୍କ ଥାଅ; ପ୍ରତାରିତ ହୁଅ ନାହିଁ। ଅନେକ ଲୋକ ମୋ’ ନାମରେ ଆସି କହିବେ, ‘ମୁଁ ସେହି! ଓ ସମୟ ଉପସ୍ଥିତ!’ କିନ୍ତୁ ସେମାନଙ୍କର ଅନୁଗମନ କର ନାହିଁ।


“ହାୟ! ଯଦି ସମସ୍ତେ ତୁମ୍ଭର ପ୍ରଶଂସା କରନ୍ତି, ତୁମ୍ଭମାନଙ୍କ ଦଶା ମଧ୍ୟ ଭୟଙ୍କର ହେବ, କାରଣ ସେମାନଙ୍କ ପୂର୍ବପୁରୁଷମାନେ ଶଠ ଭାବବାଦୀମାନଙ୍କର ମଧ୍ୟ ସେହିପରି ପ୍ରଶଂସା କରୁଥିଲେ।


ଯେଉଁମାନେ ଏପରି କାର୍ଯ୍ୟରେ ଲିପ୍ତ, ସେମାନେ ପ୍ରଭୁଙ୍କ ସେବା କରୁ ନାହାନ୍ତି- ସେମାନେ କେବଳ ନିଜର ଦୂରଭିଳାଷ ଚରିତାର୍ଥ କରିବାକୁ ତତ୍ପର। ଭାଷାର ଚାତୁରୀ ଓ ଚାଟୁବାଦ ଦ୍ୱାରା ସେମାନେ ନିରୀହ ଲୋକମାନଙ୍କୁ ପ୍ରତାରଣା କରନ୍ତି।


(ଅବଶ୍ୟ ତୁମ୍ଭମାନଙ୍କ ମଧ୍ୟରେ ଦଳ ଭେଦ ଘଟିବ ଏବଂ ଏହି ସଂଘର୍ଷ ଫଳରେ କେଉଁମାନଙ୍କର ମତ ଯଥାର୍ଥ, ଜଣାପଡ଼ିବ।)


ସେ ତୁମ୍ଭମାନଙ୍କୁ ବିଶେଷ ମୂଲ୍ୟ ଦେଇ କିଣିଛନ୍ତି। ତେଣୁ ତୁମ୍ଭମାନଙ୍କ ଶରୀର ଦ୍ୱାରା ଈଶ୍ୱରଙ୍କୁ ଗୌରବାନ୍ୱିତ କର।


ଈଶ୍ୱର ତୁମ୍ଭମାନଙ୍କୁ ବିଶେଷ ମୂଲ୍ୟ ଦେଇ କିଣିଛନ୍ତି। ତେଣୁ ମନୁଷ୍ୟର କ୍ରୀତଦାସ ହୁଅ ନାହିଁ।


ଅବଶ୍ୟ କେତେକ ବ୍ୟକ୍ତି ତାଙ୍କୁ ସୁନ୍ନତ କରାଇବାକୁ ଚାହୁଁଥିଲେ। ସେମାନେ ବିଶ୍ୱାସୀ ଭାଇ ବୋଲି ଛଳନା କରି ଗୁପ୍ତଚର ରୂପେ ଦଳରେ ଯୋଗ ଦେଇଥିଲେ। ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ହେବା ଦ୍ୱାରା ଆମେ ଯେଉଁ ସ୍ୱାଧୀନତା ଲାଭ କରିଛୁ, ତାହାର ସନ୍ଧାନ ନେବା ସେମାନଙ୍କର ଉଦ୍ଦେଶ୍ୟ ଥିଲା। ଆମ୍ଭମାନଙ୍କୁ ପୁନର୍ବାର ବ୍ୟବସ୍ଥାର ଦାସ କରିବାକୁ ସେମାନେ ଚାହୁଁଥିଲେ।


ମାତ୍ର ଖ୍ରୀଷ୍ଟ ଆମ ପାଇଁ ଅଭିଶପ୍ତ ହୋଇ ବ୍ୟବସ୍ଥାରେ ଉଲ୍ଲିଖିତ ଅଭିଶାପରୁ ଆମକୁ ମୁକ୍ତ କରିଛନ୍ତି। ଧର୍ମଶାସ୍ତ୍ରରେ ଲେଖାଅଛି, “ଯେ ବୃକ୍ଷରେ ଟଙ୍ଗାଯାଇ ମୃତ୍ୟୁଦଣ୍ଡ ଭୋଗ କରେ, ସେ ଈଶ୍ୱରଙ୍କ ଦ୍ୱାରା ଅଭିଶପ୍ତ!”


ସେହି ଅନ୍ୟ ଲୋକମାନେ ତୁମ୍ଭମାନଙ୍କର ମଙ୍ଗଳ ନିମନ୍ତେ ଅତ୍ୟନ୍ତ ଆଗ୍ରହୀ ବୋଲି ଦେଖାଇ ହୁଅନ୍ତି। କିନ୍ତୁ ଏଥିରେ ସେମାନଙ୍କର ସତ୍ ଉଦ୍ଦେଶ୍ୟ ନାହିଁ।। ସେମାନଙ୍କର ଏକମାତ୍ର ଇଚ୍ଛା, ଯେପରି ତୁମ୍ଭେମାନେ ମୋ’ ପ୍ରତି ବିମୁଖ ହୋଇ ସେମାନଙ୍କ ପ୍ରତି ମନୋଯୋଗୀ ହୁଅ।


ଖ୍ରୀଷ୍ଟଙ୍କ ମୃତ୍ୟୁ ଦ୍ୱାରା ଆମେ ମୁକ୍ତି ପାଇଛୁ, ଅର୍ଥାତ୍ ଆମର ସମସ୍ତ ପାପ କ୍ଷମା ହୋଇଅଛି। ଈଶ୍ୱରଙ୍କ ଅନୁଗ୍ରହ କେଡ଼େ ମହାନ୍!


ପବନର ଗତିରେ ଓ ତରଙ୍ଗର ଧକ୍କାରେ ଇତସ୍ତତଃ ହେଉଥିବା ଶିଶୁମାନଙ୍କ ପରି ଆମ୍ଭେମାନେ ଆଉ ଅସ୍ଥିର ହେବା ନାହିଁ। ଅନ୍ୟମାନଙ୍କୁ ବିପଥଗାମୀ କରାଉଥିବା ପ୍ରତାରକମାନଙ୍କର କୌଶଳପୂର୍ଣ୍ଣ ଶିକ୍ଷାରେ ଆମେ ବିଚଳିତ ହେବ ନାହିଁ।


ନରକରେ ସେମାନଙ୍କ ଜୀବନର ସମାପ୍ତି ଘଟିବାକୁ ଯାଉଛି, କାରଣ ଶାରୀରିକ ଲାଳସା ହିଁ ସେମାନଙ୍କର ଦେବତା। ଯାହା ଲଜ୍ଜାଜନକ, ସେମାନେ ତାହା ଲାଗି ଗର୍ବ କରନ୍ତି; କେବଳ ଜାଗତିକ ବିଷୟବସ୍ତୁ ପାଇଁ ସେମାନେ ଚିନ୍ତା କରନ୍ତି।


ଯେଉଁମାନେ ବିଶେଷ ଦର୍ଶନ, ଛଳ ନମ୍ରତା ଓ ସ୍ୱର୍ଗଦୂତ ପୂଜା ଉପରେ ଗୁରୁତ୍ୱ ଦେଇ ଆତ୍ମବଡ଼ିମା କରନ୍ତି, ସେମାନଙ୍କୁ ଦେଖି ତୁମ୍ଭେମାନେ ନିଜକୁ ହୀନ ମନେ କର ନାହିଁ। ଏହିପରି ଲୋକମାନେ ନିଜର ମାନବୀୟ ଚିନ୍ତା ଦ୍ୱାରା ଅହେତୁକ ଗର୍ବରେ ସ୍ଫୀତ ହୋଇଥାଆନ୍ତି।


ସାବଧାନ, କେହି ଯେପରି ତୁମକୁ ମନୁଷ୍ୟର ବିଭ୍ରାନ୍ତିକର ଅସାର ଜ୍ଞାନ ଦ୍ୱାରା ବଶୀଭୂତ ନ କରେ। ସେହି ସବୁ ଜ୍ଞାନ ଖ୍ରୀଷ୍ଟଙ୍କ ଶିକ୍ଷାରୁ ଆସି ନ ଥାଏ। ତାହା ମନୁଷ୍ୟ ସମାଜର ପାରମ୍ପରିକ ଶିକ୍ଷା ଓ ବିଶ୍ୱସ ଉପରେ କର୍ତ୍ତୃତ୍ୱ କରୁଥିବା ଅଶରୀରୀ ଶକ୍ତିମାନଙ୍କ ଶିକ୍ଷାର ଫଳ।


ଯେଉଁ ବ୍ୟକ୍ତି ତା’ର ଆତ୍ମୀୟ ସ୍ୱଜନ ତଥା ନିଜ କୁଟୁମ୍ବର ଯତ୍ନ ନିଏ ନାହିଁ, ସେ ଆମ ଧର୍ମବିଶ୍ୱାସକୁ ପ୍ରତ୍ୟାଖ୍ୟାନ କରୁଛି - ଅବିଶ୍ୱାସୀମାନଙ୍କଠାରୁ ସେ ଅଧିକ ନିନ୍ଦନୀୟ।


ଦିନ ଆସିବ, ଯେତେବେଳେ ଲୋକେ ସତ୍ଶିକ୍ଷାକୁ କର୍ଣ୍ଣପାତ କରିବେ ନାହିଁ - ସେମାନେ କେବଳ ନିଜ ନିଜର ଅଭିଳାଷ ଚରିତାର୍ଥ କରିବା ପାଇଁ ଲାଳାୟିତ ହେବେ ଏବଂ ଏ ଦିଗରେ ସେମାନଙ୍କୁ ସମର୍ଥନ କରୁଥିବା ଭଣ୍ଡ ଶିକ୍ଷକମାନଙ୍କୁ ସେମାନେ ସ୍ୱାଗତ କରିବେ।


ସେମାନଙ୍କୁ ଏଥିରୁ ନିବୃତ୍ତ କରିବାକୁ ହେବ, କାରଣ ସେମାନେ ନିର୍ଲ୍ଲଜ୍ଜ ଭାବରେ କେବଳ ଅର୍ଥ ଲାଭ ଉଦ୍ଦେଶ୍ୟରେ ଅବାନ୍ତର ଶିକ୍ଷା ଦେଇ ଅନେକ ପରିବାର ମଧ୍ୟରେ ଅଶାନ୍ତି ସୃଷ୍ଟି କରୁଛନ୍ତି।


ବିଭେଦ ସୃଷ୍ଟି କରୁଥିବା ବ୍ୟକ୍ତିକୁ ଦୁଇ ଥର ସତର୍କବାଣୀ ଶୁଣାଇ ଦିଅ। ତେବେ ସୁଦ୍ଧା ସେ ଯଦି ନ ଶୁଣେ, ତା’ ସହିତ ସମ୍ପର୍କ ତୁଟାଇ ଦିଅ।


ତାହାହେଲେ, ଯିଏ ଈଶ୍ୱରଙ୍କ ପୁତ୍ରଙ୍କୁ ହେୟ ଜ୍ଞାନ କରେ, ଈଶ୍ୱରଙ୍କ ନୂତନ ନିୟମର ରକ୍ତ ଦ୍ୱାରା ପାପ ମୋଚନ ସୁଯୋଗ ପାଇଥିବା ସତ୍ତେ୍ୱତାକୁ ତୁଚ୍ଛ ମନେ କରେ ଏବଂ ନଅୁଗ୍ରହଦାତା ପବିତ୍ରଆତ୍ମାଙ୍କୁ ଅପମମାନ କରେ, ତାହାର ଦଶା କ’ଣ ନ ହେବ? ଭାବି ଦେଖ, ସେ କେତେ ଅଧିକ ଦଣ୍ଡନୀୟ ହେବ।


ବର୍ତ୍ତମାନେ ତୁମ୍ଭେମାନେ ତାଙ୍କୁ ନ ଦେଖିଥିଲେ ହଁ ପ୍ରେମ କରୁଛ ଓ ତାଙ୍କଠାରେ ବିଶ୍ୱାସ କରୁଛ।


ଏହି ଶଠ ଶିକ୍ଷକଗଣ ଧନଲୋଭରେ ମନଗଢ଼ା ଗଳ୍ପ କହି ଲାଭ ଉଠାଇବେ। କିନ୍ତୁ ଅନେକ ଦିନରୁ ଏମାନେ ବିଚାରିତ ହୋଇ ଆସିଛନ୍ତି ଓ ଏମାନଙ୍କ ବିନାଶର ଦିନ ଘନେଇ ଆସୁଛି।


ଯେଉଁମାନେ ତୁମ୍ଭମାନଙ୍କୁ ପ୍ରତାରଣା କରିବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କ ବିଷୟରେ ତୁମ୍ଭମାନଙ୍କୁ ସତର୍କ କରି ଦେଉଛି।


ପ୍ରିୟ ବନ୍ଧୁଗଣ! ଈଶ୍ୱରଙ୍କ ଆତ୍ମା ପ୍ରାପ୍ତ ହୋଇଛନ୍ତି ବୋଲି ଯେଉଁମାନେ କହନ୍ତି, ସେ ସମସ୍ତଙ୍କୁ ବିଶ୍ୱାସ କର ନାହିଁ; ସେମାନେ ପାଇଥିବା ଆତ୍ମଶ, ବାସ୍ତବରେ ଈଶ୍ୱରଙ୍କଠାରୁ ଆଗତ କି ନୁହେଁ, ପ୍ରଥମେ ପରୀକ୍ଷା କରି ଦେଖ। କାରଣ ଏବେ ଅନେକ ଭଣ୍ଡ ଭାବବାଦୀ ସର୍ବତ୍ର ବିଚରଣ କରୁଛନ୍ତି।


ସେମାନେ ତୁମ୍ଭମାନଙ୍କୁ କହୁଥିଲେ, “ଶେଷ ଦିନମାନଭ୍କରେ କୁଅଭିଳାଷପୂର୍ଣ୍ଣ ଈଶ୍ବର-ବିରୋଧୀ ଲୋକମାନେ ବାହାରି ତୁମ୍ଭମାନଙ୍କୁ ପରିହାସ କରିବେ।”


କେତେକ ଅଧାର୍ମିକ ଲୋକ ଅଲକ୍ଷିତ ଭାବରେ ତୁମ୍ଭମାନଙ୍କ ମଧ୍ୟରେ ପ୍ରବେଶ କରିଛନ୍ତି। ସେମାନେ ନିଜର ଅନୈତିକ କାର୍ଯ୍ୟକଳାପକୁ ସମର୍ଥନ କରିବା ପାଇଁ ଈଶ୍ୱରଙ୍କ “ଅନୁଗ୍ରହ” ବିଷୟକ ବାର୍ତ୍ତା ବିକୃତ ଅର୍ଥ କରୁଛନ୍ତି। ଆମର ଏକମାତ୍ର ଗୁରୁ ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ସେମାନେ ଅସ୍ୱୀକାର କରୁଛନ୍ତି। ସେମାନଙ୍କ ପ୍ରତି ନିରୂପିତ ହୋଇଥିବା ଦଣ୍ଡ ବିଧାନ ସମ୍ପର୍କରେ ବହୁ ପୂର୍ବରୁ ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି।


ଏବଂ ପ୍ରଥମ ପଶୁର ଉପସ୍ଥିତିରେ ଏହିପରି ବହୁ ଅଲୌକିକ କର୍ମମାନ କରି ପୃଥ୍ୱୀବାସୀ ସମସ୍ତଙ୍କୁ ପ୍ରତାରଣା କଲା। ଖଡ଼୍ଗାହତ ହୋଇ ଆରୋଗ୍ୟ ଲାଭ କରିଥିବା ପ୍ରଥମ ପଶୁଟିର ସମ୍ମାନାର୍ଥେ ତାହାର ଏକ ପ୍ରତିମୂର୍ତ୍ତି ନିର୍ମାଣ କରିବା ପାଇଁ ଦ୍ୱିତୀୟ ପଶୁଟି ଲୋକମାନଙ୍କୁ ଆଦେଶ ଦେଲା।


ମୁଁ ଜାଣେ, ତୁମେ ଶୟତାନର ସିଂହାସନ ନିକଟରେ ବାସ କରୁଅଛ। କିନ୍ତୁ ତୁମେ ମୋ’ ପ୍ରତି ବିଶ୍ୱସ୍ତ, ଏପରି କି ଶୟତାନର ବାସସ୍ଥଳୀରେ ଯେତେବେଳେ ମୋର ଜଣେ ବିଶ୍ୱସ୍ତ ଦାସ ଆଣ୍ଟିପାସ୍‌ଙ୍କୁ ହତ୍ୟା କରାଗଲା, ସେତେବେଳେ ସୁଦ୍ଧା ତୁମର ବିଶ୍ୱାସ ପରିତ୍ୟାଗ କରି ନ ଥିଲ।


ତୁମର ଦୁର୍ଦ୍ଦଶା ସବୁ ମୋତେ ଜଣା; ମୁଁ ମଧ୍ୟ ଜାଣେ ଯେ, ତୁମେ ଦରିଦ୍ର; କିନ୍ତୁ ପ୍ରକୃତରେ ତୁମେ ଧନୀ। ଯେଉଁମାନେ ନିଜକୁ ଇହୁଦୀ ବୋଲି କହନ୍ତି, କିନ୍ତୁ ପ୍ରକୃତରେ ଇହୁଦୀ ନୁହଁନ୍ତି ଓ ଯେଉଁମାନେ ଶୟତାନର ଅନୁଗାମୀ, ସେମାନେ କିପରି ତୁମର ଅପବାଦ କରି କଥା କହିଛନ୍ତି, ତାହା ମୁଁ ଜାଣେ।


ତୁମ କାର୍ଯ୍ୟକଳାପ ମୁଁ ଜାଣେ; ଏ ପର୍ଯ୍ୟନ୍ତ ତୁମର ଯତ୍କିଞ୍ଚିତ୍ ଶକ୍ତି ରହିଛି, ଏହା ମଧ୍ୟ ଜାଣେ; ତୁମେ ମୋର ଶିକ୍ଷା ପାଳନ କରି ଆସିଛ ଏବଂ ମୋ’ ପ୍ରତି ବିଶ୍ୱସ୍ତ ରହିଛ। ତେଣୁ ମୁଁ ତୁମ ସମ୍ମୁଖରେ ଏକ ଦ୍ୱାର ଖୋଲିଛି। ତାହା କେହି ବନ୍ଦ କରିପାରିବ ନାହିଁ।


ସେମାନେ ଗୋଟିଏ ନୂଆ ଗୀତ ଗାଇଥିଲେ: “ପାଣ୍ଡୁଲିପି ଗ୍ରହଣ କରି ତାହାର ମୋହର ଭାଙ୍ଗିବାକୁ ତୁମେ ହିଁ ଯୋଗ୍ୟ: କାରଣ ତୁମେ ନିହତ ହୋଇଥିଲ ଏବଂ ତୁମ ମୃତ୍ୟୁ ଦ୍ୱାରା, ସମସ୍ତ ଗୋଷ୍ଠୀ, ଭାଷାବାଦୀ, ରାଷ୍ଟ୍ର ଓ ଜାତି ମଧ୍ୟରୁ ଈଶ୍ୱରଙ୍କ ନିମନ୍ତେ ଲୋକମାନଙ୍କୁ କ୍ରୟ କରିଛ।


ସେମାନେ ଉଚ୍ଚ ସ୍ୱରରେ ଚିକ୍ରାର କରି କହୁଥିଲେ, “ସର୍ବତୋଭାବେ ପବିତ୍ର ଓ ସତ୍ୟମୟ ପ୍ରଭୁ ଈଶ୍ୱର! ପୃଥିବୀରେ ଯେଉଁମାନେ ଆମକୁ ହତ୍ୟା କରିଥିଲେ, ସେମାନଙ୍କୁ ବିଚାର କରି ଶାସ୍ତି ଦେବାକୁ ଆଉ କେତେ କାଳ ବିଳମ୍ବ କରିବ?”


Lean sinn:

Sanasan


Sanasan