Biblia Todo Logo
Bìoball air-loidhne

- Sanasan -




୧ ତୀମଥି 6:11 - ପବିତ୍ର ବାଇବଲ (CL) NT (BSI)

11 ତୁମେ ଈଶ୍ୱରଙ୍କ ଭକ୍ତ - ସୁତରାଂ ଏ ସମସ୍ତଠାରୁ ତୁମେ ଦୂରେଇ ରୁହ। ଧାର୍ମିକତା, ଈଶ୍ୱରପରାୟଣତା, ବିଶ୍ୱାସ, ପ୍ରେମ, ସହିଷ୍ଣୁତା ଓ ସୌଜନ୍ୟ ପ୍ରଭୃତି ସଦ୍ଗୁଣରେ ପରିପୂର୍ଣ୍ଣ ହେବାକୁ ଚେଷ୍ଟା କର।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

11 କିନ୍ତୁ ହେ ଈଶ୍ଵରଙ୍କ ଲୋକ, ତୁମ୍ଭେ ଏହି ସମସ୍ତରୁ ପଳାୟନ କରି ଧାର୍ମିକତା, ଈଶ୍ଵରପରାୟଣତା, ବିଶ୍ଵାସ, ପ୍ରେମ, ଧୈର୍ଯ୍ୟ ଓ ସହିଷ୍ଣୁତାର ଅନୁଗାମୀ ହୁଅ।

Faic an caibideil Dèan lethbhreac

ଓଡିଆ ବାଇବେଲ

11 କିନ୍ତୁ ହେ ଈଶ୍ୱରଙ୍କ ଲୋକ, ତୁମ୍ଭେ ଏହି ସମସ୍ତଠାରୁ ପଳାୟନ କରି ଧାର୍ମିକତା, ଈଶ୍ୱରପରାୟଣତା, ବିଶ୍ୱାସ,ପ୍ରେମ, ଧୈର୍ଯ୍ୟ, ସହିଷ୍ଣୁତା ଓ ନମ୍ରତାର ଅନୁଗାମୀ ହୁଅ ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 କିନ୍ତୁ ହେ ଈଶ୍ବରଙ୍କ ଲୋକ, ତୁମ୍ଭେ ଏହି ସମସ୍ତଠାରୁ ପଳାୟନ କରି ଧାର୍ମିକତା, ଈଶ୍ବରପରାୟଣତା, ବିଶ୍ୱାସ, ପ୍ରେମ, ଧୈର୍ଯ୍ୟ, ସହିଷ୍ଣୁତା ଓ ନମ୍ରତାର ଅନୁଗାମୀ ହୁଅ।

Faic an caibideil Dèan lethbhreac

ପବିତ୍ର ବାଇବଲ

11 କିନ୍ତୁ ତୁମ୍ଭେ ଜଣେ ପରମେଶ୍ୱରଙ୍କର ଲୋକ। ଅତଏବ ତୁମ୍ଭେ ସେହିସବୁ ବିଷୟଠାରୁ ଦୂରରେ ରହିବା କଥା। ଧାର୍ମିକ ଭାବରେ ରହିବା ପାଇଁ ଚେଷ୍ଟା କର, ପରମେଶ୍ୱରଙ୍କ ଉପାସନା କର। ତୁମ୍ଭ ଜୀବନରେ ବିଶ୍ୱାସ, ପ୍ରେମ, ଧୈର୍ଯ୍ୟ, ଭଦ୍ର ଆଚରଣ କରିବା ପାଇଁ ଚେଷ୍ଟା କର।

Faic an caibideil Dèan lethbhreac




୧ ତୀମଥି 6:11
40 Iomraidhean Croise  

ତେଣୁ ଆସ, ପରସ୍ପର ମଧ୍ୟରେ ଶାନ୍ତି ପ୍ରତିଷ୍ଠା କରିବାକୁ ଓ ନିଷ୍ଠା ଜନ୍ମାଇବା ପାଇଁ ଯାହା ସବୁ ଆବଶ୍ୟକ, ସେଥିପ୍ରତି ଳକ୍ଷ୍ୟ ରଖିବା।


ସୁତରାଂ ପ୍ରିୟ ବନ୍ଧୁଗଣ, ତୁମ୍ଭେମାନେ ପ୍ରତିମା ପୂଜା ପରିହାର କର।


ତେଣୁ ପ୍ରେମ ନିମିତ୍ତ ତୁମ୍ଭେମାନେ ଉଦ୍ଯୋଗୀ ହୁଅ। ଅନ୍ୟାନ୍ୟ ଆତ୍ମିକ ଦାନ ପାଇବା, ବିଶେଷତଃ ଈଶ୍ୱରଙ୍କ ବାର୍ତ୍ତା ପ୍ରଚାର କରିବା, ତୁମ୍ଭମାନଙ୍କ ଆନ୍ତରିକ କାମନା ହେଉ।


କାମୁକତାଠାରୁ ଦୂରରେ ରୁହ। ଅନ୍ୟ କୌଣସି ପାପ ମନୁଷ୍ୟର ଶରୀରକୁ କଳୁଷିତ କରେ ନାହିଁ। କିନ୍ତୁ ବ୍ୟଭିଚାରୀ ନିଜ ଶରୀର ବିରୁଦ୍ଧରେ ପାପ କରେ।


ଆମ ପ୍ରଭୁଙ୍କ ପ୍ରଚୁର ଅନୁଗ୍ରହରୁ ମୁଁ ତାଙ୍କଠାରେ ବିଶ୍ୱାସ ଓ ଭକ୍ତିରେ ଆବଦ୍ଧ ହୋଇଛି।


ତୁମେ ନିଜର କଥାବାର୍ତ୍ତା, ଆଚରଣ, ପ୍ରେମ, ବିଶ୍ୱାସ ଓ ଚରିତ୍ରର ନିର୍ମଳତାରେ ଆଦର୍ଶ ଦେଖାଇ ପାରିଲେ, ଅଳ୍ପ ବୟସ୍କ ହୋଇଥିଲେ ସୁଦ୍ଧା ତୁମକୁ ମଣ୍ଡଳୀରେ କେହି ଅବଜ୍ଞା କରିପାରିବେ ନାହିଁ।


ପିଲାମାନଙ୍କର ଉଚିତ୍ ଯତ୍ନ ନେବା, ଅଭ୍ୟାଗତମାନଙ୍କୁ ଆତିଥ୍ୟ କରିବା, ଖ୍ରୀଷ୍ଟୀୟ ଭାଇ ଭଉଣୀମାନଙ୍କ ପ୍ରତି ନମ୍ର ଆଚରଣ କରିବା, ଦୁର୍ଦ୍ଦଶାପନ୍ନ ଲୋକମାନଙ୍କୁ ସାହାଯ୍ୟ କରିବା ଇତ୍ୟାଦି ସତ୍କାର୍ଯ୍ୟ ଲାଗି ଯେଉଁମାନେ ସମାଜରେ ଖ୍ୟାତି ଲାଭ କରିଥିବେ।


ବତ୍ସ ତୀମଥି, ତୁମ ଉପରେ ନ୍ୟସ୍ତ ହୋଇଥିବା ଦାୟିତ୍ୱ ବିଶ୍ୱସ୍ତ ଭାବରେ ପାଳନ କର। କେହି କେହି ଧର୍ମଭାବଶୂନ୍ୟ ନିର୍ବୋଧ ବାକ୍ଚାତୁରୀକୁ “ଜ୍ଞାନ” ବୋଲି ମନେକରି ପ୍ରକୃତ ଧର୍ମବିଶ୍ୱାସରୁ ସ୍ଖଳିତ ହେଉଛନ୍ତି - ଏ ସମସ୍ତରୁ ତୁମେ ଦୂରେଇ ରୁହ। ପ୍ରଭୁ ତୁମ ସମସ୍ତଙ୍କୁ ତାଙ୍କର ଅନୁଗ୍ରହ ପ୍ରଦାନ କରନ୍ତୁ।


ଯେ କେହି ସବୁ ପାପ ମନ୍ଦରୁ ନିଜକୁ ଶୁଚି ରଖେ, ସେ ପ୍ରଭୁଙ୍କ ବିଶେଷ କାର୍ଯ୍ୟରେ ବ୍ୟବହୃତ ହେବ, କାରଣ ସେ ପ୍ରଭୁଙ୍କଠାରେ ଅନୁରକ୍ତ, ତାଙ୍କ ପାଇଁ ସେ ଆବଶ୍ୟକ। ଯେ କୌଣସି ମହତ୍ କାର୍ଯ୍ୟରେ ବିନିଯୁକ୍ତ ହେବା ପାଇଁ ସେ ପ୍ରସ୍ତୁତ।


ଯେଉଁମାନେ ନିର୍ମଳ ହୃଦୟରେ ଈଶ୍ୱରଙ୍କ ସାହାଯ୍ୟ ପ୍ରାର୍ଥନା କରୁଥାନ୍ତି, ସେମାନଙ୍କ ସଂସ୍ପର୍ଶରେ ରହି ତୁମେ ଯୌବନର ଉତ୍ତେଜନାଗୁଡ଼ିକୁ ଆୟତ୍ତ କର - ପୁଣି ଧାର୍ମିକତା, ବିଶ୍ୱସ୍ତତା, ପ୍ରେମ ଓ ଶାନ୍ତି ପ୍ରତିଷ୍ଠା ପାଇଁ କାର୍ଯ୍ୟ କର।


ତୁମେ ମୋର ଶିକ୍ଷା, ମୋର ଆଚରଣ ଓ ମୋ’ ଜୀବନର ଲକ୍ଷ୍ୟ ଅନୁସରଣ କରିଛ। ମୋର ବିଶ୍ୱାସ, ଧୈର୍ଯ୍ୟ, ପ୍ରେମ, ସହନଶୀଳତା, ମୋର ନିର୍ଯ୍ୟାତନା ଓ ଦୁଃଖଭୋଗ ତୁମେ ନିରୀକ୍ଷଣ କରିଛ। ତୁମେ ଜାଣିଛ, କିପରି ଆଣ୍ଟିୟୋଖ, ଇକନିୟ ଓ ଲୁସ୍ତ୍ରାରେ ମୁଁ ଭୀଷଣ ନିର୍ଯ୍ୟାତନା ସହ୍ୟ କରିଥିଲି। କିନ୍ତୁ କିପରି ସେ ସବୁରୁ ପ୍ରଭୁ ମୋତେ ଉଦ୍ଧାର କରିଛନ୍ତି।


ଏହି ଧର୍ମଶାସ୍ତ୍ର ସାହାଯ୍ୟରେ ଈଶ୍ୱରଙ୍କ ସେବକ ସବୁ ପ୍ରକାର ସତ୍କାର୍ଯ୍ୟ କରିବା ପାଇଁ ଆବଶ୍ୟକୀୟ ଶକ୍ତି ଓ ଯୋଗ୍ୟତା ଲାଭ କରିପାରିବ।


ସମସ୍ତଙ୍କ ସହ ଶାନ୍ତିରେ ବାସ କରିବାକୁ ଓ ପବିତ୍ର ଜୀବନ ଯାପନ କରିବାକୁ ଉଦ୍ୟମ କର; କାରଣ ତାହା ବ୍ୟତୀତ କେହି ପ୍ରଭୁଙ୍କର ଦର୍ଶନ ଲାଭ କରିବ ନାହିଁ।


ସେ ଦୁଷ୍ଟତାରୁ ବିମୁଖ ହୋଇ ସତ୍କର୍ମ କରୁ ଓ ଆନ୍ତରିକତା ସହ ଶାନ୍ତି କାମନା କାୁ।


Lean sinn:

Sanasan


Sanasan