Biblia Todo Logo
Bìoball air-loidhne

- Sanasan -




୧ ତୀମଥି 5:8 - ପବିତ୍ର ବାଇବଲ (CL) NT (BSI)

8 ଯେଉଁ ବ୍ୟକ୍ତି ତା’ର ଆତ୍ମୀୟ ସ୍ୱଜନ ତଥା ନିଜ କୁଟୁମ୍ବର ଯତ୍ନ ନିଏ ନାହିଁ, ସେ ଆମ ଧର୍ମବିଶ୍ୱାସକୁ ପ୍ରତ୍ୟାଖ୍ୟାନ କରୁଛି - ଅବିଶ୍ୱାସୀମାନଙ୍କଠାରୁ ସେ ଅଧିକ ନିନ୍ଦନୀୟ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

8 କିନ୍ତୁ ଯଦି କେହି ଆପଣା ଆତ୍ମୀୟ, ବିଶେଷରେ ଆପଣା ପରିବାରର ତତ୍ତ୍ଵ ନ ନିଏ, ସେ ବିଶ୍ଵାସମତ ଅସ୍ଵୀକାର କରିଅଛି, ଆଉ ସେ ଅବିଶ୍ଵାସୀଠାରୁ ଅଧମ ଅଟେ,।

Faic an caibideil Dèan lethbhreac

ଓଡିଆ ବାଇବେଲ

8 କିନ୍ତୁ ଯଦି କେହି ଆପଣା ଆତ୍ମୀୟ, ବିଶେଷରେ ଆପଣା ପରିବାରର ଦାୟିତ୍ୱ ନ ନିଏ, ସେ ବିଶ୍ୱାସମତ ଅସ୍ୱୀକାର କରିଅଛି, ଆଉ ସେ ଅବିଶ୍ୱାସୀଠାରୁ ଅଧମ ଅଟେ ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 କିନ୍ତୁ ଯଦି କେହି ଆପଣା ଆତ୍ମୀୟ, ବିଶେଷରେ ଆପଣା ପରିବାରର ଦାୟିତ୍ୱ ନ ନିଏ, ସେ ବିଶ୍ୱାସମତ ଅସ୍ୱୀକାର କରିଅଛି, ଆଉ ସେ ଅବିଶ୍ୱାସୀଠାରୁ ଅଧମ ଅଟେ।

Faic an caibideil Dèan lethbhreac

ପବିତ୍ର ବାଇବଲ

8 ନିଜର ଆତ୍ମୀୟ ସମସ୍ତଙ୍କର ଯତ୍ନ ନେବା ଜଣେ ଲୋକର କର୍ତ୍ତବ୍ୟ ଅଟେ। ଏପରିକି ଆଉ ମଧ୍ୟ ସେ ନିଜ ପରିବାରର ଯତ୍ନ ନେବା ଅଧିକ ଗୁରୁତ୍ୱପୂର୍ଣ୍ଣ। ଯଦି ଜଣେ ଲୋକ ସେହିପରି କରୁ ନାହିଁ, ତା'ହେଲେ ସେ ଲୋକ ସତ୍ୟ ବିଶ୍ୱାସକୁ ଅନୁସରଣ କରୁ ନାହିଁ। ସେହି ଲୋକ ଜଣେ ଅବିଶ୍ୱାସୀଠାରୁ ମଧ୍ୟ ଖରାପ।

Faic an caibideil Dèan lethbhreac




୧ ତୀମଥି 5:8
19 Iomraidhean Croise  

ତେବେ ମଧ୍ୟ ଯଦି ସେ ତୁମ କଥାକୁ ଭ୍ରୁକ୍ଷେପ କରେ ନାହିଁ, ଏହି ବିଷୟ ଉପାସକ ମଣ୍ଡଳୀକୁ ଜଣାଇ ଦିଅ। ପରିଶେଷରେ ସେ ଯଦି ମଣ୍ଡଳୀ କଥା ମଧ୍ୟ ଶୁଣିବ ନାହିଁ, ତେବେ ତାକୁ ଜଣେ କରଆଦାୟକାରୀ ବା ଜଣେ ବିଜାତୀୟ ବୋଲି ମନେ କରି ତା’ ସହିତ ସମ୍ପର୍କ ତୁଟାଇ ଦିଅ।


ତୁମ୍ଭେ ନିଜର ଦୋଷ ଦୁର୍ବଳତା ସତ୍ତେ୍ୱ ପିଲାମାନଙ୍କୁ ଭଲ ଜିନିଷ ଦେଇଥାଅ। ଯେଉଁମାନେ ଈଶ୍ୱରଙ୍କୁ ମାଗନ୍ତି, ସେ ସେମାନଙ୍କୁ ଆହୁରି କେତେ ଭଲ ଜିନିଷ ପ୍ରଚୁରଭାବେ ନ ଦେବେ?


ଯଦି ମୁଁ ଆସି ଏସବୁ ବିଷୟ ସେମାନଙ୍କୁ ବୁଝାଇ ନ ଥାଆନ୍ତି, ତେବେ ସେମାନେ ଦେଷୀ ହୋଇ ନ ଥା’ନ୍ତେ; କିନ୍ତୁ ଏବେ ଏହି ପାପାଚରଣ ପାଇଁ ସେମାନେ କୌଣସି ଆଳ ଦେଖାଇ ପାରିବେ ନାହିଁ।


ତାଙ୍କ ନିକଟକୁ ନ ଯାଇ ଜଣେ ଭାଇ ଅନ୍ୟ ଭାଇ ବିରୁଦ୍ଧରେ ଅଦାଲତରେ ନାଲିସ୍ କରୁଛି, ଅଣବିଶ୍ୱାସୀମାନେ ଏହାର ବିଚାର କରୁଛନ୍ତି।


ତୃତୀୟ ଥର ପାଇଁ ତୁମ୍ଭମାନଙ୍କ ନିକଟକୁ ଯିବା ନିମନ୍ତେ ମୁଁ ପ୍ରଦ୍ତୁତ ହେଉଅଛି। ମୁଁ ପ୍ରସ୍ତୁତ ହେଉଅଛି। ମୁଁ ତୁମଠାରୁ କୌଣସି ବଷୟ ଦାବୀ କରିବି ନାହିଁ। ମୁଁ ତୁମ୍ଭମାନଙ୍କୁ ଚାହେଁ। ତୁମ୍ଭମାନଙ୍କର ଧନ ସମ୍ପତ୍ତି ନୁହେଁ। କାରଣ ପିତାମାତାଙ୍କ ନିମନ୍ତେ ସନ୍ତାନସନ୍ତତି ସଞ୍ଚୟ କରଥାନ୍ତି।


ଖ୍ରୀଷ୍ଟ ଓ ଶୟତାନ କରିପରି ଏକମତ ହେବେ? ବିଶ୍ୱାସୀ ସହିତ ଅବିଶ୍ୱାସୀ କେଉଁ ବିଷୟରେ ଏକମତ ହୋଇପାରିବ?


ତେଣୁ ଯେତେ ଥର ସୁଯୋଗ ପାଉଛୁ, ସବୁବେଳେ ସମସ୍ତଙ୍କର, ବିଶେଷରେ ଯେଉଁମାନେ ଆମ ବିଶ୍ୱାସୀ ପରିବାରଭୁକ୍ତ, ସେମାନଙ୍କର ମଙ୍ଗଳ କରିବା ଆମର ଉଚିତ।


କଷ୍ଟଭୋଗରେ ଯଦି ଅବିଚଳିତ ରହିଥିବୁ, ତାଙ୍କ ସହିତ ଆମ୍ଭେମାନେ ରାଜତ୍ୱ କରିବୁ। ତାଙ୍କୁ ଅସ୍ୱୀକାର କଲେ, ସେ ମଧ୍ୟ ଆମ୍ଭମାନଙ୍କୁ ଅସ୍ୱୀକାର କରିବେ।


ଧର୍ମର ପ୍ରକୃତ ଶକ୍ତିକୁ ଅସ୍ୱୀକାର କରି ସେମାନେ ବାହ୍ୟିକ ଧର୍ମକର୍ମକୁ ସର୍ବସ୍ୱ ମନେ କରିବେ। ଏମାନଙ୍କଠାରୁ ତୁମେ ନିଜକୁ ଦୂରେଇ ରଖ।


ସେମାନେ ଈଶ୍ୱରଙ୍କୁ ଜାଣିଛନ୍ତି ବୋଲି ଜୋର କରି କହନ୍ତି, କିନ୍ତୁ କାର୍ଯ୍ୟତଃ ସେମାନେ ଏ କଥା ଅସ୍ୱୀକାର କରନ୍ତି। ସେମାନେ ବିଦ୍ୱେଷପୂର୍ଣ୍ଣ ଏବଂ ଦୁର୍ଦ୍ଦାନ୍ତ - କୌଣସି ସତ୍କାର୍ଯ୍ୟ ସାଧନ କରିବାକୁ ସେମାନେ ଯୋଗ୍ୟ ନୁହନ୍ତି।


ଅତୀତରେ ଯେପରି ଲୋକମାନଙ୍କ ମଧ୍ୟରେ ଶଡ ମଭାବବାଦୀମାନେ ଦେଖା ଦେଇଥିଲେ, ଠିକ୍ ସେହିପରି ତୁମ ମଧ୍ୟରେ ଶଠ ଶିକ୍ଷକମାନେ ବାହାରିବେ। ସେମାନେ ବିନଷ୍ଟକାରୀ ଭ୍ରାନ୍ତ ତତ୍ତ୍ୱ ଶିକ୍ଷା ଦେବେ ଏବଂ ଯେଉଁ ପ୍ରଭୁ ସେମାନଙ୍କୁ ମୁକ୍ତି ଦେଇ ଅଛନ୍ତି, ତାଙ୍କୁ ଅସ୍ୱୀକାର କରିବେ। ତେଣୁ ଅକସ୍ମାତ୍ ସେମାନଙ୍କର ବିନାଶ ଘଟିବ।


କେତେକ ଅଧାର୍ମିକ ଲୋକ ଅଲକ୍ଷିତ ଭାବରେ ତୁମ୍ଭମାନଙ୍କ ମଧ୍ୟରେ ପ୍ରବେଶ କରିଛନ୍ତି। ସେମାନେ ନିଜର ଅନୈତିକ କାର୍ଯ୍ୟକଳାପକୁ ସମର୍ଥନ କରିବା ପାଇଁ ଈଶ୍ୱରଙ୍କ “ଅନୁଗ୍ରହ” ବିଷୟକ ବାର୍ତ୍ତା ବିକୃତ ଅର୍ଥ କରୁଛନ୍ତି। ଆମର ଏକମାତ୍ର ଗୁରୁ ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ସେମାନେ ଅସ୍ୱୀକାର କରୁଛନ୍ତି। ସେମାନଙ୍କ ପ୍ରତି ନିରୂପିତ ହୋଇଥିବା ଦଣ୍ଡ ବିଧାନ ସମ୍ପର୍କରେ ବହୁ ପୂର୍ବରୁ ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି।


ମୁଁ ଜାଣେ, ତୁମେ ଶୟତାନର ସିଂହାସନ ନିକଟରେ ବାସ କରୁଅଛ। କିନ୍ତୁ ତୁମେ ମୋ’ ପ୍ରତି ବିଶ୍ୱସ୍ତ, ଏପରି କି ଶୟତାନର ବାସସ୍ଥଳୀରେ ଯେତେବେଳେ ମୋର ଜଣେ ବିଶ୍ୱସ୍ତ ଦାସ ଆଣ୍ଟିପାସ୍‌ଙ୍କୁ ହତ୍ୟା କରାଗଲା, ସେତେବେଳେ ସୁଦ୍ଧା ତୁମର ବିଶ୍ୱାସ ପରିତ୍ୟାଗ କରି ନ ଥିଲ।


ତୁମ କାର୍ଯ୍ୟକଳାପ ମୁଁ ଜାଣେ; ଏ ପର୍ଯ୍ୟନ୍ତ ତୁମର ଯତ୍କିଞ୍ଚିତ୍ ଶକ୍ତି ରହିଛି, ଏହା ମଧ୍ୟ ଜାଣେ; ତୁମେ ମୋର ଶିକ୍ଷା ପାଳନ କରି ଆସିଛ ଏବଂ ମୋ’ ପ୍ରତି ବିଶ୍ୱସ୍ତ ରହିଛ। ତେଣୁ ମୁଁ ତୁମ ସମ୍ମୁଖରେ ଏକ ଦ୍ୱାର ଖୋଲିଛି। ତାହା କେହି ବନ୍ଦ କରିପାରିବ ନାହିଁ।


Lean sinn:

Sanasan


Sanasan