Biblia Todo Logo
Bìoball air-loidhne

- Sanasan -




୧ ତୀମଥି 4:6 - ପବିତ୍ର ବାଇବଲ (CL) NT (BSI)

6 ସତ୍ୟ ଉପରେ ପ୍ରତିଷ୍ଠିତ ଆମ ଧର୍ମବିଶ୍ୱାସ ଓ ତତ୍ତ୍ୱରେ ଅନୁପ୍ରାଣିତ ହୋଇ ତୁମେ ଯଦି ମଣ୍ଡଳୀର ଭାଇମାନଙ୍କୁ ଏହି ସବୁ ଶିକ୍ଷା ଦାନ କର, ତୁମେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ସୁଦକ୍ଷ ସେବକ ହେବ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

6 ଏହି ସମସ୍ତ ବିଷୟ ତୁମ୍ଭେ ଭାଇମାନଙ୍କୁ ଶିକ୍ଷା ଦେଲେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ଉତ୍ତମ ସେବକ ହେବ, ପୁଣି ତୁମ୍ଭେ ଯେଉଁ ବିଶ୍ଵାସ ଓ ଉତ୍ତମ ଶିକ୍ଷାର ଅନୁଗାମୀ ହୋଇ ଆସିଅଛ, ତତ୍ସମ୍ଵନ୍ଧୀୟ ବାକ୍ୟ ଦ୍ଵାରା ପରିପୁଷ୍ଟ ହେବ;

Faic an caibideil Dèan lethbhreac

ଓଡିଆ ବାଇବେଲ

6 ଏହି ସମସ୍ତ ବିଷୟ ତୁମ୍ଭେ ଭାଇମାନଙ୍କୁ ଶିକ୍ଷା ଦେଲେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ଉତ୍ତମ ସେବକ ହେବ, ପୁଣି, ତୁମ୍ଭେ ଯେଉଁ ବିଶ୍ୱାସ ଓ ଉତ୍ତମ ଶିକ୍ଷାର ଅନୁଗାମୀ ହୋଇ ଆସିଅଛ, ସେହି ବାକ୍ୟ ଦ୍ୱାରା ପରିପୃଷ୍ଟ ହେବ;

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ଏହି ସମସ୍ତ ବିଷୟ ତୁମ୍ଭେ ଭାଇମାନଙ୍କୁ ଶିକ୍ଷା ଦେଲେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ଉତ୍ତମ ସେବକ ହେବ, ପୁଣି, ତୁମ୍ଭେ ଯେଉଁ ବିଶ୍ୱାସ ଓ ଉତ୍ତମ ଶିକ୍ଷାର ଅନୁଗାମୀ ହୋଇ ଆସିଅଛ, ସେହି ବାକ୍ୟ ଦ୍ୱାରା ପରିପୁଷ୍ଟ ହେବ;

Faic an caibideil Dèan lethbhreac

ପବିତ୍ର ବାଇବଲ

6 ସେଠାରେ ଥିବା ଭାଇ ଓ ଭଉଣୀମାନଙ୍କୁ ଏ କଥା କୁହ। ଏପରି କରିବା ଦ୍ୱାରା ତୁମ୍ଭେ ଖ୍ରୀଷ୍ଟ ଯୀଶୁଙ୍କର ଭଲ ସେବକ ବୋଲି ପ୍ରମାଣିତ ହେବ। ତୁମ୍ଭେ ପ୍ରମାଣ କରିବ ଯେ ତୁମ୍ଭେ ଅନୁସରଣ କରିଥିବା ବିଶ୍ୱାସର ଶିକ୍ଷାଗୁଡ଼ିକ ଦ୍ୱାରା ଶକ୍ତିଶାଳୀ ହୋଇଛ।

Faic an caibideil Dèan lethbhreac




୧ ତୀମଥି 4:6
39 Iomraidhean Croise  

ଯୀଶୁ ସେମାନଙ୍କୁ କହିଲେ, “ଯେପରି ଜଣେ ଗୃହସ୍ଥ ତା’ର ଭଣ୍ଡାର ଘରୁ ଆବଶ୍ୟକ ଅନୁସରେ ନୂତନ ଓ ପୁରାତନ ଦ୍ରବ୍ୟ ବାହାର କରେ, ସ୍ୱର୍ଗରାଜ୍ୟ ପାଇଁ ତାଲିମ ପାଇଥିବା ଜଣେ ଧର୍ମଗୁରୁ ଠିକ୍ ସେହିପରେ କରେ।”


ତେଣୁ ମହାଭାଗ, ମୁଁ ଯତ୍ନ ସହକାରେ ଆରମ୍ଭରୁ ଏହିସବୁ ବିଷୟ ଅନୁଧ୍ୟାନ କରିଥିବାରୁ ତୁମ ନିକଯକୁ ଏହାର ଏକ ଧାରାବାହିକ ବିବରଣୀ ଲେଖିବାକୁ ଉଚିତ ମନେକଲି।


କିଛିଦିନ ପରେ ପ୍ରାୟ ଏକଶହ କୋଡ଼ିଏ ଜଣ ବିଶ୍ୱାସୀମାନଙ୍କ ଏକ ସଭାରେ ପିତର ଛିଡ଼ା ହୋଇ କହିଲେ:


ସେତେବେଳେ ସତର୍କ ରୁହ, ମୁଁ ଯେ ଦିନ ରାତି ଅଶ୍ରୁ ଢାଳି ତିନି ବର୍ଷ ପର୍ଯ୍ୟନ୍ତ ତୁମ ପ୍ରତ୍ୟେକଙ୍କୁ ଶିକ୍ଷା ଦେଇଛି, ଏ କଥା ସ୍ମରଣରେ ରଖ।


‘ପାଇବାଠାରୁ ଦାନ କରିବାରେ ଅଧିକ ଆନନ୍ଦ ଥାଏ’, ସ୍ୱୟଂ ପ୍ରଭୁ ଯୀଶୁଙ୍କର ଏହି ବାକ୍ୟକୁ ସ୍ମରଣ କରି ଏହି ପ୍ରକାର କଠିଣ ପରିଶ୍ରମ ଦ୍ୱାରା ଆମେ ଦୁର୍ବଳ ଲୋକମାନଙ୍କୁ ସାହାଯ୍ୟ କରିବା ଉଚିତ, ଏ ସମ୍ପର୍କରେ ମୁଁ ସବୁବେଳେ ତୁମ୍ଭମାନଙ୍କୁ ଆଦର୍ଶ ଦେଖାଇଛି।”


ଏହି ପତ୍ରରେ ତୁମ୍ଭମାନଙ୍କୁ କେତେକ ବିଷୟ ପ୍ରତି ସଚେତନ କରାଇବା ପାଇଁ ମୁଁ ସାହାସୀ ହୋଇଛି,


ଖ୍ରୀଷ୍ଟୀୟ ଜୀବନରେ ମୋର ଅତି ପ୍ରିୟ ଓ ବିଶ୍ୱସ୍ତ ସନ୍ତାନ ତୀମଥିଙ୍କୁ ତୁମ ନିକଟକୁ ପଠାଉଛି। ମୁଁ ଖ୍ରୀଷ୍ଟଙ୍କଠାରେ ରହି ଯେଉଁ ନୂତନ ଜୀବନଯାପନ କରୁଛି ଏବଂ ସର୍ବତ୍ର ସମସ୍ତ ମଣ୍ଡଳୀମାନଙ୍କରେ ଯେଉଁ ସବୁ ଶିକ୍ଷା ଦେଉଛି, ତାହା ସେ ତୁମ୍ଭମାନଙ୍କୁ ସ୍ମରଣ କରାଇ ଦେବେ।


ସେମାନେ କ’ଣ ଖ୍ରୀଷ୍ଟଙ୍କ ସେବକ? ମୁଁ ପାଗଳ ପରି କହୁଛି, ମୁଁ ସେମାଦଙ୍କଠାରୁ ଶ୍ରେଷ୍ଠରେ ସେବକ। ମୁଁ ସେମାନଙ୍କଠାରୁ ଅଧିକ ପରିଶ୍ରମ କରିଛି, ଅଧିକ କାରାବରଣ କରିଛି ଓ ବେତମାଡ଼ ସହିଛି ଏବଂ ଅଧିକ ଥର ପ୍ରାଣ ବିପନ୍ନ କରିଛି।


ନୂତନ ନିୟମକୁ ପାଳକ କରିବା ନିମନ୍ତେ ଈଶ୍ୱର ଅମ୍ଭମାନଙ୍କୁ ଯୋଗ୍ୟ କରିଛନ୍ତି। ଏହି ନିୟମ ଲିଖିତ ନୁହେଁ, ମାତ୍ର ଆତ୍ମାଙ୍କ ନିୟମ ଜୀବନ ସଞ୍ଚାର କରେ।


ବରଂ, ଆମେ ସବୁ ଅବସ୍ଥାରେ ନିଜକୁ ଈଶ୍ୱରଙ୍କ ସେବକ ରୂପେ ପରିଚିତ କରାଉଛୁ। ଅସୀମ ଧୈର୍ଯ୍ୟ ସହକାରେ ଆମେ ସବୁ ପ୍ରକାର କ୍ଳେଶ, ଅନାଟନ ଓ କଷ୍ଟ ସହ୍ୟ କରିଛୁ;


ମୋର ଅବସ୍ଥା ସମ୍ବନ୍ଧରେ ତୁମ୍ଭେମାନେ ଯେପରି ଜାଣି ପାରିବ, ସେଥିପାଇଁ ଆମ ପ୍ରିୟ ଭାଇ ଓ ପ୍ରଭୁଙ୍କ କାର୍ଯ୍ୟ କରୁଥିବା ବିଶ୍ୱସ୍ତ ସେବକ ତୁଖିୟ ମୋ’ ବିଷୟରେ ତୁମ୍ଭମାନଙ୍କୁ ସବୁ କଥା କହିବେ।


କେବଳ ତାଙ୍କର ମୋ’ ପରି ମନୋଭାବ ଓ ସେ ପ୍ରକୃତରେ ତୁମ୍ଭମାନଙ୍କ ପ୍ରତି ମନୋଯୋଗୀ।


ତୁମେ ଜାଣ, ତୀମଥି କିପରି ତାଙ୍କର ଯୋଗ୍ୟତା ପ୍ରମାଣିତ କରିଛନ୍ତି, କିପରି ସେ ଆଉ ମୁଁ ପୁତ୍ର ଓ ପିତା ପରି ସୁସମାଚାର ପ୍ରଚାର କାର୍ଯ୍ୟରେ ମିଳିମିଶି ଉଦ୍ୟମ କରୁଛୁ।


ସେ ଯାହାହେଉ, ଆଜିଯାଏ ଆମ୍ଭେମାନେ ଯେଉଁ ନିୟମାବଳି ମାନି ଆସିଛୁ, ସେହି ଅନୁଯାୟୀ ଏବେ ଆଗେଇ ଯିବା ଉଚିତ।


ଶରୀରର ମସ୍ତକ ସ୍ୱରୂପ ଖ୍ରୀଷ୍ଟଙ୍କଠାରୁ ସେମାନେ ବିଚ୍ଛିନ୍ନ ହୋଇଛନ୍ତି। ତାଙ୍କ ନିୟନ୍ତ୍ରଣରେ ଅଙ୍ଗପ୍ରତ୍ୟେଙ୍ଗଗୁଡ଼ିକ ସନ୍ଧି ଓ ଶିରା ପ୍ରଶିରା ଦ୍ୱାରା ପରସ୍ପର ସହିତ ସଂଲଗ୍ନ ହୋଇ ପରିପୁଷ୍ଟ ହୁଏ ଏବଂ ଶରୀର ଈଶ୍ୱରଙ୍କ ଅଭିମତ ଅନୁଯାୟୀ ବୃଦ୍ଧି ପାଏ।


ଖ୍ରୀଷ୍ଟଙ୍କ ବାର୍ତ୍ତାର ପ୍ରଚୁର ଐଶ୍ୱର୍ଯ୍ୟ ତୁମ ଅନ୍ତରରେ ବାସ କରୁ। ଜ୍ଞାନର ସହିତ ପରସ୍ପରକୁ ଶିକ୍ଷା ଓ ପରାମର୍ଶ ଦିଅ। ସ୍ତବ, ସ୍ତୁତି ଓ ସଂକୀର୍ତ୍ତନ କର। ଅନ୍ତରର କୃତଜ୍ଞତା ସହ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଗାନ, ଭଜନ କର।


ପ୍ରଭୁଙ୍କ କାର୍ଯ୍ୟରେ ବିଶ୍ୱସ୍ତ କର୍ମୀ ଓ ମୋର ସହକର୍ମୀ ପ୍ରିୟ ଭାଇ ତୁଖିକ ମୋ’ ସମ୍ପର୍କରେ ତୁମ୍ଭମାନଙ୍କୁ ସମସ୍ତ ବିଷୟ ଜଣାଇବେ।


କିନ୍ତୁ ତୁମକୁ ବଳିଷ୍ଠ କରିବାକୁ ଓ ତୁମର ବିଶ୍ୱାସ ଦୃଢ଼ କରିବା ପାଇଁ ତୁମ ନିକଟକୁ ଆମ ଭାଇ ତୀମଥିଙ୍କୁ ପଠାଇବୁ। ସେ ଆମ ସହିତ ଖ୍ରୀଷ୍ଟଙ୍କ ଶୁଭ ବାର୍ତ୍ତା ପ୍ରଚାର କରି ଈଶ୍ୱରଙ୍କ ସେବା କରୁଛନ୍ତି।


ନରହତ୍ୟା, ଲମ୍ପଟତା, ଅସ୍ୱାଭାବିକ, କାମୁକତା, ମନୁଷ୍ୟ ଅପହରଣ ଓ ମିଥ୍ୟା ସାକ୍ଷ୍ୟ ଦାନରେ ଯେଉଁମାନେ ଅଭ୍ୟସ୍ତ, ସ୍ଥୂଳତଃ ଯେଉଁମାନେ ସମସ୍ତ ସତ୍ଶିକ୍ଷାରେ ବିରୁଦ୍ଧାଚରଣ କରନ୍ତି, ସେମାନଙ୍କ ନିମନ୍ତେ ବ୍ୟବସ୍ଥା ଉଦ୍ଦିଷ୍ଟ।


ତାହାହେଲେ, ତୁମେ ନିଜେ ପରିତ୍ରାଣ ପାଇବ ଓ ଅନ୍ୟମାନଙ୍କ ପରିତ୍ରାଣ ପ୍ରାପ୍ତିର ସହାୟକ ହେବ।


ଯେଉଁମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଶିକ୍ଷା ସହିତ ସାମଞ୍ଜସ୍ୟ ନ ଥିବା ଏବଂ ଆମ ଧର୍ମଶିକ୍ଷାର ବିରୋଧ କରୁଥିବା ଅନ୍ୟ ପ୍ରକାର ମତ ପ୍ରଚାର କରନ୍ତି,


ମୁଁ ତୁମ ଉପରେ ହସ୍ତାର୍ପଣ କଲାବେଳେ ତୁମେ ଈଶ୍ୱରଙ୍କଠାରୁ ଯେଉଁ ଶକ୍ତି ପାଇଥିଲ, ତାକୁ ସଜୀବ ରଖିବାକୁ ମୁଁ ତୁମକୁ ସ୍ମରଣ କରାଇ ଦେଇଛି।


ତୁମେ ମୋର ଶିକ୍ଷା, ମୋର ଆଚରଣ ଓ ମୋ’ ଜୀବନର ଲକ୍ଷ୍ୟ ଅନୁସରଣ କରିଛ। ମୋର ବିଶ୍ୱାସ, ଧୈର୍ଯ୍ୟ, ପ୍ରେମ, ସହନଶୀଳତା, ମୋର ନିର୍ଯ୍ୟାତନା ଓ ଦୁଃଖଭୋଗ ତୁମେ ନିରୀକ୍ଷଣ କରିଛ। ତୁମେ ଜାଣିଛ, କିପରି ଆଣ୍ଟିୟୋଖ, ଇକନିୟ ଓ ଲୁସ୍ତ୍ରାରେ ମୁଁ ଭୀଷଣ ନିର୍ଯ୍ୟାତନା ସହ୍ୟ କରିଥିଲି। କିନ୍ତୁ କିପରି ସେ ସବୁରୁ ପ୍ରଭୁ ମୋତେ ଉଦ୍ଧାର କରିଛନ୍ତି।


ଦିନ ଆସିବ, ଯେତେବେଳେ ଲୋକେ ସତ୍ଶିକ୍ଷାକୁ କର୍ଣ୍ଣପାତ କରିବେ ନାହିଁ - ସେମାନେ କେବଳ ନିଜ ନିଜର ଅଭିଳାଷ ଚରିତାର୍ଥ କରିବା ପାଇଁ ଲାଳାୟିତ ହେବେ ଏବଂ ଏ ଦିଗରେ ସେମାନଙ୍କୁ ସମର୍ଥନ କରୁଥିବା ଭଣ୍ଡ ଶିକ୍ଷକମାନଙ୍କୁ ସେମାନେ ସ୍ୱାଗତ କରିବେ।


ଆମ ଧର୍ମତତ୍ତ୍ୱଗୁଡ଼ିକୁ ନିର୍ଭୁଲ ଭାବରେ ଶିକ୍ଷା ଦିଅ।


ମିଥ୍ୟା ଓ କପଟତା, ଈର୍ଷା ଓ ପରନିନ୍ଦା ପରିହାର କର। ନବଜାତ ଶିଶୁ ପରି ହୁଅ। ସର୍ବଦା ବିଶୁଦ୍ଧ ଆଧ୍ୟାତ୍ମିକ ଦୁଗ୍ଧ ପାନ କରିବା ପାଇଁ ତୃଷିତ ହୁଅ। ସର୍ବଦା ବୃଦ୍ଧି ପାଇ ପରିତ୍ରାଣ ପାଇବ।


ଯେ କେହି ଖ୍ରୀଷତଟଙ୍କ ଶିକ୍ଷଶର ପରିସର ଭିତରେ ନ ରହି ବାହାରକୁ ଚାଲିଯାଏ, ସେ ଈଶ୍ବରଙ୍କଠାରୁ ବିଚ୍ଛିନ୍ନ ହୋଇଛି। ଯେ କେହି ଖ୍ରୀଷ୍ଟଙ୍କ ଶିକ୍ଷଶରେ ଦୃଢ଼ ରହେ, ସେ ଈଶ୍ୱର ଓ ତାଙ୍କ ପୁତ୍ର ଉଭୟଙ୍କ ସହିତ ସଂଯୁକ୍ତ ହୋଇ ରହିଛି।


ଏକଦା ଈଶ୍ରାଲୀୟମାନଙ୍କୁ ଈଶ୍ୱର କିପରି ମିସର ଦେଶରୁ ଉଦ୍ଧାର କରି ଆଣିଥିଲେ, କିନ୍ତୁ ପରେ ସେମାନଙ୍କ ମଧ୍ୟରେ ଥିବା ଅବିଶ୍ୱାସୀମାନଙ୍କୁ ବିନଷ୍ଟ କରିଥିଲେ, ତୁମେ ଏ ସବୁ କଥା ଜାଣିଥଲେ ସୁଦ୍ଧା; ତାହା ମୁଁ ତୁମକୁ ସ୍ମରଣ କରାଇ ଦେବାକୁ ଚାହେଁ।


Lean sinn:

Sanasan


Sanasan