Biblia Todo Logo
Bìoball air-loidhne

- Sanasan -




୧ ତୀମଥି 4:3 - ପବିତ୍ର ବାଇବଲ (CL) NT (BSI)

3 ବିବାହ କରିବା ଏବଂ କୌଣସି କୌଣସି ଖାଦ୍ୟ ପଦାର୍ଥ ଖାଇବା ଅନୁଚିତ ବୋଲି ସେମାନେ କହୁଛନ୍ତି। କିନ୍ତୁ ଯେଉଁ ଖ୍ରୀଷ୍ଟବିଶ୍ୱାସୀମାନେ ସତ୍ୟ ଉପଲବ୍ଧି କରିଛନ୍ତି, ସେମାନେ ଈଶ୍ୱର ସୃଷ୍ଟି କରିଥିବା ସକଳ ଖାଦ୍ୟ ପଦାର୍ଥ ପାଇଁ ତାଙ୍କୁ ଧନ୍ୟବାଦ ଜଣାଇ ତାହା ନିଶ୍ଚିନ୍ତ ମନରେ ଭୋଜନ କରିପାରିବେ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

3 ସେହି ମିଥ୍ୟାବାଦୀମାନେ ବିବାହ ନିଷେଧ କରନ୍ତି, ପୁଣି ବିବିଧ ଖାଦ୍ୟ ପଦାର୍ଥରୁ ପୃଥକ୍ ରହିବା ନିମନ୍ତେ ଶିକ୍ଷା ଦିଅନ୍ତି। ବିଶ୍ଵାସୀ ଓ ସତ୍ୟ ଜାଣିଥିବା ଲୋକମାନଙ୍କ ଦ୍ଵାରା ଧନ୍ୟବାଦ ସହ ଭୋଜନ କରାଯିବା ନିମନ୍ତେ ଈଶ୍ଵର ଏସବୁ ତ ସୃଷ୍ଟି କରିଅଛନ୍ତି।

Faic an caibideil Dèan lethbhreac

ଓଡିଆ ବାଇବେଲ

3 ସେହି ମିଥ୍ୟାବାଦୀମାନେ ବିବାହ ନିଷେଧ କରନ୍ତି, ପୁଣି, ବିଭିନ୍ନ ଖାଦ୍ୟ ପଦାର୍ଥରୁ ଅଲଗା ରହିବା ନିମନ୍ତେ ଶିକ୍ଷା ଦିଅନ୍ତି । ବିଶ୍ୱାସ ଓ ସତ୍ୟ ଜାଣିଥିବା ଲୋକମାନଙ୍କ ଦ୍ୱାରା ଧନ୍ୟବାଦ ସହ ଭୋଜନ କରାଯିବା ନିମନ୍ତେ ଈଶ୍ୱର ଏସବୁ ତ ସୃଷ୍ଟି କରିଅଛନ୍ତି ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ସେହି ମିଥ୍ୟାବାଦୀମାନେ ବିବାହ ନିଷେଧ କରନ୍ତି, ପୁଣି, ବିଭିନ୍ନ ଖାଦ୍ୟ ପଦାର୍ଥରୁ ଅଲଗା ରହିବା ନିମନ୍ତେ ଶିକ୍ଷା ଦିଅନ୍ତି। ବିଶ୍ୱାସୀ ଓ ସତ୍ୟ ଜାଣିଥିବା ଲୋକମାନଙ୍କ ଦ୍ୱାରା ଧନ୍ୟବାଦ ସହ ଭୋଜନ କରାଯିବା ନିମନ୍ତେ ଈଶ୍ବର ଏସବୁ ତ ସୃଷ୍ଟି କରିଅଛନ୍ତି।

Faic an caibideil Dèan lethbhreac

ପବିତ୍ର ବାଇବଲ

3 ସେମାନେ ଲୋକମାନଙ୍କୁ ବିବାହ କରିବା ଅନୁଚିତ୍ ବୋଲି କହନ୍ତି। ସେମାନେ ଲୋକମାନଙ୍କୁ ଏ କଥା ମଧ୍ୟ କୁହନ୍ତି ଯେ କେତେକ ଖାଦ୍ୟ ଅଛି, ଯାହାକୁ ଆଦୌ ଖାଇବା ଉଚିତ୍ ନୁହେଁ। କିନ୍ତୁ ସେ ଖାଦ୍ୟଗୁଡ଼ିକୁ ପରମେଶ୍ୱର ସୃଷ୍ଟି କରିଛନ୍ତି। ଅତଏବ ଯେଉଁମାନେ ବିଶ୍ୱାସୀ ଏବଂ ସତ୍ୟକୁ ଜାଣନ୍ତି, ସେମାନେ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଇ ସେହି ଖାଦ୍ୟ ଖାଇ ପାରିବେ।

Faic an caibideil Dèan lethbhreac




୧ ତୀମଥି 4:3
30 Iomraidhean Croise  

ଲୋକମାନଙ୍କୁ ଘାସ ଉପରେ ବସିବାକୁ କହି ଯୀଶୁ ସେହି ପଞ୍ଚଟି ରୋଟୀ ଓ ଦୁଇଟି ମାଛକୁ ନେଲେ ଓ ସ୍ୱର୍ଗଆଡ଼କୁ ଚାହିଁ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ। ପୁଣି ସେ ରୋଟୀଗୁଡ଼ିକୁ ଖଣ୍ଡ ଖଣ୍ଡ କରି ଶିଷ୍ୟମାନଙ୍କ ହାତକୁ ବଢ଼ାଇ ଦେଲେ। ଶିଷ୍ୟମାନେ ସେହିସବୁ ନେଇ ଲୋକମାନଙ୍କ ଭିତରେ ବାଣ୍ଟିଦେଲେ।


ମନୁଷ୍ୟର ମୁଖ ଦେଇ ଯାହା ତା’ ଭିତରକୁ ଯାଏ, ତାହା ତାକୁ ଅପବିତ୍ର କରେ ନାହିଁ; ବରଂ ଯାହା ତା’ ଭିତରୁ ବାହାରକୁ ଆସେ, ତାହା ତାକୁ ଅପବିତ୍ର କରେ।”


ତା’ପରେ ସେ ସେହି ସାତୋଟି ରୋଟୀ ଓ ମାଛ ନେଇ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ ଓ ସେଗୁଡ଼ିକୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ଶିଷ୍ୟମାନଙ୍କୁ ଦେଲେ। ଶିଷମାନେ ତାହା ଲୋକମାନଙ୍କ ମଧ୍ୟରେ ବାଣ୍ଟିଲେ।


ସେମାନଙ୍କ ସହିତ ସେ ଭୋଜନରେ ବସିଲେ, ରୋଟୀ ନେଇ ଆଶୀର୍ବାଦ କଲେ ଓ ତାକୁ ଭାଙ୍ଗି ସେମାନଙ୍କୁ ଦେଲେ।


ଯେଉଁଠାରେ ଯୀଶୁ ପ୍ରାର୍ଥନା କରି ଲୋକମାନଙ୍କୁ ରୋଟୀ ଖାଇବାକୁ ଦେଇଥିଲେ, ତିବିରିଆରୁ ଆଉ କେତୋଟି ନୌକା ସେହି ସ୍ଥାନ ନିକଟରେ ପହଞ୍ôଚଲା।


ଏହା କହି ପାଉଲ ଧନ୍ୟବାଦ ଦେଇ ରୋଟୀ ଭାଙ୍ଗି ଖାଇଲେ।


ଈଶ୍ୱରଙ୍କ ରାଜ୍ୟର ବିଶେଷତ୍ୱ ଖାଦ୍ୟ ବା ପେୟ ନୁହେଁ। ତାହା ପବିତ୍ରଆତ୍ମାଙ୍କ ଦ୍ୱାରା ପ୍ରଦତ୍ତ ଧାର୍ମିକତା, ଶାନ୍ତି ଓ ଆନନ୍ଦ।


ଯେ କୌଣସି ଖାଦ୍ୟ ଖାଇବାକୁ ଯାହାର ଆପତ୍ତି ନାହି, ସେ ନିରାମିଷାଶୀକୁ ଦୋଷୀ ମନେ ନ କରୁ। କାରଣ ଈଶ୍ୱର ତାକୁ ମଧ୍ୟ ଗ୍ରହଣ କରିଛନ୍ତି।


ଯେ ଗୋଟିଏ ଦିବସକୁ ଉକ୍ରୃଷ୍ଟ ବୋଲି ଭାବେ, କେବଳ ପ୍ରଭୁଙ୍କ ଗୌରବାର୍ଥେ ସେ ତା’ କରୁ। ଯାହାର କୌରସି ଖାଦ୍ୟ ଖାଇବା ପାଇଁ ଆପତ୍ତି ନାହିଁ, ଈଶ୍ୱରଙ୍କୁ ଧନ୍ୟବାଦ ଦେଇ ସେ ତାହା ଖାଉ; ତଦ୍ଦ୍ୱାରା ଈଶ୍ୱର ଗୌରବାନ୍ୱିତ ହେବେ। ଯେଉଁ ବ୍ୟକ୍ତି କୌଣସି ଖାଦ୍ୟରୁ ନିବୃତ୍ତ ହୁଏ, ସେ ଏହା ଈଶ୍ୱରଙ୍କ ଗୌରବ ନିମନ୍ତେ କରୁ ଓ ଏଥିପାଇଁ ଈଶ୍ୱରଙ୍କୁ ଧନ୍ୟବାଦ ଦେଉ।


ଅନ୍ୟ କେହି କହିପାରେ, “ଖାଦ୍ୟ ଉଦର ପାଇଁ ଓ ଉଦର ଖାଦ୍ୟ ପାଇଁ ଉଦ୍ଦିଷ୍ଟ।” ସତ କଥା, କିନ୍ତୁ ଈଶ୍ୱର ଉଭୟକୁ ଲୋପ କରିବେ। ଶରୀର, କାମୁକତାରେ ବ୍ୟବହାର ନ ହୋଇ ପ୍ରଭୁଙ୍କ ସେବାରେ ବ୍ୟବହୃତ ହେଉ, କାରଣ ପ୍ରଭୁ ଶରୀରର ଆବଶ୍ୟକତା ପୂରଣ କରନ୍ତି।


ଅବଶ୍ୟ ବିବାହ କଲେ; ତୁମ୍ଭେମାନେ ପାପ କରିବ ନାହିଁ। ଅବିବାହିତ ସ୍ତ୍ରୀ ବିବାହ କଲେ କୌଣସି ପାପ କରେ ନାହିଁ। କିନ୍ତୁ ବିବାହିତ ଲୋକକୁ ସଂସାରର ବହୁ ଦୁଃଖ କଷ୍ଟ ସହ୍ୟ କରିବାକୁ ହୋଇଥାଏ। ଏ ଦୁର୍ଦ୍ଦଶା ସମୟରେ ସେଥିରୁ ତୁମ୍ଭେମାନେ ରକ୍ଷା ପାଅ, ଏହା ମୋର ଇଚ୍ଛା।


ଖାଦ୍ୟ ପଦାର୍ଥ ଦ୍ୱାରା ଈଶ୍ୱରଙ୍କ ସହିତ ଆମ ସମ୍ପର୍କରେ କିଛି ପରିବର୍ତ୍ତନ ଘଟେ ନାହିଁ। କୌଣସି ଖାଦ୍ୟ ପଦାର୍ଥ ଗ୍ରହଣ ନ କରିବା ଦ୍ୱାରା ଆମର କିଛି କ୍ଷତି ହୁଏ ନାହିଁ, କିମ୍ବା କୌଣସି ଖାଦ୍ୟ ପଦାର୍ଥ ଗ୍ରହଣ କରିବା ଦ୍ୱାରା ଆମର କିଛି ଲାଭ ହୁଏ ନାହିଁ।


ତେଣୁ କେହି ତୁମର ଖାଇବା, ପିଇବା, ପବିତ୍ର ତିଥି ବା ଅମାବାସ୍ୟା ଉତ୍ସବ, କିମ୍ବା ବିଶ୍ରାମବାର ବିଷୟରେ କୌଣସି ନିୟମ ପ୍ରସ୍ତୁତ ନ କରୁ।


ତୁମ୍ଭେମାନେ ବାକ୍ୟ ବା କାର୍ଯ୍ୟରେ ଯାହା କିଛି କର, ସେ ସମସ୍ତ ପ୍ରଭୁ ଯୀଶୁଙ୍କ ନାମରେ କରି ପିତା ଈଶ୍ୱରଙ୍କୁ ଧନ୍ୟବାଦ ଦିଅ। ନୂତନ ଜୀବନରେ ବ୍ୟକ୍ତିଗତ ସମ୍ପର୍କ


ସମସ୍ତେ ପାପରୁ ଉଦ୍ଧାର ପାଇ ସତ୍ୟ ଉପଲବ୍ଧି କରନ୍ତୁ, ଏହା ତାଙ୍କର ଇଚ୍ଛା।


ଈଶ୍ୱର ଯାହା ସୃଷ୍ଟି କରିଛନ୍ତି, ସେ ସମସ୍ତ ଉତ୍ତମ, ସେଥିରୁ କୌଣସିଟିକୁ ବର୍ଜନ କରାଯାଇପାରେ ନାହିଁ। ତାଙ୍କୁ ଧନ୍ୟବାଦ ଅର୍ପଣ କରି ତାଙ୍କର ସମସ୍ତ ଦାନକୁ କୃତଜ୍ଞତା ସହ ଗ୍ରହଣ କରିବା ଉଚିତ।


ସୁତରାଂ ମୋର ମତ ହେଉଛି, ଅଳ୍ପବୟସ୍କା ବିଧବାମାନେ ପୁନର୍ବିବାହ କରି ପୁତ୍ର କନ୍ୟାର ଜନନୀ ହୋଇ ଗୋଟିଏ ଗୋଟିଏ ସୁନ୍ଦର ନୂଆ ସଂସାର ଗଢ଼ନ୍ତୁ। ତାହାହେଲେ, ଆମ ବିପକ୍ଷରେ ଥିବା ଲୋକମାନେ ଏମାନଙ୍କୁ ନେଇ ସମ୍ପ୍ରଦାୟର କୁତ୍ସାରଟନା କରିବାକୁ ଅବକାଶ ପାଇବେ ନାହିଁ।


ବିବାହ ସମସ୍ତଙ୍କ ଦୃଷ୍ଟିରେ ମହତ୍ତ୍ୱପୂର୍ଣ୍ଣ ହେଉ, ସ୍ୱାମୀ ଓ ସ୍ତ୍ରୀ ପରସ୍ପର ପ୍ରତି ବିଶ୍ୱସ୍ତ ରହନ୍ତୁ। ଈଶ୍ୱର କାମକୁ ଓ ପାରଦାରିକମାନଙ୍କର ବିଚାର କରିବେ।


ନାନାଦି ଭ୍ରାନ୍ତିମୂଳକ ଧର୍ମଶିକ୍ଷା ତୁମ୍ଭମାନଙ୍କୁ ସତ୍ପଥରୁ ବିଚ୍ୟୁତ ନ କରୁ। ଈଶ୍ୱରଙ୍କ ଅନୁଗ୍ରହରୁ ଅନ୍ତରାତ୍ମା ପାଇଁ ଶକ୍ତି ସଂଗ୍ରହ କରିବା ମଙ୍ଗଳ, ଖାଦ୍ୟପେୟ ସମ୍ବନ୍ଧୀୟ ନିୟମ ପାଳନ ଦ୍ୱାରା ଏହା ହୋଇପାରେ ନାହିଁ।ଉକ୍ତ ବାହ୍ୟିକ ବିଧିସବୁ ପାଳନ କରୁଥିବା ଲୋକମାନେ ସେଥିରୁ କୌଣସି ଉପକାର ପାଇ ନାହିଁନ୍ନତି।


Lean sinn:

Sanasan


Sanasan