Biblia Todo Logo
Bìoball air-loidhne

- Sanasan -




୧ ତୀମଥି 3:7 - ପବିତ୍ର ବାଇବଲ (CL) NT (BSI)

7 ମଣ୍ଡଳୀ ବାହାରେ ସର୍ବସାଧାରଣରେ ମଧ୍ୟ ସେ ଜଣେ ସମ୍ମାନିତ ବ୍ୟକ୍ତି ଥିବେ, ସହଜରେ ଶୟତାନର ଫାନ୍ଦରେ ପଡ଼ି ସେ ଯେପରି ଅପମାନିତ ନ ହୁଅନ୍ତୁ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

7 ତାହାଙ୍କର ମଧ୍ୟ ବାହାର ଲୋକଙ୍କଠାରୁ ସୁଖ୍ୟାତି ପ୍ରାପ୍ତ ହେବା ଆବଶ୍ୟକ, କାଳେ ସେ ନିନ୍ଦା ପାଇ ଶୟତାନର ଫାନ୍ଦରେ ପଡ଼ିବେ।

Faic an caibideil Dèan lethbhreac

ଓଡିଆ ବାଇବେଲ

7 ତାହାଙ୍କର ମଧ୍ୟ ବାହାର ଲୋକଙ୍କଠାରୁ ସମ୍ମାନ ପ୍ରାପ୍ତ ହେବା ଆବଶ୍ୟକ, କାଳେ ସେ ନିନ୍ଦା ପାଇ ଶୟତାନର ଫାନ୍ଦରେ ପଡ଼ିବେ ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ତାହାଙ୍କର ମଧ୍ୟ ବାହାର ଲୋକଙ୍କଠାରୁ ସମ୍ମାନ ପ୍ରାପ୍ତ ହେବା ଆବଶ୍ୟକ, କାଳେ ସେ ନିନ୍ଦା ପାଇ ଶୟତାନର ଫାନ୍ଦରେ ପଡ଼ିବେ।

Faic an caibideil Dèan lethbhreac

ପବିତ୍ର ବାଇବଲ

7 ଯେଉଁମାନେ ମଣ୍ଡଳୀର ସଦସ୍ୟ ନୁହନ୍ତି, ବାହାରର ସେହି ଲୋକମାନଙ୍କର ମଧ୍ୟ, ଅଧ୍ୟକ୍ଷଙ୍କ ନିମନ୍ତେ ସମ୍ମାନ ଭାବ ଥିବା ଆବଶ୍ୟକ। ତହିଁରେ ସେ ଅନ୍ୟମାନଙ୍କ ଦ୍ୱାରା ସମାଲୋଚିତ ହେବେ ନାହିଁ କି ଶୟତାନର ଫାନ୍ଦରେ ପଡ଼ିବେ ନାହିଁ।

Faic an caibideil Dèan lethbhreac




୧ ତୀମଥି 3:7
21 Iomraidhean Croise  

ଯୀଶୁ ଉତ୍ତର ଦେଲେ, “ଈଶ୍ୱରଙ୍କ ରାଜ୍ୟର ନିଗୂଢ଼ ତତ୍ତ୍ୱ ତୁମ୍ଭମାନଙ୍କ ନିକଟରେ ପ୍ରକାଶ କରାଯାଇଛି। କିନ୍ତୁ ଅନ୍ୟମାନଙ୍କୁ ଏ ସମସ୍ତ ଗଳ୍ପ ଛଳରେ କୁହାଯାଇଛି। ସେଥିପାଇଁ -


ସେମାନେ ଉତ୍ତର ଦେଲେ, “ସେନାପତି କର୍ଣ୍ଣୀଲିୟ ଆମକୁ ପଠାଇଛନ୍ତି। ସେ ଜଣେ ଧର୍ମପ୍ରାଣ ବ୍ୟକ୍ତି। ସେ ଈଶ୍ୱରଙ୍କୁ ଆରାଧନା କରନ୍ତି ଓ ଇହୁଦୀମାନେ ସମସ୍ତେ ତାଙ୍କୁ ବିଶେଷ ଭକ୍ତି କରନ୍ତି। ଆପଣଙ୍କୁ ତାଙ୍କ ଘରକୁ ନିମନ୍ତ୍ରଣ କରି ଆପଣଙ୍କର ଶିକ୍ଷା ଶୁଣିବା ପାଇଁ ଈଶ୍ୱରଙ୍କ ଜଣେ ଦୂତ ତାଙ୍କୁ ଆଦେଶ ଦେଇଛନ୍ତି।”


“ସେହି ନଗରରେ ହନନିୟ ନାମକ ଜଣେ ଧାର୍ମିକ ଲୋକ ଥିଲେ। ସେ ଆମର ବ୍ୟବସ୍ଥା ପାଳନ କରୁଥିଲେ ଏବଂ ସେଠାରେ ବାସ କରୁଥିବା ଇହୁଦୀମାନେ ସମସ୍ତେ ତାଙ୍କୁ ବହୁତ ସମ୍ମାନ କରୁଥିଲେ।


ତେଣୁ ହେ ଭାଇମାନେ, ତୁମ୍ଭମାନଙ୍କ ମଧ୍ୟରୁ ପବିତ୍ରଆତ୍ମା ଓ ଜ୍ଞାନରେ ପରିପୂର୍ଣ୍ଣ ହୋଇଥିବା ସାତଜଣଙ୍କୁ ମନୋନୀତ କର। ଆମେ ସେମାନଙ୍କୁ ଏ ସମସ୍ତ ବିଷୟରେ ଦାୟିତ୍ୱ ଦେବା।


ତୁମ୍ଭେମାନେ ଅନ୍ୟ ଦେଶୀୟ, ଇହୁଦୀ କିମ୍ବା ଈଶ୍ୱରଙ୍କ ମଣ୍ଡଳୀ, କାହାରି ବିଘ୍ନ ସ୍ୱରୂପ ହୁଅ ନାହିଁ।


ତାହାର ଲୋକମାନଙ୍କ ବିଚାର କରିବାକୁ ମୁଁ କିଏ? ଈଶ୍ୱର ସେମାନଙ୍କର ବିଚାର କରିବେ।


ଯେଉଁ ସେବକତ୍ୱ ଆମେ ଗ୍ରହଣ କରିଛୁ, ତା’ର ଅପବାଦ ଯେପରି ନ ହୁଏ, ସେଥିପାଇଁ ଆମେ କାହାରି କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ନ କରିବାକୁ ଚେଷ୍ଟା କରୁଛୁ।


କାରଣ କେବଳ ପ୍ରଭୁଙ୍କ ସାକ୍ଷାତରେ ନୁହେଁ, ମାତ୍ର ମନୁଷ୍ୟ ସାକ୍ଷାତରେ ମଧ୍ୟ ସତ୍ ରହିବା ଆମର ଲକ୍ଷ୍ୟ।


ପ୍ରତ୍ୟେକ ସୁଯୋଗର ସଦୁପଯୋଗ କରି ଅଣବିଶ୍ୱାସୀମାନଙ୍କ ନିକଟରେ ବିଜ୍ଞତାର ସହ ଆଚରଣ କର।


ଏହିପରି କରିବା ଦ୍ୱାରା ତୁମେ ଅଣବିଶ୍ୱାସୀମାନଙ୍କଠାରୁ ମଧ୍ୟ ସମ୍ମାନ ପାଇବ ଓ ତୁମର ସମସ୍ତ ଆବଶ୍ୟକତା ପାଇଁ ଆତ୍ମନିର୍ଭରଶୀଳ ହୋଇପାରିବ।


ସମସ୍ତ ପ୍ରକାର ଅସତ୍ ବିଷୟଠାରୁ ଦୂରେଇ ରୁହ।


ସେ ବିଶ୍ୱାସରେ ପରିପକ୍ୱ ହୋଇଥିବ ଉଚିତ; ଅନ୍ୟଥା ଶୟତାନ ପରି ଗର୍ବରେ ସ୍ଫୀତ ହୋଇ ଦଣ୍ଡନୀୟ ହେବାର ଆଶଙ୍କା ରହିଛି।


ସୁତରାଂ ମୋର ମତ ହେଉଛି, ଅଳ୍ପବୟସ୍କା ବିଧବାମାନେ ପୁନର୍ବିବାହ କରି ପୁତ୍ର କନ୍ୟାର ଜନନୀ ହୋଇ ଗୋଟିଏ ଗୋଟିଏ ସୁନ୍ଦର ନୂଆ ସଂସାର ଗଢ଼ନ୍ତୁ। ତାହାହେଲେ, ଆମ ବିପକ୍ଷରେ ଥିବା ଲୋକମାନେ ଏମାନଙ୍କୁ ନେଇ ସମ୍ପ୍ରଦାୟର କୁତ୍ସାରଟନା କରିବାକୁ ଅବକାଶ ପାଇବେ ନାହିଁ।


ଧନସମ୍ପତ୍ତିର ଲୋଭ ମନୁଷ୍ୟକୁ ଅନେକ ପରୀକ୍ଷା ଓ କୁଚକ୍ରାନ୍ତ ଭିତରକୁ ଟାଣିନିଏ; ତା’ ମନରେ ବହୁ ତୁଚ୍ଛ ଅନିଷ୍ଟକର ଲାଳସା ଜାଗ୍ରତ କରି ତାକୁ ଧ୍ୱଂସ ଓ ସର୍ବନାଶ ଆଡ଼କୁ କଢ଼ାଇ ନିଏ।


ସେତେବେଳେ ପ୍ରକୃତିସ୍ଥ ହୋଇ ସେମାନଙ୍କୁ ବଶୀଭୂତ କରି ରଖିଥିବା ଶୟତାନ ଫାନ୍ଦରୁ ସେମାନେ ନିଷ୍କୃତି ପାଇବେ।


ସମସ୍ତେ ଡିମଂଟ୍ରିଅସ୍ଙ୍କ ପ୍ରଶଂସା କରୁଛନ୍ତି; ସତ୍ୟର ମାପକାଠି ଦ୍ୱାରା ସେ ପ୍ରଶଂସିତ। ଆମେ ମଧ୍ୟ ତାଙ୍କୁ ସମର୍ଥନ କରୁଛୁ। ତୁମେ ଜାଣିଛ, ଆମେ ଯାହା କହୁ, ତାହା ସବୁ ନିରାଟ ସତ୍ୟ।


Lean sinn:

Sanasan


Sanasan