୧ ତୀମଥି 2:7 - ପବିତ୍ର ବାଇବଲ (CL) NT (BSI)7 ସେହି ସତ୍ୟ ଓ ବିଶ୍ୱାସର ବାର୍ତ୍ତା ଅନ୍ୟାନ୍ୟ ଜାତି ନିକଟରେ ଘୋଷଣା କରିବା ପାଇଁ ମୁଁ ଜଣେ ଶିଷ୍ୟ ଓ ଗୁରୁ ରୂପେ ପ୍ରେରିତ ହୋଇଛି। ମୁଁ ମିଥ୍ୟା କହୁ ନାହିଁ - ଯାହା କହୁଛି, ତାହା ସବୁ ନିରାଟ ସତ୍ୟ। Faic an caibideilପବିତ୍ର ବାଇବଲ (Re-edited) - (BSI)7 ସେଥିସକାଶେ ମୁଁ ଜଣେ ପ୍ରଚାରକ, ପ୍ରେରିତ, ପୁଣି ବିଶ୍ଵାସ ଓ ସତ୍ୟ ସମ୍ଵନ୍ଧରେ ବିଜାତିମାନଙ୍କର ଜଣେ ଶିକ୍ଷକ ସ୍ଵରୂପେ ନିଯୁକ୍ତ ହେଲି, ମୁଁ ସତ୍ୟ କହୁଅଛି, ମିଥ୍ୟା କହୁ ନାହିଁ। Faic an caibideilଓଡିଆ ବାଇବେଲ7 ସେଥିପାଇଁ ମୁଁ ଜଣେ ପ୍ରଚାରକ, ପ୍ରେରିତ ପୁଣି, ବିଶ୍ୱାସ ଓ ସତ୍ୟ ବିଷୟରେ ଅଣଯିହୂଦୀମାନଙ୍କର ଜଣେ ଶିକ୍ଷକ ଭାବେ ନିଯୁକ୍ତ ହେଲି, ମୁଁ ସତ କହୁଅଛି, ମିଛ କହୁ ନାହିଁ । Faic an caibideilଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT7 ସେଥିପାଇଁ ମୁଁ ଜଣେ ପ୍ରଚାରକ, ପ୍ରେରିତ ପୁଣି, ବିଶ୍ୱାସ ଓ ସତ୍ୟ ବିଷୟରେ ଅଣଯିହୁଦୀମାନଙ୍କର ଜଣେ ଶିକ୍ଷକ ଭାବେ ନିଯୁକ୍ତ ହେଲି, ମୁଁ ସତ କହୁଅଛି, ମିଛ କହୁ ନାହିଁ। Faic an caibideilପବିତ୍ର ବାଇବଲ7 ସେ ଠିକ୍ ସମୟରେ ଆସିଥିଲେ। ସେଥିପାଇଁ ସୁସମାଗ୍ଭର କହିବା ପାଇଁ ମୁଁ ମନୋନୀତ ହୋଇଥିଲି। ମୁଁ ପ୍ରେରିତ ରୂପେ ମଧ୍ୟ ସେଥିପାଇଁ ମନୋନୀତ ହୋଇଥିଲି। ମୁଁ ମିଛ କହୁ ନାହିଁ, ମୁଁ ସତ୍ୟ କହୁଛି। ମୁଁ ଅଣଯିହୂଦୀମାନଙ୍କର ଶିକ୍ଷକ ହେବା ପାଇଁ ମନୋନୀତ ହୋଇଥିଲି। ବିଶ୍ୱାସ କରିବା ଓ ସତ୍ୟକୁ ଜାଣିବା ପାଇଁ ମୁଁ ସେମାନଙ୍କୁ ଶିକ୍ଷା ଦିଏ। Faic an caibideil |
ତଥାପି ଆମେ ଜାଣୁ, ବ୍ୟବସ୍ଥାର ଦାବୀସବୁ ପୂରଣ କରିବା ଦ୍ୱାରା ନୁହେଁ, କିନ୍ତୁ କେବଳ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଜଣେ ଈଶ୍ୱରଙ୍କ ଦୃଷ୍ଟିରେ ନିର୍ଦ୍ଦୋଷ ପରିଗଣିତ ହୁଏ। ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହେବା ପାଇଁ ଆମେ ଆଉ ବ୍ୟବସ୍ଥା ଉପରେ ନିର୍ଭର ନ କରି ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଛୁ, କାରଣ କେବଳ ବ୍ୟବସ୍ଥା ପାଳନ ଦ୍ୱାରା କେହି ଈଶ୍ୱରଙ୍କ ସମ୍ମୁଖରେ ଧାର୍ମିକ ଗଣିତ ହୋଇ ପାରିବ ନାହିଁ।