Biblia Todo Logo
Bìoball air-loidhne

- Sanasan -




୧ ତୀମଥି 2:15 - ପବିତ୍ର ବାଇବଲ (CL) NT (BSI)

15 କିନ୍ତୁ ବିଶ୍ୱାସ, ବାତ୍ସଲ୍ୟ, ପବିତ୍ରତା ଓ ବିନୟରେ ଅବିଚଳିତ ରହି ନାରୀ ଜନନୀ ହେବାର ସୌଭାଗ୍ୟ ପାଇବା ଦ୍ୱାରା ପରିତ୍ରାଣ ଲାଭ କରିପାରିବା।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

15 କିନ୍ତୁ ସେମାନେ ସୁବୁଦ୍ଧି ସହ ବିଶ୍ଵାସ, ପ୍ରେମ ଓ ପବିତ୍ରତାରେ ସ୍ଥିର ରହିଲେ, ସେ ସନ୍ତାନ ପ୍ରସବ କରିବା ଦ୍ଵାରା ପରିତ୍ରାଣ ପାଇବ।

Faic an caibideil Dèan lethbhreac

ଓଡିଆ ବାଇବେଲ

15 କିନ୍ତୁ ସେମାନେ ଉତ୍ତମ ବୁଦ୍ଧିର ସହ ବିଶ୍ୱାସ, ପ୍ରେମ ଓ ପବିତ୍ରତାରେ ସ୍ଥିର ରହିଲେ ସେ ସନ୍ତାନ ପ୍ରସବ କରିବା ଦ୍ୱାରା ପରିତ୍ରାଣ ପାଇବ ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 କିନ୍ତୁ ସେମାନେ ଉତ୍ତମ ବୁଦ୍ଧିର ସହ ବିଶ୍ୱାସ, ପ୍ରେମ ଓ ପବିତ୍ରତାରେ ସ୍ଥିର ରହିଲେ ସେ ସନ୍ତାନ ପ୍ରସବ କରିବା ଦ୍ୱାରା ପରିତ୍ରାଣ ପାଇବେ।

Faic an caibideil Dèan lethbhreac

ପବିତ୍ର ବାଇବଲ

15 କିନ୍ତୁ ସ୍ତ୍ରୀମାନେ ସନ୍ତାନ ପ୍ରସବ କରିବା ଦ୍ୱାରା ପରିତ୍ରାଣ ପାଇବେ। ସେମାନେ ନିରନ୍ତର ବିଶ୍ୱାସ, ପ୍ରେମ, ପବିତ୍ରତା ଓ ଆତ୍ମସଂଯମ ସହିତ ଜୀବନଯାପନ କଲେ, ମୁକ୍ତି ପାଇବେ।

Faic an caibideil Dèan lethbhreac




୧ ତୀମଥି 2:15
14 Iomraidhean Croise  

ସେ ଏକ ପୁତ୍ର ସନ୍ତାନ ପ୍ରସବ କଲେ ଓ ତାଙ୍କୁ ଲୁଗାରେ ଗୁଡ଼ାଇ ଗୁହାଳ କୁଣ୍ଡରେ ଶୁଆଇଲେ। କାରଣ ପାନ୍ଥଶାଳାରେ ସେମାନଙ୍କ ରହିବା ନିମନ୍ତେ ସ୍ଥାନ ନ ଥିଲା।


ଶରୀରର ଯେଉଁ ଅଙ୍ଗଗୁଡ଼ିକୁ ଆମେ ବିଶେଷ ପ୍ରୟୋଜନ ବୋଲି ମନେକରୁ ନାହୁଁ, ସେଗୁଡ଼ିକର ଆମେ ଅଧିକ ଯତ୍ନ ନେଉ। ପୁଣି ଶରୀରର ଅସୁନ୍ଦର ଅଙ୍ଗଗୁଡ଼ିକ ପ୍ରତି ଆମେ ବିଶେଷ ମନୋଯୋଗୀ,


ଆମ ପ୍ରଭୁଙ୍କ ପ୍ରଚୁର ଅନୁଗ୍ରହରୁ ମୁଁ ତାଙ୍କଠାରେ ବିଶ୍ୱାସ ଓ ଭକ୍ତିରେ ଆବଦ୍ଧ ହୋଇଛି।


ଶୁଚି ହୃଦୟ, ନିର୍ମଳ ବିବେକ ଓ ପ୍ରକୃତ ବିଶ୍ୱାସରୁ ଯେଉଁ ପ୍ରେମ ଜାତ ହୁଏ, ତାକୁ ଜାଗ୍ରତ କରାଇବା ପାଇଁ ଆଜି ମୁଁ ଏହି ଆଦେଶ ଦେଉଛି।


ନାରୀମାନଙ୍କୁ ମୋର ଅନୁରୋଧ, ସେମାନେ ବିନୀତ ଓ ସଂଯତ ହୁଅନ୍ତୁ। ମୂଲ୍ୟବାନ ପରିଚ୍ଛଦ, କୃତ୍ରିମ କେଶ ବିନ୍ୟାସ ଓ ସ୍ୱର୍ଣ୍ଣରତ୍ନାଳଙ୍କାରରେ ନିଜକୁ ମଣ୍ଡିତ ନ କରି,


ପୁଣି, ତାଙ୍କର ସେହି ଅନୁଗ୍ରହ ଲାଗି ଧର୍ମଭାବଶୂନ୍ୟ ସାଂସାରିକ ଆସକ୍ତିଗୁଡ଼ିକୁ ପରିହାର କରି, ଏହି ଜଗତରେ ଆତ୍ମସଂଯତ,


ସବୁ ବିଷୟର ଅନ୍ତିମ କାଳ ସନ୍ନିକଟ। ତୁମ୍ଭେମାନେ ପ୍ରାର୍ଥନାରେ ନିବିଷ୍ଟ ରହିବା ପାଇଁ ଆତ୍ମସଂଯମୀ ହୋଇ ସଜାଗ ରୁହ।


Lean sinn:

Sanasan


Sanasan