Biblia Todo Logo
Bìoball air-loidhne

- Sanasan -




୧ ତୀମଥି 1:17 - ପବିତ୍ର ବାଇବଲ (CL) NT (BSI)

17 ସମଗ୍ର ବିଶ୍ୱ ଜଗତର ଅଦୃଶ୍ୟ, ଅବିନଶ୍ୱର, ଚିରନ୍ତନ ରାଜା, ଏକମାତ୍ର ଈଶ୍ୱର ଯୁଗେ ଯୁଗେ ସମ୍ମାନିତ ଓ ମହିମାନ୍ୱିତ ହୁଅନ୍ତୁ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

17 ଅକ୍ଷୟ, ଅଦୃଶ୍ୟ, ଅଦ୍ଵିତୀୟ ଈଶ୍ଵର ଯେ ଅନନ୍ତକାଳୀନ ରାଜା, ତାହାଙ୍କ ସମ୍ଭ୍ରମ ଓ ଗୌରବ ଯୁଗେ ଯୁଗେ ହେଉ। ଆମେନ୍।

Faic an caibideil Dèan lethbhreac

ଓଡିଆ ବାଇବେଲ

17 ଅକ୍ଷୟ, ଅଦୃଶ୍ୟ, ଅଦ୍ୱିତୀୟ ଈଶ୍ୱର ଯେ ଅନନ୍ତକାଳୀନ ରାଜା, ତାହାଙ୍କ ସମ୍ଭ୍ରମ ଓ ଗୌରବ ଯୁଗେ ଯୁଗେ ହେଉ । ଆମେନ୍ ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 ଅକ୍ଷୟ, ଅଦୃଶ୍ୟ, ଅଦ୍ୱିତୀୟ ଈଶ୍ବର ଯେ ଅନନ୍ତକାଳୀନ ରାଜା, ତାହାଙ୍କ ସମ୍ଭ୍ରମ ଓ ଗୌରବ ଯୁଗେ ଯୁଗେ ହେଉ। ଆମେନ୍‍।

Faic an caibideil Dèan lethbhreac

ପବିତ୍ର ବାଇବଲ

17 ସେହି ଅନନ୍ତକାଳୀନ ରାଜାଙ୍କର ଗୌରବ ଓ ସମ୍ଭ୍ରମ ହେଉ। ସେ ଅଦୃଶ୍ୟ ଓ ଅକ୍ଷୟ। ଗୌରବ ଓ ସମ୍ଭ୍ରମ ଯୁଗେ ଯୁଗେ କେବଳ ପରମେଶ୍ୱରଙ୍କର। ଆମେନ୍।

Faic an caibideil Dèan lethbhreac




୧ ତୀମଥି 1:17
48 Iomraidhean Croise  

ତା’ପରେ ତାଙ୍କର ଦକ୍ଷିଣରେ ଥିବା ଲୋକମାନଙ୍କୁ ରାଜା କହିବେ, ‘ଆସ, ତୁମ୍ଭମାନଙ୍କୁ ମୋ’ ପିତା ଆଶୀର୍ବାଦ କରିଛନ୍ତି। ସୃଷ୍ଟିର ଆରମ୍ଭରୁ ଯେଉଁ ରାଜ୍ୟ ତୁମ୍ଭମାନଙ୍କ ପାଇଁ ପ୍ରସ୍ତୁତ ହୋଇ ରହିଛି, ତାହାକୁ ଅଧିକାର କର।


ଏବଂ ମୁଁ ଯେଉଁସବୁ ଆଜ୍ଞା ଦେଇଛି, ତାହା ପାଳନ କରିବାକୁ ସେମାନଙ୍କୁ ଶିକ୍ଷା ଦିଅ। ପୁଣି ମନେରଖ, ଯୁଗାନ୍ତ ପର୍ଯ୍ୟନ୍ତ ମୁଁ ଚିରକାଳ ତୁମ୍ଭମାନଙ୍କ ସଙ୍ଗରେ ରହିବି।”


ଆମକୁ କଠିନ ପରୀକ୍ଷାର ସମ୍ମୁଖୀନ ହେବାକୁ ଦିଅ ନାହିଁ। ମନ୍ଦ ଶକ୍ତିର କବଳରୁ ଆମକୁ ରକ୍ଷା କର। (କାରଣ ରାଜତ୍ୱ, ପରାକ୍ରମ, ଗୌରବ ଯୁଗେ ଯୁଗେ ତୁମର, ଆମେନ୍।)


କେହି କେବେ ଈଶ୍ୱରଙ୍କୁ ଦେଖି ନାହିଁ। ତାଙ୍କ ସହିତ ଥିବା କେବଳ ତାଙ୍କର ଅଦ୍ୱିତୀୟ ପୁତ୍ର ତାଙ୍କୁ ପ୍ରକାଶ କରିଛନ୍ତି।


ତୁମ୍ଭେମାନେ ପରସ୍ପରଠାରୁ ପ୍ରଶଂସା ପାଇବା ପାଇଁ ଲାଳାୟିତ, କିନ୍ତୁ ସ୍ୱୟଂ ଈଶ୍ୱରଙ୍କ ଦ୍ୱାରା ଅନୁଗହୀତ ହେବ ପାଇଁ ଉଦ୍ୟମ କରୁ ନାହଁ। ତାହାହେଲେ ତୁମ୍ଭେମାନେ ମୋତେ କିପରି ବିଶ୍ୱାସ କରିପାରିବ?


ଈଶ୍ୱର ଜଗତକୁ ସୃଷ୍ଟି କରିବା ସମୟରୁ, ତାଙ୍କ ଅଦୃଶ୍ୟ ଗୁଣାବଳୀ ଯଥା ତାଙ୍କର ଅଲୌକିକ ପ୍ରକୃତି ଓ ଚିରନ୍ତନ ଶକ୍ତି ସ୍ପଷ୍ଟରୂପେ ପ୍ରକାଶ ପାଇ ଆସିଛି - ତାହା ସୃଷ୍ଟ ବିଷୟମାନଙ୍କରେ ତାହା ଉପଲବ୍ଧି କରି ହୁଏ। ତେଣୁ ସେମାନେ ଜାଣି ନାହାନ୍ତି ବୋଲି ଆଳ ଦେଖାଇ ପାରିବେ ନାହିଁ।


ଅନନ୍ତ ଈଶ୍ୱରଙ୍କୁ ପୂଜା ନ କରି ସେମାନେ ମର ମନୁଷ୍ୟ, ପଶୁ ପକ୍ଷୀ କିଅବା ସର୍ପାକୃତି ପ୍ରତିମା ନିର୍ମାଣ କରି ସେଗୁଡ଼ିକୁ ପୂଜା କରୁଛନ୍ତି।


ସମସ୍ତ ପ୍ରତିଦାନ ଈଶ୍ୱରଙ୍କ ଦ୍ୱାରା ସୃଷ୍ଟ; ସମସ୍ତ ବିଷୟର ଅସ୍ତିତ୍ୱ ତାଙ୍କ ନିମନ୍ତେ ଓ ତାଙ୍କଠାରେ ନିହିତ। ଯୁଗେ ଯୁଗେ ଈଶ୍ୱର ମହିମାନ୍ୱିତ ହୁଅନ୍ତୁ।


ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ସର୍ବଜ୍ଞାତା ଏକମାତ୍ର ଈଶ୍ୱର ଯୁଗେ ଯୁଗେ ଗୌରବାନ୍ୱିତ ହୁଅନ୍ତୁ। ଆମେନ୍।


କିନ୍ତୁ ଯେଉଁମାନେ ସତ୍‍କର୍ମ କରୁଥାଆନ୍ତି, ସେମାନେ ଇହୁଦୀ ହୁଅନ୍ତୁ, ଅଣଇହୁଦୀ ହୁଅନ୍ତୁ, ସେମାନଙ୍କୁ ଈଶ୍ୱର ସମ୍ମାନ, ଗୌରବ ଓ ଶାନ୍ତି ପ୍ରଦାନ କରିବେ।


କେତେ ଜଣ ଗୌରବ, ସମ୍ମାନ ଓ ଅମରତ୍ୱ ପ୍ରାପ୍ତି ଆଶାରେ ଧୈର୍ଯ୍ୟର ସହିତ ସତ୍‍କର୍ମ କରି ଯାଆନ୍ତି, ସେମାନଙ୍କୁ ଈଶ୍ୱର ଅନନ୍ତ ଜୀବନ ପ୍ରଦାନ କରିବେ।


ଖ୍ରୀଷ୍ଟ, ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟମାନ ପ୍ରତିରୂପ। ସେ ପ୍ରଥମ ଜାତ ପୁତ୍ର ଓ ସମସ୍ତ ସୃଷ୍ଟି ଅପେକ୍ଷା ଶ୍ରେଷ୍ଠ।


ମୋଶା ତାଙ୍କ ବିଶ୍ୱାସ ବଳରେ ରାଜାଙ୍କର କ୍ରୋଧକୁ ଭୟ ନ କରି ମିସର ଦେଶ ପରିତ୍ୟାଗ କରିଥିଲେ। ସେତେ ଯେପରି ସେ ଯିବାକୁ ବଦ୍ଧପରିକର ହୋଇଥିଲେ।


ତୁମେ ତାକୁ କ୍ଷଣକାଳ ପାଇଁ ସ୍ୱର୍ଗଦୂତମାନଙ୍କଠାରୁ ଅଳ୍ପ ମାତ୍ର ନ୍ୟୁନ କରି ରଖିଛ, ତୁମେ ତାକୁ ଗୌରବ ଓ ସମ୍ଭ୍ରମରୂପ ମୁକୁଟରେ ଭୁଷିତ କରିଛ


ଯୁଗେ ଯୁଗେ ରାଜତ୍ୱ ତାଙ୍କର ହେଉ।


କିନ୍ତୁ ଆମ ପ୍ରଭୁ ଓ ତ୍ରାଣକର୍ତ୍ତାଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଜ୍ଞାନରେ ତୁମ୍ଭେମାନେ ବୃଦ୍ଧି ପାଅ। ବର୍ତ୍ତମାନ ଓ ଚିରକାଳ ତାଙ୍କର ଗୌରବ ହେଉ, ଆମେନ୍।


ଈଶ୍ୱରଙ୍କୁ କେହି କେବେ ଦେଖି ନାହିଁ, କିନ୍ତୁ ଆମେ ଯଦି ପରସ୍ପରକୁ ପ୍ରେମ କରୁ, ଈଶ୍ୱର ଆମଠାରେ ବାସ କରନ୍ତି ଏବଂ ଆମଠାରେ ତାଙ୍କର ପ୍ରେମ ସମ୍ପର୍ଣ୍ଣତା ଲାଭ କରେ।


ଆମର ସେହି ଏକମାତ୍ର ତ୍ରାଣକର୍ତ୍ତା ଈଶ୍ୱରଙ୍କ ଗୌରବ, ପରାକ୍ରମ ଓ କତ୍ତୃତ୍ୱ; ଆମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଅନାଦି କାଳରୁ ବର୍ତ୍ତମାନ ପର୍ଯ୍ୟନ୍ତ ଓ ଯୁଗେ ଯୁଗେ ବିରାଜମାନ ହେଉ। ଆମେନ୍।


ସେମାନେ ଈଶ୍ୱର ପ୍ରଦାନ କରିଥିବା ବୀଣା ବଜାଇ ଈଶ୍ୱରଙ୍କ ସେବକ ମୋଶାଙ୍କ ଗୀତ ଓ ମେଷଶାବକଙ୍କ ଗୀତ ଗାନ କରୁଥିଲେ। “ହେ ମହାପରାକ୍ରାନ୍ତ ପ୍ରଭୁ ଈଶ୍ୱର! ତୁମ କାର୍ଯ୍ୟସକଳ କେଡ଼େ ମହାନ୍ ଓ ବିଚିତ୍ର, ସମସ୍ତ ଜାତିର ରାଜାଧିରାଜ! ତୁମ କର୍ମପନ୍ଥା କେଡ଼େ ନ୍ୟାୟସଙ୍ଗତ ଓ ଯଥାର୍ଥ!


ସେମାନେ ମେଷଶାବକଙ୍କ ବିରୁଦ୍ଧରେ ଯୁଦ୍ଧ କରିବେ; କିନ୍ତୁ ମେଷଶାବକ ତାଙ୍କର ଆହୂତ, ମନୋନୀତ, ଅନୁଗତ ଓ ବିଶ୍ୱସ୍ତ ଲୋକମାନଙ୍କ ସାହାଯ୍ୟରେ ସେମାନଙ୍କୁ ପରାସ୍ତ କରିବେ। କାରଣ ସେ ପ୍ରଭୁମାନଙ୍କର ପ୍ରଭୁ ଓ ରାଜାମାନଙ୍କର ରାଜା।”


ଏହାପରେ ମୁଁ ଯାହା ଶୁଣିଲି, ତାହା ସ୍ୱର୍ଗର ଏକ ବିରାଟ ଜନତାର କୋଳାହଳ ପରି ମନେ ହେଉଥିଲା। ସେମାନେ କହୁଥିଲେ, “ଈଶ୍ୱରଙ୍କର ସ୍ତୁତି କର। ଆମ୍ଭମାନଙ୍କ ଈଶ୍ୱର ପରିତ୍ରାଣ, ଗୌରବ ଓ ପରାକ୍ରମର ଅଧିକାରୀ।


ତାଙ୍କ ପୋଷାକ ଉପରେ ଓ ଉରୁଦେଶରେ ଲେଖା ହୋଇଥିଲା, “ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ।”


ସେହି ସମୟରେ ମୁଁ ଶୁଣିଲି, ସମୁଦ୍ର ଗର୍ଜନ ଓ ବଜ୍ରନାଦ ସହିତ ଜନତାର କଳଧ୍ୱନି ଭାସି ଆସୁଛି। ଜନତା ଆହୁରି ସ୍ତୁତି କରି କହୁଛନ୍ତି: “ଈଶ୍ୱରଙ୍କର ପ୍ରଶଂସା କର, କାରଣ ଆମ୍ଭର ପ୍ରଭୁ ମହାପରାକ୍ରାନ୍ତ ଈଶ୍ୱର, ସେହି କେବଳ ଆମର ରାଜା।


“ଆମେନ୍! ପ୍ରଶଂସା, ଗୌରବ, ପ୍ରଜ୍ଞା, ଧନ୍ୟବାଦ, ସମ୍ଭ୍ରମ, କ୍ଷମତା ଓ ପରାକ୍ରମ ଯୁଗେ ଯୁଗେ ଈଶ୍ୱରଙ୍କର ପ୍ରାପ୍ୟ, ଆମେନ୍!"


Lean sinn:

Sanasan


Sanasan