Biblia Todo Logo
Bìoball air-loidhne

- Sanasan -




୧ ଥେସଲନୀକୀୟ 3:2 - ପବିତ୍ର ବାଇବଲ (CL) NT (BSI)

2 କିନ୍ତୁ ତୁମକୁ ବଳିଷ୍ଠ କରିବାକୁ ଓ ତୁମର ବିଶ୍ୱାସ ଦୃଢ଼ କରିବା ପାଇଁ ତୁମ ନିକଟକୁ ଆମ ଭାଇ ତୀମଥିଙ୍କୁ ପଠାଇବୁ। ସେ ଆମ ସହିତ ଖ୍ରୀଷ୍ଟଙ୍କ ଶୁଭ ବାର୍ତ୍ତା ପ୍ରଚାର କରି ଈଶ୍ୱରଙ୍କ ସେବା କରୁଛନ୍ତି।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

2 ପୁଣି, ତୁମ୍ଭମାନଙ୍କୁ ସୁସ୍ଥିର କରିବାକୁ ଓ ତୁମ୍ଭମାନଙ୍କ ବିଶ୍ଵାସ ସମ୍ଵନ୍ଧରେ ତୁମ୍ଭମାନଙ୍କୁ ଉତ୍ସାହ ଦେବାକୁ ଖ୍ରୀଷ୍ଟଙ୍କ ସୁସମାଚାର କାର୍ଯ୍ୟରେ ଈଶ୍ଵରଙ୍କ ସହକାର୍ଯ୍ୟକାରୀ ଆମ୍ଭମାନଙ୍କ ଭାଇ ତୀମଥିଙ୍କୁ ପଠାଇଲୁ,

Faic an caibideil Dèan lethbhreac

ଓଡିଆ ବାଇବେଲ

2 ପୁଣି, ତୁମ୍ଭମାନଙ୍କ ବିଶ୍ୱାସ ସମ୍ବନ୍ଧରେ ତୁମ୍ଭମାନଙ୍କୁ ଉତ୍ସାହ ଦେବାକୁ ଓ ତୁମ୍ଭମାନଙ୍କୁ ସୁସ୍ଥିର କରିବାକୁ, ଖ୍ରୀଷ୍ଟଙ୍କ ସୁସମାଚାର କାର୍ଯ୍ୟରେ ଈଶ୍ୱରଙ୍କ ସହକାର୍ଯ୍ୟକାରୀ ଆମ୍ଭମାନଙ୍କ ଭାଇ ତୀମଥିଙ୍କୁ ପଠାଇଲୁ,

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ପୁଣି, ତୁମ୍ଭମାନଙ୍କ ବିଶ୍ୱାସ ସମ୍ବନ୍ଧରେ ତୁମ୍ଭମାନଙ୍କୁ ଉତ୍ସାହ ଦେବାକୁ ଓ ତୁମ୍ଭମାନଙ୍କୁ ସୁସ୍ଥିର କରିବାକୁ, ଖ୍ରୀଷ୍ଟଙ୍କ ସୁସମାଚାର କାର୍ଯ୍ୟରେ ଈଶ୍ବରଙ୍କ ସହକର୍ମୀ ଆମ୍ଭମାନଙ୍କ ଭାଇ ତୀମଥିଙ୍କୁ ପଠାଇଲୁ,

Faic an caibideil Dèan lethbhreac

ପବିତ୍ର ବାଇବଲ

2 ଅତଏବ ଆଥୀନୀରେ ଏକା ରହି ଯାଇ, ତୀମଥିଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇବାକୁ ଆମ୍ଭେ ସ୍ଥିର କଲୁ। ତୀମଥି ଆମ୍ଭର ଭାଇ। ସେ ପରମେଶ୍ୱରଙ୍କ ଲାଗି ମୋ’ ସହିତ କାମ କରନ୍ତି। ଲୋକମାନଙ୍କୁ ଖ୍ରୀଷ୍ଟଙ୍କ ସୁସମାଗ୍ଭର ପ୍ରଗ୍ଭର କରନ୍ତି। ତୁମ୍ଭମାନଙ୍କ ବିଶ୍ୱାସରେ ଶକ୍ତି ଉତ୍ସାହ ଆଣିବା ପାଇଁ ଆମ୍ଭେ ତୀମଥିଙ୍କୁ ପଠାଇଥୁଲୁ।

Faic an caibideil Dèan lethbhreac




୧ ଥେସଲନୀକୀୟ 3:2
24 Iomraidhean Croise  

ପାଉଲ ଦର୍ବୀ ଓ ଲୁସ୍ତ୍ରାକୁ ଗଲେ। ସେଠାରେ ତୀମଥି ନାମକ ଜଣେ ଖ୍ରୀଷ୍ଟିୟାନ ବାସ କରୁଥିଲେ। ସେ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ଇହୁଦୀ ମହିଳାର ପୁତ୍ର। କିନ୍ତୁ ତାଙ୍କ ପିତା ଜଣେ ଗ୍ରୀକ୍ ଲୋକ ଥିଲେ।


ଫଳରେ ମଣ୍ଡଳୀଗୁଡ଼ିକ ବିଶ୍ୱାସରେ ଆହୁରି ବଳିଷ୍ଠ ହେଲେ ଓ ଦିନକୁ ଦିନ ସଂଖ୍ୟାରେ ବୃଦ୍ଧି ପାଇବାକୁ ଲାଗିଲେ।


ଶୀଲା ଓ ତୀମଥି ମାସିଦୋନିଆରୁ ଫେରି ଆସିବା ପରେ ପାଉଲ ଇହୁଦୀମାନଙ୍କ ନିକଟରେ ଯୀଶୁଙ୍କ ଶୁଭବାର୍ତ୍ତା ପ୍ରଚାର କରିବାରେ ପୂର୍ଣ୍ଣ ସମୟ ବିନିଯୋଗ କଲେ ଏବଂ ଯୀଶୁଙ୍କୁ ମସୀହ ବୋଲି ସାକ୍ଷ୍ୟ ଦେଲେ।


ମୋର ସହକର୍ମୀ ତୀମଥି ଓ ଆମର ଇହୁଦୀ ଭାଇମାନେ ଲୁକିୟ, ଯାସୋନ ଓ ସୋସିପାତ୍ର ତୁମ୍ଭମାନଙ୍କୁ ନମସ୍କାର ଜଣାଛନ୍ତି।


ଈଶ୍ୱରଦତ୍ତ ଅନୁଗ୍ରହ ଅନୁଯାୟୀ ଜଣେ ଦକ୍ଷ ନିର୍ମାଣକାରୀ ଭାବରେ ମୁଁ ମୂଳଦୁଆ ପକାଇଛି। ଅନ୍ୟ ଜଣେ ଏହି ମୂଳଦୁଆ ଉପରେ ନିର୍ମାଣ କରୁଛି। କିନ୍ତୁ ନିର୍ମାଣ କଲାବେଳେ ଆମେ ପ୍ରତ୍ୟେକେ ସତର୍କ ହେବା ଆବଶ୍ୟକ,


ଖ୍ରୀଷ୍ଟୀୟ ଜୀବନରେ ମୋର ଅତି ପ୍ରିୟ ଓ ବିଶ୍ୱସ୍ତ ସନ୍ତାନ ତୀମଥିଙ୍କୁ ତୁମ ନିକଟକୁ ପଠାଉଛି। ମୁଁ ଖ୍ରୀଷ୍ଟଙ୍କଠାରେ ରହି ଯେଉଁ ନୂତନ ଜୀବନଯାପନ କରୁଛି ଏବଂ ସର୍ବତ୍ର ସମସ୍ତ ମଣ୍ଡଳୀମାନଙ୍କରେ ଯେଉଁ ସବୁ ଶିକ୍ଷା ଦେଉଛି, ତାହା ସେ ତୁମ୍ଭମାନଙ୍କୁ ସ୍ମରଣ କରାଇ ଦେବେ।


ଈଶ୍ୱରଙ୍କ ଇଚ୍ଛା ଅନୁଯାୟୀ ନିଯୁକ୍ତ ଯୀଶୁ ଖ୍ରୀଷ୍ଟଙ୍କ ପ୍ରେରିତ ଶିଷ୍ୟ ପାଇଲ ମଣ୍ଡଳୀ ଏବଂ ଆଖାୟା ଦେଶର ସମସ୍ତ ବିଶ୍ୱାସୀ ନିକଟକୁ ଏହି ପତ୍ର ଲେଖୁ ଅଛନ୍ତି।


ଶୀଲା, ତୀମଥି ଓ ମୁଁ ତୁମ୍ଭମାନଙ୍କ ନିକଟରେ ପ୍ରଚାର କରୁଥିବା ଈଶ୍ୱରଙ୍କ ପୁତ୍ର ଯୀଶୁ ଖ୍ରୀଶ୍ଟ , କେବେ ଏକ ସଙ୍ଗରେ “ହଁ” ଓ “ନା” କହନ୍ତି ନାହିଁ। ଅପର ପକ୍ଷରେ, ସେ ସର୍ବଦା ଈଶ୍ୱରଙ୍କ ସମ୍ମତିସୂଚକ “ହଁ”।


ଖ୍ରୀଷ୍ଟଙ୍କ ସୁସମାଚାର ପ୍ରଚାର କରିବାକୁ ତ୍ରୋୟା ଦ୍ୱୀପରେ ପହଞ୍ଚି ମୁଁ ଦେଖିଲି, ଏ କାର୍ଯ୍ୟ ପାଇଁ ପ୍ରଭୁ ବାଟ ଖୋଲି ଦେଇଛନ୍ତି।


କିନ୍ତୁ ଭାଇ ତୀତସଙ୍କୁ ସେଠାରେ ନ ଦେଖି ମୁଁ ବ୍ୟସ୍ତ ହୋଇ ପଡ଼ିଲି। ତେଣୁ ସେଠାରେ ଲୋକମାନଙ୍କଠାରୁ ବିଦାୟ ନେଇମୁଁ ମାସିଦୋନିଆକୁ ଚାଲିଗଲି।


ତିତସଙ୍କ ପରିଚୟ ଏହି: ସେ ମୋର ସହଯୋଗୀ ଓ ତୁମ୍ଭମାନଙ୍କୁ ସାହାଯ୍ୟ କରିବାରେ ମୋର ସହକର୍ମୀ। ପୁଣି ତାଙ୍କ ସହିତ ଯାଉଥିବା ଅନ୍ୟ ବିଶ୍ୱାସୀ ଭାଇମାନଙ୍କର ପରିଚୟ: ସେମାନେ ମଣ୍ଡଳୀ ସମୂହର ପ୍ରତିନିଧି ଓ ଖ୍ରୀଷ୍ଟଙ୍କ ଗୌରବ ସ୍ୱରୂପ।


ମୁଁ ଏ ବିଷୟରେ ନିଶ୍ଚିତ, ଏଣୁ ମୁଁ ଜାଣେ, ମୁଁ ବଞ୍ଚି ରହିବି। ତୁମ୍ଭମାନଙ୍କ ବିଶ୍ୱାସର ଉନ୍ନତି ଓ ଆନନ୍ଦ ପାଇଁ ମୁଁ ତୁମ ସମସ୍ତଙ୍କ ସହିତ ରହିବି।


ଈଶ୍ୱରଙ୍କ ଅଭିମତ ଅନୁଯାୟୀ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ପ୍ରେରିତ ଶିଷ୍ୟ ପାଉଲ ଓ ଭ୍ରାତା ତୀମଥି


ଆମ ପକ୍ଷରୁ ଖ୍ରୀଷ୍ଟଙ୍କ ବିଶ୍ୱସ୍ତ ସେବକ ଓ ଆମର ପ୍ରିୟ ସହକର୍ମୀ ଏପାଫ୍ରାଙ୍କଠାରୁ ତୁମ୍ଭେମାନେ ଈଶ୍ୱରଙ୍କ ଏହି ଅନୁଗ୍ରହ ବିଷୟ ଅବଗତ ହୋଇଛ।


ତୁମ ଦଳର ଆଉ ଜଣେ ସଭ୍ୟ ଓ ଖ୍ରୀଷ୍ଟ ଯୀଶୁଙ୍କର ସେବକ ଏପାଫ୍ରା ନମସ୍କାର ଜଣାଉଛନ୍ତି। ଈଶ୍ୱରଙ୍କ ଇଚ୍ଛାର ସମ୍ପୂର୍ଣ୍ଣ ବାଧ୍ୟ ହୋଇ ତୁମ୍ଭେମାନେ ଯେପରି ପରିପକ୍ୱ ଓ ଦୃଢ଼ ଖ୍ରୀଷ୍ଟବିଶ୍ୱାସୀ ସ୍ୱରୂପେ ଅବିଚଳିତଭାବେ ଛିଡ଼ା ହୋଇପାରେ, ସେଥିପାଇଁ ସେ ଅବିରତ ଈଶ୍ୱରଙ୍କ ନିକଟରେ ଆକୁଳ ପ୍ରାର୍ଥନା କରୁଛନ୍ତି।


ତାଙ୍କ ସଙ୍ଗରେ ତୁମ ଦଳ ଅନ୍ତର୍ଭୁକ୍ତ ପ୍ରିୟ ବିଶ୍ୱସ୍ତ ଭାଇ ଅନିସିବ ମଧ୍ୟ ଯାଉଛନ୍ତି। ସେମାନେ ତୁମକୁ ଏଠାରେ ଘଟୁଥିବା ସମସ୍ତ କଥା ଜଣାଇବେ।


ଏହିପରି ଭାବେ ସେ ତୁମ୍ଭମାନଙ୍କୁ ବଳିଷ୍ଠ କରିବେ। ତାହାହେଲେ, ଆମ ପ୍ରଭୁ ଯୀଶୁ ଯେତେବେଳେ ସ୍ୱର୍ଗଦୂତମାନଙ୍କ ଗହଣରେ ଫେରି ଆସିବେ, ସେତେବେଳେ ତୁମ୍ଭେମାନେ ପିତା ଈଶ୍ୱରଙ୍କ ସମ୍ମୁଖରେ ସିଦ୍ଧ ଓ ପବିତ୍ର ହୋଇପାରିଥିବ।


ତେଣୁ ତୀମଥିଙ୍କୁ ପଠାଇଲି। ମୁଁ ଆଉ ନିଶ୍ଚିନ୍ତ ହୋଇ ରହିପାରିଲି ନାହିଁ। ତୁମ୍ଭେମାନେ ତୁମ ବିଶ୍ୱାସରେ ଅଟଳ ରହିଛି କି ନାହିଁ, ଜାଣିବା ନିମନ୍ତେ ମୁଁ ତାଙ୍କୁ ପଠାଇଲି। ସତେ କଅଣ ଶୟତାନ ତୁମ୍ଭମାନଙ୍କୁ ପ୍ରଲୋଭିତ କରିଥିବ ଓ ଆମର ସମସ୍ତ କାର୍ଯ୍ୟ ବିଫଳ ହୋଇଥିବ? ନା, ଏହା କଦାପି ସମ୍ଭବ ନୁହେଁ।


ସେ ତୁମ୍ଭମାନଙ୍କୁ ସବୁବେଳେ ସତ୍ କାର୍ଯ୍ୟ କରିବାକୁ ଓ ସତ୍ ବାକ୍ୟ କହିବାକୁ ପ୍ରେରଣା ଓ ଶକ୍ତି ପ୍ରଦାନ କରନ୍ତୁ।


Lean sinn:

Sanasan


Sanasan