Biblia Todo Logo
Bìoball air-loidhne

- Sanasan -




୧ ଥେସଲନୀକୀୟ 2:1 - ପବିତ୍ର ବାଇବଲ (CL) NT (BSI)

1 ହେ ଆମର ଭାଇମାନେ! ତୁମ୍ଭେମାନେ ନିଜେ ଜାଣ ଯେ, ତୁମ ନିକଟକୁ ଆମର ଆଗମନ ବ୍ୟର୍ଥ ହୋଇ ନାହିଁ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

1 ହେ ଭାଇମାନେ, ତୁମ୍ଭେମାନେ ତ ନିଜେ ଜାଣ ଯେ, ତୁମ୍ଭମାନଙ୍କ ମଧ୍ୟକୁ ଆମ୍ଭମାନଙ୍କ ଆଗମନ ବ୍ୟର୍ଥ ହୋଇ ନାହିଁ;

Faic an caibideil Dèan lethbhreac

ଓଡିଆ ବାଇବେଲ

1 ହେ ଭାଇମାନେ, ତୁମ୍ଭେମାନେ ନିଜେ ଜାଣ ଯେ, ତୁମ୍ଭମାନଙ୍କ ମଧ୍ୟକୁ ଆମ୍ଭମାନଙ୍କ ଆଗମନ ବ୍ୟର୍ଥ ହୋଇ ନାହିଁ ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ହେ ଭାଇମାନେ, ତୁମ୍ଭେମାନେ ନିଜେ ଜାଣ ଯେ, ତୁମ୍ଭମାନଙ୍କ ମଧ୍ୟକୁ ଆମ୍ଭମାନଙ୍କ ଆଗମନ ବୃଥା ହୋଇ ନାହିଁ।

Faic an caibideil Dèan lethbhreac

ପବିତ୍ର ବାଇବଲ

1 ଭାଇ ଓ ଭଉଣୀମାନେ! ତୁମ୍ଭେମାନେ ଜାଣିଛ ଯେ, ଆମ୍ଭମାନଙ୍କର ତୁମ୍ଭମାନଙ୍କ ପାଖକୁ ଯିବା ବୃଥା ନ ଥିଲା।

Faic an caibideil Dèan lethbhreac




୧ ଥେସଲନୀକୀୟ 2:1
18 Iomraidhean Croise  

କିନ୍ତୁ ଏବେ ମୁଁ ଯାହା ହୋଇଛି, ତାହା ଈଶ୍ୱରଙ୍କ ଅନୁଗ୍ରହରୁ ହୋଇଛି ଏବଂ ମୋ’ ପ୍ରତି ତାଙ୍କର ଅନୁଗ୍ରହ ନିଷ୍ଫଳ ହୋଇ ନାହିଁ। ବରଂ ଅନ୍ୟାନ୍ୟ ସମସ୍ତ ପ୍ରେରିତ ଶିଷ୍ୟମାନଙ୍କଠାରୁ ମୁଁ ଅଧିକ ପରିଶ୍ରମ କରିଛି। ପ୍ରକୃତରେ ଏସବୁ ମୁଁ କରି ନାହିଁ, କିନ୍ତୁ ମୋ’ ପ୍ରତି ଈଶ୍ୱରଙ୍କ ଅନୁଗ୍ରହ ଥିବା ହେତୁ ଏହ ସମ୍ଭବ ହୋଇଛି।


ମୁଁ ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଥିବା ସେହି ଶୁଭ ବାର୍ତ୍ତା ହିଁ ସୁସମାଚାର। ତୁମ୍ଭେମାନେ ସେହି ସୁସମାଚାରରେ ଦୃଢ଼ ବିଶ୍ୱାସୀ ହୋଇ ରହିଲେ, ପରିତ୍ରାଣ ପାଇବ। ନଚେତ୍ ତୁମ୍ଭମାନଙ୍କର ବିଶ୍ୱାସ ବୃଥା।


ଅତଏବ ପ୍ରିୟ ଭାଇମାନେ, ଅଟଳ ଓ ଅବିଚଳିତ ରୁହ। ପ୍ରଭୁଙ୍କ କାର୍ଯ୍ୟରେ ସର୍ବଦା ତତ୍ପର ହୁଅ। କାରଣ ତୁମ୍ଭେମାନେ ଜାଣ ଯେ, ପ୍ରଭୁଙ୍କ ପାଇଁ ତୁମ୍ଭମାନଙ୍କର ପରିଶ୍ରମ କେବେହେଲେ ବୃଥା ହେବ ନାହିଁ।


ଈଶ୍ୱରଙ୍କ ପାଇଁ ଏକତ୍ର କାର୍ଯ୍ୟ କରୁଥିବାରୁ ଆମେ ତୁମ୍ଭମାନଙ୍କୁ ମିନତି କରୁଛୁ, ତୁମ ଜୀବନରେ ଈଶ୍ୱରଙ୍କ ଅନୁଗ୍ରହ ବିଫୁଳ କର ନାହିଁ। ୨ କାରଣ ସେ କହିଛନ୍ତି: “ତୁମ୍ଭମାନଙ୍କ ପ୍ରତି ଦୟା ସମୟ ଆସିବାରୁ ମୁଁ ତୁମ୍ଭମାନଙ୍କର ଆବେଦନ ଶୁଣିଲି, ପରିତ୍ରାଣ ଦିନାର ତୁମର ସହୟ ହେଲି।” ଦେଖ! ଏହା ହେଉଛି, ଈଶ୍ୱରଙ୍କ ଅନୁଗ୍ରହ ଗ୍ରହଣ କରିବା ସମୟ। ଆଜି ହେଉଛି ପରିତ୍ରାଣର ଦିନ।


ସେଠାକୁ ଯିବାକୁ ହେବ ବୋଲି ଈଶ୍ୱରଙ୍କଠାରୁ ପ୍ରତ୍ୟାଦେଶ ପାଇ ମୁଁ ଯାଇଥିଲି। ଅଣଇହୁଦୀମାନଙ୍କ ନିକଟରେ ମୁଁ ଯେଉଁ ବାର୍ତ୍ତା ପ୍ରଚାର କରିଥାଏ, ଯିରୂଶାଲମର ନେତାମାନଙ୍କୁ ଗୋଟିଏ ଘରୋଇ ବୈଠକରେ ତାହା ବୁଝାଇ ଦେଇଥିଲି। ମୋର ଅତୀତ ବା ବର୍ତ୍ତମାନ ସମୟର କାର୍ଯ୍ୟ ଯେପରି ବ୍ୟର୍ଥ ନ ହୁଏ, ସେଥିପ୍ରତି ମୁଁ ଦୃଷ୍ଟି ରଖିଥିଲି।


ମୁଁ ତୁମ୍ଭମାନଙ୍କ ପାଇଁ ବିଶେଷ ଚିନ୍ତିତ। ତୁମ୍ଭମାନଙ୍କ ପାଇଁ ମୋର ସମସ୍ତ କାର୍ଯ୍ୟ କ’ଣ ବ୍ୟର୍ଥ ହୋଇଅଛି?


ଅନ୍ୟମାନଙ୍କ ନିକଟରେ ଜୀବନପ୍ରଦାୟକ ବାର୍ତ୍ତା ପ୍ରଚାର କରିବାବେଳେ ତୁମେ ଆକାଶକୁ ଆଲୋକିତ କରୁଥିବା ତାରାମାନଙ୍କ ପରି ଦୀପ୍ତିମାନ ହେବା ଉଚିତ। ତୁମ୍ଭେମାନେ ଯଦି ଏପରି ହୁଅ, “ଖ୍ରୀଷ୍ଟଙ୍କ ଦିବସରେ” ତୁମ୍ଭମାନଙ୍କ ବିଷୟରେ ମୁଁ ଗର୍ବ କରିପାରିବି, କାରଣ ଏଥିରୁ ପ୍ରମାରିତ ହେବ ଯେ, ମୋର ସମସ୍ତ ଉଦ୍ୟମ ଓ କାର୍ଯ୍ୟ ନିଷ୍ଫଳ ହୋଇ ନାହିଁ।


ଆମେ କାହିଁକି ସର୍ବଦା ଈଶ୍ୱରଙ୍କୁ ଧନ୍ୟବାଦ ଦେଉଥାଉ, ତାହାର ଅନ୍ୟ ଏକ କାରଣ ମଧ୍ୟ ରହିଛି। ଆମେ ଯେତେବେଳେ ତୁମ୍ଭମାନଙ୍କ ନିକଟକୁ ଈଶ୍ୱରଙ୍କ ବାର୍ତ୍ତା ଆଣିଥିଲୁ, ତୁମ୍ଭେମାନେ ତାହା ମନୁଷ୍ୟର ବାର୍ତ୍ତା ବୋଲି ମନେ ନ କରି, ଈଶ୍ୱରଙ୍କ ବାର୍ତ୍ତା ରୂପେ ଶୁଣିଥିଲ ଓ ଗ୍ରହଣ କରିଥିଲ। ପ୍ରକୃତରେ ତାହା ଈଶ୍ୱରଙ୍କର ବାର୍ତ୍ତା ଓ ତୁମ୍ଭମାନଙ୍କ ପରି ବିଶ୍ୱାସୀମାନଙ୍କ ଅନ୍ତକରଣରେ ତାହା ସକ୍ରିୟ ହୋଇ ରହେ।


ତେଣୁ ତୀମଥିଙ୍କୁ ପଠାଇଲି। ମୁଁ ଆଉ ନିଶ୍ଚିନ୍ତ ହୋଇ ରହିପାରିଲି ନାହିଁ। ତୁମ୍ଭେମାନେ ତୁମ ବିଶ୍ୱାସରେ ଅଟଳ ରହିଛି କି ନାହିଁ, ଜାଣିବା ନିମନ୍ତେ ମୁଁ ତାଙ୍କୁ ପଠାଇଲି। ସତେ କଅଣ ଶୟତାନ ତୁମ୍ଭମାନଙ୍କୁ ପ୍ରଲୋଭିତ କରିଥିବ ଓ ଆମର ସମସ୍ତ କାର୍ଯ୍ୟ ବିଫଳ ହୋଇଥିବ? ନା, ଏହା କଦାପି ସମ୍ଭବ ନୁହେଁ।


କିନ୍ତୁ ସେହି ଦିନ ସେ ତାଙ୍କ ଲୋକମାନଙ୍କଠାରୁ ଓ ସମସ୍ତ ବିଶ୍ୱାସୀଙ୍କଠାରୁ ସମ୍ମାନ ଓ ଗୌରବ ପାଇବେ। ଏମାନଙ୍କ ମଧ୍ୟରେ ତୁମ୍ଭେମାନେ ମଧ୍ୟ ଅନ୍ତର୍ଭୁକ୍ତ ହେବ, କାରଣ ଆମେ ତୁମକୁ ଯେୁଁ ବାର୍ତ୍ତା ଦେଇଥିଲୁ, ସେଥିରେ ତୁମ୍ଭେମାନେ ବିଶ୍ୱାସ କରିଛ।


ଭାଇମାନେ, ମୋର ଶେଷ କଥା, ଆମ ପାଇଁ ପ୍ରାର୍ଥନା କର - ତୁମ୍ଭମାନଙ୍କ ମଧ୍ୟରେ ଯେଭଳି ପ୍ରଭୁଙ୍କ ବାର୍ତ୍ତା ଦ୍ରୁତଗତିରେ ବ୍ୟାପିଯାଇଥିଲା, ତାହା ଯେପରି ସେହିଭଳି ସମାଦୃତ ହୋଇ ପ୍ରସାର ଲାଭ କରିବ।


Lean sinn:

Sanasan


Sanasan