Biblia Todo Logo
Bìoball air-loidhne

- Sanasan -




୧ ଥେସଲନୀକୀୟ 1:8 - ପବିତ୍ର ବାଇବଲ (CL) NT (BSI)

8 ତୁମ୍ଭମାନଙ୍କ ନିକଟରୁ ଯେ କେବଳ ପ୍ରଭୁଙ୍କ ଶୁଭ ବାର୍ତ୍ତା ମାସିଦୋନିଆ ଓ ଆଖାୟାରେ ବ୍ୟାପ୍ତ ହୋଇଥିଲା ତା’ ନୁହେଁ; ମାତ୍ର ତୁମ୍ଭମାନଙ୍କର ଈଶ୍ୱର-ବିଶ୍ୱାସ କଥା ସର୍ବତ୍ର ଏପରି ଭାବରେ ପ୍ରକାଶ ପାଇଛି ଯେ, ଏ ବିଷୟରେ ଆମର ଆଉ ଅଧିକ କିଛି କହିବା ପ୍ରୟୋଜନ ନାହିଁ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

8 କାରଣ ତୁମ୍ଭମାନଙ୍କଠାରୁ ପ୍ରଭୁଙ୍କର ବାକ୍ୟ ଯେ କେବଳ ମାକିଦନିଆ ଓ ଆଖାୟାରେ ଘୋଷିତ ହୋଇଅଛି, ତାହା ନୁହେଁ, ମାତ୍ର ଈଶ୍ଵରଙ୍କ ପ୍ରତି ତୁମ୍ଭମାନଙ୍କ ବିଶ୍ଵାସର ବିଷୟ ସର୍ବତ୍ର ଏପରି ବ୍ୟାପ୍ତ ହୋଇଅଛି ଯେ, ସେ ସମ୍ଵନ୍ଧରେ ଆମ୍ଭମାନଙ୍କର କିଛି କହିବା ଆବଶ୍ୟକ ନାହିଁ।

Faic an caibideil Dèan lethbhreac

ଓଡିଆ ବାଇବେଲ

8 କାରଣ ଥେସଲନୀକୀୟ ବିଶ୍ୱାସୀମାନଙ୍କ ଦ୍ୱାରା ପ୍ରଭୁଙ୍କର ବାକ୍ୟ ଯେ କେବଳ ମାକିଦନିଆ ଓ ଆଖାୟାରେ ପ୍ରଚାରିତ ହୋଇଅଛି, ତାହା ନୁହେଁ, ମାତ୍ର ଈଶ୍ୱରଙ୍କ ପ୍ରତି ତୁମ୍ଭମାନଙ୍କ ବିଶ୍ୱାସର ବିଷୟ ସର୍ବତ୍ର ଏପରି ବ୍ୟାପ୍ତ ହୋଇଅଛି ଯେ, ସେ ସମ୍ବନ୍ଧରେ ଆମ୍ଭମାନଙ୍କର କିଛି କହିବା ଆବଶ୍ୟକ ନୁହେଁ ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 କାରଣ ତୁମ୍ଭମାନଙ୍କ ଦ୍ୱାରା ପ୍ରଭୁଙ୍କର ବାକ୍ୟ ଯେ କେବଳ ମାକିଦନିଆ ଓ ଆଖାୟାରେ ପ୍ରଚାରିତ ହୋଇଅଛି, ତାହା ନୁହେଁ, ମାତ୍ର ଈଶ୍ବରଙ୍କ ପ୍ରତି ତୁମ୍ଭମାନଙ୍କ ବିଶ୍ୱାସର ବିଷୟ ସର୍ବତ୍ର ଏପରି ବ୍ୟାପ୍ତ ହୋଇଅଛି ଯେ, ସେ ସମ୍ବନ୍ଧରେ ଆମ୍ଭମାନଙ୍କର କିଛି କହିବା ଆବଶ୍ୟକ ନୁହେଁ।

Faic an caibideil Dèan lethbhreac

ପବିତ୍ର ବାଇବଲ

8 ମାକିଦନିଆ ଓ ଆଖାୟାରେ ତୁମ୍ଭମାନଙ୍କ ପାଖରୁ ପ୍ରଭୁଙ୍କର ଶିକ୍ଷା ପ୍ରସାରିତ ହୋଇଥିଲା। ପ୍ରତ୍ୟେକ ସ୍ଥାନରେ ପରମେଶ୍ୱରଙ୍କଠାରେ ତୁମ୍ଭ ବିଶ୍ୱାସ ପରିଚିତ ହୋଇଛି। ଅତଏବ ତୁମ୍ଭମାନଙ୍କ ବିଶ୍ୱାସ ବିଷୟରେ ଆମ୍ଭର କିଛି କହିବାର ଆବଶ୍ୟକ ନାହିଁ।

Faic an caibideil Dèan lethbhreac




୧ ଥେସଲନୀକୀୟ 1:8
20 Iomraidhean Croise  

ଗାଲିୟୋ ଆଖାୟାର ରୋମୀୟ ଶାସକ ଥିବା ସମୟରେ, ଇହୁଦୀମାନେ ଏକତ୍ରିତ ହୋଇ ପାଉଲଙ୍କୁ ଧରି ବିଚାରାଳୟକୁ ନେଲେ।


ତୁମ୍ଭେମାନେ ଈଶ୍ୱରବିଶ୍ୱାସୀ ବୋଲି ପୃଥିବୀରେ ସର୍ବତ୍ର ପରିଚିତ। ଏଥିପାଇଁ ତୁମ ସମସ୍ତଙ୍କ ନିମନ୍ତେ ପ୍ରଭୁ ଯୀଶୁଙ୍କ ନାମରେ ମୁଁ ଈଶ୍ୱରଙ୍କୁ ଧନ୍ୟବାଦ ଦେଉଛି।


ଯିରୂଶାଲମରେ ଈଶ୍ୱରଙ୍କ ଯେଉଁ ଲୋକମାନେ ଅଭାବଗ୍ରସ୍ତ, ସେମାନଙ୍କ ପାଇଁ କିଛି ଅର୍ଥ ସାହାଯ୍ୟ ପଠାଇବାକୁ ମାସିଦୋନିଆ ଓ ଆଖାୟର ମଣ୍ଡଳୀମାନେ ସ୍ଥିର କରିଛନ୍ତି।


ସୁସମାଚାର ପ୍ରତି ତୁମ୍ଭମାନଙ୍କର ବିଶ୍ୱସ୍ତତା ସମସ୍ତେ ଶୁଣିଛନ୍ତି, ଏଥିପାଇଁ ମୁଁ ଆନନ୍ଦିତ। ମୁଁ ଚାହେଁ, ତୁମ୍ଭେମାନେ ସତ୍ ବିଷୟରେ ଜ୍ଞାନବାନ ହୁଅ ଓ ଅସତ୍ ବିଷୟରେ ଲିପ୍ତ ହୁଅ ନାହିଁ।


ଈଶ୍ୱରଙ୍କ ବାକ୍ୟ କଅଣ ତୁମ୍ଭମାନଙ୍କ ମଧ୍ୟରୁ ଉତ୍ପନ୍ନ ହୋଇଥିଲା ଅଥବା ଏହା କ’ଣ କେବଳ ତୁମ୍ଭମାନଙ୍କ ନିକଟକୁ ଆସିଥିଲା?


ଈଶ୍ୱରଙ୍କର ଧନ୍ୟବାଦ ହେଉ। କାରଣ ସେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ସର୍ବଦା ଆମ୍ଭମାନଙ୍କୁ ବିଜୟ ପଥର ଆଗେଇ ନିଅନ୍ତୁ। ପୁଣି ସୁଗନ୍ଧ ଜ୍ଞାନ ଅନ୍ୟମାନଙ୍କୁ ଦେବା ପାଇଁ ଈଶ୍ୱର ଆମକୁ ବ୍ୟବହାର କରିଥାନ୍ତି।


ଖ୍ରୀଷ୍ଟଙ୍କ ଦେଇ ଈଶ୍ୱରଙ୍କ ଉପରେ ଆସ୍ଥା ଥିବାରୁ ଆମେ ଏସବୁ କହୁଛୁ,


ଖ୍ରୀଷ୍ଟଙ୍କ ବାର୍ତ୍ତାର ପ୍ରଚୁର ଐଶ୍ୱର୍ଯ୍ୟ ତୁମ ଅନ୍ତରରେ ବାସ କରୁ। ଜ୍ଞାନର ସହିତ ପରସ୍ପରକୁ ଶିକ୍ଷା ଓ ପରାମର୍ଶ ଦିଅ। ସ୍ତବ, ସ୍ତୁତି ଓ ସଂକୀର୍ତ୍ତନ କର। ଅନ୍ତରର କୃତଜ୍ଞତା ସହ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଗାନ, ଭଜନ କର।


ତେଣୁ ଈଶ୍ୱରଙ୍କ ଉପାସକ ମଣ୍ଡଳୀମାନଙ୍କରେ ତୁମକୁ ନେଇ ଆମେ ଦର୍ପ କରିଥାଉ। ତୁମ୍ଭେମାନେ କିପରି ସମସ୍ତ କ୍ଲେଶ ଓ ତାଡ଼ନା ସହ୍ୟ କରି ନିଜ ବିଶ୍ୱାସରେ ଅବିଚଳିତ ରହିଛ, ଏ କଥା ଆମେ ଗର୍ବର ସହିତ ପ୍ରକାଶ କରିଥାଉ।


ଭାଇମାନେ, ମୋର ଶେଷ କଥା, ଆମ ପାଇଁ ପ୍ରାର୍ଥନା କର - ତୁମ୍ଭମାନଙ୍କ ମଧ୍ୟରେ ଯେଭଳି ପ୍ରଭୁଙ୍କ ବାର୍ତ୍ତା ଦ୍ରୁତଗତିରେ ବ୍ୟାପିଯାଇଥିଲା, ତାହା ଯେପରି ସେହିଭଳି ସମାଦୃତ ହୋଇ ପ୍ରସାର ଲାଭ କରିବ।


ଉପାସନାରେ ଈଶ୍ୱର ପରାୟଣ ବ୍ୟକ୍ତିମାନେ ହସ୍ତ ଉତ୍ତୋଳନ କରି ପ୍ରାର୍ଥନା କରିବା ବେଳେ ମନରୁ ସବୁ ପ୍ରକାର କ୍ରୋଧ ଓ ବିଦ୍ୱେଷ ଭାବ ବର୍ଜ୍ଜନ କରନ୍ତୁ।


ଏହି ସୁସମାଚାର ପ୍ରଚାର କରିବାରୁ ମୁଁ ଅପରାଧୀ ପରି ଶୃଙ୍ଖଳବଦ୍ଧ ହୋଇ କଷ୍ଟ ଭୋଗ କରୁଛି। କିନ୍ତୁ ଈଶ୍ୱରଙ୍କ ବାଣୀକୁ କେହି ଶୃଙ୍ଖଳବଦ୍ଧ କରିପାରିବେ ନାହିଁ।


ସମସ୍ତେ ଡିମଂଟ୍ରିଅସ୍ଙ୍କ ପ୍ରଶଂସା କରୁଛନ୍ତି; ସତ୍ୟର ମାପକାଠି ଦ୍ୱାରା ସେ ପ୍ରଶଂସିତ। ଆମେ ମଧ୍ୟ ତାଙ୍କୁ ସମର୍ଥନ କରୁଛୁ। ତୁମେ ଜାଣିଛ, ଆମେ ଯାହା କହୁ, ତାହା ସବୁ ନିରାଟ ସତ୍ୟ।


ତା’ପରେ ମୁଁ ପୁଣି ଦେଖିଲି, ଆଉ ଜଣେ ସ୍ୱର୍ଗଦୂତ ଆକାଶରେ ଅତି ଉଚ୍ଚରେ ଉଡ଼ି ଉଡ଼ି, ପୃଥିବୀର ସମସ୍ତ ଜାତି, ଗୋଷ୍ଠୀ, ଭାଷାଭାଷୀ ଓ ରାଷ୍ଟ୍ରର ଲୋକମାନଙ୍କ ନିକଟରେ ଈଶ୍ୱରଙ୍କ ସେହି ଚିରନ୍ତନ ଶୁଭବାର୍ତ୍ତା ନିକଟରେ ଈଶ୍ୱରଙ୍କ ସେହି ଚିରନ୍ତନ ଶୁଭବାର୍ତ୍ତା ଘୋଷଣା କରୁଛନ୍ତି।


ପବିତ୍ରାତ୍ମା ଓ ସେହି ନବବଧୂ କହୁଛନ୍ତି: “ଆସନ୍ତୁ”! ଶ୍ରବଣକାରୀ ପ୍ରତ୍ୟେକେ ମଧ୍ୟ କହିବେ: “ଆସନ୍ତୁ।” ଯେ କେହି ତୃଷିତ, ସେ ଆସୁ। ଜୀବନପ୍ରଦାୟୀ ଜଳ ପାନ କରିବାକୁ ଯେ ଇଚ୍ଛୁକ, ସେ ଆସି ବିନାମୂଲ୍ୟରେ ତାହା ଗ୍ରହଣ କରୁ।


Lean sinn:

Sanasan


Sanasan