Biblia Todo Logo
Bìoball air-loidhne

- Sanasan -




୧ ପିତର 5:3 - ପବିତ୍ର ବାଇବଲ (CL) NT (BSI)

3 ତୁମେ ଯେଉଁମାନଙ୍କ ଦାୟିତ୍ୱ ନେଇଛ, ସେମାନଙ୍କ ଉପରେ ପ୍ରଭୁତ୍ୱ ନ କରି ସେମାନଙ୍କ ପାଇଁ ନିଜ ଜୀବନରେ ଆଦର୍ଶ ଦେଖାଅ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

3 ପୁଣି ଯେଉଁମାନଙ୍କର ଦାୟିତ୍ଵଭାର ତୁମ୍ଭମାନଙ୍କ ହସ୍ତରେ ସମର୍ପିତ ଅଛି, ସେମାନଙ୍କ ଉପରେ କର୍ତ୍ତାପଣ ନ କରି ପଲର ଆଦର୍ଶ ସ୍ଵରୂପ ହୋଇ ତାହା କର।

Faic an caibideil Dèan lethbhreac

ଓଡିଆ ବାଇବେଲ

3 ପୁଣି, ଯେଉଁମାନଙ୍କର ଦାୟିତ୍ୱଭାର ତୁମ୍ଭମାନଙ୍କ ହସ୍ତରେ ସମର୍ପିତ ଅଛି, ସେମାନଙ୍କ ଉପରେ କର୍ତ୍ତାପଣ ନ କରି ପଲର ଆଦର୍ଶ ସ୍ୱରୂପ ହୋଇ ତାହା କର ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ପୁଣି, ଯେଉଁମାନଙ୍କର ଦାୟିତ୍ୱଭାର ତୁମ୍ଭମାନଙ୍କ ହସ୍ତରେ ସମର୍ପିତ ଅଛି, ସେମାନଙ୍କ ଉପରେ କର୍ତ୍ତାପଣ ନ କରି ପଲର ଆଦର୍ଶ ସ୍ୱରୂପ ହୋଇ ତାହା କର।

Faic an caibideil Dèan lethbhreac

ପବିତ୍ର ବାଇବଲ

3 ଯେଉଁମାନଙ୍କର ଦାୟିତ୍ୱ ତୁମ୍ଭେ ନେଇଛ, ସେମାନଙ୍କ ପ୍ରତି ନିଷ୍ଠୁର ହୁଅ ନାହିଁ। କିନ୍ତୁ ସେମାନଙ୍କ ନିକଟରେ ଆଦର୍ଶ ସ୍ୱରୂପ ହୁଅ।

Faic an caibideil Dèan lethbhreac




୧ ପିତର 5:3
26 Iomraidhean Croise  

ତୁମ୍ଭେମାନେ ମୋତେ ଅନୁକରଣ କରିବା ପାଇଁ ମୁଁ ଏହି ଆଦର୍ଶ ଦେଖାଇଅଛି।


ଅତଏବ ତୁମ୍ଭେମାନେ ନେତା ରୂପେ ନିଜ ବିଷୟରେ ଓ ପବିତ୍ରଆତ୍ମା ତୁମ୍ଭମାନଙ୍କ ତତ୍ତ୍ୱାବଧାନରେ ଯେଉଁ ବିଶ୍ୱାସୀ ପଲକୁ ଛାଡ଼ି ଦେଇଛନ୍ତି, ସେହି ସମସ୍ତଙ୍କ ବିଷୟରେ ଯତ୍ନଶୀଳ ହୁଅ। ମେଷପାଳକ ପରି ଈଶ୍ୱରଙ୍କ ମଣ୍ଡଳୀର ଯତ୍ନ ନିଅ। ସେହି ମଣ୍ଡଳୀକୁ ସେ ତାଙ୍କ ପୁତ୍ରଙ୍କ ମୃତ୍ୟୁ ଦ୍ୱାରା ନିଜସ୍ୱ କରିଅଛନ୍ତି।


ସେ ଯାହାହେଉ, ପ୍ରଭୁଙ୍କର ନିକଟରେ ପୁରୁଷ, ନାରୀଠାରୁ ସ୍ୱତନ୍ତ୍ର ନୁହେଁ, କିମ୍ବା ନାରୀ, ପୁରୁଷଠାରୁ ସ୍ୱତନ୍ତ୍ର ନୁହେଁ,


ଆପୋଲୋ କିଏ? ଅଥବା ପାଉଲ କିଏ? ଆମ୍ଭେମାନେ ଈଶ୍ୱରଙ୍କ ସେବକ ମାତ୍ର। ତୁମ୍ଭମାନଙ୍କୁ ବିଶ୍ୱାସୀ କରିବାରେ ଆମେ ସାହାଯ୍ୟ କରୁଛୁ। ଈଶ୍ୱର ଆମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ଯେଉଁ କାର୍ଯ୍ୟରେ ନିଯୁକ୍ତ କରିଛନ୍ତି, ଆମେ ସେହି କାର୍ଯ୍ୟ କରିଛୁ।


ଆମେ ଈଶ୍ୱରଙ୍କ ସହକର୍ମୀ; ତୁମ୍ଭେମାନେ ଈଶ୍ୱରଙ୍କ କ୍ଷେତ୍ର ଏବଂ ଈଶ୍ୱରଙ୍କ ଗୃହ।


ତୁମ୍ଭେମାନେ କେଉଁ କଥା ବିଶ୍ୱାସ କରିବ, ଏବିଷୟରେ ତୁମ ଉପରେ କତ୍ତୃତ୍ୱ କରିବାକୁ ଆମେ ଚେଷ୍ଠା କରୁ ନାହୁଁ, କାରଣ ତୁମ୍ଭେମାନେ ବିଶ୍ୱାସରେ ସୁପ୍ରତିଷ୍ଠିତ। ବରଂ ତୁମ୍ଭମାନଙ୍କୁ କେବଳ ସୁଖୀ କରିବା ପାଇଁ ତୁମ୍ଭମାନଙ୍କ ସହିତ ମିଳିମିଶି ଆମେ କାର୍ଯ୍ୟ କରୁଛୁ।


ଆମେ ନିଗକୁ ପ୍ରଚାର କରୁ ନାହୁଁ, କିନ୍ତୁ ଖ୍ରୀଷ୍ଟଙ୍କୁ ପ୍ରଭୁ ବୋଲି ଏବଂ ଯୀଶୁଙ୍କୁ ପାଇଁ ନିଜ ନିଜକୁ ତୁମର ସେବକ ବୋଲି ପ୍ରଚାର କର,


ହେ ଭାଇମାନେ, ମୋତେ ଅନୁକରଣ କର। ଆମେ ରଖିଥିବା ଆଦର୍ଶ ଅନୁଯାୟୀ ଯେଉଁମାନେ ଆଚରଣ କରୁଛନ୍ତି, ସେମାନଙ୍କୁ ଲକ୍ଷ୍ୟ କର।


ମୋର କଥା ଓ କ୍ରିୟାରୁ ଯାହା ଶିଖିଛ ଓ ଗ୍ରହଣ କରିଛ, ତାହାକୁ କାର୍ଯ୍ୟରେ ପରିଣତ କର। ତାହାହେଲେ, ଶାନ୍ତିଦାତା ଈଶ୍ୱର ତୁମ୍ଭମାନଙ୍କର ନିକଟବର୍ତ୍ତୀ ହେବେ।


ତେଣୁ ତୁମ୍ଭେମାନେ ମାସିଦୋନିଆ ଓ ଆଖାୟାରେ ଥିବା ସମସ୍ତ ବିଶ୍ୱାସୀଙ୍କ ନିମନ୍ତେ ଆଦର୍ଶ ସ୍ୱରୂପ ହୋଇଥିଲ।


ନ୍ୟାୟତଃ ଆମେ ଯେ ତୁମଠାରୁ ଅନ୍ନ ଦାବୀ କରିପାରି ନ ଥାଆନ୍ତୁ, ତା’ ନୁହେଁ, କିନ୍ତୁ ଆମେ ଯାହା କରିଛୁ, ତାହା ତୁମ୍ଭମାନଙ୍କୁ ଆଦର୍ଶ ଦେଖାଇବା ନିମେନ୍ତ।


ତୁମେ ନିଜର କଥାବାର୍ତ୍ତା, ଆଚରଣ, ପ୍ରେମ, ବିଶ୍ୱାସ ଓ ଚରିତ୍ରର ନିର୍ମଳତାରେ ଆଦର୍ଶ ଦେଖାଇ ପାରିଲେ, ଅଳ୍ପ ବୟସ୍କ ହୋଇଥିଲେ ସୁଦ୍ଧା ତୁମକୁ ମଣ୍ଡଳୀରେ କେହି ଅବଜ୍ଞା କରିପାରିବେ ନାହିଁ।


ସକଳ ବିଷୟରେ ସତ୍କର୍ମ ସାଧନ କରି ତୁମେ ନିଜ ଜୀବନରେ ଆଦର୍ଶ ଦେଖାଅ। ଆନ୍ତରିକତା ଓ ଗାମ୍ଭୀର୍ଯ୍ୟ ସହ ସଂଯତ ଭାଷାରେ ଶିକ୍ଷା ଦାନ କର - ତାହାହେଲେ, କେହି ତୁମକୁ କଟୁ ସମାଲୋଚନା କରିପାରିବେ ନାହିଁ ଏବଂ ତୁମ ଶତ୍ରୁମାନେ ଆମ୍ଭମାନଙ୍କ ବିରୁଦ୍ଧରେ ଅଯଥା ଅଭିଯୋଗ ଆଣି ନ ପାରି ଲଜ୍ଜିତ ହେବେ।


ତୁମ୍ଭେମାନେ ଏକ ମନୋନୀତ ବଂଶ, ରାଜକୀୟ ଯାଜକବର୍ଗ, ଏକ ପବିତ୍ର ଜାତି ଓ ଈଶ୍ୱରଙ୍କ ଆପଣାର ଲୋକ ହୋଇଅଛ। ଈଶ୍ୱର ତୁମ୍ଭମାନଙ୍କୁ ଅନ୍ଧକାର ମଧ୍ୟରୁ ତାଙ୍କର ଅପୂର୍ବ ଆଲୋକକୁ ଆହ୍ୱାନ କରିଛନ୍ତି। ତୁମ୍ଭେମାନ ତାଙ୍କର ବିସ୍ମୟକର କାର୍ଯ୍ୟସବୁ ଘୋଷଣା କରିବା ପାଇଁ ମନୋନୀତ।


Lean sinn:

Sanasan


Sanasan