Biblia Todo Logo
Bìoball air-loidhne

- Sanasan -




୧ ପିତର 5:2 - ପବିତ୍ର ବାଇବଲ (CL) NT (BSI)

2 ଈଶ୍ୱର ତୁମ୍ଭମାନଙ୍କ ହସ୍ତରେ ଯେଉଁ ମେଷପଲର ଦାୟିତ୍ୱ ଦେଇଛନ୍ତି, ମୁଁ ଅନୁରୋଧ କରୁଛି, ତୁମ୍ଭେମାନେ କୁଣ୍ଠିତଭାବେ ତାହା ନ କରି ଆଗ୍ର୍ରହର ସେମାନଙ୍କୁ ପ୍ରତିପାଳନ କର। ଧନଲାଭ ଆଶାରେ ତା’ ନ କରି, ପ୍ରକୃତ ସେବା ମନୋଭାବ ସହିତ ତୁମର କର୍ତ୍ତବ୍ୟ ସାଧନ କର।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

2 ତୁମ୍ଭମାନଙ୍କ ତତ୍ତ୍ଵାବଧାନରେ ଥିବା ଈଶ୍ଵରଙ୍କ ପଲକୁ ପ୍ରତିପାଳନ କର, ବାଧ୍ୟ ହୋଇ ନୁହେଁ, ମାତ୍ର ଈଶ୍ଵରଙ୍କ ଇଚ୍ଛାନୁଯାୟୀ ସ୍ଵଚ୍ଛନ୍ଦ ମନରେ, କୁତ୍ସିତ ଲାଭ ନିମନ୍ତେ ନୁହେଁ,, କିନ୍ତୁ ଆଗ୍ରହ ସହକାରେ ତାହା କର;

Faic an caibideil Dèan lethbhreac

ଓଡିଆ ବାଇବେଲ

2 ତୁମ୍ଭମାନଙ୍କ ତତ୍ତ୍ୱାବଧାନରେ ଥିବା ଈଶ୍ୱରଙ୍କ ପଲକୁ ପ୍ରତିପାଳନ କର, ବାଧ୍ୟ ହୋଇ ନୁହେଁ, ମାତ୍ର ଈଶ୍ୱରଙ୍କ ଇଚ୍ଛାନୁଯାୟୀ ସ୍ୱଚ୍ଛନ୍ଦ ମନରେ, ଅନ୍ୟାୟ ଲାଭ ନିମନ୍ତେ ନୁହେଁ, କିନ୍ତୁ ଆଗ୍ରହ ସହକାରେ ତାହା କର;

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ତୁମ୍ଭମାନଙ୍କ ତତ୍ତ୍ୱାବଧାନରେ ଥିବା ଈଶ୍ବରଙ୍କ ପଲକୁ ପ୍ରତିପାଳନ କର, ବାଧ୍ୟ ହୋଇ ନୁହେଁ, ମାତ୍ର ଈଶ୍ବରଙ୍କ ଇଚ୍ଛାନୁଯାୟୀ ସ୍ୱଚ୍ଛନ୍ଦ ମନରେ, ଅନ୍ୟାୟ ଲାଭ ନିମନ୍ତେ ନୁହେଁ, କିନ୍ତୁ ଆଗ୍ରହ ସହକାରେ ତାହା କର;

Faic an caibideil Dèan lethbhreac

ପବିତ୍ର ବାଇବଲ

2 ମୁଁ ତୁମ୍ଭକୁ ଅନୁରୋଧ କରେ ଯେ, ପରମେଶ୍ୱରଙ୍କ ଯେଉଁ ମେଷଗଣର ଦାୟିତ୍ୱରେ ତୁମ୍ଭେ ରହିଛ, ସେହି ମେଷ ସମୂହର ତୁମ୍ଭେ ଯତ୍ନ ନେବା ଉଚିତ୍। ସେମାନେ ପରମେଶ୍ୱରଙ୍କ ମେଷପଲ। ତୁମ୍ଭେ ବାଧ୍ୟବାଧକତାରେ ନୁହେଁ, ମାତ୍ର ସ୍ୱଇଚ୍ଛାରେ ପ୍ରତିପାଳନ କର। ପରମେଶ୍ୱର ତାହା ହିଁ ଗ୍ଭହାନ୍ତି। ତୁମ୍ଭେ ସେବା କରିବାରେ ଆନନ୍ଦ ପାଉଛ ବୋଲି ସେହିପରି କର, ଧନ ଲୋଭରେ ତାହା କର ନାହିଁ।

Faic an caibideil Dèan lethbhreac




୧ ପିତର 5:2
41 Iomraidhean Croise  

“ହେ ଛୋଟ ପଲ, ଭୟ କର ନାହିଁ, କାରଣ ତୁମ୍ଭମାନଙ୍କୁ ତାଙ୍କ ରାଜ୍ୟ ପ୍ରଦାନ କରି ତୁମ ପିତା ଅତୀବ ସନ୍ତୁଷ୍ଟ ହୋଇଛନ୍ତି।


ମୁଁ ଜାଣେ, ମୁଁ ଯିବା ପରେ ତୁମ ମଧ୍ୟକୁ ଭୟଙ୍କର ହେଟା ବାଘମାନେ ଆସିବେ ଓ ପଲକୁ କ୍ଷତବିକ୍ଷତ ନ କରି ଛାଡ଼ିବେ ନାହିଁ।


କିନ୍ତୁ ସେ ଉତ୍ତର ଦେଲେ, “ତୁମ୍ଭେମାନେ ଏ କ’ଣ କରୁଛ, କାହିଁକି ଏପରି କ୍ରନ୍ଦନ କରି ମୋ’ ହୃଦୟକୁ ବିଦୀର୍ଣ୍ଣ କରୁଛ? ଯିରୂଶାଲମରେ କେବଳ ବନ୍ଧା ହେବା ପାଇଁ ନୁହେଁ, କିନ୍ତୁ ପ୍ରଭୁ ଯୀଶୁଙ୍କ ପାଇଁ ମୃତ୍ୟୁଭୋଗ କରିବା ପାଇଁ ମଧ୍ୟ ମୁଁ ପ୍ରସ୍ତୁତ ଅଛି।”


ତେଣୁ ରୋମ ନଗରୀର ତୁମ୍ଭମାନଙ୍କ ନିକଟରେ ମଧ୍ୟ ସୁସମାଚାର ପ୍ରକାର କରିବା ପାଇଁ ମୋର ଆକାଂକ୍ଷା।


ଜଣେ ସୈନିକ ନିଜର ଖର୍ଚ୍ଚ ନିଜେ ବହନ କରିଥାଏ କି? ଚାଷୀ କ’ଣ ନିଜ ଅଙ୍ଗୁର ବଗିଚାର ଫଳ ଖାଏ ନାହିଁ, ଅଥବା ମେଷପାଳକ ନିଜ ମେଷର ଦୁଗ୍ଧ ପାନ କରେ ନାହିଁ?


ସେ ମଦ୍ୟପ ବା ଉଗ୍ର ପ୍ରକୃତିର ଲୋକ ନ ହୋଇ, ସୁଶୀଳ ଓ ଶାନ୍ତିପ୍ରିୟ ଥିବେ। ତାଙ୍କର ବିଷୟାସକ୍ତି ନ ଥିବ।


ମଣ୍ଡଳୀର ଦୀକନମାନେ ମଧ୍ୟ ସଚରିତ୍ର ଓ କର୍ତ୍ତବ୍ୟପରାୟଣ ହେବା ଆବଶ୍ୟକ। ସେମାନେ ମଦ୍ୟପ ବା ଧନଭୋଲୀ ହୋଇ ନ ଥିବେ।


ସେମାନଙ୍କୁ ଏଥିରୁ ନିବୃତ୍ତ କରିବାକୁ ହେବ, କାରଣ ସେମାନେ ନିର୍ଲ୍ଲଜ୍ଜ ଭାବରେ କେବଳ ଅର୍ଥ ଲାଭ ଉଦ୍ଦେଶ୍ୟରେ ଅବାନ୍ତର ଶିକ୍ଷା ଦେଇ ଅନେକ ପରିବାର ମଧ୍ୟରେ ଅଶାନ୍ତି ସୃଷ୍ଟି କରୁଛନ୍ତି।


ଈଶ୍ୱରଙ୍କ କାର୍ଯ୍ୟର ଦାୟିତ୍ୱରେ ଥିବା ମଣ୍ଡଳୀର ବିଶପ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ରହିବା ଆବଶ୍ୟକ। ସେ ଉଦ୍ଧତ ବା କ୍ଷଣକୋପୀ ହୋଇ ନ ଥିବେ, ମଦ୍ୟପ, ଉଗ୍ରସ୍ୱଭାବ ବା ଅର୍ଥଲିପ୍ସୁ ହୋଇ ନ ଥିବେ।


ଆମ୍ଭମାନଙ୍କୁ ସବୁ ଦୁଷ୍କର୍ମରୁ ନିବୃତ୍ତ କରାଇ ସତ୍କର୍ମ ପ୍ରତି ଆଗ୍ରହ ଜନ୍ମାଇବାକୁ ଯୀଶୁ ଖ୍ରୀଷ୍ଟ ଆତ୍ମବଳିଦାନ କରିଛନ୍ତି। ଏହା ଦ୍ୱାରା ଆମ୍ଭେମାନେ ଶୁଦ୍ଧପୂତ ହୋଇ ତାଙ୍କର ନିଜ ଲୋକ ହେବା ପାଇଁ ସୁଯୋଗ ପାଇଛୁ।


ଶାସକ ଓ କର୍ତ୍ତୃପକ୍ଷମାନଙ୍କର ବଶୀଭୂତ ହୋଇ ସେମାନଙ୍କ ଆଦେଶ ପାଳନ କରିବାକୁ ଓ ସମସ୍ତ ସତ୍କାର୍ଯ୍ୟରେ ସହଯୋଗ କରିବା ପାଇଁ ପ୍ରସ୍ତୁତ ରହିବାକୁ ମଣ୍ଡଳୀର ସଭ୍ୟମାନଙ୍କୁ ସ୍ମରଣ କରାଇଦିଅ।


କିନ୍ତୁ ଏ ବିଷୟରେ ମୋତେ ସାହାଯ୍ୟ କରିବା ପାଇଁ ତୁମକୁ ବାଧ୍ୟ କରିବି ନାହିଁ - ବରଂ ସ୍ୱେଚ୍ଛାରେ ତୁମେ ତାହା କରିପାର। ସେ ଯାହାହେଉ, ତୁମ ସମ୍ମତି ବିନା ମୁଁ କିଛି କରିବାକୁ ଚାହେଁ ନାହିଁ।


ସାବଧାନ, ଯେପରି ଈା୍ବରଙ୍କ ଅନୁଗ୍ରହରୁ ବଞ୍ଚିତ ନ ହୁଅ। ତିକ୍ତ ବୃକ୍ଷ ପରି ହୁଅ ନାହିଁ। ତିକ୍ତ ବୃକ୍ଷ ବଢ଼ିଗଲେ, ତା’ର ବିଷ ଦ୍ୱାରା ବହୁ ଅନିଷ୍ଠ ସାଧିତ ହୁଏ।


ଏହି ଶଠ ଶିକ୍ଷକଗଣ ଧନଲୋଭରେ ମନଗଢ଼ା ଗଳ୍ପ କହି ଲାଭ ଉଠାଇବେ। କିନ୍ତୁ ଅନେକ ଦିନରୁ ଏମାନେ ବିଚାରିତ ହୋଇ ଆସିଛନ୍ତି ଓ ଏମାନଙ୍କ ବିନାଶର ଦିନ ଘନେଇ ଆସୁଛି।


Lean sinn:

Sanasan


Sanasan